ବିରି ଓ ମୁଗ

ବୁଢିଆଣୀ ଅଷ୍ଟପଦି

Tetranychidae

ମାଇଟ

ସଂକ୍ଷେପରେ

  • ପତ୍ର ଉପରେ ଛୋଟ ଛୋଟ ଦାଗ ଦେଖାଯାଏ.
  • କାଣ୍ଡ ଓ ପତ୍ର ଉପରେ ଓ ମଧ୍ୟରେ ଛୋଟ ଜାଲ ଦେଖାଯାଏ.ପତ୍ର ଗୁଡିକ ଶୁଖି ଯାଇଥାାଏ.
  • ଛୋଟ, ଫିକା ସବୁଜ ଓ ଅଣ୍ଡାକୃତ ମାଇଟ୍ ଦେଖା ଯାଇଥାଏ.

ମଧ୍ୟ ଦେଖା ଯାଇପାରେ

39 ଫସଲ ଗୁଡିକ

ବିରି ଓ ମୁଗ

ଲକ୍ଷଣ

ବୁଢିଆଣୀ ଅଷ୍ଟପଦି ପତ୍ର ଖାଇଲା ପରେ ପତ୍ରର ଉପର ପୃଷ୍ଠ ଉପରେ ପଟେ ଧଳା ରୁ ହଳଦିଆ ଦାଗ ସୃଷ୍ଟି ହୋଇଥାଏ. ଏହାର ଅଣ୍ଡା ପତ୍ରର ତଳ ଅଟେ ଲାଗି ରହିଥାଏ. ବୁଢିଆଣୀ ଅଷ୍ଟପଦି ମଧ୍ୟ ତଳ ପଟେ ଗୋଟେ କୋକୁନ ମଧ୍ୟରେ ରହିଥାଏ ଯାହା ଜାଲ ଭଳିଆ ଦେଖାଯାଏ. ଯେତେବେଳ ସଂକ୍ରମଣ ବହୁତ ବଢିଯାଏ ପତ୍ର ସବୁ ପ୍ରଥମେ ତମ୍ବା କିମ୍ବା ଧଳା ରଙ୍ଗ ର ହୁଏ ଏବଂ ପରେ ପତ୍ରର ଶିରାରୁ ଭାଙ୍ଗିଯାଏ ଏବଂ ଶେଷରେ ଝଡି ପଡେ. ଏହି ପୋକ ର ଜାଲ ଗଛର ଉପରଭାଗ କୁ ଘୋଡାଇ ଦେଇ ପରେ. ଶାଖାର ମୁଖ୍ୟ ଟିପ ଶୁଖିଯାଏ ଏବଂ ଅନ୍ୟ ପାଖରୁ ପତ୍ର ଉଠିଥାଏ. ଅତ୍ୟଧିକ ସଂକ୍ରମଣରେ କମ ଏବଂ ଫଳର ଗୁଣବତ୍ତା କମ୍ ହୋଇ ଯାଇଥାଏ.

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ଯଦି ସଂକ୍ରମଣ କମ ହେଇଥାଏ କେବଳ ସଫା କରି ସଂକ୍ରମିତ ପତ୍ର ବାହାର କରି ଦିଅନ୍ତୁ. ସୋରିଷ, ତୁଳସୀ, ସୋୟାବିନ ଏବଂ ନିମ ତେଲ ଆଧାରିତ ଜୈବିକ ମିଶ୍ରଣ ପତ୍ର ଉପରେ ବ୍ୟବହାର କଲେ ଟି.ୟୁର୍ଟିକେ (T. Urticae) ପୋକର ସଂଖ୍ୟା କମ ହୋଇଯାଇଥାଏ. ରସୁଣ ଚା, ବିଛୁଆତି ମିଶ୍ରଣ କିମ୍ବା କୀଟନାଶକ ଗୁଣ ଥିବା ସାବୁନ ମିଶ୍ରଣ ପ୍ରୟୋଗ କଲେ ମଧ୍ୟ ପୋକ ସଂଖ୍ୟା କମିଥାଏ. ନିର୍ଦ୍ଧିଷ୍ଟ ଫସଲ ପାଇଁ କାମ କରୁଥବା ପରଜୀବୀ ଅଷ୍ଟପଦି ଉଦାହରଣ ସ୍ୱରୂପ ଫାଇଟୋସୟିଉଲସ୍ ପର୍ସିମିଲିସ୍ (Phytoseiulus Persimilis) କିମ୍ବା ଜୈବିକ କୀଟନାଶକ ବ୍ୟାସିଲସ୍ ଥ୍ୟୁରିଂଜେନେସିସ୍ (Bacillus Thuringiensis) କୁ ବ୍ୟବହାର କଲେ ଏହି ପୋକ ର ପ୍ରାଦୁର୍ଭାବ କମି ଯାଇଥାଏ. ପ୍ରଥମେ ଉପଚାର ବ୍ୟବହାର କରିବାର 2-3 ଦିନ ପରେ ପୁଣି ଥରେ ସ୍ପ୍ରେ କରିବା ଦରକାର.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପାୟକୁ ମଧ୍ୟ ଧ୍ୟାନ ଦେବା ଦରକାର. କୀଟନାଶକ ଦ୍ୱାରା ବୁଢିଆଣୀ ଅଷ୍ଟପଦି କୁ ନିୟନ୍ତ୍ରଣ କରିବା ବହୁତ କଷ୍ଟକର କାରଣ ଅଧିକାଂଶ ପୋକ କିଛି ବର୍ଷ ବ୍ୟବହାର ପରେ ଏକ ରସାୟନ ପ୍ରତି ପ୍ରତିରୋଧକ ଶକ୍ତି ସୃଷ୍ଟି କରିଥାନ୍ତି. ଏମିତ ରାସାୟନିକ କୀଟନାଶକ ଯାହାକି ଉପକାରୀ ପୋକ ମାନଙ୍କୁ ଅନିଷ୍ଟ କରୁ ନଥିବ ତାହା ବ୍ୟବହାର କରିବେ. ସଲଫର (3ଗ୍ରା /ଲି), ସ୍ପାଇରୋମେସିଫେନ୍ (Spiromesifen)(1ମିଲି /ଲି), ଡାଇକୋଫୋଲ୍ (Dicofol) (5 ମିଲି /ଲି) କିମ୍ବା ଆବାମେକ୍ଟିନ୍ (Abamectin) କୁ ପାଣିରେ ମିଶ୍ରଣ କରି ବ୍ୟବହାର କରିପାରିବେ. ପ୍ରଥମେ ଉପଚାର ବ୍ୟବହାର କରିବାର 2-3 ଦିନ ପରେ ଯଦି ଦରକାର ହୁଏ ପୁଣି ଥରେ ସ୍ପ୍ରେ କରିବେ.

