ଲେମ୍ବୁଜାତୀୟ

ସିଟ୍ରସ କଢ ମାଇଟ

Aceria sheldoni

ମାଇଟ

ସଂକ୍ଷେପରେ

  • ପତ୍ର, ଫୁଲ ଏବଂ ନୁଆଁର ବାହାରିଥିବା ଡାଳ ବିକୃତ ହୋଇଯାଏ.
  • ରୋଜେଟ (Rosette) ପରି ଗୋଟିଏ ସ୍ଥାନରୁ ସବୁ ପତ୍ର ବାହାରିଲା ପରି ଦେଖାଯାଏ.
  • ଗଛ ବାଙ୍ଗରା ହୋଇଯାଏ.
  • ଅତ୍ୟଧିକ ବିକୃତିକର ଫଳ ଯେଉଁଥିରେ ହାଲୁକା ହଳଦିଆ ରୁ ରୂପେଲି ରଙ୍ଗର ରଙ୍ଗହୀନତା ଦେଖାଯାଏ.
  • ମାଇଟ ଗୁଡିକ ଖାଲି ଆଖିରେ ଦେଖା ଯାଆନ୍ତି ନାହିଁ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଲେମ୍ବୁଜାତୀୟ

ଲକ୍ଷଣ

ଏହି ମାଇଟର ନାଁ ଅନୁସାରେ ଏହା ପତ୍ର ଏବଂ କଢ଼ କୁ ଆକ୍ରମଣ କରିଥାଏ. ଡାଳ ରେ ବଢୁଥିବା ଅଗ ଓ କଢ ମରିଯିବା ଯୋଗୁଁ ପତ୍ର, ଫୁଲ ଏବଂ ନୁଆଁରେ ବାହାରୁଥିବା ଡାଳ ବିକୃତ ହୋଇଯାଏ. ଡାଳରେ ରୋଜେଟ (Rosette) ବା ଗୋଛକାର ପରି ଗୋଟିଏ ସ୍ଥାନରୁ ସବୁ ପତ୍ର ବାହାରିଲା ପରି ଦେଖାଯାଏ. ଗଛର ବୃଦ୍ଧି ହ୍ରାସ ପାଇଁ ବାଙ୍ଗରା ହୋଇଯାଏ. କମ ଫଳ ଧରିଥାଏ. ସଂକ୍ରମିତ ଫଳ ରେ ଅଧିକ ବିକୃତ ହୋଇଥାଏ ଏବଂ ଫିକା ହଳଦିଆରୁ ରୂପେଲି ରଙ୍ଗ ହୋଇ ରଙ୍ଗ ଖରାପ ହୋଇଯାଇଥାଏ. ଏହାଦ୍ୱାରା ହୋଇଥିବା କ୍ଷତ ଦେଇ ଫିମ୍ପି ସଂକ୍ରମଣ ହୋଇପାରେ. ଫଳ ବୃଦ୍ଧିର ସଅଳ ଅବସ୍ଥାରେ ଝଡ଼ିଯାଇପାରେ. ଯେଉଁ ଫଳ ପଛେ ତାହାର ବଜ଼ାର ମୂଲ୍ୟ କମିଯାଏ କାରଣ ଏଥିରୁ କମ ରସ ବାହାରେ ଓ କ୍ୱାଲିଟି ଖରାପ ଥାଏ. ଏହି ମାଇଟ ସମସ୍ତ ଲେମ୍ବୁ ଜାତୀୟ ଫସଲରେ ଲାଗିଥାଏ କିନ୍ତୁ ସବୁ ଠାରୁ ଅଧିକ କ୍ଷତି ଲେମ୍ବୁର ହୋଇଥାଏ.

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ପ୍ରାକୃତିକ ଶତ୍ରୁ ଦ୍ୱାରା ମାଇଟ ନିୟନ୍ତ୍ରଣ ଠିକ ଠାକ ହୋଇପାରେ ନାହିଁ. ପରଭକ୍ଷୀ ମାଇଟ ପ୍ରୟୋଗ କରି କଢ଼ ମାଇଟ ଗୁଡିକୁ ଟିକେ ଭଲ ନିୟନ୍ତ୍ରଣ କରିହେବ. ଜୈବିକ କୀଟନାଶକ ପ୍ରୟୋଗ କରି ମାଇଟ ସଂକ୍ରମଣ କୁ ନିୟନ୍ତ୍ରଣ କରିବା ଏକ ଉତ୍ତମ ପଦ୍ଧତି ଅଟେ. ସଲଫର ଥିବା ମିଶ୍ରଣ 2% ହିସାବରେ ପ୍ରୟୋଗ କଲେ ଅଳ୍ପ ସଂକ୍ରମଣ ଥିଲେ କାମ କରିପାରେ. ଏହି ଉପଚାର 30° C ରୁ ଅଧିକ ତାପମାନ ଥିଲେ କରିବା ଉଚିତ ନୁହେଁ. ଦୁଇଟି ସ୍ପ୍ରେ ମଧ୍ୟରେ 4 ସପ୍ତାହ ର ଅନ୍ତର ରଖିବା ଆବଶ୍ୟକ.

