ଆଖୁ

ଆଖୁର ପତ୍ର ଅଷ୍ଟପଦୀ

Schizotetranychus andropogoni

ମାଇଟ

5 mins to read

ସଂକ୍ଷେପରେ

  • ପତ୍ରର ତଳପଟେ ଧଳା ବୁଢିଆଣୀ ଜାଲ ଭଳି ଥାଏ । ଅଷ୍ଟପଦୀ ଖାଇବା ଯୋଗୁଁ ଧଳା ପେଚ୍ ଦେଖାଯାଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଆଖୁ

ଲକ୍ଷଣ

ମଧ୍ୟଶିରା ସାମନ୍ତରରେ ପତ୍ରର ତଳ ପଟେ ଜାଲ ସୃଷ୍ଟି ହୁଏ । ଅଗ ଆଡକୁ ଜାଲ ସଂଖ୍ୟା ଅଧିକ ଥାଏ । ନୂଆଁରେ ହୋଇଥିବା ଜାଲ ଧଳା ରଙ୍ଗର ହୋଇଥାଏ ; କିନ୍ତୁ ପରେ ବାଦାମୀରେ ପରିଣତ ହୁଅନ୍ତି ଓ ଶେଷରେ ପତ୍ର ପୃଷ୍ଠରୁ ଉଡି ଯାଏ ଏବଂ କେବଳ ଧଳା ପେତ୍ ରହେ । ଅଷ୍ଟପଦୀ ପତ୍ରରେ କୋରିୟ ଓ ରସ ଶୋଷି ଖାଏ ଅତ୍ୟଧିକ ଆକ୍ରାନ୍ତ ପତ୍ର ଅସୁସ୍ଥ ଦେଖାଯାଏ ଏବଂ ପରେ ସଂପୂର୍ଣ୍ଣ ଶୁଖିଯାଏ । ଏହାର ବସତି ଜାଲ ଯୋଗୁଁ ଧୂସର ବର୍ଣ୍ଣ ଦେଖାଯାଏ , ଏମାନେ କାଟି ଛାଡନ୍ତି ଏବଂ ମାଟି କଣିକା ପତ୍ରର ତଳପଟେ ଜାଲରେ ରହିଥାଏ । ପତଳା ଜାଲ ଦ୍ଵାରା ଆବାରିତ ଛୋଟ ଅଣ୍ଡା ବସତି କରି ଏବଂ ମଧ୍ୟଶିରାର ଉଭୟ ପଟେ ଅନିୟମିତ ଭାବେ ସଜ୍ଜିତ ହୋଇ ଅଷ୍ଟପଦୀ ପତ୍ରର ତଳପଟେ ଦେଖାଯାଏ । ପ୍ରତିକୂଳ ଜଳବାୟୁ ପରିସ୍ଥିତିରେ ଜାଲ ହୋଇଥିବା ବସିଟିର ବଞ୍ଚିରହିବା ଯୋଗୁଁ ପରବର୍ତ୍ତୀ ସମୟରେ ସଂଖ୍ୟାର ଦ୍ରୁତ ବୃଦ୍ଧି ହୁଏ ।

Recommendations

ଜୈବିକ ନିୟନ୍ତ୍ରଣ

ସ୍କୋଲୋଥ୍ରିପ୍ସ ଇଣ୍ଡିକସ ପିଆର , ଏକ ଥାଇସାନୋଟେରସ ପରଭକ୍ଷୀ ଜାଲରେ ଥିବା ଅଷ୍ଟପଦୀ ଅଣ୍ଡା ନଷ୍ଟ କରିବା ପାଇଁ ପ୍ରାକୃତିକ ଶତ୍ରୁ ଭାବେ ସମର୍ଥ ଅଟେ । ଚୂନ- ଗନ୍ଧକ କିମ୍ବା ମାଛ ତେଲ ରୋଜିନ ସାବୁନ ଦ୍ଵାରା ଫସଲକୁ ସିଂଚନ କରନ୍ତୁ । କେଲଥେନ ଦ୍ଵାରା ସିଂଚନ ମଧ୍ୟ ଫଳପ୍ରସୂ ହୋଇପାରେ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ ।ପାରାଥିଆନ କିମ୍ବା କ୍ଲୋରବେନସାଇଡ ତରଳ ସିଂଚନ ଫସଲରେ ପ୍ରୟୋଗ କରନ୍ତୁ ।

ଏହାର କାରଣ କଣ

ଅଷ୍ଟପଦୀ ଦ୍ଵାରା କ୍ଷତି ହୁଏ । ଶେଷ କାତିଛଡା ପରେ ଶୀଘ୍ର ସଂଗମ ହୁଏ । ଜାଲ ମଧ୍ୟରେ ଅଣ୍ଡା ଦିଆହୁଏ ଯାହାକି ପତ୍ରକୁ ଲାଗିରହେ । ସଙ୍ଗମର 24 ଘଣ୍ଟା ପରେ ଅଣ୍ଡା ଦେବା ଆରମ୍ଭ ହୁଏ । ଗୋଟିଏ ମାଈ ଦ୍ଵାରା ପ୍ରାୟ 40-60 ଅଣ୍ଡା ଦିଆଯାଏ । ଶୂକ ହେବା ପାଇଁ 10 ରୁ 12 ଦିନ ଲାଗେ । ସଂପୂର୍ଣ୍ଣ ପରିପକ୍ଵତା ପାଇଁ 3ଟି ଅବସ୍ଥା ଦେଖାଯାଏ ଶୀତ ଦିନେ ଅଷ୍ଟପଦୀର ସକ୍ରିୟତା ଯଥେଷ୍ଟ କମିଯାଏ ଓ ଏହି ଭଳି ଗ୍ରୀଷ୍ମ ଆରମ୍ଭ ହେବା ଯାଏଁ ରହେ ।


ସୁରକ୍ଷାତ୍ମକ ଉପାୟ

  • କୀଟ ଆକ୍ରମଣ କରିବାର ପ୍ରାରମ୍ଭିକ ଅବସ୍ଥାରେ ଆକ୍ରାନ୍ତ ଆଖୁ ପତ୍ର କାଟି ନଷ୍ଟ କରନ୍ତୁ । ଆଖୁ ଜମି ଓ ଆଖପାଖରୁ ବାଳୁଙ୍ଗା , ମୁଖ୍ୟତଃ ଗ୍ରାମିନୀ ପରିବାରର ଯଥା ସୋର୍ଘାମ ହାଲେପେନ୍ସ ( ବାରୁ ଘାସ ) କାଢନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