ଅନ୍ୟ

ଫଳ ଗଛ ବକଳ ବିଟଲ

Scolytus mali

ପୋକ

5 mins to read

ସଂକ୍ଷେପରେ

  • ରୁଗୁଡିଆ ଗଛର ଶାଖା କିମ୍ବା ଗଣ୍ଡିରେ ଛିଦ୍ର ଏବଂ ମଳ ଦେଖାଯାଏ। ଯଦି ବକଳ କାଟି କଢାଯାଏ, ସୁଡଙ୍ଗର ଏକ ସଂରଚନା କାଠ ଉପରେ ସିଧାସଳଖ ଦେଖାଯାଇ ଥାଏ। ଏହି ନିର୍ଦ୍ଦିଷ୍ଟ ସୁଡଙ୍ଗ ସଂରଚନା ମାୟାନ ସଭ୍ୟତାର ଖିପୁ ସଦୃଶ ହୋଇଥାଏ।.

ମଧ୍ୟ ଦେଖା ଯାଇପାରେ

5 ଫସଲ ଗୁଡିକ
ଆପେଲ
ଆପ୍ରିକଟ
ଚେରୀ
ପିଚ
More

ଅନ୍ୟ

ଲକ୍ଷଣ

ମାଈ ପୋକମାନେ ସାଧାରଣତଃ ରୁଗୁଡିଆ ଗଛ କିମ୍ବା ନୂଆ ଗଛ ଅଣ୍ଡା ଦେବା ପାଇଁ ଚୟନ କରନ୍ତି। ସୁସ୍ଥ ଗଛର ବକଳ ହୃଷ୍ଟପୁଷ୍ଟ ହୋଇଥିବାରୁ ଏହା କମ କୀଟ-ପ୍ରବଣ ଅଟେ। ଶାଖା କିମ୍ବା ଗଣ୍ଡିରେ ପ୍ରବେଶ ଓ ପ୍ରସ୍ଥାନ ଛିଦ୍ର ଦେଖାଯାଏ। ଯଦି ବକଳ କାଟି କଢାଯାଏ, ସୁଡଙ୍ଗର ଏକ ସଂରଚନା କାଠ ଉପରେ ସିଧାସଳଖ ଦେଖାଯାଇ ଥାଏ। ମାଇମାନେ ଚୋବାଇ ଖାଇ 5-6 ସେମି ଲମ୍ବ ଓ 2 ମିମି ଚଉଡାର ଏକ ଆନୁଦୈର୍ଘ୍ୟ ମା' ଗାଲେରୀ ସୃଷ୍ଟି କରି ଥାନ୍ତି। ଏହା ଏପରି କରିବା ସମୟରେ, ଏହା ସୁଡଙ୍ଗ ପାର୍ଶ୍ଵରେ ଛୋଟ କଣାରେ ଅଣ୍ଡା ଦେଇଥାଏ। ଫୁଟିବା ପରେ, ଲାର୍ଭା ବକଳ ତଳେ ମା' ଗାଲେରୀ ଠାରୁ ଆରମ୍ଭ କରି ଏହାର ଅଭିଲମ୍ବ ଦିଗରେ ଛିଦ୍ର କରି ସାମାନ୍ୟ ଛୋଟ ଓ ସରୁଆ ଗାଲେରୀ ସୃଷ୍ଟି କରିଥାଏ। ଏହି ନିର୍ଦ୍ଦିଷ୍ଟ ସୁଡଙ୍ଗ ସଂରଚନା ମାୟାନ ସଭ୍ୟତାର ଖିପୁ ସଦୃଶ ହୋଇଥାଏ।

Recommendations

ଜୈବିକ ନିୟନ୍ତ୍ରଣ

ସ୍କୋଲାଇଟସ ମାଲିର ଅନେକ ପରଭକ୍ଷୀ ଅଛନ୍ତି, କିନ୍ତୁ ଏହାକୁ ଜମିରେ ଜୈବିକ ନିୟନ୍ତ୍ରଣ ଭାବେ ସମ୍ଭାବ୍ୟ ବ୍ୟବହାର ପାଇଁ ବହୁତ କମ ଅଧ୍ୟୟନ ହୋଇଛି। ସ୍କୋଲାଇଟସ ମାଲିର ଲାର୍ଭାକୁ ଅନେକ ପକ୍ଷୀ ଖାଇଥାନ୍ତି। ସ୍ପାଥିଆସ ବ୍ରେଭିକାଦଶ ଜାତିର ବ୍ରାକୋନିଦ ବିରୁଡି ଏହି ସଂଖ୍ୟା କମାଇବାରେ ଫଳପ୍ରସୂ ହୋଇପାରେ। ଚାଲସିଦ ପ୍ରକାରର ଅନ୍ୟ ବିରୁଡି ମଧ୍ୟ ବ୍ୟବହାର କରାଯାଇ ପାରେ (ଚିରୋପାଚାଇସ କୋଲନ କିମ୍ବା ଡାଇନୋଟିସକସ ଆପୋନିଅସ, ଆଦି )।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ହୁଏ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଯଦି ସଂଖ୍ୟା ଆକ୍ରାନ୍ତ ସ୍ତରକୁ ପହଞ୍ଚି ଥାଏ, କୀଟନାଶକ ଉପଚାର ଆବଶ୍ୟକ ଅଟେ ଏବଂ ବଯସ୍କମାନେ ଉଡିବା ସମୟରେ ସର୍ବାଧିକ ଫଳପ୍ରସୂ ଅଟେ। ଫଳ ଗଛ ବକଳ ବିଟଲ ଦମନ ପାଇଁ ବର୍ତ୍ତମାନ କୌଣସି କୀଟନାଶକ ଉପଲବ୍ଧ ନାହିଁ।

