Mamestra brassicae
ପୋକ
ବନ୍ଧାକୋବି ପ୍ରଜାପତିର ସମ୍ବାଲୁଆ ଗୁଡିକ ପତ୍ର ଖାଇବା ଆରମ୍ଭ କରନ୍ତି ଓ ସୁଡଙ୍ଗ କରି ବନ୍ଧାକୋବି ଭିତରେ ପଶେ। ସେମାନେ ପତ୍ର ଖାଇଲା ବେଳେ ଖଦଡ ଶିରା ଗୁଡିକ ଛାଡିଦିଅନ୍ତି ଯାହାକି ପତ୍ରକୁ କଙ୍କାଳ ଭଳି କରିଦିଏ । ପ୍ରଥମ ପିଢୀ ( ବସନ୍ତ ରୁ ସହଳ ଗ୍ରୀଷ୍ମ ) ଭଳି ନହୋଇ , ଦ୍ଵିତୀୟ ପିଢୀରେ ଏମାନେ କେବଳ କଠିନ ପତ୍ର ଖାନ୍ତି , ତାହାନୁହେ , ଆହୁରି ଭିତର ବନ୍ଧାକୋବିକୁ ସୁଡଙ୍ଗ କରି ଖାନ୍ତି । କଣା ଓ ସୁଡଙ୍ଗ ଚାରିପଟେ କୀଟ ଚର୍ବିତ କଚରା ଦେଖାଯାଏ । ଏହି ପ୍ରକାର କ୍ଷତି ବନ୍ଧାକୋବିର ସମ୍ବାଲୁଆ ଫସଲରେ କରେ ।
ଟ୍ରାଇକୋଗ୍ରାମା ପ୍ରଜାତିର ପରଭକ୍ଷୀ ବିରୁଡି ଏହି ପ୍ରଜାପତି ର ଅଣ୍ଡା ନଷ୍ଟ କରିବା ପାଇଁ ବ୍ୟବହାର କରାଯାଇପାରେ । ବିଭିନ୍ନ ପ୍ରକାର ପରାଭକ୍ଷୀମାନଙ୍କ ଯଥା ପରଭକ୍ଷୀ ବିଟଲ , ହଳଦିଆ ଜାକେଟ , ସବୁଜ ଝାଲର ଡେଣା ,ବୁଢିଆଣୀ ଏବଂ ପକ୍ଷୀ ଏମାନଙ୍କ ଶୂକ ଖାଏ । ପ୍ରକୃତିକ ଭାବରେ ମିଳୁଥିବା ବେଶିଲସ ଥୁରିଙ୍ଗେନେଂସିସ ଏବଂ କେତେକ ଭୂତାଣୁ ପ୍ରସ୍ତୁତି ଏହାକୁ ମାରିପାରେ ଓ ପତ୍ରର ଉଭୟ ପଟେ ସିଂଚନ କଲେ ଅଧିକ ଫଳପ୍ରସୂ ହୁଏ । ଏହି କୀଟନାଶକ ପରିବେଶରେ ଅଧିକ ଦିନ ରହନ୍ତି ନାହି । ଏହି ସମ୍ବଳୁଆକୁ ଦମନ କରିବାକୁ ରୋଗସୃଷ୍ଟିକାରୀ ସୂତ୍ରଜୀବ ମଧ୍ୟ କାମ ଦିଏ ଏବଂ ପତ୍ର ଓଦା ଥିବା ବେଳେ ପ୍ରୟୋଗ କରିବା ଉଚିତ ଉଦାହରଣ ସ୍ୱରୂପ ଥଣ୍ଡା ମାନ୍ଦା ପାଗରେ ।
ଯଦି ମିଳେ , ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ପାଇରେଥ୍ରିଆମ , ଲମ୍ବଡା ଶିଳୋଥ୍ରିନ କିମ୍ବା ଡେଲ୍ଟା ମେଥ୍ରିନ ସକ୍ରିୟ ଉପାଦାନ ଥିବା କୀଟନାଶକ ଏହି ସମ୍ବାଲୁଆ ଦମନ କରିବାକୁ ପ୍ରୟୋଗ କରାଯାଇପାରେ । ଲମ୍ବଡା ଶିଳୋଥ୍ରିନ କିମ୍ବା ଡେଲ୍ଟା ମେଥ୍ରିନପାଇଁ 2 ଟି ପ୍ରୟୋଗ ଅନୁମୋଦନ କରାଯାଏ ଏବଂ ଏକ ସପ୍ତାହର ଅମଳ ବ୍ୟବଧାନ ଦିଆଯିବ ଉଚିତ ।
ମାମେଷ୍ଟ୍ରା ବ୍ରାସିକେ ବନ୍ଧାକୋବି ପ୍ରଜାପତିର ସମ୍ବାଲୁଆ ଯୋଗୁଁ ଏହି ଲକ୍ଷଣ ଦେଖାଯାଏ । ପରିପକ୍ଵ ଶୂକ କୋଷା ତିଆରି କରେ ଓ ମାଟିରେ ରହେ । ବଯସ୍କମାନଙ୍କ କଳା ବାଦାମୀ ଅନୁପ୍ରାସ୍ଥିକ ଅସମତଳ ଜାଗା ଓ ଏକାନ୍ତରିକ ସ୍ବଚ୍ଛ ଜାଗା ସହ ବାଦାମି ଆଗ ଡେଣା ଥାଏ । ପଛ ଡେଣା ଫିକା ଧୂସର ରଙ୍ଗ ଅଟେ । ବାହାରିବାର କେତେ ସପ୍ତାହ ପରେ ମାଈ ମାନେ ପତ୍ରର ଉଭୟ ପଟେ ଗୁଚ୍ଛ ଭାବରେ ଧଳା ବୃତ୍ତାକାର ଅଣ୍ଡା ଦିଅନ୍ତି । ଅଣ୍ଡା ଫୁଟିବା ପରେ ସମ୍ବାଲୁଆ ମାନେ ପତ୍ର ଖାଇବା ଆରମ୍ଭ କରନ୍ତି ଓ ଘଟଣାକ୍ରମେ ବନ୍ଧାକୋବି ଭିତରେ ସୁଡଙ୍ଗ କରି ଖାନ୍ତି । ଶରୀରରେ ସ୍ପଷ୍ଟ ବାଳ ନଥାଇ ଏମାନେ ହଳଦିଆ ସବୁଜ କିମ୍ବା ବାଦାମୀ ସବୁଜ ଅଟନ୍ତି । ଏମାନେ ଏକ ବର୍ଷରେ ଦୁଇଟି ପିଢୀ ଦିଅନ୍ତି । ବିଳମ୍ବ ବସନ୍ତରେ , ପ୍ରଜାପତିର ପ୍ରଥମ ପିଢୀ ମତିରୁ ଫୁଟି ବାହାରେ , ଏବଂ ସମ୍ବାଲୁଆ ସଂକ୍ରମିତ ଗଛରେ ଦେଖିବାକୁ ମିଳେ । ବିଳମ୍ବ ଗ୍ରୀଷ୍ମରେ ଦ୍ଵିତୀୟ ପିଢୀ ଦେଖାଯାଏ ।