Eriosoma lanigerum
ପୋକ
କଢ , ଛୋଟ ଡାଳ , ଶାଖା , ଡାଳ ଏବଂ ଏପରିକି ଚେରରେ ଧଳା ବାଲୁଆ ପୋକ ଖାଇବା ଦେଖାଯାଏ । କ୍ଷତବିକ୍ଷତ ପତ୍ର , ହଳଦିଆ ପତ୍ର ସମୂହ , ଦୁର୍ବଳ ବୃଦ୍ଧି ଶାଖାର ଅଙ୍ଗମାରୀ ଆଦି ଏହାର ଫଳାଫଳ ଅଟେ ।ଖାଇବା ଜାଗା ପାଖରେ ଗୋଟିଏ ଧଳାତନ୍ତୁରେ ଆବରଣ ଓ ମହୁବିନ୍ଦୁ ଦେଖାଦିଏ । ବକଳ ଓ ଡାଳରେ କ୍ଷଉ ଚିହ୍ନ ଓ ଫୁଲା ଦେଖାଯାଏ । ଜଉ ପୋକ ମାଟି ତଳେ ଛେରକୁ ଆକ୍ରମଣ କରେ ଯାହାଫଳରେ ଚେର ଓ ବଡ ଗଣ୍ଠି ଫୁଲିଯାଏ । ଜଳ ଓ ପୋଷକ ପରିବହନରେ ବାଧା ଗଛକୁ ହଳଦିଆ କରିଦିଏ । ଜଉ ପୋକ ଖାଇବା ଫଳରେ ଏହି ବ୍ରଣ ବର୍ଷକୁ ବର୍ଷ ବଢି ଚାଲେ । ଏହା ଦ୍ଵାରା ହୋଇଥିବା ଘା' ଓ ମହୁବିନ୍ଦୁର ଉପସ୍ଥିତି ସୁବିଧାବାଦୀ କବକ ସଂକ୍ରମିତ ଟିସୁରେ କଳା ଫିମ୍ପି ଆବରଣ କରେ । ସଂକ୍ରମିତ ହେଲେ ନୂଆ ଗଛ ସହଜରେ ଉପାଡିହୋଇଯାଏ ।
ଜଉ ପୋକକୁ ମାରିବା ପାଇଁ ସେମାନେ କରିଥିବା ରେଶମୀ ଆବରଣ ଭେଦ କରିବାକୁ ସିଂଚନ ଦ୍ରବଣ ସମର୍ଥ ହେବା ଉଚିତ । ହାଲୁକା ସୁରାସାର ଦ୍ରବଣ କିମ୍ବା କୀଟନାଶକ ସାବୁନ ରେଶମୀ ଚିହ୍ନ ଉପରେ ଛାଟି ଦିଆଯାଏ । ପାରିସ୍ଥିତିକ ତେଲ କିମ୍ବା ନିମ୍ବ ନିର୍ଯ୍ୟାସ ( 2-3 ମିଲି / 1 ଲିଟର ପାଣି ) ମଧ୍ୟ ଗଛରେ ସିଂଚନ କରାଯାଇପାରେ । ପ୍ରାଥମିକ ପ୍ରୟୋଗର 7 ଦିନ ପରେ ପୁନର୍ବାର ପ୍ରୟୋଗ ଓ ପୂର୍ଣ ଭାବେ ଆବରଣ ଆବଶ୍ୟକ ଅଟେ । ଝାଲର ଡେଣା ପ୍ରଜାପତି , ଲେଡି ଭୃଙ୍ଗ , ( ଏକ୍ସୋଚମସ କୁଆଡ୍ରିପୁସ୍ତୁଲାତସ ) ହୋଭର ମାଛି ଶୂକ ଓ ପରଜୀବୀ ବିରୁଡି (ଆଫେଲିନସ ମାଲି ) ଏହି ସଂଖ୍ୟା ନିୟନ୍ତ୍ରଣ କରିପାରେ । କୃତ୍ରିମ ବିପଦ ପରଭକ୍ଷୀମାନଙ୍କ ( earwigs ) ଯଥା ଫୋର୍ଫିକୁଳା ଆରିକୁଲାରିଆ ସଂଖ୍ୟା ବଢାଏ ।
