ସୋୟାବିନ

ଜଉପୋକ

Aphis

ପୋକ

ସଂକ୍ଷେପରେ

  • ମୋଡି ହୋଇ ଯାଇଥିବା ଓ ବିକୃତ ପତ୍ର.
  • ପତ୍ର ଓ ଡାଳ ଗୁଡିକ ତଳେ ଛୋଟ ଛୋଟ ପୋକ ଦେଖା ଯାଆନ୍ତି.
  • ଫସଲର ବିକାଶ ବ୍ୟାଧିତ ହୋଇଥାଏ.

ମଧ୍ୟ ଦେଖା ଯାଇପାରେ

59 ଫସଲ ଗୁଡିକ
ବାଦାମ
ଆପେଲ
ଆପ୍ରିକଟ
କଦଳୀ
More

ସୋୟାବିନ

ଲକ୍ଷଣ

ଅଳ୍ପରୁ ମାଧ୍ୟମ ସଂଖ୍ୟର ଜଉପୋକ ସାଧାରଣତଃ ଫସଲକୁ ଅନିଷ୍ଟ କରନ୍ତିନାହିଁ. ଅତ୍ୟଧିକ ସଂକ୍ରମଣ ହେଲେ ଫସଲର ପତ୍ର ଏବଂ କାଣ୍ଡ ବଙ୍କେଇ ଯାଏ, ଝାଉଁଳି ହଳଦିଆ ପଡ଼ିଯାଏ ଓ ଗଛର ବିକାଶ ବ୍ୟାଧିତ ହୋଇଥାଏ. ମୋଟାମୋଟି ଭାବେ ଗଛର ପ୍ରତିରୋଧ ଶକ୍ତି କମି ଯାଇଥିବା ଦେଖାଯାଏ. ଫସଲର କୋଷରୁ ପୋଷଣ କରୁଥିବା ବେଳେ ଜଉପୋକ ଦ୍ୱାରା ମହୁ ପରି ଏକ ରସ ନିର୍ଗତ ହୋଇଥାଏ ଯାହା ସୁଯୋଗ ଖୋଜୁଥିବା କବକ କୁ ଅତିରିକ୍ତ ସଂକ୍ରମଣ ପାଇଁ ସାହାଯ୍ୟ କରିଥାଏ. ପତ୍ରରେ ଢଳେଇ ପରି ବୃଦ୍ଧି ଏହାକୁ ଦର୍ଶାଇଥାଏ. ଜଉପୋକ ଲଗାତାର ଭାବେ ଭୁତାଣୁ ସଂକ୍ରମଣର ବାହକ ରୂପେ କାର୍ଯ୍ୟ କରେ. ମହୁ ପରିକା ରସ ପିମ୍ପୁଡି ମାନଙ୍କୁ ଆକର୍ଷିତ କରିଥାଏ. ଅଳ୍ପ ଜଉପୋକ ମଧ୍ୟ ଲଗାତାର ଭାବେ ଭୁତାଣୁ ସଂକ୍ରମଣର ବାହକ ରୂପେ କାର୍ଯ୍ୟ କରେ. ଶୁଖିଲା ଏବଂ ଗରମ ପାଗ ଜଉପୋକ ବୃଦ୍ଧି ପାଇଁ ସୁହାଇଥାଏ.

