Pieris brassicae
ପୋକ
ବାହ୍ୟ ପତ୍ରରେ କ୍ଷତ ଚିହ୍ନ ମଧ୍ୟ ଏହି କୀଟର ଉପସ୍ଥିତିର ଏକ ସ୍ପଷ୍ଟ ସଂକେତ ଅଟେ। ବାହ୍ୟ ପତ୍ର ବ୍ୟତୀତ, ବନ୍ଧାକୋବି କଟା ହେଲେ ଭିତର ପତ୍ରରେ ମଧ୍ୟ କ୍ଷତ ଚିହ୍ନ ଦେଖାଯାଇ ପାରେ। ଅନେକ ସମୟରେ ଗଛ ଉପରେ ସମ୍ବାଳୁଆ ଓ ସେମାନଙ୍କ ମଳ ଦେଖାଯାଏ। ଫୁଲକୋବି, ବ୍ରସେଲ୍ସ ସ୍ପ୍ରାଉଟ, ସ୍ଵିଡଏବଂ ସାଲଗମ ସମେତ ସମସ୍ତ ପ୍ରକାର ବ୍ରାସିକା ଫସଲଗୁଡିକ ପ୍ରଭାବିତ ହୁଅନ୍ତି। ଆହୁରି, କେତେକ ବାଳୁଙ୍ଗା ମଧ୍ୟ ପ୍ରଭାବିତ ହୋଇପାରେ।
କୋଟେସିଆ ଗ୍ଲୋମେରାଟା ନାମକ ପରଜୀବୀ ଦ୍ଵାରା ଏହି ପି. ବ୍ରାସିକା କୀଟର ଲାର୍ଭା ନିୟନ୍ତ୍ରିତ ହୋଇପାରିବା ସ୍ଥଳେ ଏହାର ପ୍ୟୁପା ଅବସ୍ଥାରେ ଟେରୋମାଲସ ପ୍ୟୁପାରମ ନିୟନ୍ତ୍ରଣ କରିଥାଏ। ପ୍ରାକୃତିକ ଭାବରେ ଥିବା ବ୍ୟାକ୍ଟେରିଆ ବେଶିଲସ ଥୁରିଞ୍ଜିଏଂସିସ କିମ୍ବା ସାକାରୋପଲିସ୍ପୋରା ସ୍ପିନୋସା (ସ୍ପିନୋସାଦ) ପତ୍ରର ଉଭୟ ଉପର ଓ ତଳ ପଟେ ସିଞ୍ଚନ କରିଲେ ଅଧିକ ଫଳପ୍ରସୂ ହୋଇଥାଏ। ଏହି କୀଟନାଶକଗୁଡିକ ପରିବେଶରେ ଅଧିକ ଦିନ ସକ୍ରିୟ ରହେ ନାହିଁ। ରୋଗ ସୃଷ୍ଟିକାରୀ ଏକ ସୂତ୍ରଜୀବ, ଷ୍ଟିନେର୍ନେମା କାର୍ପୋକାପ୍ସେ ମଧ୍ୟ ଏହି ସମ୍ବାଳୁଆ ଦମନ ପାଇଁ ଉପଲବ୍ଧ ଅଛି ଏବଂ ଥଣ୍ଡା ମୃଦୁ ପାଣିପାଗ ଭଳି ପତ୍ର ଓଦା ଥିବା ସମୟରେ ପ୍ରୟୋଗ ହେବା ଆବଶ୍ୟକ ଅଟେ।
ଯଦି ଉପଲବ୍ଧ ହୁଏ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ସକ୍ରିୟ ଉପାଦାନ ପାଇରେଥ୍ରମ, ଲାମ୍ବଡା-ସିଆଲଥ୍ରିନ କିମ୍ବା ଡେଲ୍ଟାମେଥ୍ରିନ ଥିବା କୀଟନାଶକ ଏହି ସମ୍ବାଳୁଆ ଦମନ ପାଇଁ ବ୍ୟବହାର କରାଯାଇ ପାରେ। ପାଇରେଥ୍ରମର ରସ କିଛି ଥର ପାଇଁ ପ୍ରୟୋଗ କରାଯାଇ ପାରେ ଏବଂ ଅମଳର ଏକ ଦିନ ପୂର୍ବ ପର୍ଯ୍ୟନ୍ତ ମଧ୍ୟ ଏହା ପ୍ରୟୋଗ କରାଯାଇ ପାରେ। ଲାମ୍ବଡା-ସିଆଲଥ୍ରିନ କିମ୍ବା ଡେଲ୍ଟାମେଥ୍ରିନ ପାଇଁ ସର୍ବାଧିକ ଦୁଇଟି ପ୍ରୟୋଗ ସୁପାରିସ କରାଯାଏ ଏବଂ ଏକ ସପ୍ତାହ ଅମଳ ବ୍ୟବଧାନ ରଖାଯାଏ।
ପ୍ରଜାପତିର ଆଗ ଡେଣାରେ ଏକ ସ୍ପଷ୍ଟ କଳା ଅଗ୍ର (ମାଇ ପ୍ରଜାପତି ରେ ଦୁଇଟି କଳା ବିନ୍ଦୁ ) ସମେତ ଏକ କଳା ଶରୀର ଓ ଚମକୁଥିବା ଧବଳ ଡେଣା ଥାଏ। ପ୍ୟୁପା ଅବସ୍ଥାରୁ ବାହାରିବାର କିଛି ସପ୍ତାହ ପରେ, ମାଇ ପ୍ରଜାପତି ଗୁଡିକ ପତ୍ରର ତଳ ପଟେ ସବୁଜ-ହଳଦିଆ ଅଣ୍ଡା ଦିଅନ୍ତି। ଫୁଟିବା ପରେ, ଗଛର ଟିସୁକୁ ସମ୍ବାଳୁଆ ଖାଇବା ଆରମ୍ଭ କରନ୍ତି। ସମ୍ବାଳୁଆ ବନ୍ଧାକୋବି ଭିତରେ ମଧ୍ୟ କଣା କରିଥାନ୍ତି।