Helicoverpa zea
ପୋକ
ମକା ଚଁଅର ପୋକ ଗୁଡିକ ପୋଷକର ଫଳ ଧାରଣ ଅବସ୍ଥାରେ ଆକ୍ରମଣ କରି ଥାଆନ୍ତି କିନ୍ତୁ ପତ୍ରକୁ ମଧ୍ୟ ଆକ୍ରମଣ କରି ପାରନ୍ତି । ଲାର୍ଭା ଗୁଡିକ ରେସମ ବାଳରୁ ପୋଷଣ କରନ୍ତି ଓ ପରେ ଚଁଅର ଭିତରକୁ କଣା କରି ପଶନ୍ତି, ଯେଉଁଠି ସେମାନେ ଦାନା ଭିତରକୁ ଖାଇ ଯାଆନ୍ତି । ଏମାନେ ଚଁଅର ଚାରି ପାଖରୁ ଓ ତଳ ପଟୁ ଖାଇବା ଦେଖା ଯାଇଥାଏ ଯାହାଦ୍ୱାରା କ୍ଷତ ବିକ୍ଷତ ଦାନାର ଚିହ୍ନ ସୃଷ୍ଟି କରନ୍ତି ଓ ମାଟିଆ ଚକଡାର ଲମ୍ବା ଗାର ଛାଡି ଯାଆନ୍ତି । ଏମାନେ ସ୍ଵଜାତି ମାଂସଭକ୍ଷୀ ହୋଇଥିବାରୁ ପ୍ରତି ଚଁଅରରେ ସାଧାରଣତଃ ଏକରୁ ଅଧିକ ଲାର୍ଭା ବା ଶୂକ ଦେଖା ଯାଇ ନଥାଏ । ଛିନ୍ନ ବିଛିନ୍ନ କଣା ଗୁଡିକ ଓ ଚକଡାର ଲମ୍ବା ଗାର ଚଁଅର ଅଗରୁ ଓ ବିକାଶଶୀଳ ପତ୍ର ଧାରରେ ଦେଖା ଯାଇପାରେ । ଯେହେତୁ ଏମାନେ ଫୁଲର ଅଂଶ ଓ ଦାନାରୁ ନିଜ ପୋଷଣ କରି ଥାଆନ୍ତି, ପ୍ରଜନନ ଓ ଦାନା ଭରିବାରେ ବାଧା ଦେବା ଯୋଗୁଁ ଅମଳରେ ଅଧିକ ମାତ୍ରାରେ କ୍ଷତି ହୋଇଥାଏ । ଏହି କ୍ଷତ ଗୁଡିକ ଅ ବୟସ୍କ ପ୍ରଜାପତି ଗୁଡିକ ବସନ୍ତର ଆରମ୍ଭରେ ବାହାରକୁ ଆସନ୍ତି ଓ ସନ୍ଧ୍ୟା ଓ ରାତି ସମୟରେ ସବୁଠାରୁ ଅଧିକ ସକ୍ରିୟ ରହିଥାଆନ୍ତି, ତାପମାତ୍ରା ବଢିବା ସହ ଆହୁରି ବଢି ଚାଲନ୍ତି । ଏମାନଙ୍କର ଫିକା ମାଟିନ୍ୟ ରୋଗ ଦ୍ୱାରା ସଂକ୍ରମଣ ହେବା ପାଇଁ ଅନୂକୁଳ ପରିସ୍ଥିତି ସୃଷ୍ଟି କରି ଥାଆନ୍ତି.
ପରଜୀବୀ ଟ୍ରାଇକୋଗ୍ରାମା ଓ ଟେଲେନୋମାସ୍ ବିରୁଡି ଗୁଡିକ ହେଲିକୋଭୋର୍ପା ଯ଼ିଏର ଅଣ୍ଡାକୁ ସଂକ୍ରମିତ କରିବା ଦ୍ୱାରା ଏମାନଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବାରେ କିଛି ମାତ୍ରାରେ ସଫଳ ହୋଇଥାଏ । ଲାର୍ଭା ବା ଶୂକ ଜନିତ ପରଜୀବୀ ମଧ୍ୟ ଉପଲବ୍ଧ ଅଛି । ଅନ୍ୟ ଉପକାରୀ କୀଟ ଯେପରିକି, ସବୁଜ ଫିତା ବା ଝାଲର ଡେଣା , ବଡ ଆଖିଆ କୀଟ ଓ ଡାମ୍ସେଲ୍ ପୋକ ମଧ୍ୟ ଅଣ୍ଡା ଓ ଛୋଟ ଲାର୍ଭା ଗୁଡିକର ପ୍ରାକୃତିକ ଶତ୍ରୁ ଅଟନ୍ତି । କିଛି ଉପକାରୀ ନେମାଟୋଡ ଗୁଡିକୁ ଚଁଅରର ଅଗରେ ପ୍ରୟୋଗ କରିବା ଦ୍ୱାରା କିଛି ମାତ୍ରାରେ ସଫଳତା ମିଳିଥାଏ । କବକଜନିତ ରୋଗବାହକ ନୋମୁରେଇୟା ରାୟଲେୟି ଓ ନ୍ୟୁକ୍ଲିୟର ପଲିହେଡ୍ରୋସିସ୍ ଭୂତାଣୁ ମଧ୍ୟ ହେଲିକୋଭୋର୍ପା ଯ଼ିଏର ସଂଖ୍ୟାକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥାଏ । ଯଦି ସମୟୋଚିତ ପ୍ରୟୋଗ କଲେ, ବ୍ୟାସିଲସ୍ ଥ୍ୟୁରିଂଜେନେସିସ୍ ଓ ସ୍ପିନୋସାଡ୍ ଥିବା ଜୈବୀକ କୀଟନାଶକ ମଧ୍ୟ କାମ କରିପାରେ । ଖଣିଜ ତେଲ ବା ନିମ ତେଲ କୁ ପ୍ରତି ଚଁଅରର ରେସମ ଉପରେ ପ୍ରୟୋଗ କରିବା ଦ୍ୱାରା ମକା ଚଁଅର ପୋକ ସଂକ୍ରମଣ ରୋକା ଯାଇପାରେ.
