ଲେମ୍ବୁଜାତୀୟ

କମଳାର କଳଙ୍କି ମାଇଟ

Phyllocoptruta oleivora

ମାଇଟ

ସଂକ୍ଷେପରେ

  • ଏହି ପୋକକୁ କୁ କମଳା ର କଳଙ୍କି ମାଇଟ ଓ ଲେମ୍ବୁର ରୂପେଲି ମାଇଟ କୁହାଯାଏ.
  • ସେମାନେ ଫଳର ଚୋପାରେ ହୋଇଥିବା 1.3ସେମି ବ୍ୟାସ ରୁ ଅଧିକ ବ୍ୟାସର କ୍ଷତ ଉପରେ ରହି ଖାଇଥାନ୍ତି.
  • ଏହି ଚୋପା ରୂପେଲି, ଲାଲ କିମ୍ବା କଳା ରଙ୍ଗରେ ପରିଣତ ହୋଇଯାଏ.
  • ଏହି ପୋକ ଦ୍ୱାରା ବିଳମ୍ବିତ ବସନ୍ତଋତୁ ରୁ ବିଳମ୍ବିତ ଗ୍ରୀଷ୍ମ ଋତୁ ପର୍ଯ୍ୟନ୍ତ କ୍ଷୟକ୍ଷତି ହୋଇଥାଏ.
  • ଏହା ଫଳରେ ତାଜା ଫଳ ବଜ଼ାରରେ ଏହାର କ୍ୱାଲିଟି ବା ମାନ ଏବଂ ଗ୍ରେଡ଼ ଖରାପ ହୋଇଯାଇଥାଏ.
  • ଅତ୍ୟଧିକ କ୍ଷେତ୍ରରେ ଉତ୍ପାଦନ କମ ହୋଇଥାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଲେମ୍ବୁଜାତୀୟ

ଲକ୍ଷଣ

ଫସଲର କିସମ ଓ ଫଳର ପରିପକ୍ଵତା ଉପରେ ଲକ୍ଷଣ ନିର୍ଭର କରେ. ସାଧାରଣତଃ କଳଙ୍କି ମାଇଟ ଗୁଡିଏ ପ୍ରଥମେ ପକ୍ଵ କମଳା, ପତ୍ର ଏବଂ ଶାଖା ବ୍ରୋଞ୍ଜ ରଙ୍ଗ ହୋଇ ଦେଖାଦେଇଥାଏ. ସବୁଜ କାଣ୍ଡ, ପତ୍ର ଏବଂ ଫଳରେ ଖାଇବା ଯୋଗୁଁ କ୍ଷତ ଦେଖାଯାଇପାରେ. ଏହି ମାଇଟ ପତ୍ର ଉପରେ ଓ ଫଳ ଚୋପା ରେ ରହିଥାଏ ଓ ଏହାକୁ ଫୋଡି ତାହାର ଲାଳ ଛାଡ଼ିଥାଏ. ଏହା ଫଳରେ ଏହାର ଚୋପାର ବାହ୍ୟ ଅଂଶ ବିଘଟିତ ହୋଇଯାଏ. ଉପର ଚୋପା ଏହାର ଚମକିଲା ପ୍ରକୃତି ହରାଇଥାଏ ଏବଂ ମଳିନ ଓ ବ୍ରୋଞ୍ଜ କିମ୍ବା ହଳଦିଆ ରଙ୍ଗର ଦାଗ ମଳିନ ହୋଇଯାଇଥିବା ଯାଗାରେ ଦେଖାଯାଏ. ପ୍ରଥମେ ପତ୍ରର ତଳ ପଟେ ମଳିନ ଦାଗ ଦେଖାଯାଏ ଏବଂ ପରେ ଶୁଖିଲା ଦାଗ ଦେଖାଯାଏ । ଖାଇବା ଯୋଗୁଁ ଫଳଚୋପା ର କୋଷ ନଷ୍ଟ ହୋଇଯାଏ ଓ ଲେମ୍ବୁରେ ଏହା ରୂପେଲି ରଙ୍ଗର ହୋଇଥାଏ ଏବଂ ପାଚିଲା କମଳା ରେ କଳଙ୍କି ବାଦାମୀ ଏବଂ କଞ୍ଚା କମଳାରେ କଳା ରଙ୍ଗ ହୋଇଥାଏ. ଯଦି ଏହି କଳଙ୍କି ମାଇଟ ଦ୍ୱାରା ସଅଳ ସିଜନରେ କ୍ଷତି ହୁଏ, ଏହାକୁ ରସେଟିଙ୍ଗ (russeting) ବା ରକ୍ତାଭ କୁହାଯାଏ ଏବଂ ବ୍ରୋଞ୍ଜିଙ୍ଗ (bronzing) କୁହାଯାଏ ଯେତେବେଳେ ଏହା ପାଚିଲା କମଳା ରେ ହୁଏ. କ୍ଷତିଗ୍ରସ୍ତ ହୋଇଥିବା ଯାଗା ଚିକ୍କଣ ଓ ଗାଢ଼ ବାଦାମୀ ରଙ୍ଗର ହୋଇଥାଏ ଏବଂ ଏହି ଦାଗ ବହୁତ ଅଧିକ ହୋଇଯାଏ ଯେତେବେଳେ ଫଳ ଗଛରେ ବହୁତ ଦିନ ଧରି ରହିଥାଏ. ଫଳ ପାଚିବା ପୂର୍ବରୁ ସଂକ୍ରମଣ ହେଲେ ଫଳର ଆକାର ଛୋଟ ହୋଇଥାଏ. ଯୁବ ଗଛରେ ଅତ୍ୟଧିକ ସଂକ୍ରମଣ ପ୍ରବଳ କ୍ଷୟକ୍ଷତି କରାଇଥାଏ. ଯେତେବଳେ କମଳାର କଳଙ୍କି ମାଇଟ ସଅଳ ବସନ୍ତରେ ଫଳ ଖାଇଥାଏ, ଖରା ଦିନରେ ଚୋପା ଖଦଖଦଡିଆ ଏବଂ ଫିକା ରଙ୍ଗର ହୋଇଥାଏ. ଏହାକୁ ଶାର୍କସ୍କିନ(sharkskin) କୁହାଯାଏ.