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ଉପକାରୀ ପୋକ ଯଥା ଲେଡିବଗ, ଲେସଉଇଙ୍ଗ, ସୈନ୍ୟ ପୋକ ଏବଂ ପରଜୀବୀ ବିରୁଡ଼ି ଭଲଭାବେ ଜଉପୋକ ଜନସଂଖ୍ୟା ନିୟନ୍ତ୍ରଣରେ ସହାୟକ ହୋଇଥାଆନ୍ତି. ଏହି ପ୍ରାକୃତିକ ଶତ୍ରୁମାନେ ଜମିରେ ଶୋଷକ କୀଟର ନିୟନ୍ତ୍ରଣ କରିପାରନ୍ତି. ଅଳ୍ପ ସଂକ୍ରମଣରେ ସାଧା କୀଟନାଶକ ସାବୁନ ମିଶ୍ରଣ କିମ୍ବା ଉଦ୍ଭିଦକ ତେଲ ର ପ୍ରୟୋଗ କରନ୍ତୁ, ଉଦାହରଣ ସ୍ୱରୁପ- ନିମ୍ବ ତେଲ. ଅଧିକ ଆର୍ଦ୍ରତା ଥିଲେ ଜଉପୋକ କବକ ଜନିତ ରୋଗ ପ୍ରତି ଆଦୌ ସଂବେଦନଶୀଳ ନୁହଁ ଏବଂ ଏକ ସାଧାରଙ୍ଗ ପାଣି ସ୍ପ୍ରେ ମଧ୍ୟ ଜଉପୋକକୁ ସଂକ୍ରମିତ ଗଛରୁ ବାହାର କରିପାରେ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପଚାର କୁ ମଧ୍ୟ ଧ୍ୟାନ ଦେବା ଦରକାର. ଅଧିକ କୀଟନାଶକ ପ୍ରୟୋଗ ଦ୍ୱାରା ଜଉପୋକର କୀଟନାଶକ ପ୍ରତିରୋଧ ଶକ୍ତି ବଢ଼ିଯାଇଥାଏ ଏବଂ ଏଥିପାଇଁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ. ଏକ ଭାଗ ଫ୍ଲୋନିକାମିଡ୍ କୁ 20 ଭାଗ ପାଣିରେ ମିଶାଇ ଗଛ ଲଗାଇବାର 30, 45, 60 ଦିନରେ ପ୍ରୟୋଗ କରନ୍ତୁ. ଫିପ୍ରୋନିଲ୍ 2ମି.ଲି କିମ୍ବା ଥାଇଆମେଥୋଯ଼ାମ୍ @ 0.2ଗ୍ରା କିମ୍ବା ଫ୍ଲୋନିକାମିଡ୍ @ 0.3ଗ୍ରା କିମ୍ବା ଏସେଟାମିପ୍ରିଡ୍ @0.2ଗ୍ରା ପ୍ରତି ଲିଟର ପାଣିରେ ମିଶାଇ ବ୍ୟବହାର କରାଯାଇପାରେ. କିନ୍ତୁ ଏହି ସବୁ କୀଟନାଶକ ଉପକାରୀ କୀଟ, କୀଟାଣୁ ତଥା ପରାଗଣ ରେ ସାହାଯ୍ୟ କରୁଥବା କୀଟ ମାନଂକ ପ୍ରତି ବିପଦପୂର୍ଣ ଅଟେ.

ଏହାର କାରଣ କଣ

ଜଉପୋକ ଏକ ଛୋଟ ନରମ ଶରୀର ଥିବା ପୋକ ଯାହାର ଲମ୍ବା ଗୋଡ ଏବଂ ଆଣ୍ଟେନା ଥାଏ. ଏମାନଙ୍କର ଆକାର 0.5 ରୁ 2 ମିମି ଏବଂ ରଙ୍ଗ ପ୍ରଜାତି ହିସାବରେ ହଳଦିଆ, ବାଦାମୀ, ଲାଲ କିମ୍ବା କଳା ହୋଇପାରେ. ସାଧାରଣତଃ ବିନା ଡେଣା ଥିବା ଜଉପୋକ ବହୁଳ ଭାବେ ଦେଖା ଯାଆନ୍ତି, କିନ୍ତୁ ଡେଣା ଥିବା, ଅଠାଳିଆ ତଥା ଊଲ ଭଳିଆ ବି ଦେଖାଯାଆନ୍ତି. କୋମଳ ପତ୍ର ଓ ଡାଳ ଅଗର ତଳ ପଟେ ଦଲବଦ୍ଧ ହୋଇ ସେମାନେ ସେମାନଙ୍କର ଲମ୍ବା ଶଙ୍କୁ ରେ ଗଛର କୋମଳ ଟିସୁ କୁ କଣା କରି ରସ ଶୋଷି ନିଅନ୍ତି. ଅଳ୍ପରୁ ମାଧ୍ୟମ ସଂଖ୍ୟର ଜଉପୋକ ସାଧାରଣତଃ ଫସଲକୁ ଅନିଷ୍ଟ କରନ୍ତିନାହିଁ. ବସନ୍ତ ଋତୁ ର ଶେଷ କିମ୍ବା ଗ୍ରୀଷ୍ମ ଋତୁର ଆରମ୍ଭ ରେ ଏହାର ପ୍ରଥମ ଆକ୍ରମଣ ପରେ, ଜଉପୋକର ତୀବ୍ରତା ପ୍ରାକୃତିକ ଶତ୍ରୁ ମାନକ ଯୋଗୁଁ ସାଧାରଣତଃ କମିଯାଇଥାଏ. ବହୁତ କିସମର ଜଉପୋକ ଭୁତାଣୁ ର ବାହକ ହୋଇଥାନ୍ତି ଯାହାକି ଗଛରେ ଅନ୍ୟ ରୋଗ ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ.