ଯଦି ସମ୍ଭବ ତାହାଲେ ସର୍ବଦା ଏକ ସମନ୍ଵିତ ନିବାରଣ ଉପାୟକୁ ଜୈବୀକ ଉପଚାର ସହ ଏକୀକୃତ ଭାବେ ପ୍ରୟୋଗ କରିବାର ଯୋଜନା କରନ୍ତୁ । ଜମି ଭିତରେ, ଲାର୍ଭା ବା ଶୂକମାନେ ଚଁଅର ଭିତରେ ଲୁଚି ରହୁଥିବାରୁ ଏମାନେ ରାସାୟନିକ ସଂସ୍ପର୍ଶରେ ଆସନ୍ତି ନାହି , ତେଣୁ ରାସାୟନିକ ଉପଚାର ସୁପାରିସ କରାଯାଏ ନାହି । ପାଇରେଥ୍ରୋଏଡ୍, ସ୍ପାଇଣ୍ଟୋରାମ୍, ଏସ୍ଫେନଭେଲେରେଟ୍ କିମ୍ବା କ୍ଲୋରୋପାଇରିଫୋସ୍ ଥିବା କୀଟ ନାଶକକୁ ମଧ୍ୟ ବ୍ୟବହାର କରା ଯାଇପାରେ.
ମକା ଚଁଅର ପୋକ ଗୁଡିକ ଫସଲ ନଥିବା ସମୟରେ ପ୍ୟୁପାବସ୍ଥାରେ ମାଟିରେ 5 ରୁ 10 ସେମି ଭିତରେ ରହି ଥାଏ । ଟାଣୁଆ ବୟସ୍କ ପ୍ରଜାପତି ଗୁଡିକ ବସନ୍ତର ଆରମ୍ଭରେ ବାହାରକୁ ଆସନ୍ତି ଓ ସନ୍ଧ୍ୟା ଓ ରାତି ସମୟରେ ସବୁଠାରୁ ଅଧିକ ସକ୍ରିୟ ରହିଥାଆନ୍ତି, ତାପମାତ୍ରା ବଢିବା ସହ ଆହୁରି ବଢି ଚାଲନ୍ତି । ଏମାନଙ୍କର ଫିକା ମାଟିଆ ରଂଗର ଆଗ ପର ଥାଏ, ବେଳେବେଳେ ଅଲିଭ ରଂଗର ଛାଇ ଭଳି ଥାଏ । ଏହାର ଧାରର କିଛି ମିଲିମିଟର ପର୍ଯ୍ୟନ୍ତ ଢେଉ ଭଳି କଳା-ମାଟିଆ ପଟ୍ଟୀ ଦେଖାଯାଏ । ପଛ ପର ଗୁଡିକ ଧୂସରିଆ ଧଳା ରଂଗର ହେବା ସହ ଏହା ଉପରେ ବିସ୍ତୃତ କଳା ପଟ୍ଟୀ ଦେଖାଯାଏ ଯାହାର ଧାରରେ ହଳଦିଆ ଦାଗ ଦେଖାଯାଏ । ମାଇ ମାନେ କଅଁଳ ରେସମ କିମ୍ବା ପତ୍ର ସମୂହ ଉପରେ ଗୋଟି ଗୋଟି କରି ଗମ୍ବୁଜ ଆକାରର ଧଳା ଅଣ୍ଡା ଦେଇ ଥାଆନ୍ତି । ଲାର୍ଭା ଗୁଡିକ ବିଭିନ୍ନ ରଂଗର (ଇଷତ୍ ସବୁଜରୁ ନାଲିଆ ବା ବାଦାମୀ ରଂଗ)ହୋଇପାରେ, ମଧ୍ୟମ ବାଳୁଆ ଓ ପାଖାପାଖି 3.7 ସେମି ଲମ୍ବା ହୋଇଥାଏ । ଏମାନଙ୍କ ତାମ୍ର କିମ୍ବା ନାରଂଗୀ ମୁଣ୍ଡ ଥାଏ ଓ ଦେହ ସାରା ଛୋଟ କଳା ଦାଗ ଦ୍ୱାରା ଆଚ୍ଛାଦିତ ହୋଇଯାଏ ଯାହା ତାଙ୍କ ସୁକ୍ଷ୍ମ ମେରୁଦଣ୍ଡ ଦେଖେଇ ଥାଏ । ବୟସ ସହିତ, ଏମାନଙ୍କ ପରରେ ଦୁଇଟି ହଳଦିଆ ଧାର ସୃଷ୍ଟି ହୋଇଯାଏ.