ଯଦି ମିଳେ, ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ରାସାୟନିକ ନିୟନ୍ତ୍ରଣ ନିବାରଣ ପାଇଁ କିମ୍ବା ଜଣାପଡିବା ପରେ ପ୍ରୟୋଗ କରାଯାଇପାରେ ।ଉପଚାରିତ ଗଛରେ ଜଉ ପୋକ ଖାଇବାରୁ ଦୂରେଇବା ପାଇଁ ଶରୀର ଚର ଉପଚାର ଦରକାରୀ ଅଟେ । ଦୁର୍ଭାଗ୍ୟବଶତଃ , ଏହା ଉପକାରୀ ପୋକ ପାଇଁ କ୍ଷତିକାରକ ଅଟେ। ଡେଲ୍ଟା ମେଥ୍ରିନ , ଲମ୍ବଡା ସିହାଲୋଥୃନ ଓ ଏଷିଟାମିପ୍ରିଡ ଆଦି କ୍ରିୟାତ୍ମକ ସିଂଚନ ଅଟନ୍ତି । ଏହି ପୋକର ପରଜୀବୀ ଓ ପରଭକ୍ଷୀମାନଙ୍କୁ ମାରିଦେଉଥିବା ଯୋଗୁଁ କାର୍ବାମେଟ ଓ ପାଇରେଥ୍ରୋଇଡ ବ୍ୟବହାର କରିବା ଉଚିତ ନୁହେ ।ଫୁଲ ଥିବା ଗଛରେ ଏହା ସିଂଚନ କରିବା ଉଚିତ ନୁହେ , କାରଣ ପରାଗ ସଂଗମ କରୁଥିବା ପୋକ ମାନଙ୍କୁ ଏହା ବିପଦଜନକ ଅଟେ ।
ଏରିୟସୋମା ଲାନିଜେରମ ରେଶମୀ ଜଉ ପୋକ ଖାଇବା ଯୋଗୁଁ ଏହି ଲକ୍ଷଣ ଦେଖାଯାଏ । ଅନ୍ୟ ଜଉ ପୋକ ଭଳି ନ ହୋଇ ଏହା କାଠ କାଣ୍ଡ ଓ ଡାଳରୁ ରସ ଶୋଷୀ ଖାଏ , ପତ୍ରରୁ ଖାଏ ନାହି । ଏହି ପୋକର ନିର୍ଦ୍ଦିଷ୍ଟ ଲକ୍ଷଣ ହେଉଛି ଏହାର ଧଳା , ମୋଟା ,ତନ୍ତୁଯୁକ୍ତ ମହମ ଆବରଣ । ଏହା ପୋଷକ ଗଛର ଫାଟରେ କିମ୍ବା ପୁରୁଣା ଘା' ଚାରିପାଖେ ସୁପ୍ତ ଅବସ୍ଥାରେ ରହିଥାନ୍ତି । ବସନ୍ତ ଋତୁରେ ତାପମାତ୍ରା ବଢିଲେ , ଏହି ଜଉ ପୋକ ପୁନର୍ବାର ସକ୍ରିୟ ହୁଏ ଓ ପିଲ, ନୂଆ ଡାଳ ଓ ଶାଖା ଉପରକୁ ସୁବିଧା ଜାଗା ( ପତଳା ବକଳ ଜାଗା ) ପାଇବା ଉଦ୍ଦେଶ୍ୟରେ ଚଢେ । ସେଠାରେ , ଏହା ଲାଗିପଡି ଖାଏ , ବକଳ ତଳୁ ରସ ଶୋଷେ ଏବଂ ତନ୍ତୁ ଜାତୀୟ ବାଳ ନିର୍ଗମନ କରିବା ଆରମ୍ଭ କରେ ଯାହା ଘଟଣାକ୍ରମେ ପୋକ ଦଳକୁ ଆବରଣ କରେ । ସୁବିଧାବାଦୀ ଜୀବାଣୁ ତାପରେ ଏହି ଖୋଲା ଘା' ରେ ଦଳ ବାନ୍ଧିବା ଆରମ୍ଭ କରେ । ଖରାଦିନେ , ବଯସ୍କମାନେ ଡେଣା ବଢାନ୍ତି ଏବଂ ଅନ୍ୟ ପୋଷକ ଗଛ ସନ୍ଧାନରେ ଉଡିଯାନ୍ତି । ଏପଲ ବଗିଚା ପାଖରେ ଥିବା ଏଲ୍ମ ଗଛ ଏପଲ ଗଛ ପାଖକୁ ଏହି ପୋକର ଗମନାଗମନ ବଢାନ୍ତି ।