ବିରି ଓ ମୁଗ

ସୋୟାବିନର ଦଉଡି ଫାଶ ପୋକ

Chrysodeixis includens

ପୋକ

5 mins to read

ସଂକ୍ଷେପରେ

  • ପତ୍ର ଉପରେ ଝରକା କାଚ ଭଳି ଦେଖାଯାଏ । ଅନିୟମିତ କଣା ଏବଂ ଜୀର୍ଣ୍ଣ ପତ୍ର ଧାର । ବୟସ୍କ ପ୍ରଜାପତିଗୁଡିକ ଗାଢ ବାଦାମୀ ରଙ୍ଗର , ଆଗ ଡେଣାଗୁଡିକ ବ୍ରୋଞ୍ଜ ଠାରୁ ସୁନେଲି ଚକ ଚକ ରଙ୍ଗ ସହିତ ଚିତ୍ରିତ ବାଦାମୀ ରଙ୍ଗର ଅଟନ୍ତି ।.

ମଧ୍ୟ ଦେଖା ଯାଇପାରେ


ବିରି ଓ ମୁଗ

ଲକ୍ଷଣ

ସମ୍ବାଳୁଆ ଗଛ ଅଂଶ ଖାଉଥିବା ଯୋଗୁଁ କ୍ଷତି ହୁଏ । ନୂଆଁ ଶୂକ ପ୍ରଥମେ ପତ୍ରର ତଳ ପଟେ ଖାଏ ଓ ଉପର ପଟ ସେମିତି ଛାଡିଦିଏ ଯାହାକି ଝରକା ଭଳି ଖାଇବା ସରଞ୍ଚନା ସୃଷ୍ଟି କରେ , ବେଳେବେଳେ ଏହାକୁ ଖାଇବା ଝରକା ବୋଲି କୁହାଯାଏ । ପୁରୁଣା ଶୂକ ପତ୍ର ଧାରରୁ ପୁରା ପତ୍ର ଖାଇବା ଆରମ୍ଭ କରେ ଓ ବଡ ପାର୍ଶ୍ଵ ଶିରା ଛାଡିଦିଏ ଯାହାକି ଅନିୟମିତ କଣା ଓ ଜୀର୍ଣ୍ଣ ଧାର ସୃଷ୍ଟି କରେ । ଅସାଧାରଣ ପତ୍ରହୀନତା , ଗଛର ନିମ୍ନ ଅଂଶରୁ ଖାଇବା ଆରମ୍ଭ କରିବା , ପତ୍ର ସମୂହ ମଧ୍ୟରେ ଏବଂ ଉପରକୁ ଓ ବାହାରକୁ ଯିବା ଆଦି । ସେମାନେ ଫୁଲ କିମ୍ବା ଛୁଇଁକୁ ବିରଳ ଭାବରେ ଆକ୍ରମଣ କରନ୍ତି । ଯାହାହେଲେବି, ଗଛର ପତ୍ରହୀନତା କ୍ଷେତ୍ରରେ , ଶୂକ ଛୁଇଁକୁ ମଧ୍ୟ ଖାଇବା ଚାଲୁ ରଖେ ।

Recommendations

ଜୈବିକ ନିୟନ୍ତ୍ରଣ

ପ୍ରାକୃତିକ ଶତ୍ରୁମାନଙ୍କ ମଧ୍ୟରେ ପରଭକ୍ଷୀ ବିରୁଡି ଯାହାକି ଦଉଡି ଫାଶ ପୋକର ଶୂକ ଖାଏ :କୋପିଡୋସୋମା ଟ୍ରଙ୍କାତେଲମ , କେମ୍ପୋଲେଟିସ ସୋନୋରେନସିସ , କାଶିନାରିଆ ପ୍ଲୁସିଏ , ମେଶୋକୋରସ ଡିସିତେର୍ଗସ ଏବଂ ମାଇକ୍ରୋଚାରପ୍ସ ବିମାକୁଲାଟା , କୋଟେସିଆ ଗ୍ରେନାଡେନସିସ ଓ ପରଭକ୍ଷୀ ମାଛି ଭୋରିଆ ରୁରାଲିସ , ପଟେଲୋଆ ସିମିଲିସ , ଇଉଫୋରୋସେରା ଓ ଲେସ୍ପେଶିଆର କେତେକ ଜାତି । ବାକୁଲୋ ଭୂତାଣୁ , ଥୁରିନଜେନେସିସ କିମ୍ବା ସ୍ପିନୋସାଦ ଥିବା କୀଟନାଶକ ମଧ୍ୟ ଦଉଡି ଫାଶ ପୋକ ନିୟନ୍ତ୍ରଣ ପାଇଁ ବ୍ୟବହାର କରାଯାଉଅଛି ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ସୋୟାବିନ ପୋକ ନିଜ ଆଡୁ ଫସଲ ପାଇଁ ଏକ ବିପଦ ନୁହେଁ । ଯେତେବେଳେ , ପରିଚାଳନା ଗତ ନିଷ୍ପତ୍ତି ନିଆଯାଏ , ପତ୍ରହୀନତା କରୁଥିବା ଅନ୍ୟ ପୋକ ଦ୍ଵାରା ହେଉଥିବା କ୍ଷତି ମଧ୍ୟ ବିଚାରକୁ ନିଅନ୍ତୁ । ଯଦି ପତ୍ରହୀନତା ଫୁଲ ଫୁଟିବା ପୂର୍ବରୁ 40% ଫୁଲ ଫୁଟିବା ପ ଛୁଇଁ ପୂରଣ ହେବା ସମୟରେ 20 % କିମ୍ବା ଛୁଇଁ ପୂରଣ ଠାରୁ ଅମଳ ପର୍ଯ୍ୟନ୍ତ 35 % ହୁଏ ସୁପାରିସ କରାଯାଏ । ଇଣ୍ଡୋକ୍ସାକାର୍ବ, ମେଥୋକ୍ସିଫେନୋଯାଇଡ କିମ୍ବା ସ୍ପିନେଟୋରାମ ଥିବା କୀଟନାଶକ ବ୍ୟବହାର କରାଯାଇପାରେ । ପାଇରେଥ୍ରୋଇଡ ପରିବାରର କୀଟନାଶକ ବାରଣ କରନ୍ତୁ , ଯେହେତୁ ଏହା ପ୍ରତି ପ୍ରତିରୋଧକ ଶକ୍ତି ବିଷୟରେ ବର୍ଣ୍ଣନା କରାଯାଇଅଛି ।

