ଅନ୍ୟ

ଶସ୍ୟ ପତ୍ର ଭୃଙ୍ଗ

Oulema melanopus

ପୋକ

5 mins to read

ସଂକ୍ଷେପରେ

  • ପତ୍ରର ଉପର ପୃଷ୍ଠରେ ପତଳା, ଲମ୍ବା, ଧାରୁଆ ଧଳା ଦାଗ । ପ୍ରଭାବିତ ଜମି ମଉଳା ଓ ପୁରୁଣା ଦେଖାଯାଏ । ବଯସ୍କମାନଙ୍କ ଲାଲ ମୁଣ୍ଡ ଓ ଗୋଡ ସହିତ ଗାଢ-ନୀଳ ଡେଣା ଥାଏ । ପତ୍ରର ତଳ ପଟେ ଅଣ୍ଡା ଦିଆଯାଏ ।.

ମଧ୍ୟ ଦେଖା ଯାଇପାରେ

4 ଫସଲ ଗୁଡିକ

ଅନ୍ୟ

ଲକ୍ଷଣ

ଏହି ଭୃଙ୍ଗର ଶସ୍ୟ ଫସଲ ଯଥା ଯଅ , ଯବ , ଓ ରାଈ ପ୍ରତି ଏକ ବଳିଷ୍ଠ ଦୁର୍ବଳତା ଅଛି , କିନ୍ତୁ ଏହାର ପ୍ରିୟ ପୋଷକ ହେଉଛି ଗହମ । ଏହାର ଅନ୍ୟ ବିକଳ୍ପ ପୋଷକଗୁଡିକ ହେଉଛି ମକା , ଜୋୱାର ଓ ଘାସ । ଶୂକ ପତ୍ରର ବାହ୍ୟ ଚର୍ମ ଖାଏ ଓ ସଂପୂର୍ଣ୍ଣ ଜୀବନ ଚକ୍ରର ମୁଖ୍ୟ କ୍ଷତି କରେ ।ଏହାର ଖାଇବା ଅଭ୍ୟାସ ଦ୍ଵାରା ପତ୍ର କୋଷକୁ ନିମ୍ନ ତ୍ବଚାବରଣ ତଳକୁ କାଢିବା ଓ ପତଳା ,ଲମ୍ବା ଧଳା ଦାଗ ବା ଚିହ୍ନ ସୃଷ୍ଟି ହୁଏ , ପ୍ରପୀଡନ କ୍ଷେତ୍ରରେ କେତେକ ହୁଏ । ଯାହାହେଲେବି , ବୟସ୍କ ଭୃଙ୍ଗ ସାଧାରଣତଃ ଖାଇବା ସମୟରେ ଅନ୍ୟ ଗଛକୁ କିମ୍ବା ଜମିକୁ ଯାଆନ୍ତି , ଅର୍ଥାତ , ଗୋଟିଏ ଏକାକୀ ଜମିରେ ଅତ୍ୟଧିକ ମାତ୍ରା କ୍ଵଚିତ ହୁଏ । ଦୂରରୁ ପ୍ରଭାବିତ ଜମି ମଉଳା ଓ ପୁରୁଣା ଦେଖାଯାଏ , କିନ୍ତୁ ସାଧାରଣତଃ କ୍ଷତି 40% ରୁ ଅତିକ୍ରମ କରେ ନାହିଁ। କେତେକ ଶସ୍ୟ ଉତ୍ପାଦନ ଅଞ୍ଚଳରେ ଏହି ଭୃଙ୍ଗ ବହୁ ବର୍ଷିଆ ଫସଲ କୀଟ ଓ ଗୁରୁତ୍ୱପୂର୍ଣ୍ଣ ଅଟେ ।

Recommendations

ଜୈବିକ ନିୟନ୍ତ୍ରଣ

ଷ୍ଟିନେର୍ନେମା ପ୍ରଜାତିର କେତେକ ସୂତ୍ରଜୀବ ଜାତି ମାଟିରେ ଶୀତସୁପ୍ତି କରିଥିବା ବୟସ୍କକୁ ଆକ୍ରମଣ କରିଥିବାର ଦେଖାଯାଇଅଛି , ଯାହାକି ବସନ୍ତରେ ପୁନରୁତ୍ପାଦନରେ ବାଧା ଦିଏ । ଯାହାହେଲେବି , ତାପମାତ୍ରା ଅନୁସାରେ ସେମାନଙ୍କ କାର୍ଯ୍ୟଦକ୍ଷତା ବଦଳି ପାରେ । କେତେକ ଲେଡି ଭୃଙ୍ଗ ମଧ୍ୟ ଅଣ୍ଡା ଓ ଶୂକ ଖାଆନ୍ତି । ଟାଚିନିଡ ମାଛି ହ୍ୟାଲୋମ୍ୟାଓଡ଼େସ ଟ୍ରାୟାଙ୍ଗୁଲିଫେର ବୟସ୍କକୁ ନିଷ୍କ୍ରିୟ କରେ ଏବଂ ଏହା ଓ ॰ ମେଲାନୋପସ ସଂଖ୍ୟା ନିୟନ୍ତ୍ରଣ କରିବାକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ମିଳୁଛି । ବଦଳରେ , ଶୂକ ପରଭକ୍ଷୀ ବିରୁଡି ଡାୟାପାର୍ସିସ କାର୍ନିଫର , ଲେମୋଫାଗସ କୁର୍ଟିସ ଏବଂ ଟେଟ୍ରାସ୍ତିଚସ ଜୁଲିସ ଦ୍ଵାରା ନିୟନ୍ତ୍ରଣ କରାଯାଇପାରେ। ଶେଷରେ , ଆନାଫେସ ଫ୍ଲାଭିପେଶ ବିରୁଡି ଅଣ୍ଡାକୁ ନିଷ୍କ୍ରିୟ କରେ ଏବଂ ଏକ ଉତ୍ତମ ନିୟନ୍ତ୍ରଣ ଏଜେଣ୍ଟ ଅଟେ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ଜୈବିକ ଉପଚାର ସହିତ ସର୍ବଦା ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଗାମା ଶ୍ୟାଲୋଥ୍ରୀନ ସକ୍ରିୟ ଉପାଦାନ ଥିବା କୀଟନାଶକ ଏହିକିତ ପାଇଁ ଅଧିକ କାର୍ଯ୍ୟଦକ୍ଷ ଅଟେ , କାରଣ ଏହା ଅଣ୍ଡା ଓ ଶୂକକୁ ପ୍ରଭାବିତ କରେ । ଯେତେବେଳେ ବଯସ୍କମାନେ ଅଣ୍ଡା ଦେଉଥିବେ କିମ୍ବା ଅଣ୍ଡା ସମୂହର 50% ଫୁଟିଥିବ ସିଂଚନ କରାଯିବା ଉଚିତ । ଅପବ୍ୟବହାର ପ୍ରକୃତରେ ଓ ॰ ମେଲାନୋପସର ସଂଖ୍ୟା ବଢାଏ , କାରଣ ପରଭକ୍ଷୀମାନେ ମରିଯାନ୍ତି । ଅର୍ଗାନୋଫସ୍ଫେଟ ପରିବାରର ( ମାଲାଥିଆନ ) କୀଟନାଶକ ଓ ପାଇରେଥ୍ରଇଡ ମଧ୍ୟ ଏହା ପାଇଁ ବ୍ୟବହାର କରାଯାଇଛି ।

