ଆଖୁ

ବାଇଂଗଣୀ କାଣ୍ଡ ବିନ୍ଧା ପୋକ

Sesamia inferens

ପୋକ

ସଂକ୍ଷେପରେ

  • ପୁଷ୍ପ ସ୍ତବକ ଗୁଡିକର ମୂଳରେ କିମ୍ବା କାଣ୍ଡରେ କଣା ଦେଖା ଯାଇଥାଏ.
  • କୋଷ ଗୁଡିକ ଝାଉଁଳି ଯାଏ.
  • କାଣ୍ଡ ଉପରେ ମଲା ମଞ୍ଜ ଲକ୍ଷଣ ଦେଖାଯାଏ.
  • ଛୋଟ, ହାଲୁକା ମାଟିଆ ରଂଗର ପ୍ରଜାପତି ଦେଖାଯାଏ ଯାହାର ବାଳୁଆ ମୁଣ୍ଡ ଓ ଦେହ ଥାଏ.
  • ସଁବାଳୁଆ ଗୁଡିକ ଗୋଲାପୀ ରଂଗର ହୋଇ ଥାଆନ୍ତି ଯାହାର ନାଲିଆ-ମାଟିଆ ମୁଣ୍ଡ ଥାଏ.

ମଧ୍ୟ ଦେଖା ଯାଇପାରେ

7 ଫସଲ ଗୁଡିକ

ଆଖୁ

ଲକ୍ଷଣ

ଫସଲ ଉପରେ ହୋଇଥିବା କ୍ଷତି ସବୁ ମୂଖ୍ୟତଃ ସଁବାଳୁଆ ମାନଙ୍କର ଖାଇବା କାର୍ଯ୍ୟକଳାପ ଯୋଗୁଁ ହୋଇଥାଏ.ଏମାନେ କାଣ୍ଡ ମଧ୍ୟରେ କିମ୍ବା କେଣ୍ଡାର ମୂଳରେ କଣା କରି ସେମାନଙ୍କର ଭିତରେ ଥିବା ପଦାର୍ଥରୁ ନିଜ ପୋଷଣ କରି ଥାଆନ୍ତି, ଯାହାକି ଖାଦ୍ୟସାର ଓ ପାଣିର ପରିବହନକୁ ବ୍ୟାଧିତ କରିଥାଏ. କାଣ୍ଡ ଓ କେଣ୍ଡାରେ ସଁବାଳୁଆ ମାନଙ୍କର ବାହାରିବା ପାଇଁ ଥିବା କଣା ମଧ୍ୟ ଦେଖା ଯାଇପାରେ. ଖାଦ୍ୟସାର ଓ ପାଣିର ଅଭାବ ଯୋଗୁଁ ସଂକ୍ରମିତ ଫସଲ ଅଂଶ ଝାଉଁଳି ଯାଏ. ଲମ୍ବ ଭାବେ ଏହାକୁ ଖୋଲିଲେ, ଭିତରେ ଲାର୍ଭା ଓ ଏମାନଙ୍କ ମଳ ଥିବା ସହ କାଣ୍ଡ ଉପରେ ମଲା ମଞ୍ଜର ଲକ୍ଷଣ ଦେଖାଯାଏ.