ସୁରକ୍ଷାତ୍ମକ ଉପାୟ

  • ଜମି ପରିପାର୍ଶ୍ୱରେ ଅଧିକ ସଂଖ୍ୟାରେ ଭିନ୍ନ ଭିନ୍ନ କିସମର ଗଛ ଲଗାନ୍ତୁ.
  • ଚକଚକିଆ ବସ୍ତୁ ଦ୍ୱାରା ଘୋଡ଼ାଇଲେ ଆକ୍ରମଣ କରୁଥିବା ଜଉପୋକ କୁ ହଟାଇ ଯାଇପାରେ.
  • ନିୟମିତ ଭାବେ ଜଉପୋକ ସଂକ୍ରମଣ କୁ ପର୍ଯ୍ୟବେକ୍ଷଣ କରି କୀଟ ସଂକ୍ରମଣର ତୀବ୍ରତା ନିର୍ଧାରଣ କରନ୍ତୁ.
  • ସଂକ୍ରମିତ ଗଛ ଅଂଶ ଗୁଡିକୁ ଉପାଡି ଦିଅନ୍ତୁ.
  • ଜମି ଭିତରେ ଓ ପରିପାର୍ଶ୍ୱରେ ଅନାବନା ଘାସ କୁ ନିୟନ୍ତ୍ରଣ କରନ୍ତୁ.
  • ଅତ୍ୟଧିକ ଜଳସେଚନ ଏବଂ ଅତ୍ୟଧିକ ସାର ପ୍ରୟୋଗ କରନ୍ତୁ ନାହିଁ.
  • ପିମ୍ପୁଡି କୁ ମଧ୍ୟ ନିୟନ୍ତ୍ରଣ କରନ୍ତୁ ଯାହାକି ଅଠାଳିଆ ପଟ୍ଟୀ ଯୋଗାଇ ଜଉପୋକକୁ ସାହାଯ୍ୟ କରିଥାଏ.
  • ଶାଖା ପ୍ରଶାଖା ଗୁଡିକୁ କାଣ୍ଟଛାଣ୍ଟ କରନ୍ତୁ କିମ୍ବା ତଳ ପଟେ ଥିବା ପତ୍ର ଗୁଡିକୁ ବାହାର କରିଦିଅନ୍ତୁ ଯାହାକି ଭଲ ଭାବେ ପବନ ଯିବା ଆସିବାରେ ସହାୟକ ହେବ.
  • ଯଦି ସମ୍ଭବ ହୁଏ ଜାଳି ଘୋଡାଇ ଗଛକୁ ସୁରକ୍ଷା ଦିଆଯାଇପାରେ.
  • କୀଟନାଶକ ପ୍ରୟୋଗ କୁ ନିୟନ୍ତ୍ରଣ କରନ୍ତୁ ଯାହାକି ଉପକାରୀ ପୋକ ମାନଙ୍କୁ କ୍ଷତି କରିବ ନାହିଁ.
  • ପୂର୍ବ ଫସଲର ସବୁ ଅବଶେଷକୁ ବାହାର କରି ଦିଅନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