ଏହାର କାରଣ କଣ

ଉଲେମା ମେଲାନୋପସ ଭୃଙ୍ଗର ଶୂକ ଯୋଗୁଁ ମୁଖ୍ୟତଃ ଏହି କ୍ଷତି ହୁଏ । ବଯସ୍କମାନେ ପ୍ରାୟ 5ମିମି ଲମ୍ବ ଓ ଲାଲ ମୁଣ୍ଡ ଓ ଗୋଡ ସହିତ ଗାଢ-ନୀଳ ଡେଣା ଥାଏ । ସେମାନେ ଜମି ବାହାରକୁ ବିସ୍ତାର କରନ୍ତି ଓ ସେମାନଙ୍କ ଶୀତସୁପ୍ତି ସୁରକ୍ଷିତ ୱିଣ୍ଡ ରୋ , ଫସଲ ଖୁଣ୍ଟା ,ଗଛ ବକଳ ଫାଟରେ ବିତାନ୍ତି । ଯେତେବେଳେ ବସନ୍ତରେ ପରିବେଶର ପରିସ୍ଥିତି ଉନ୍ନତ ହୁଏ , ତାପମାତ୍ରା ପ୍ରାୟ 10 ଡିଗ୍ରୀ C , ସେମାନେ ବାହାରନ୍ତି । ଗରମ ବସନ୍ତ ଜୀବନ ଚକ୍ର ପାଇଁ ଅନୁକୂଳ ଅଟେ , ଯେତେବେଳେ ଥଣ୍ଡା ସମୟ ଏହାକୁ ବାଧାଦିଏ । ସଂଗମ ପରେ , ମାଇମାନେ ଉଜ୍ଜଳ,ହଳଦିଆ ସିଲିଣ୍ଡର ଆକାରର ଅଣ୍ଡା ପତ୍ରର ତଳପଟେ , ଅଧିକାଂଶ ସମୟରେ ମଧ୍ୟ ଶିରାରେ ଦିଅନ୍ତି ଓ ପ୍ରାୟ ଏକ ସମ୍ପ୍ରସାରିତ ସମୟ ( 45-60 ଦିନ ) ପର୍ଯ୍ୟନ୍ତ ଏହା ଜାରି ରଖନ୍ତି। 7-15 ଦିନ ପରେ ଶୂକ ଫୁଟେ ଏବଂ ପତ୍ରର ବାହ୍ୟ ତ୍ଵଚା ଖାଇବା ଆରମ୍ଭ କରେ ଓ ଅଧିକ କ୍ଷତି କରେ । ସେମାନେ ହଳଦିଆ କିମ୍ବା ଧଳା , କୁବ୍ଜ ପୃଷ୍ଠ , ଏବଂ ଗୋଟିଏ କଳାମୁଣ୍ଡ ଓ 6 ଟି ଛୋଟ ଗୋଡ ରଖିଥାନ୍ତି । 2-3 ସପ୍ତାହ ଖାଇବା ପରେ , ପରିପକ୍ଵତା ଆଡେ ପହଞ୍ଚିବା ସମୟରେ ସେମାନେ କୋଷା କରନ୍ତି ଏବଂ 20-25 ଦିନ ଭିତରେ ବୟସ୍କ ଭୃଙ୍ଗ ହୁଅନ୍ତି ଓ ଜୀବନ ଚକ୍ର ପୁଣି ଆରମ୍ଭ କରନ୍ତି ।


ସୁରକ୍ଷାତ୍ମକ ଉପାୟ

  • ପ୍ରତିରୋଧି କିସମ ବ୍ୟବହାର କରନ୍ତୁ । ଜାତୀୟ ସ୍ତରରେ ଅଞ୍ଚଳ ପାଇଁ ସଙ୍ଗରୋଧ ନିୟମ ଯାଞ୍ଚ କରନ୍ତୁ । ଯେତେବେଳେ ତାପମାତ୍ରା ଗରମ ଥାଏ , ସହଳ ବସନ୍ତରେ ଜମି ନିୟମିତ ନିରୀକ୍ଷଣ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