Delia platura
ପୋକ
ମାଟିରେ ଥିବା ଜୈବିକ ଅଂଶ ଓ ଗଜା ହେଉଥିବା ଚାରାକୁ ମେଗଟ ଖାଏ । ସେମାନେ ବିହନକୁ କଣା କରି ଟିସୁକୁ ନଷ୍ଟ କରନ୍ତି ଓ ଗଜା ହେବାରେ ବାଧା ଦିଅନ୍ତି । ଜଦିବା ଗଜା ହୁଏ ,ନୂଆ ପତ୍ରରେ ମେଗଟ ଖାଇବା ଜନିତ କ୍ଷତ ସ୍ପଷ୍ଟ ରୂପରେ ଜଣାପଡେ । ଟିସୂ ପଚିପାରେ ।ଚାରା ଝାଉଂଳେ , ରୁଗୁଡିଆ ବୃଦ୍ଧି ହୁଏ ଓ ଗଛ ବିକୃତ ହୁଏ। ଅମଳ ଓ ମାନ କମେ । ଯଦି ମାଟି ଓଦା ଥାଏ ଏବଂ ଥଣ୍ଡା ପାଗ ଓ ଉଚ୍ଚ ଆର୍ଦ୍ରତା ଅଧିକ ଦିନ ଲାଗିରହେ ,କ୍ଷତି ଅଧିକ ହୁଏ ।
ଏହାର ଜୀବନ ମାଟି ତଳେ ଥିବା ଯୋଗୁଁ ,ବୀଜଶସ୍ୟ ମେଗଟର ଅଧିକ ପ୍ରାକୃତିକ ଶତ୍ରୁ ନାହାନ୍ତି । ଯାହାହେଲେବି, ମାଟିରେ ଥିବା ବିଟଲ ,ବୁଡୁବୁଡିଆଣୀ ଏବଂ ପକ୍ଷୀମାନେ ଏମାନଙ୍କୁ ଖାନ୍ତି । ପରାଭକ୍ଷୀ ଓ କବକ ରୋଗ ଏହାକୁ ଠିକ ଭାବେ ନିୟନ୍ତ୍ରଣ କରନ୍ତି ନାହିଁ । ପ୍ରାକୃତିକ ଭାବରେ ଏମାନେ ଉଜ୍ଜଳ ରଙ୍ଗ ପ୍ରତି ଆକୃଷ୍ଟ ହୁଅନ୍ତି ,ତେଣୁ ସେମାନଙ୍କୁ ଉଜ୍ଜଳ ବାଲତିରେ ସାବୁନ ପଣି ରାଖୀ ଧରାଯାଇପାରେ ।
ଯଦି ମିଳେ , ସର୍ବଦା ଜୈବିକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ ।ମେଗଟକୁ ଦୂରେଇବା ପାଇଁ କୀଟନାଶକ ସହିତ ବିହନ ଉପଚାର କରାଯାଇପାରେ ।କୀଟନାଶକ ବ୍ୟବହାର କରାଯାଇପାରେ। କିନ୍ତୁ ଦେଶର ପ୍ରତିବନ୍ଧକ ନିୟମ ଜାଣିବା ଦରକାର । ମାଟିରେ ପ୍ରୟୋଗ କରାଯାଉଥିବା କୀଟନାଶକ ମଧ୍ୟ ବ୍ୟବହାର କରାଯାଇପାରେ ।
ଦେଲିଆ ପ୍ଲାଟୁରା ଓ ଦେଲିଆ ଆଣ୍ଟିକୁଆ ମାଛିର ମେଗଟ ଦ୍ଵାରା ଏହି ଲକ୍ଷଣ ଦେଖାଯାଏ ।ରଙ୍ଗରେ ବୟସ୍କମାନେ ଘରମାଛି ଭଳି ଦେଖାଯାନ୍ତି । କିନ୍ତୁ ସେମାନେ ଛୋଟ ଓ ପତଳା ଅଟନ୍ତି । ପୁରୁଣା ଚେର ଓ ଗଛର ଅବଶେଷ ନିକଟରେ ଏମାନେ ଫସଲ ପରେ ରୁହନ୍ତି । ବସନ୍ତ ଋତୁରେ ଯେତେବେଳେ ବିହନ ଲଗାଯାଏ ,ବଯସ୍କମାନେ ବାହାରନ୍ତି । ମାଈ ମାନେ ଓଦା ମାଟିରେ ଯେଉଁଥିରେ ଅଧିକ ପରିମାଣର କ୍ଷତ ଅଂଶ ଥାଏ ସେଇଠି ଅଣ୍ଡା ଦିଅନ୍ତି । ହଳଦିଆ ଭଳି ଧଳା , ପାଦ ନଥିବା ଶୂକ ପ୍ରାୟ ଏକ ସପ୍ତାହ ପରେ ବାହାରେ ଓ କ୍ଷତ ଅଂଶ ଏବଂ ଚାରା ଖାଏ । ଥଣ୍ଡା, ଓଦା ପାଗ ଯାହାକି ପୋକର ଜୀବନ ଚକ୍ର ଓ ଖାଇବା ଅନୁକୂଳ ,କ୍ଷତି ଅଧିକ ହୁଏ । ଗରମ ଓ ଖରାଟିଆ ପାଗ ଅଣ୍ଡା ଦେବାରେ ବାଧା ଦିଏ ଓ ଗଛ ଶୀଘ୍ର ବଢେ ।