Raoiella indica
ମାଇଟ
ପତ୍ରର ତଳ ପଟରେ ଏକତ୍ର ଅଧିକ ସଂଖ୍ୟାରେ(100 -300 ) ଏହି ପୋକ ଦେଖାଯାନ୍ତି ଏବଂ ଖାଲି ଆଖିରେ ଦେଖାଯାନ୍ତି । ଜୀବନର ପ୍ରତ୍ୟେକ ଅବସ୍ଥ୍ହରେ ଲାଲ ରଙ୍ଗର ହୋଇଥାନ୍ତି , କିନ୍ତୁ ବୟସ୍କ ମାଈ ପୋକ ଶରୀର ଉପରେ କଳା ଅଂଶ ଥାଏ ଯାହାକି ଜବ କାଚରେ ଦେଖାଯାଏ । ଜୀବନ୍ତ ମାଇଟମାନଙ୍କ ମଧ୍ୟରେ ବଯସ୍କମାନଙ୍କର ଝଡିଥିବା ଧଳା ଚମ ଖଣ୍ଡ କିଛି କିଛି ଦେଖାଯାଏ ।ପତ୍ର ଉପରେ ମାଇଟର ଉପସ୍ଥିତି ପତ୍ର ଧାରରେ ପ୍ରାଥମିକ ସ୍ତରରେ ହଳଦିଆ ରଙ୍ଗ ସୃଷ୍ଟି କରେ ଯାହାକି ଶିରାର ସମାନ୍ତରାଳ ଭାବେ ବିସ୍ତାର କରେ ଓ ବଡ ପାଣ୍ଡୁର ପେଚ ସୃଷ୍ଟି କରେ । ସମୟକ୍ରମେ , ଏହି ପାଣ୍ଡୁର ପେଚ ବିଗଳିତ କ୍ଷତରେ ପରିଣତ ହୁଏ। କଦଳୀ ଗଛ ଓ ଫଳ ଉପରେ ଅତ୍ୟଧିକ ଆକ୍ରମଣ ହେଲେ ନୂଆ ବା ଛୋଟ ଗଛ ମରିଯାଇପାରେ ।
ଆମ୍ବଲିସିଆସ ଲରଜୋଏନସିସ ନାମକ ମାଇଟ ପରାଭକ୍ଷୀ ବଗିଚାରେ ରଖିଲେ ଲାଲ ପାମ ମାଇଟର ସଂଖ୍ୟା ହ୍ରାସ କରିହେବ । ଅନ୍ୟ ମାଇଟ ପରଭକ୍ଷୀ ଓ ଲେଡି ବିଟଲ ମଧ୍ୟ ଏହି ଲାଲ ପାମ ମାଇଟକୁ ଖାଏ । ତେଣୁ ଅଧିକ କୀଟନାଶକ ପ୍ରୟୋଗ କରି ବଗିଚାରେ ଏହି ପରାଭକ୍ଷୀମାନଙ୍କର ପ୍ରାକୃତିକ ସଂଖ୍ୟା ରେ ବାଧାଦେବା ଉଚିତ ନୁହେଁ ।
ଯଦି ମିଳେ , ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ସ୍ପିରୋମେସ୍ଫିନ , ଡାଇକୋଫୋଲ ଏବଂ ଏସେକ୍ବିନୋଶୀଲ ଆଦି ସଂଖ୍ୟା କମାଇବା ପାଇଁ ଫଳପ୍ରସୂ ଭାବେ ନଡିଆରେ ବ୍ୟବହାର କରାଯାଉଥିଲା । ଏତୋକ୍ସାନଲ ,ଆବେମେକ୍ଟିନ ,ପାଇରିଡାବିନ ,ମିଲ୍ବେମେକ୍ଟିନ ଏବଂ ଗନ୍ଧକ ସିଞ୍ଚନ ଫ୍ଲୋରିଡାରେ କରାଯାଉଥିଲା । ଏହା ସହିତ , ମାଇଟ ନାଶକ ଏସେକ୍ବିନୋଶୀଲ ଓ ସ୍ପିରୋମେସ୍ଫିନ ମଧ୍ୟ କଦଳୀରେ ଏହି ସଂଖ୍ୟା ହ୍ରାସ ପାଇଁ ବ୍ୟବହାର କରାଯାଉଥିଲା ।
ରାଓଇଲା ଇଣ୍ଡିକା ନାମକ ଲଳ ପାମ ମାଇଟ ଯୋଗୁଁ ଏହି କ୍ଷତି ହୁଏ ।ସେମାନେ ତଥାକଥିତ " ମିଛ ବୁଡିଆଣୀ ମାଇଟ " ଗୋଷ୍ଠୀର ଅଟନ୍ତି ଓ କେତେକ ଅନ୍ୟବୁଡିଆଣୀ ମାଇଟ ସହିତ ଜାଲ ବିନା ଓ ଚେପ୍ଟା ଶରୀର ଦ୍ଵାରା ଚିହ୍ନିତ ହୁଅନ୍ତି । ଗଛରେ ମୁନିଆ ଅଂଶ ପୁରାଇ ଗଛର କୋଷ ଅଂଶ ଖାନ୍ତି । ଏହି ମାଇଟମାନେ ପବନ ସ୍ରୋତ ,ନର୍ସରୀ ଦ୍ଵାରା ସଂକ୍ରମିତ ଗଛର ପରିବହନ ସମୟରେ ଏହି ମାଇଟ ଅନ୍ୟ ଆଡେ ବିସ୍ତାର ଲାଭ କରନ୍ତି । ବର୍ଷା , ଉଚ୍ଚ ଆପେକ୍ଷିକ ଆର୍ଦ୍ରତା ଏମାନଙ୍କର ସଂଖ୍ୟା ଉପରେ ପ୍ରତିକୂଳ ପ୍ରଭାବ ପକାଏ ଏବଂ ଗରମ, ଖରାଟିଆ ଓ ଶୁଖିଲା ପରିସ୍ଥିତିରେ ଏମାନଙ୍କର ସଂଖ୍ୟା ଅଧିକ ହୁଏ । କଦଳୀ ବ୍ୟତୀତ ଏହା ଅନ୍ୟ ଫଳ ଗଛ ଯଥା ନଡିଆ ,ଖଜୁରୀ , ତାଳ ଓ ଆଲଙ୍କାରିକ ତାଳ ଗଛକୁ ମଧ୍ୟ ଆକ୍ରମଣ କରେ ।