କଦଳୀ

ମୂଳ ବିନ୍ଧା ପୋକ

Cosmopolites sordidus

ପୋକ

ସଂକ୍ଷେପରେ

  • ଜମି ଉପରେ ଥିବା ପତ୍ର ଓ ଅନ୍ୟାନ୍ୟ ପଦାର୍ଥ ତଳେ ଏହା ଅଣ୍ଡା ଦିଏ । ଦୁଇ ବା ତିନି ସପ୍ତାହ ପରେ ଅଣ୍ଡା ଫୁଟେ ଏବଂ ଶୂକମାନେ ମାଟି ତଳେ ସୁଡଙ୍ଗ ସୃଷ୍ଟି କରି ତଳକୁ ଯାଆନ୍ତି ଓ ଗଛର ଚେରକୁ ଖାଆନ୍ତି । ଗଛର ଭଲ ବୃଦ୍ଧି ହୁଏନାହି ଏବଂ ପ୍ରତିକୂଳ ପାଗରେ ପଡିଯାଇପାରେ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

କଦଳୀ

ଲକ୍ଷଣ

ଈଷତ ସବୁଜ ,ପାତ୍ର ଝାଉଁଳିବା ଓ ନଇଁଯିବା ଆଦି ହେଉଛି ଏହି ଆକ୍ରମଣର ପ୍ରାରମ୍ଭିକ ଲକ୍ଷଣ ।ପୁରୁଣା ପତ୍ରଚ୍ଛଦର ତଳେ ଓ କାଣ୍ଡର ନିମ୍ନଭାଗରେ ପୋକ ଖାଇବା ଯୋଗୁଁ କଣା ଦେଖାଯାଏ । ଶୂକମାନେ କାଣ୍ଡରେ ଓ ଚେରର ସବୁ ଆଡେ ସୁଡଙ୍ଗ କରିଥାଆନ୍ତି । ଅତ୍ୟଧିକ ସଂକ୍ରମିତ ଟିସୁରେ କବକ କ୍ଷୟ ଜନିତ ଚେର ବାହାରେ ଓ କଳା ଦେଖାଯାଏ । ଏହି ପୋକମାନଙ୍କର ଖାଇବା ଯୋଗୁଁ ଓ ସୁବିଧାବାଦୀ ରୋଗକାରୀ ଜୀବାଣୁ ରହିବା ଯୋଗୁଁ ଗଛ ମଧ୍ୟରେ ପାଣି ଓ ଖାଦ୍ୟ ପରିବହନରେ ବାଧା ଉପୁଜେ ଯାହାକି ପତ୍ରକୁ ଶୁଖେଇଦିଏ ଓ ଗଛକୁ ମାରିଦିଏ । ଯୁବ ଗଛ ବିକାଶରେ ଅସଫଳ ହୁଏ ଓ ବଡ ଗଛ ର ବୃଦ୍ଧି ହୁଏ ନହିଁ । ଅତ୍ୟଧିକ ସଂକ୍ରମଣ କ୍ଷେତ୍ରରେ ,ପ୍ରତିକୂଳ ପାଗରେ ପ୍ରଭାବିତ ଗଛଗୁଡିକ ପଡିଯାନ୍ତି । କଦଳୀ କାନ୍ଧିର ଆକାର ଓ ସଂଖ୍ୟା କମିଯାଏ ।

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ଅତୀତରେ ବହୁ ସଂଖ୍ୟାରେ ପରଭକ୍ଷୀମାନଙ୍କୁ ପିମ୍ପୁଡି ଆଉ ଅନ୍ୟ ଭୃଙ୍ଗସହିତ ଏହି ପୋକ ନିୟନ୍ତ୍ରଣ କରିବା ପାଇଁ ବ୍ୟବହାର କରାଯାଉଥିଲା। ସବୁଠାରୁ ସଫଳ ପରାଭକ୍ଷୀମାନେ ହେଲେ ପ୍ଲାସିଆସ ଜାଭାନସ ଓ ଡାକଟାଇଲୋସତେରନସ ହାଇଡ୍ରୋ ଫିଲୋଇଦାସ ।ଗଛ ଲଗାଇବା ପୂର୍ବରୁ କଦଳୀ ପୁଆକୁ ଉଷ୍ତ୍ନଜଳ ଉପଚାର (43 ଡିଗ୍ରୀ C ରେ 3 ଘଣ୍ଟା ଓ 54 ଡିଗ୍ରୀରେ 20 ମିନଟ ) କଲେ ସୁଫଳ ମିଳେ ।ନୂଆ ଜାଗାରେ ପୁଆ ଲଗାଇବା ଉଚିତ ନୁହେଁ । 20% ନିମ୍ବ ମଞ୍ଜି ଦ୍ରବଣରେ ପୁଆଗୁଡିକୁ ବୁଡାଇ ଲଗାଇଲେ ଯୁବ ଗଛଗୁଡିକୁ ଏହି ରୋଗ ବିପକ୍ଷରେ ରକ୍ଷା ମିଳେ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସମନ୍ଵିତ ଜୈବିକ ପଦ୍ଧତି ସହ ସମନ୍ଵିତ ନିରାକାରଣ ପଦ୍ଧତି ଗ୍ରହଣ କରନ୍ତୁ । ଗଛର ମୂଳାଂଶରେ କୀଟନାଶକ ପ୍ରୟୋଗ ଦ୍ଵାରା ଏହାର ସଫଳ ନିୟନ୍ତ୍ରଣ କରାଯାଇପାରିବ । ଅର୍ଗନୋଫାସ୍ଫେଟ କୀଟନାଶକ ଯଥା ମାଲଥିଆନ ଓ ଚ୍ଲୋରୋପ୍ୟରିଫସ ଆଦି ବଜାରରେ ମିଳୁଛି କିନ୍ତୁ ଏଗୁଡିକ ବ୍ୟୟବହୁଳ ଓ ପରିବେଷପ୍ରତି ବିଷକ୍ତ ଅଟେ ।

