Mythimna separata
ପୋକ
ସଁବାଳୁଆ ଗୁଡିକ ନୂଆ ଚାରା ଓ ପତ୍ର ଦ୍ୱାରା ନିଜ ପୋଷଣ କରନ୍ତି । ପର ସ୍ତରରେ ଏମାନେ ନୂଆ ଚଁଅରକୁ ମଧ୍ୟ ଆକ୍ରମଣ କରି ଥାଆନ୍ତି । ଏମାନେ ମୂଖ୍ୟତଃ ପତ୍ର ଅଗ ଓ ଧାରକୁ ଖାଆନ୍ତି, ଓ ମଧ୍ୟ ଶିରା ଆଡକୁ ଖାଇ ଚାଲନ୍ତି, ଯାହାକି ପତ୍ର ଉପରେ ଦନ୍ତୁରିତ ଭଳି ସଂରଚନା ଦେଖାଯାଇଥାଏ । ଖାଇବା କ୍ଷତ ସ୍ଥାନ ପାଖରେ ଓଦା, ମାଟିଆ କଚଡା ଗାର ଦେଖାଯାଏ । ଯେତେବେଳେ ସଂଖ୍ୟା ଅଧିକ ଥାଏ , ସମୟ ଆଗରୁ ପତ୍ର ଝଡିବା ଦେଖା ଯାଏ । ଯେହେତୁ ଏଇ ପୋକ ମାନେ ଫସଲର ଉପର ଅଂଶକୁ କେବଳ ସେତେବେଳେ ଆକ୍ରମଣ କରନ୍ତି ଯେତେବେଳେ ତଳ ପତ୍ର ସବୁ ସମ୍ପୂର୍ଣ ନଷ୍ଟ ହୋଇଯାଏ, ତେଣୁ ଚଁଅରକୁ ସିଧାସଳଖ କ୍ଷତି ନଗନ୍ୟ ହୋଇଥାଏ । ଫସଲକୁ ପତ୍ରହୀନ କରିବା ପରେ, ଏମାନେ ଅଧିକ ସଂଖ୍ୟାରେ ଅନ୍ୟ ଜମି ଗୁଡିକୁ ବ୍ୟାପି ଯାଆନ୍ତି, ତେଣୁ ଏମାନଙ୍କ ଏପରି ନାମ ଦିଆ ଯାଇଛି । ଏମାନଙ୍କ ବିସ୍ତାରକୁ ସୁହେଇବା ପାଇଁ ଘାସ ଭଳି ବିକଳ୍ପ ପୋଷକ ସାହାଯ୍ୟ କରିଥାଏ ।
ବ୍ରାକୋନିଡ୍ ବିରୁଡି ଆପାଣ୍ଟେଲେସ୍ ରୁଫିକ୍ରୁସ୍ ଓ ଟ୍ୟାକିନାଇଡ୍ ମାଛି ଏକ୍ଯ଼ୋରିଷ୍ଟା ସିଭିଲସ୍ ଲାର୍ଭା ବା ଶୂକଗୁଡିକୁ ପକ୍ଷାଘାତ କରି ଦିଅନ୍ତି ଓ ପୋକ ସଂଖ୍ୟା କୁ ସଫଳତାର ସହ କମେଇଦେଇପାରନ୍ତି ଓ ରୋଗ ବ୍ୟାପିବା ମଧ୍ୟ କମ୍ କରିଦିଏ । ବୟସ୍କ ମାନଙ୍କୁ ମାରିବା ପାଇଁ ସ୍ପିନୋସାଡ୍ କୁ ଉପଯୁକ୍ତ ଭାବେ ପ୍ରୟୋଗ କରା ଯାଇପାରେ । ଅନ୍ୟ ଏକ ଜୈବୀକ ନିୟନ୍ତ୍ରଣ ଉପଚାର ହେଲା ପରଜୀବ ବିଉଭେରିଆ ବ୍ୟାସିୟାନା କବକ ଓ ଇସ୍ଫାରିଆ ଫ୍ୟୁମୋସୋରୋସିଏ କବକ ଦ୍ୱାରା ନିୟନ୍ତ୍ରଣ କରିବା । ଏମାନେ ଲାର୍ଭା ବା ଶୂକରେ ରହନ୍ତି ଓ ମାରି ଦିଅନ୍ତି ।