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ସଂକୀର୍ଣ୍ଣ ରେଞ୍ଜ ର ଫାଇଟୋଟକ୍ସିକ ତେଲ ଡାଳପତ୍ର ରେ ସ୍ପ୍ରେ କରି ମାଇଟ ଦ୍ୱାରା କ୍ଷୟକ୍ଷତି କୁ କମ କରିହେବ. ଆବେମେକ୍ଟିନ (abmectin), ଫେନବ୍ୟୁଟାଟିନ ଅକ୍ସାଇଡ (fenbutatin oxide), କ୍ଲୋରୋପାଇରିଫଂସ (chlorpyrifos), ସ୍ଟିରୋଟେଟ୍ରାମାଟ (spirotetramat), ଫେନପାଇରୋକ୍ସିମେଟ (fenpyroximate)

ଏହାର କାରଣ କଣ

ଆସେରିଆ ଶେଲଡୋନି (Aceria sheldoni) ନାମକ ସିଟ୍ରସ କଢ ମାଇଟ ଦ୍ୱାରା ଏହି ଲକ୍ଷଣ ଦେଖାଦେଇଥାଏ. ଏହି ମାଇଟଗୁଡିକ ଖାଲି ଆଖିରେ ଦେଖାଯାଆନ୍ତି ନାହିଁ କିନ୍ତୁ ସିଟ୍ରସ ତୋଟାର ଯଥେଷ୍ଟ କ୍ଷତି କରି ଉତ୍ପାଦନ କମ କରାଇପାରନ୍ତି. ଜବକାଚ ରେ ଦେଖିଲେ ବହୁତ ଛୋଟ ଜିଆ ଆକୃତିର ବିଶେଷ କରି କ୍ରିମ ଧଳା ରଙ୍ଗର କିମ୍ବା ପାରଦର୍ଶୀ ମାଇଟ କଢ ଉପରେ ଦେଖାଯାଏ. ଶୀତ ଋତୁରେ ସେମାନେ କଢ଼ର ପାଖୁଡା ରେ ରହିଥାନ୍ତି . ବସନ୍ତରେ ଯେତେବଳେ ପରିସ୍ଥିତି ଅନୁକୂଳ ହୁଏ ତେବେ ମାଈ ପୋକ ସେଥରୁ ବାହାରି କଢ଼ ଉପରେ ଅଣ୍ଡା ଦେଇଥାନ୍ତି. ଅଣ୍ଡାରୁ ଫୁଟିଥିବା ଶୁକ ଡାଳ ଓ ଫୁଲର ବଢୁଥିବା ଅଂଶକୁ ଆକ୍ରମଣ କରି ନୁଆଁ ପତ୍ରକୁ, କଢ଼କୁ ଏବଂ କାଣ୍ଡ କୁ ବିକୃତ କରି ଦିଅନ୍ତି. ଏହା ଫଳରେ ଗଛର ବୃଦ୍ଧି କମି ଯାଇଥାଏ. ଫଳ ଧରିବା ମଧ୍ୟ କମିଯାଏ ଏବଂ ହେଉଥିବା ଫଳ ଅତ୍ୟଧିକ ବିକୃତ ହୋଇଯାଇପାରେ. ଗରମ, ଶୁଖିଲା ପାଗରେ ମାଇଟ ସଂଖ୍ୟା କ୍ଷୀପ୍ର ଗତିରେ ବଢିଥାଏ, ଏପରି ପରିବେଶରେ ଅଳ୍ପ ସଂକ୍ରମଣ ମଧ୍ୟ ସାଙ୍ଘାତିକ କ୍ଷତି କରାଇଥାଏ.


ସୁରକ୍ଷାତ୍ମକ ଉପାୟ

  • ତୋଟାରେ ଶାଖା ଓ ନୁଆଁ ରେ ବାହାରୁଥିବା ଡାଳପତ୍ରରେ ବିକୃତିକର ବୃଦ୍ଧି ଅଛି କି ନାହିଁ, ନିୟମିତ ଭାବେ ନିରୀକ୍ଷଣ କରନ୍ତୁ.
  • ଉପକାରୀ କୀଟ ମାନଙ୍କୁ ରକ୍ଷା କରିବା ପାଇଁ ରାସାୟନିକ କୀଟନାଶକ ର ପ୍ରୟୋଗ କୁ ନିୟନ୍ତ୍ରଣରେ ରଖନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