ଏହାର କାରଣ କଣ

ଫଳ ଗଛରେ ଦେଖା ଯାଉଥିବା ଲକ୍ଷଣ ସ୍କୋଲାଇଟସ ମାଲି ନାମକ ବିଟଲ ଦ୍ଵାରା ହୋଇଥାଏ। ଏହି କୀଟର ଲାର୍ଭା ଜାଇଲୋଫାଗାସ ହୋଇଥାଏ, ଅର୍ଥାତ ଏଆ ବକଳ ତଳେ କାଠ ଖାଇଥାଏ। ବୟସ୍କମାନେ 2.5 ରୁ 4.5 ମିମି ଲମ୍ବ କଳା ମୁଣ୍ଡ ସହିତ ଚମକିଲା ଲାଲ-ବାଦାମୀ ରଙ୍ଗ ହୋଇ ଥାଆନ୍ତି। ମାଇମାନେ ସାଧାରଣତଃ ଦୁର୍ବଳ ଗଛ ବାଛିଥାନ୍ତି, ବକଳ ଦେଇ ଏକ କଣା କରିଥାନ୍ତି ଏବଂ କାଠରେ ଏକ ସୁଡଙ୍ଗ ସୃଷ୍ଟି କରିଥାନ୍ତି, ଏହି ମା' ଗାଲେରୀ ମଧ୍ୟରେ ଅଣ୍ଡା ଦିଆଯାଇ ଥାଏ, ଯାହାକି ପ୍ରାୟ 10 ସେମି ଲମ୍ବ ପର୍ଯ୍ୟନ୍ତ ହୋଇଥାଏ। ଫୁଟିବା ପରେ, ଲାର୍ଭା ବକଳ ତଳେ ମା' ଗାଲେରୀ ଠାରୁ ଆରମ୍ଭ କରି ଏହାର ଅଭିଲମ୍ବ ଦିଗରେ ଛିଦ୍ର କରି ସାମାନ୍ୟ ଛୋଟ ଓ ସରୁଆ ଗାଲେରୀ ସୃଷ୍ଟି କରିଥାଏ। ବସନ୍ତ ଋତୁରେ, ସେଠାରେ ଲାର୍ଭା ଏକ ବସାରେ ପ୍ୟୁପା ସୃଷ୍ଟି କରିଥାଏ। ଏକ ସ୍ଥିର ତାପମାତ୍ରାରେ (18-20°C), ବୟସ୍କ ବିଟଲ ବା ଭୃଙ୍ଗ ବାହାରେ, ବକଳ ଦେଇ ଏକ ସୁଡଙ୍ଗ କରେ ଏବଂ ଅନ୍ୟ ଉପଯୁକ୍ତ ଗଛକୁ ଉଡି ଚାଲିଯାଏ ଓ ଏକ ନୂତନ ଚକ୍ର ଆରମ୍ଭ କରିଥାଏ। ଏହି ଆକ୍ରମଣ ଗଛକୁ ପୂର୍ବରୁ କବକ ଦ୍ଵାରା ସଂକ୍ରମଣ କିମ୍ବା ପ୍ରତିକୂଳ ମୃତ୍ତିକା ପରିସ୍ଥିତି ଦ୍ଵାରା ଦୁର୍ବଳ ଥିବା ସୁଚାଇ ଥାଏ।


ସୁରକ୍ଷାତ୍ମକ ଉପାୟ

  • ଗଛରେ ଏକ ସମତୁଲ ପୋଷଣ ସୁନିଶ୍ଚିତ କରନ୍ତୁ। ଯଥେଷ୍ଟ ଜଳସେଚନ ସୁନିଶ୍ଚିତ କରନ୍ତୁ, କିନ୍ତୁ ଅତ୍ୟଧିକ ଜଳସେଚନ ପ୍ରୟୋଗ କରନ୍ତୁ ନାହିଁ। ଗଛ ନିକଟରେ ଜାଳେଣୀ କାଠ ରଖନ୍ତୁ ନାହିଁ। ପୋକ ସଂଖ୍ୟା ମନିଟର କରିବା ପାଇଁ ଫେରୋମୋନ ଜନ୍ତା ବ୍ୟବହାର କରନ୍ତୁ। ଜନ୍ତା ଗଛ କିମ୍ବା ଜନ୍ତା ଶାଖା ମଧ୍ୟ ଫଳପ୍ରସୂ ହୋଇପାରେ। ସଂକ୍ରମିତ ଗଛ କିମ୍ବା ଶାଖା କାଟଛାଣ୍ଟ କରନ୍ତୁ ଓ ଜାଳି ଦିଅନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