ଜୈବିକ ଉପଚାର ସହିତ , ସର୍ବଦା ,ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଆକ୍ରମଣ ମାତ୍ରା ଅଧିକ ହେଲେ କୀଟନାଶକ ପ୍ରୟୋଗ କରିବା ଉଚିତ । ମୁଖ୍ୟତଃ ଦିନର ବିଳମ୍ବ ସମୟରେ ଶୂକମାନଙ୍କୁ ସାଇପେରମେଥ୍ରିନ ସିଞ୍ଚନ କରାଯାଇପାରେ । ଅଙ୍କୁରଣ ହେବାର 25 ରୁ 30 ଦିନ ପରେ କୀଟନାଶକର ପ୍ରୟୋଗ ସୈନିକ ପୋକ ସଂଖ୍ୟା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । କ୍ଳୋରୋପାଇରିଫସ ଥିବା ମଧ୍ୟ ବ୍ୟବହାର କରାଯାଇପାରେ ।
ବୟସ୍କ ପ୍ରଜାପତି ଫିକା ବାଦାମି ଠାରୁ ନାଲିଆ ବାଦାମି ରଂଗର ହୋଇଥାଏ ଯାହାର ପର ଦୈର୍ଘ୍ୟ 4-5 ସେମି ହୋଇଥାଏ ଓ ବକ୍ଷ ବାଳ ଥାଏ । ଏମାନଙ୍କ ଆଗ ପର ଧୂସର ହଳଦିଆ ରଂଗର ହେବା ସହ ବିଛେଇ ହୋଇଥିବା କଳା ଚିହ୍ନ ଦେଖାଯାଏ । ଏମାନଙ୍କ ପର ଉପରେ ଦୁଇଟି ଛୋଟ ସ୍ୱଚ୍ଛ କଳା ଦାଗ ଥିବା ସହ କେନ୍ଦ୍ରରେ ଅସ୍ପଷ୍ଟ ଧାର ଥାଏ । ଏମାନଙ୍କ ପଛ ପର ନିଳ-ଧୂସର ରଂଗର ଯାହାର ଗାଢ ଶିରା ଥାଏ ଓ ଗାଢ ବାହ୍ୟ ଧାର ଥାଏ । ବୟସ୍କ ଗୁଡିକ ରାତ୍ରିଚର ହୋଇଥାଆନ୍ତି ଓ ଆଲୋକ ପ୍ରତି ଅଧିକ ଆକର୍ଷିତ ହୋଇ ଯାଆନ୍ତି । ମାଇ ମାନେ ପତ୍ର ତଳ ପଟେ ଫିକା, କ୍ଷୀର ରଙ୍ଗର ଅଣ୍ଡା ଦିଅନ୍ତି । ଯେତେବେଳେ ତାପମାତ୍ରା 15°C ରୁ ଅଧିକ ହୋଇଥାଏ , ଏମାନେ ଭଲ ଭାବରେ ବଂଚି ଥାଆନ୍ତି ଓ ଅଧିକ ଅଣ୍ଡା ମଧ୍ୟ ଦେଇ ଥାଆନ୍ତି । ସଁବାଳୁଆ ଗୁଡିକ ମଜବୁତ୍ ହେବା ସହ ଫିକା ସବୁଜରୁ ମାଟିଆ ରଂଗର ହୋଇଥାଏ । ଏମାନଙ୍କ ଉପରେ ଦେହ ସାରା ଲମ୍ବ ଭାବେ ଗାର ଦେଖାଯିବା ସହ ପରରେ ଥିବା ଗାର ସବୁ କଳା ଦାଗରେ ଭାଂଗି ଯାଇଥାଏ । ଏମାନେ ରାତ୍ରିଚର ହୋଇଥାଆନ୍ତି ଓ ଉର୍ବର ଜମିରେ ଭଲ ଭାବେ ରୁହନ୍ତି । ପ୍ରାଦୁର୍ଭାବ ପାଇଁ ଅନୂକୁଳ ପରିସ୍ଥିତି ମଧ୍ୟରେ ଲଗାତାର ଶୁଷ୍କ ସମୟ ଓ ଏହା ପରେ ପରେ ଜୋରରେ ବର୍ଷା ହେବା ଅନ୍ୟତମ ଅଟେ ।