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ଟେଲେନୋମିଉସ୍(Telenomeus) ଓ ଟ୍ରାଇକୋଗ୍ରାମା(Trichogramma) ପ୍ରଜାତିର କିଛି ରୋଗବାହକ ବିରୁଡି ନିଜ ଅଣ୍ଡାକୁ ସେସାମିୟା ଇନ୍ଫେନ୍ସର ଅଣ୍ଡା ଭିତରେ ଦେଇ ଥାଆନ୍ତି ଓ ସଂଖ୍ୟା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରନ୍ତି. ଉଦାହରଣ ସ୍ୱରୂପ- ଅଙ୍କୁରଣର 12 ଓ 22 ଦିନ ମଧ୍ୟରେ ଟ୍ରାଇକୋଗ୍ରାମା କ୍ଲିଲୋନିସ୍ (ହେକ୍ଟର ପ୍ରତି 8ଟି ଖଣ୍ଡ) ରୋଗବାହକ ଅଣ୍ଡା କୁ ଜମିରେ ଛାଡି ଦେବା. ଲାର୍ଭା ଗୁଡିକ ଆପାଣ୍ଟେଲ୍ସ ଫ୍ଲାଭାୟିପ୍ସ, ବ୍ରାକୋନ୍ କିୟେନେସିସ୍ ଓ ଷ୍ଟ୍ର୍ୟୁମିଓପ୍ସିସ୍ ଭଳି ବିରୁଡି ଦ୍ୱାରା ମଧ୍ୟ ଲାର୍ଭା ଗୁଡିକ ସଂକ୍ରମିତ ହୋଇ ଯାଆନ୍ତି. ଶେଷରେ ପ୍ୟୁପା ଗୁଡିକ ଯ଼ାନ୍ଥୋପିନ୍ପିଲା ଓ ଟେଟ୍ରାସ୍ଟିକ୍ୟୁସ୍ ପ୍ରଜାତିର ପୋକ ଦ୍ୱାରା ଆକ୍ରାନ୍ତ ହୋଇ ଥାଆନ୍ତି. ବିଉଭେରିଆ ବ୍ୟାସିୟାନା କବକ ଓ ବ୍ୟାସିଲସ୍ ଥ୍ୟୁରିଂଜେନେସିସ୍ ବ୍ୟାକ୍ଟେରିଆ ରୁ ଉତ୍ପନ୍ନ ଜୈବୀକ କୀଟନାଶକ ବାଇଂଗଣୀ କାଣ୍ଡ କଣା କରୁଥିବା ପୋକକୁ ପ୍ରଭାବି ଭାବେ ନିୟନ୍ତ୍ରଣ କରିଥାଏ.

ରାସାୟନିକ ନିୟନ୍ତ୍ରଣ

ଯଦି ସମ୍ଭବ ତାହାଲେ ସର୍ବଦା ସମନ୍ଵିତ ନିବାରଣ ଉପାୟକୁ ଜୈବୀକ ଉପଚାର ସହ ଏକୀକୃତ ଭାବେ ପ୍ରୟୋଗ କରିବାର ଯୋଜନା କରନ୍ତୁ. ପୋକ ମାନଙ୍କ ଜନସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ପତ୍ରସମୂହ ଉପରେ ଗୁଣ୍ଡ ଓ ସ୍ପ୍ରେ ଦ୍ୱାରା କୀଟନାଶକ ଗୁଡିକ ସହ ପ୍ରୋଫାୟେଲେଟିକ୍ (ଉଦାହରଣ ସ୍ୱରୁପ- କ୍ଲୋରାଣ୍ଟ୍ରିନିଲିପ୍ରୋଲ୍) ଉପଚାର କରା ଯାଇପାରେ.

ଏହାର କାରଣ କଣ

ଏହି ଲକ୍ଷଣ ଗୁଡିକ ସେସାମିୟା ଇନ୍ଫେନ୍ସ ନାମକ ଏକ ବାଇଂଗଣୀ କାଣ୍ଡ କଣା ପୋକ ଦ୍ୱାରା ହୋଇଥାଏ. ଲାର୍ଭା ଗୁଡିକ ଶୀତ ଋତୁ ବେଳେ ପ୍ୟୁପାବସ୍ଥାରେ କାଣ୍ଡ ଭିତରେ କିମ୍ବା ମାଟି ଉପରେ ଥିବା ଫସଲ ଅବଶେଷରେ ରହି ଥାଆନ୍ତି ଓ ବସନ୍ତ ଋତୁ ବେଳେ ବୟସ୍କ ରୂପରେ ଆବିର୍ଭାବ ହୁଅନ୍ତି, ଯେତେବେଳେକି ପାଣିପାଗ ଅବସ୍ଥା କୋମଳ ଥାଏ. ପ୍ରଜାପତି ଗୁଡିକ ଛୋଟ,ମଜବୁତ୍ ହେବା ସହ ଏମାନଙ୍କର ହାଲୁକା ମାଟିଆ ରଂଗର ବାଳୁଆ ମୁଣ୍ଡ ଓ ଦେହ ଥାଏ. ପରର ଆଗ ପଟଟି ନଡା ଭଳି ରଂଗ ହୋଇଥାଏ ଯାହାର ଧାର ସୁନେଲି ରଂଗର ହୋଇଥାଏ. ପଛ ପରଟି ହଳଦିଆ ଶିରା ସହ ସ୍ଵଛ ଧଳା ରଂଗର ହୋଇଥାଏ. ପ୍ରାକୃତିକ ଭକ୍ଷକ ମାନଙ୍କ ଠାରୁ ରକ୍ଷା କରିବା ପାଇଁ ମାଇ ମାନେ ପତ୍ର ତଳ ପଟେ ପତ୍ର ଧାରରୁ କିଛି ଜାଗା ଛାଡି କେତେକ ଧାଡିରେ ଗୁଡାଏ ଗୋଲ୍, ଫିକା ଓ ହଳଦିଆ-ସବୁଜ ରଂଗର ଅଣ୍ଡା ଦେଇ ଥାଆନ୍ତି. ସଁବାଳୁଆ ଗୁଡିକ 20 ରୁ 25 ମିମି ଲମ୍ବା, ରଂଗରେ ବାଦାମୀ ହେବା ସହ ଏମାନଙ୍କ ନାଲିଆ-ମାଟିଆ ମୁଣ୍ଡ ଥାଏ ଯାହା ଉପରେ ଧାର ନଥାଏ. ଏମାନେ କାଣ୍ଡ ଭିତରେ କଣା କରି ନିଅନ୍ତି ଓ ଆଭ୍ୟନ୍ତରୀଣ କୋଷ ମାନଙ୍କରୁ ପୋଷଣ କରନ୍ତି.


