Spodoptera frugiperda
ପୋକ
ସୈନ୍ୟ ପୋକ ର ଲାର୍ଭା ସମସ୍ତ ଫସଲର ଅଂଶରୁ ଖାଇ କ୍ଷତି କରିଥାଏ. ଛୋଟ ଲାର୍ଭା ପ୍ରଥମେ ପତ୍ର ର ଏକ ପାଖର ଟିସୁକୁ ଖାଇଥାଏ କିନ୍ତୁ ଆର ପାଖ ରେ କିଛି କ୍ଷତି ହୋଇ ନଥାଏ. ସେମାନେ ଚାରା ଗଛ କୁ ମଧ୍ୟ ଖାଇଥାନ୍ତି ଏବଂ ଏହାର ବଢୁଥିବା ଫୁଲ କଢି ସବୁ ପୁରା ନଷ୍ଟ ହେଲା ପର୍ଯ୍ୟନ୍ତ ଖାଇଥାନ୍ତି. ବଡ଼ ଲାର୍ଭା ଏକ ପତ୍ରରେ ଏକ ନିର୍ଦ୍ଧିଷ୍ଟ ପ୍ରକାରର କଣା ଏବଂ ଚିରା ଫଟା ଆକାର ସୃଷ୍ଟି କରିଥାନ୍ତି ଏବଂ ଧାର ଧାର ମଳ ବି ଛାଡ଼ିଥାନ୍ତି. ସେମାନେ ଗଛର ମୂଳକୁ କିମ୍ବା ଫୁଲଫଳ କୁ ମଧ୍ୟ ଆକ୍ରମଣ କରିଥାନ୍ତି. ବହୁତ ସଂକ୍ରମଣ ହେଲେ ସୈନ୍ୟ ପୋକ ପତ୍ର ଝଡା କରାଇ ଥାଏ.
ପରଜୀବୀ ବିରୁଡି ଯଥା କୋଟେସିଆ ମାର୍ଜୀନିଭେଣ୍ଟ୍ରିସ୍, କେଲୋନୁସ୍ ଟେକ୍ସାନସ୍ ଏବଂ ସି.ରେମସ୍. କୁ ପ୍ରୟୋଗ କରା ଯାଇପାରେ. ଅତି ସାଧାରଣ ପରଜୀବୀ ମାଛି ହେଲା ଆର୍କାଇଟାସ୍ ମାର୍ମୋରାଟସ୍. ପରଭକ୍ଷୀ ଗୋବର ପୋକ, କଣ୍ଟା ଥିବା ସୈନ୍ୟ ପୋକ, ଫୁଲ ପୋକ, ପକ୍ଷୀ ଏବଂ ମୂଷା. ନିମ ରସ, ବ୍ୟାସିଲସ୍ ଥ୍ୟୁରିନଯିଏନିସ୍ କିମ୍ବା ବ୍ୟାକୁଲୋଭାଇରସ୍ ସ୍ପୋଡୋପ୍ଟେରା, ଏବଂ ସ୍ପିନୋସାଡ୍ କିମ୍ବା ଆଯ଼ାଡାଇରାକ୍ଟିନ୍ ଥିବା ଜୈବିକ କୀଟନାଶକ ସ୍ପ୍ରେ କରା ଯାଇପାରେ. ମକାରେ ଲାଲ ବଳି, ସ୍ୱୈନ୍ଦବ ଲୁଣ, ଅଙ୍ଗାର ଗୁଣ୍ଡ କିମ୍ବା କୋଇଲା ଗୁଣ୍ଡ ବ୍ୟବହାର କଲେ ଲାର୍ଭା ଗଛକୁ ଖାଇ ନପାରି ମରିଯାଏ ଯାହାର ପ୍ରଭାବ କ୍ରମଶଃ 100%, 98%, 90 and 80% ହେଇଥାଏ. ଲୋଟା ପିଚୁ ଗଛର ରସ ପ୍ରୟୋଗ କଲେ 80% ପ୍ରଭାବ ପଡିଥାଏ.
ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପଚାର କୁ ମଧ୍ୟ ଧ୍ୟାନ ଦେବା ଦରକାର. ଅନୁମୋଦିତ କୀଟନାଶକ ହେଲା ଏସ୍ଫେନ୍ଭାାଲେରେଟ୍, କ୍ଲୋରୋପାଇରିଫୋସ୍, ମାଲାଥିୟନ୍ ଓ ଲାମ୍ବଡା-ସାଇହାଲୋଥ୍ରୀନ୍. ବୟସ୍କ ଲାର୍ଭା ଗୁଡିକୁ ନିୟନ୍ତ୍ରଣ କରିବା ପାଇଁ ଚାଷୀ ମାନେ ବିଷ ଯନ୍ତା ଉପରେ ଆଧାରିତ କୀଟନାଶକ ମଧ୍ୟ ବ୍ୟବହାର କରିବା ପାଇଁ ଉପଦେଶ ଦିଆ ଯାଇଥାଏ.
100-300 ସଂଖ୍ୟାରେ ଦଳ ବଦ୍ଧ ଭାବେ ପୋକ ସମୂହ ସାଧାରଣତଃ କାତି ଦ୍ୱାରା ଘୋଡାଇ ହୋଇଥାନ୍ତି. ଲାର୍ଭା ଗୁଡିକ ଅଳ୍ପ ତମ୍ବାଳିଆ କିମ୍ୱା ସବୁଜ କିମ୍ବା ପ୍ରାୟ କଳା ରଙ୍ଗର ହୋଇଥାନ୍ତି. ଏମାନଙ୍କ ଦୁଇ ପାର୍ଶ୍ବରେ ପଟ୍ଟି ଥାଏ ଏବଂ ପିଠିରେ ହଳଦିଆ ଗାର ଥାଏ. ପୋକ ର ପଛ ଡେଣା ପାରଦର୍ଶୀ ଥାଏ ଏବଂ ଧୂସର ରଙ୍ଗର ଆଗ ଡେଣାରେ ହାଲ୍କା ରୁ ଗାଢ଼ ରଙ୍ଗର ଚିହ୍ନ ଥାଏ. ଆଗ ଡେଣାର ଆଗ ରେ ଧଳା ଚିହ୍ନ ଭଲଭାବେ ଦେଖାଯାଏ. ଖାଦ୍ୟ ଏବଂ ତାପମାନ ଏମାନଙ୍କର ଜୀବନ ଚକ୍ର ର ସମୟସୀମା ନିର୍ଧାରଣ କରିଥାଏ. ଥଣ୍ଡା, ଓଦା ବସନ୍ତ ଋତୁ ପରେ ଗରମ ଆର୍ଦ୍ର ପାଗ ଏହି ପୋକର ଜୀବନ ଚକ୍ର ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ.