Chilo partellus
ପୋକ
ଚିତ୍ରିତ କାଣ୍ଡ ବିନ୍ଧା ପୋକର କଅଁଳ ସଁବାଳୁଆ ଫସଲର ପତ୍ରର ନରମ କୋଷରୁ ନିଜ ପୋଷଣ କରି ଥାଆନ୍ତି । ଏମାନେ ପତ୍ର ଓ ପତ୍ର ସମୂହ ଉପରେ ସୁଡଙ୍ଗ କରି ଅସମ ଆକୃତିର ଦାଗ, କଣା ଓ ଝରକାଭଳି ସୃଷ୍ଟି କରନ୍ତି । ବୟସ୍କ ଲାର୍ଭା ଗୁଡିକ କାଣ୍ଡ ଭିତରକୁ ସୁଡଂଗ ତିଆରି କରି ଭିତରର କୋଷରୁ ନିଜ ପୋଷଣ କରନ୍ତୁ,ଯାହା ଦ୍ୱାରା ପାଣି ଓ ପୋଷଣ ପ୍ରବାହ ବ୍ୟାଧିତ ହୋଇଯାଏ. ଏହି ଖାଇବା କାର୍ଯ୍ୟକଳାପ ଦ୍ୱାରା ଜଣାଶୁଣା "ମଞ୍ଜ କୀଳା " ର ଲକ୍ଷଣ ଦେଖା ଯାଇଥାଏ ଯେଉଁଥିରେ କାଣ୍ଡ ଫମ୍ପା ହୋଇଯାଏ ଓ କେବଳ ସଁବାଳୁଆ ଓ ସେମାନଙ୍କ କଚଡା ହିଁ ଭିତରେ ଦେଖିବାକୁ ମିଳିଥାଏ । ଫସଲର ଉପର ଅଂଶ ଗୁଡିକ ଆଂଶିକ ଭାବେ କିମ୍ବା ସମ୍ପୂର୍ଣ ଭାବେ ଶୁଖି ଯାଇଥାଏ. ସଂକ୍ରମିତ ଫସଲ ଗୁଡିକର ରୁଗୁଡିଆ ବୃଦ୍ଧି ହୋଇପାରେ ଓ ପଡି ଯାଇପାରେ. ବୟସ୍କ ସଁବାଳୁଆ ଗୁଡିକ ମୂଖ୍ୟତଃ ଭୁଁଡି ଭିତରକୁ ସୁଡଂଗ ତିଆରି କରିଥାଏ. ମୋଟାମୋଟି ଭାବେ କହିବାକୁ ଗଲେ ଖାଇବା କାର୍ଯ୍ୟକଳାପ ଦ୍ୱାରା କବକଜନିତ ଓ ଜୀବାଣୁଜନିତ ରୋଗ ବ୍ୟାପିବା ଓ ମାରାତ୍ମକତାକୁ ବଢେଇ ଦେଇଥାଏ.
ନିମ ତେଲ, ବିଉଭେରିଆ ବ୍ୟାସିୟାନା ଓ ବ୍ୟାସିଲସ୍ ଥ୍ୟୁରିଂଜେନେସିସ୍ରୁ ଉତ୍ପନ୍ନ ଜୈବୀକ କୀଟନାଶକ ଦ୍ୱାରା ଏହି ପୋକକୁ ନିୟନ୍ତ୍ରଣ କରା ଯାଇପାରେ । ମୋଲାସ୍ ଘାସ (ମେଲିନିସ୍ ମିନ୍ୟୁଟିଫ୍ଲୋରା) କିମ୍ବା ସବୁଜପତ୍ର ଡେସ୍ମୋଡିୟମ୍ (ଡେସ୍ମୋଡିୟମ୍ ଇଣ୍ଟ୍ରୋଟମ୍) ଭଳି ଗଛ ଏହି ପ୍ରଜାପତିକୁ ବିକର୍ଷିତ କଲାଭଳି ଉଦବାୟୀ ଏଜେଣ୍ଟ ଉତ୍ପର୍ଣ କରେ । କୋଟେସିୟା ସେସାମିୟେ, ସି.ଫ୍ଲାଭାଇପ୍ସ ଓ ଟ୍ରାଇକୋଗ୍ରାମା ପ୍ରଜାତିର କିଛି ରୋଗବାହକ ବିରୁଡି ନିଜ ଅଣ୍ଡାକୁ ଚିତ୍ରିତ କାଣ୍ଡ ବିନ୍ଧା ସଁବାଳୁଆର ଲାର୍ଭା ଭିତରେ ଦେଇ ଥାଆନ୍ତି । ଯ଼ାନ୍ଥୋପିନ୍ପିଲା ଷ୍ଟେମ୍ମାଟୋର୍ ନାମକ ଅନ୍ୟ ଏକ ବିରୁଡି ପୋକ ମାନଂକୁ ସେମାନଂକ ପ୍ୟୁପାବସ୍ଥାରେ ଆକ୍ରମଣ କରି ଥାଆନ୍ତି । ଇଆରବିଗ ଓ ପିମ୍ପୁଡି ଏହାର ପ୍ରାକୃତିକ ଶତ୍ରୁ ମଧ୍ୟରେ ଅନ୍ୟତମ ଅଟେ । ଏମାନେ ପୋକ ସଂଖ୍ୟା ନିୟନ୍ତ୍ରଣ କରିବାରେ ବହୁତ ସାହାଯ୍ୟ କରନ୍ତି
ଯଦି ସମ୍ଭବ ତାହାଲେ ସର୍ବଦାଏକ ସମନ୍ଵିତ ନିବାରଣ ଉପାୟକୁ ଜୈବୀକ ଉପଚାର ସହ ଏକୀକୃତ ଭାବେ ପ୍ରୟୋଗ କରିବାର ଯୋଜନା କରନ୍ତୁ. କୀଟନାଶକ ଦ୍ୱାରା ଉପଚାର କରିବା ପୂର୍ବରୁ ସମ୍ଭବପର ଅମଳ କ୍ଷତି ଓ ଜମି ଚାରିପାଖର ପରିବେଶକୁ ହେଉଥିବା କ୍ଷତିକୁ ମଧ୍ୟ ହିସାବରେ ନିଅନ୍ତୁ. ଡେଲ୍ଟାମେଥ୍ରୀନ୍ କିମ୍ବା କ୍ଲୋରାଣ୍ଟ୍ରୀନିଲିପ୍ରୋଲ୍ ଉପରେ ଆଧାରିତ କୀଟନାଶକକୁ ପତ୍ର ସମୂହ ଉପରେ ଦାନାଦାର ଭାବେ ଉପଚାର କରିଲେ ଚିତ୍ରିତ କାଣ୍ଡ ବିନ୍ଧା ପୋକ ନିୟନ୍ତ୍ରଣ କରାଯାଇପାରେ ।
ବୟସ୍କ ପ୍ରଜାପତି ଗୁଡିକ ହାଲୁକା ମାଟିଆ ରଂଗର ହୋଇଥାଏ ଓ ଏମାନଙ୍କ ପରର ଦୈର୍ଘ୍ୟ 20 ରୁ 25 ମିମି ର ହୋଇଥାଏ. ଆଗ ପର ଗୁଡିକ ହାଲୁକା ମାଟିଆ ରଂଗର ହେବା ସହ ଏହା ଉପରେ ଗାଢ ସଂରଚନା ଥାଏ ଓ ପଛ ପର ଗୁଡିକ ଧଳା ରଂଗର ହୋଇଥାଏ. ବୟସ୍କ ମାନେ ରାତି ବେଳା ସକ୍ରୀୟ ରୁହନ୍ତି ଓ ଦିନ ବେଳେ ଫସଲ ଓ ଫସଲ ଅବଶେଷ ଉପରେ ଆରାମ କରିଥାଏ. ପତ୍ରର ପୃଷ୍ଠ ଉପରେ ମାଇ ମାନେ 10-80 କ୍ଷୀର ଭଳି ଧଳା ଅଣ୍ଡା ଗୁଚ୍ଛ ଭାବରେ ଜନ୍ମ ଦେଇ ଥାଆନ୍ତି. ସଁବାଳୁଆ ଗୁଡିକର ନାଲିଆ-ମାଟିଆ ମୁଣ୍ଡ ଓ ଲମ୍ବା ଗାର ସହ ହାଲୁକା ମାଟିଆ ରଂଗର ଦେହ ଥାଏ ଓ ପଛ ପଟେ ଲମ୍ବ ଭାବେ କଳା ପଟି ଓ ଗାଢ ଦାଗ ଦେଖାଯାଏ, ତେଣୁ ୟାକୁ ଏପରି ନାମ ଦିଆ ଯାଇଅଛି । ଏହି ଫସଲର ପୋଷକ ଫସଲ ବିସ୍ତୃତ ଅଟେ ଓ ଏହା ମଧ୍ୟରେ ଜୋୱାର , କ୍ଷୁଦ୍ର ଶସ୍ୟ ଓ ମକା ଅନ୍ୟତମ ଅଟେ । ପାଣିପାଗ ପରିସ୍ଥିତି ଗୁଡିକ ପ୍ରଜାପତିର ଜୀବନ ଚକ୍ର ଉପରେ ପ୍ରଭାବ ପକେଇଥାଏ. ଗରମ ଓ ଆପେକ୍ଷିକ ଆର୍ଦ୍ର ପାଣିପାଗ ସାଧାରଣତଃ ଅନୂକୁଳ ହୋଇଥାଏ. ଏହି କୀଟ ଅତି ସାଧାରଣ ଭାବେ ଗରମ ତଳିଆ ଅଂଚଳରେ ହୁଏ ଓ 1500 ମି. ଉଚ୍ଚତା ଉପରେ ବିରଳ ଭାବେ ହୋଇଥାଏ.