ସୁରକ୍ଷାତ୍ମକ ଉପାୟ

  • ଉପଲବ୍ଧ ଥିଲେ ଅଧିକ ପ୍ରତିରୋଧୀ କିସମର ଫସଲ ବୁଣନ୍ତୁ.
  • କୀଟ ପତଂଗ ମାନଙ୍କ ସଂଖ୍ୟା ବୃଦ୍ଧିରୁ ବଂଚିବା ପାଇଁ ଅନ୍ୟ ଚାଷୀ ମାନଙ୍କ ସହ ସମକାଳୀନ ଫସଲ ବୁଣନ୍ତୁ.ସମାନ ପ୍ରକାରର ବୃଦ୍ଧି କ୍ଷମତା ଥିବା ଫସଲ କିସମକୁ ବୁଣନ୍ତୁ.ଚରମ ସଂଖ୍ୟାରୁ ବଂଚିବା ପାଇଁ ଶୀଘ୍ର ଫସଲ ବୁଣିବା ସହାୟକ ହୋଇପାରେ.
  • ପତ୍ର ସମୂହ ଭିତରେ ପ୍ରଜାପତି ପସିବା ପାଇଁ ବାଧା ଦେବା ପାଇଁ ଘନ ଭାବେ ଫସଲ ବୁଣନ୍ତୁ.
  • ଶିମ୍ବ ଜାତୀୟ ଫସଲ ସହ ଫସଲ ପର୍ଯ୍ୟାୟ କରନ୍ତୁ.
  • ସବୁ ଆଡୁ ଜୋଆର ଭଳିଟ୍ରାପ ବା ଜାଲ ଫସଲକୁ 2-3 ଧାଡିରେ ଲଗାନ୍ତୁ ଯାହା ଦ୍ୱାରା କୀଟ ପତଂଗ ମାନେ ଆକର୍ଷୀତ ହେବେ.
  • ଜମିକୁ ନିୟମିତ ଭାବେ ନୀରିକ୍ଷଣ କରନ୍ତୁ ଓ ସଂକ୍ରମିତ ଫସଲ ଅଂଶକୁ ବାହାର କରି ନିଅନ୍ତୁ.
  • ଉପଯୁକ୍ତ ସ୍ତରର ଯବକ୍ଷାରଜାନ ଥିବା ସାରକୁ ସମୟାନୁସାରେ ପ୍ରୟୋଗ କରିବା ସୁନିଶ୍ଚିତ କରନ୍ତୁ.
  • ଜମି ଭିତରୁ ଓ ଚାରି ପାଖରୁ ଅନାବନା ଘାସ ସବୁ ଉପାଡି ନିଅନ୍ତୁ.
  • ଉତ୍ତମ ଜଳ ପରିଚାଳନା ସୁନିଶ୍ଚିତ କରନ୍ତୁ.
  • ଅମଳ ପରେ ଫସଲ ଅବଶେଷ କୁ ବାହାର କରି ନଷ୍ଟ କରି ଦିଅନ୍ତୁ.
  • ଅସଂବେଦନଶୀଳ ଫସଲ ସହ ଦୀର୍ଘକାଳୀନ ଫସଲ ପର୍ଯ୍ୟାୟ ଯୋଜନା କରନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