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ପରଭକ୍ଷୀ ମାଇଟ ଯଥା ଇଉସିଅସ ସାଇଟ୍ରିଫୋଲିଅସ (Euseius citrifolius), ପ୍ରୋନେମାଟସ ଉନବିକିଟସ (Pronematus unbiquitus) ଏବଂ ଆମ୍ବଲିସିଅସ ସ୍ପେସିସ (Amblyseius species) ତଥା ପରଜୀବୀ ଫିମ୍ପି ହିର୍ସୁଟେଲା ଥମ୍ପସୋନି (Hirsutella thompsonii) ର ପ୍ରୟୋଗ କରି କଳଙ୍କି ମାଇଟ ସଂଖ୍ୟାକୁ ନିୟନ୍ତ୍ରଣ କରାଯାଇପାରେ. ତେଲ (3 ଚାମଚ ଖାଇବା ତେଲ 4 ଲିଟର ପାଣିରେ ଏବଂ ଅଧାଚାମଚ ଡିଟରଜେଣ୍ଟ ପାଉଡର) କିମ୍ବା ସାବୁନ ର ମିଶ୍ରଣ (2 ଚାମଚ ସାବୁନ କିମ୍ବା ତରଳ ସାବୁନ 4 ଲିଟର ପାଣିରେ) ସ୍ପ୍ରେ କଲେ ମାଇଟ ସଂକ୍ରମଣ ହ୍ରାସ ପାଇଥାଏ. ଯେତେବେଳେ ତାପମାନ 35°C ରୁ ଅଧିକ ହୋଇଥାଏ ସେତେବେଳେ ତେଲ ସ୍ପ୍ରେ କରନ୍ତୁ ନାହିଁ. ପତ୍ରର ତଳ ପଟେ ସ୍ପ୍ରେ କରନ୍ତୁ ଏବଂ ଯଦି ଆବଶ୍ୟକ ହୁଏ 3-4 ସପ୍ତାହ ପରେ ପୁଣି ସ୍ପ୍ରେ କରନ୍ତୁ.

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ଯଦି 30% ଗଛ ରେ ସଂକ୍ରମଣ ଦେଖାଯାଏ ତାହେଲେ ନିୟନ୍ତ୍ରଣ କରିବା ଦରକାର. ଯତ୍ନର ସହ ଉପଚାର ପାଇଁ ରାସାୟନିକ କୀଟନାଶକ ଚୟନ କରନ୍ତୁ କାରଣ ଏହା ଉପକାରୀ କୀଟ ମାନଙ୍କୁ ମଧ୍ୟ ପ୍ରଭାବିତ କରିପାରେ. ପୋକର ପ୍ରତିରୋଧକ ଶକ୍ତି ବିକାଶକୁ କମ କରିବା ପାଇଁ ସମସ୍ତ କୀଟନାଶକ ବର୍ଷରେ କେବଳ ଥରେ ମାତ୍ର ବ୍ୟବହାର କରାଯିବା ଦରକାର. କୀଟନାଶକ ଯଥା ସ୍ଟିରୋଡିକ୍ଲୋଫେନ (Spirodiclofen), ଡିଫ୍ଲୁବେଞ୍ଜୁରନ (Diflubenzuron), ଆବେମେକ୍ଟିନ (Abamectin), ଆସିକ୍ୱିନୋସିଲ (Acequinocyl), ସ୍ଟିରୋଟେଟ୍ରାମାଟ (Spirotetramat), ମାଇକ୍ରୋନାଇଜଡ କିମ୍ବା ସଲଫର ପାଉଡର (micronized or wettable Sulphur), ଫେନପାଇରୋକ୍ସିମେଟ (Fenpyroximate) ଏବଂ କ୍ଲୋରୋପାଇରିଫସ (Chlorpyrifos) ମଧ୍ୟ ମାଇଟ ମାନଙ୍କୁ ସଫା କରି ପାରିବ.