ଏହାର କାରଣ କଣ

ଫସଲର କ୍ଷତି କସ୍ମୋପୋଲାଇଟିସ ସାର୍ଦିଦଶ ନାମକ କୀଟ ଓ ଏହାର ଶୂକ ଯୋଗୁଁ ହୋଇଥାଏ । ବୟସ୍କ ମାନେ ଘନ ବାଦାମୀ ଠାରୁ ଧୂସର କଳା ରଙ୍ଗରଏବଂ ଉଜ୍ଜଳ ଆବରଣଯୁକ୍ତ ହୋଇଥାଏ । ସେମାନେ ପ୍ରାୟତଃ ଗଛର ନିମ୍ନ ଭାଗରେ ଏହାର ଅବଶେଷ ସହ କିମ୍ବା ପତ୍ରଛଦରେ ଥାଆନ୍ତି । ଏମାନେ ରାତ୍ରିଚର ଓ ନ ଖାଇ କିଛି ମାସ ବଞ୍ଚିଯାଇପାରେ । ଫସଲ ଅବଶେଷରେ କିମ୍ବା ପତ୍ରଛଦରେ ଲୁକ୍କାୟିତଭାବରେ ମାଈପୋକମାନେ ଧଳା ରଙ୍ଗର ଅଣ୍ଡା ଦେଇଥାନ୍ତି । 12ଡିଗ୍ରୀ C ରୁ ନିମ୍ନରେ ଅଣ୍ଡା ବିକାଶ ଲାଭ କରନ୍ତି ନହିଁ । ଅଣ୍ଡା ଫୁଟିବା ପରେ ଶୂକ ମାନେ କାଣ୍ଡ କିମ୍ବା ଚେର ଟିସୂରେ ସୁଡଙ୍ଗ କରି ଗଛକୁ ଦୁର୍ବଳ କରିଦିଅନ୍ତି ଓ ପକେଇଦିଅନ୍ତି । ସୁବିଧାବାଦୀ ରୋଗକାରୀ ଜୀବାଣୁମାନେ ଏହି କ୍ଷତ ବ୍ୟବହାର କରି ଗଛକୁ ସଂକ୍ରମଣ କରନ୍ତି । ଗୋଟିଏ କଦଳୀବାଡରୁ ଅନ୍ୟ କଦଳୀବାଡକୁ ମୁଖ୍ୟତଃ ରୋପଣ ସାମଗ୍ରୀ ଦ୍ଵାରା ସଂକ୍ରମଣ ବ୍ୟାପିଥାଏ ।


ସୁରକ୍ଷାତ୍ମକ ଉପାୟ

  • ବିଭିନ୍ନ ସ୍ଥାନ ମଧ୍ୟରେ କଦଳୀ ରୋପଣ ସାମଗ୍ରୀ ପରିବହନ କରନ୍ତୁ ନହିଁ । ପ୍ରାମାଣିକ ଉତ୍ସରୁ ରୋପଣ ସାମଗ୍ରୀ ବ୍ୟବହାର କରନ୍ତୁ । ଯଦି ସମ୍ଭବ ପ୍ରତିରୋଧି କିସମ ବ୍ୟବହାର କରନ୍ତୁ । ଉପକାରୀ ପରଭକ୍ଷୀ ଯଥା ପିମ୍ପୁଡି ଓ ବେଟଲେ ବା ଭୃଙ୍ଗକୁ ଉତ୍ସାହିତ କରନ୍ତୁ । ମାଈ ଭୃଙ୍ଗକୁ ଆକୃଷ୍ଟକରିବା ପାଇଁ ମାଟି ତଳେ କିଛି କାଣ୍ଡ ଓ ଚେରକୁ ଦୁଇ ଭାଗ କରି ପୋତନ୍ତୁ । ସେମାନେ ଏଥିରେ ଅଣ୍ଡା ଦେବେ ଓ ପରେ ମରିଯିବେ । ଅତ୍ୟଧିକ ସଂକ୍ରମଣ କ୍ଷେତ୍ରରେ ମାଟି ଖୋଳି ଯେଉଁଥିରେ ପୋକ ଅଣ୍ଡା ଦିଏ ଯଥା ଗଛର ଅବଶେଷ , ପତୁରୀ (trash) ଓ ଅନ୍ୟ ସାମଗ୍ରୀକୁ କାଢିନିଅନ୍ତୁ ।ଅତି କମ୍ ରେ 2 ବର୍ଷ ପାଇଁ ଭୂମି ସରକ୍ଷଣ ଫସଲ ସହ ପଡିଆ ଜମି ବ୍ୟବହାର କରନ୍ତୁ । ସଂକ୍ରମିତ ଜମିରେ ଫସଲ ପର୍ଯାୟ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