Stenodiplosis sorghicola
ପୋକ
ଶୂକ ବଢୁଥିବା ଦାନାର ଚଷୁ ମଧ୍ୟରେ ଖାଇ ତାହାର ବୃଦ୍ଧି ସୀମିତ କରେ । ଏହା ଯୋଗୁଁ ମଞ୍ଜି କୁଞ୍ଚିତ , ବିକୃତ , ଶୂନ୍ୟ ଗର୍ଭ ଓ ଅଗାଡି ହୁଏ । ପରିପକ୍ଵ ଫସଲରେ , ପ୍ରଭାବିତ କେଣ୍ଡା ପୋଡା କିମ୍ବା ମହିଷା ରୋଗଯୁକ୍ତ ହୁଏ । ସେମାନଙ୍କର ଛୋଟ , ସ୍ବଚ୍ଛ ଡାଆଁଶ ପ୍ୟୁପା ଖୋଳ କ୍ଷତିଗ୍ରସ୍ତ କେଣ୍ଡାର ଅଗରେ ଲାଗିଥାଏ । ଚିପିଲେ ,ଡାଆଁଶର ଶୂକ କିମ୍ବା ପ୍ୟୁପା ଦେହରୁ ଲାଲ୍ ରସ ବାହାରେ । ଅତ୍ୟଧିକ ଆକ୍ରମଣରେ ସଂପୂର୍ଣ୍ଣ କେଣ୍ଡା ସାଧାରଣ ଦାନା ନଥାଇ ଶୂନ୍ୟ ହୋଇଥାଏ ।
ଏଉପେଲମସ , ଏଉପେଲ୍ମିଡେ ,ତେଟ୍ରାସ୍ତିଚଷ ଏବଂ ଆପ୍ରୋସ୍ତୋସିତସ ( ଏ ॰ ଡିପ୍ଲୋସିଡିସ , ଏ ॰ କୋଏମହାଟୋରେଂସିସ , ଏ॰ ଗାଲା ) ଆଦି ପରିବାରର ଛୋଟ କଳା ପରଜୀବୀ ବିରୁଡି ଏସ॰ ସୋର୍ଘିକାଲା ର ଶୁକକୁ ଖାଏ ଏବଂ ଏହାର ସଂଖ୍ୟା କମାଇବା ପାଇଁ ଜମିରେ ବ୍ୟବହାର କରାଯାଇପାରେ ।
ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଜମିରେ ଡାଆଁଶ ପାଇଁ ରାସାୟନିକ ନିୟନ୍ତ୍ରଣ କଷ୍ଟକର ହୋଇପାରେ , କାରଣ ଶୂକ , ପ୍ୟୁପା ଓ ଅଣ୍ଡା ଶାଖା କେଣ୍ଡାରେ ସୁରକ୍ଷିତ ଥାଆନ୍ତି । ଫୁଲ ଫୁଟିବା ସମୟରେ ପ୍ରାତଃ କାଳରେ ଯେତେବେଳେ ବୟସ୍କ ବାହାରକୁ ଆସେ , ସେହି ସମୟରେ ସତର୍କତାର ସହିତ କୀଟନାଶକ ପ୍ରୟୋଗ କରିବା ଉଚିତ । ଅନ୍ୟ ଅବସ୍ଥାରେ ଉପଚାର ଫଳପ୍ରସୂ ହୁଏ ନାହିଁ । କ୍ଳୋରୋପାଇରିଫସ ,ସାଇଫ୍ଲୁଥୃନ , ସ୍ଯାଥାଲୋଥୃନ , ଏସଫେନଭାଲେରେଟ କିମ୍ବା ମାଲାଥିଆନ ବ୍ୟବହାର କରାଯାଇପାରେ । ଅମଳ ପରେ , କେଣ୍ଡାରେ ଥିବା ଶୂକକୁ ମାରିବା ପାଇଁ ଜୋୱାର ଦାନାରେ ଫସଫିନ ସହିତ ଧୂମ ଉପଚାର କରାଯାଇପାରେ । ଏହା ଅନ୍ୟ ନୂଆଁ ଅଞ୍ଚଳକୁ କୀଟର ବିସ୍ତାର ସମ୍ଭାବନାକୁ କମାଏ ।
ଜୋୱାର ଡାଆଁଶର ଶୂକ ( ଷ୍ଟେନୋଡିପ୍ଲୋସିସ ସୋର୍ଘିକୋଲା ) ଦ୍ଵାରା ମୁଖ୍ୟତଃ ଲକ୍ଷଣ ଦେଖାଯାଏ । ବୟସ୍କ ଡାଆଁଶଗୁଡିକ ଉଜ୍ଜ୍ଵଳ କମଳା ରଙ୍ଗର ଶରୀର , ସ୍ବଚ୍ଛ ଡେଣା, ଲମ୍ବା ଆଣ୍ଟିନା ବା ଶୃଙ୍ଗିକା ସହିତ ମଶା ଭଳି ଦେଖାଯାନ୍ତି ।ଯେତେବେଳେ ତାପମାତ୍ରା ଓ ଆର୍ଦ୍ରତା ବଢେ ସେମାନେ ଦାନାରେ ଥିବା ସୁପ୍ତ ଅବସ୍ଥାରୁ ବାହାରି ଆସି ଏକ ଘଣ୍ଟା ମଧ୍ୟରେ ସଂଗମ କରନ୍ତି । ଏହାର ଅଳ୍ପ ସମୟ ପରେ , ମାଈ କୀଟ 1 ରୁ 5 ଛୋଟ , ସିଲିଣ୍ଡର ଆକାରର ସ୍ବଚ୍ଛ ଅଣ୍ଡା ପ୍ରତ୍ୟେକ ଶାଖା କେଣ୍ଡାରେ ଦିଏ । 2 ରୁ 3 ଦିନ ମଧ୍ୟରେ ଅଣ୍ଡା ଫୁଟେ ଏବଂ ବର୍ଣ୍ଣହୀନ ଶିଶୁ ଶୂକ ବଢୁଥିବା ଦାନାର କଅଁଳ ଅଂଶକୁ ଖାଇବା ଆରମ୍ଭ କରେ । ଲଗାତର 10 ରୁ 15 ଦିନ ଖାଇବା ପରେ ପରିପକ୍ଵ ଗାଢ କମଳା ରଙ୍ଗର ଶୂକ ଦାନା ଭିତରେ 3 ରୁ 5 ଦିନ ପାଇଁ ପ୍ୟୁପା କରେ ଓ ତାପରେ ବୟସ୍କ ହୋଇ ବାହାରି ଜୀବନ ଚକ୍ର ପୁଣି ଆରମ୍ଭ କରେ । ଅମଳ ପରେ , ଦାନାରେ ଥିବା ଶୂକ ସୁପ୍ତ ଅବସ୍ଥାରେ ପ୍ରବେଶ କରେ ଯେଉଁଠାରେ ତାହା 3 ବର୍ଷ ପର୍ଯ୍ୟନ୍ତ ବିଶ୍ରାମ ନେଇପାରେ ।