ଏହାର କାରଣ କଣ

ସୁଡୋପ୍ଳୁସିଆ ଇଙ୍କ୍ଲୁଡେନ୍ସ , ସୋୟାବିନ ଦଉଡି ଫାଶ ପୋକର ଶୂକ ଯୋଗୁଁ ଏହି କ୍ଷତି ହୁଏ । ବୟସ୍କ ପ୍ରଜାପତିମାନେ ଗାଢ ବାଦାମୀ ଅଟନ୍ତି , ଆଗ ଡେଣାଗୁଡିକ ବ୍ରୋଞ୍ଜ ଠାରୁ ସୁନେଲି ଚକ ଚକ ରଙ୍ଗ ସହିତ ଚିତ୍ରିତ ବାଦାମୀ ରଙ୍ଗର ଅଟନ୍ତି । ସେମାନଙ୍କ କେନ୍ଦ୍ରରେ ଦୁଇଟି ସ୍ପଷ୍ଟ ରୁପେଲି ଚିହ୍ନ ଦେଖାଯାଏ । ପତ୍ର ତଳ ପଟେ , ଗଛର ନିମ୍ନ ଅଂଶରେ ଓ ପତ୍ର ସମୂହ ଭିତରେ ମାଈ ପ୍ରଜାପତି ଅଣ୍ଡା ଦିଏ । ଶୁକମାନେ ଦୁଇ ପାର୍ଶ୍ଵ ଓ ପିଠିରେ ଧଳା ପଟ୍ଟୀ ବା ଗାର ସହିତ ସବୁଜ ରଙ୍ଗର ଅଟନ୍ତି । ସେମାନେ ସ୍ଵତନ୍ତ୍ର ତିନି ଯୋଡା ଗୋଡ ଶରୀରରେ ଅସମ ଭାବରେ ବଣ୍ଟା ହୋଇଥିବା ( କେନ୍ଦ୍ରୀୟ ଅଂଶରେ 2 ଓ ଲାଞ୍ଜ ପାଖରେ 1 ) ଦ୍ଵାରା ଚିହ୍ନିତ ହୁଅନ୍ତି । ଏହି ବ୍ୟବସ୍ଥା ଶୂକକୁ ଗତିକରିବା ସମୟରେ ସେମାନଙ୍କ ପିଠିକୁ କୁଜ କରେ , (ତାହାଦ୍ୱାରା ସେମାନଙ୍କ ସାଧାରଣ ନାମ ଦଉଡି ଫାଶ ରଖାଯାଇଅଛି )ପତ୍ରର ତଳ ପଟେ କୋଷା ଏକ ଢିଲା ଖୋସା ବୁଣେ ।


ସୁରକ୍ଷାତ୍ମକ ଉପାୟ

  • ଯଦି ଉପଲବ୍ଧ ଅଛି , ସହନୀୟ କିମ୍ବା ପ୍ରତିରୋଧି କିସମ ବ୍ୟବହାର କରନ୍ତୁ । ଅତ୍ୟନ୍ତ ଖରାପ କ୍ଷତିକୁ ବାରଣ କରିବା ପାଇଁ ସହଳ ଲଗାନ୍ତୁ ଏବଂ ସହଳ ଅମଳକ୍ଷମ କିସମ ବ୍ୟବହାର କରନ୍ତୁ । କୀଟର ସନ୍ଧାନ ପାଇଁ , ନିର୍ଦ୍ଦିଷ୍ଟ ଭାବରେ ନିମ୍ନ ପତ୍ର ସମୂହରେ , ଜମି ନିରୀକ୍ଷଣ କରନ୍ତୁ । ଶୂକ କିମ୍ବା ପ୍ରଭାବିତ ଗଛ କାଢି ନଷ୍ଟ କରନ୍ତୁ । ଋତୁରେ ଗଛକୁ ସୁସ୍ଥ ସବଳ ରଖନ୍ତୁ । ଉପକାରୀ କୀଟକୁ ପ୍ରଭାବିତ କରିବା ପାଇଁ କୀଟନାଶକ ବ୍ୟବହାର ନିୟନ୍ତ୍ରଣ କରନ୍ତୁ ।ଶୂକ ଖାଇବା ପାଇଁ ପକ୍ଷୀମାନଙ୍କ ପାଇଁ ପକ୍ଷୀ ଆଶ୍ରୟ ସ୍ଥଳ ଓ ଖୋଲା ଜାଗା ରଖନ୍ତୁ । ପ୍ରଜାପତିକୁ ଧରିବା ଓ ନିରୀକ୍ଷଣ ପାଇଁ ଜନ୍ତା ବ୍ୟବହାର କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