ଏହାର କାରଣ କଣ

ବୟସ୍କ କଳଙ୍କି ମାଇଟ ଖାଇବା ଯୋଗୁଁ କ୍ଷୟକ୍ଷତି ହୋଇଥାଏ. ଏହି ପୋକ ବହୁତ ସୁକ୍ଷ୍ମ ଆକାରର ଏବଂ ଖାଲି ଆହଃକିରେ ପ୍ରାୟ ଦେଖାଯାଏ ନାହିଁ. ଏହା ଯେତେବଳେ ବହୁତ ସଂଖ୍ୟାରେ ଫଳ କିମ୍ବା ପତ୍ରରେ ଥାଏ ସେତେବେଳେ ସ୍ପଷ୍ଟ ଭାବେ ଜଣା ପଡିଥାଏ. ଏହା ଧୂଳିର ପାଉଡର ପରି ଦେଖାଯାଏ. ଧଳା ଗୋଲାକାର ଅଣ୍ଡାଗୁଡିକ ଛୋଟ ଗ୍ରୁପ ରେ ପତ୍ର କିମ୍ବା ଫଳ ଉପରେ ଦେଇଥାଏ. ଅଣ୍ଡା ଫୁଟିଲା ପରେ ଏହା ଦୁଇଟି ସକ୍ରିୟ ଶୁକ ଅବସ୍ଥା ଦେଇ ଗଲା ପରେ ବୟସ୍କ ମାଇଟ ହୋଇଥାଏ. ମାଇଟରେ ଗୋଟିଏ ପୀଢ଼ି 30°C ତାପମାନରେ ଛଅ ଦିନରେ ପୂର୍ଣ୍ଣ ହୋଇଥାଏ. ମାଈ ପୋକ ନିଜ ଜୀବନ କାଳରେ ଚାରି ରୁ ଛଅ ସପ୍ତାହ ମଧ୍ୟରେ 30ଟି ଅଣ୍ଡା ଦେଇଥାଏ. ବାରମ୍ବାର ଦାଗ ଥିବା ଫଳ କାଁ ଭାଁ ଦେଖାଯିବା ହେଉଛି କଳଙ୍କି ମାଇଟ ସଂକ୍ରମଣର ପ୍ରଥମ ସଙ୍କେତ. ଏକ ନିର୍ଦ୍ଧିଷ୍ଟ ସିଜନ ରେ ଏହା ଦେଖାଗଲେ ଏହାକୁ ଆଗାମୀ ସିଜନ ପାଇଁ ଏକ ଭୟଙ୍କର କଳଙ୍କି ମାଇଟ ର ଚେତାବନୀ ବୋଲି ଧରି ନେବା ଆବଶ୍ୟକ. ଏହି ପୋକ ପାଇଁ ଆର୍ଦ୍ର ପରିବେଶ ଅନୁକୂଳ ଏବଂ ଉଷ୍ଣ ଓ ନାତିଶୀତୋଷ୍ଣ ଜଳବାୟୁ ରେ ଏହା ସାଧାରଣ ଭାବେ ଦେଖାଯାଏ. ମାଇଟ ଗୁଡିକ ଗୋଟିଏ ଗଛରୁ ଅନ୍ୟ ଗଛକୁ ପବନ ଦ୍ୱାରା ବ୍ୟାପି ଥାନ୍ତି.


ସୁରକ୍ଷାତ୍ମକ ଉପାୟ

  • ଯଦି ମିଳେ, ସହନଶୀଳ କିସମ ଚୟନ କରନ୍ତୁ.
  • ସଂକ୍ରମଣର ଲକ୍ଷଣ କୁ ଜବକାଚ ଦ୍ୱାରା ନିରୀକ୍ଷଣ କରନ୍ତୁ.
  • ପରଭକ୍ଷୀ ପୋକ ଓ ପକ୍ଷୀ ମାନଙ୍କ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରନ୍ତୁ.
  • ତୋଟାରେ ଉତ୍ତମ ବାୟୁ ପ୍ରବାହ ପାଇଁ ଡାଳପତ୍ର କାଣ୍ଟଛାଣ୍ଟ କରନ୍ତୁ.
  • ଅନାବନା ଘାସ ନିୟନ୍ତ୍ରଣ କରିବା ପାଇଁ ସେଗୁଡିକୁ ଉପାଡି ଦିଅନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