ଏହାର କାରଣ କଣ

ଟେଟ୍ରାନାଏକ୍ୟୁସ୍ (Tetranychus) ଜାତିର ବୁଢିଆଣୀ ଅଷ୍ଟପଦି ମୁଖ୍ୟତଃ ଟି.ୟୁର୍ଟିକେ (T. Urticae) and ଟି.ସିନାବାରିନସ୍ (T. Cinnabarinus) ଫସଲ ଅନିଷ୍ଠ କରିଥାନ୍ତି. ବୟସ୍କ ମାଈ ପୋକ 0.6 mm ଲମ୍ବା, ଇସତ ସବୁଜ ଏବଂ ଏହାର ଅଣ୍ଡାକୃତି ଶରୀରରେ କଳା କଳା ଦୁଇଟି ଦାଗ ଥାଏ ଓ ଏହାର ଶରୀର ପଛରେ କଳା ବାଳ ଥାଏ. ଶୀତଋତୁରେ ରହୁଥିବା ମାଈ ପୋକ ଲାଲ ରଙ୍ଗର ହୋଇଥାଏ. ବସନ୍ତ ଋତୁରେ ମାଈ ପୋକ ଗୋଲାକାର ରଙ୍ଗହୀନ ଅଣ୍ଡା ପତ୍ରର ତଳ ପଟେ ଦେଇଥାଏ. ଛୁଆ ପୋକ ଇସତ ସବୁଜ ଏବଂ ଏହାର ଶରୀରରେ କଳା କଳା ଦାଗ ଥାଏ. ଏହି ପୋକ ପତ୍ରର ତଳ ପଟେ କୋକୁନ ଭିତରେ ନିଜର ସୁରକ୍ଷା କରିଥାନ୍ତି. ବୁଢିଆଣୀ ଅଷ୍ଟପଦି ଶୁଖିଲା ଏବଂ ପାଗରେ ବଞ୍ଚିଥାଏ ଏବଂ ଏକ ବର୍ଷରେ 7 ପିଢୀ ପର୍ଯ୍ୟନ୍ତ ବଞ୍ଚିପାରେ. ଅନାବନା ଘାସ ସମେତ ବହୁତ ପ୍ରକାର ଗଛରେ ଏହି ପୋକ ବଂଚି ରହିପାରେ.


ସୁରକ୍ଷାତ୍ମକ ଉପାୟ

  • ଉପଲବ୍ଧ ପ୍ରତିରୋଧି କିସମର ବିହନ ଲଗାନ୍ତୁ.
  • ନିୟମିତ ଭାବେ ଫସଲ ନିରୀକ୍ଷଣ କରନ୍ତୁ ଏବଂ ପତ୍ରର ତଳ ପଟେ ଭଲ ଭାବେ ଦେଖନ୍ତୁ.
  • କିଛି ପତ୍ର ରୁ ଅଳ୍ପ ପୋକ ମାନଙ୍କୁ ଗୋଟେ ଧଳା କାଗଜରେ ହଲାଇ ଦେଖନ୍ତୁ.
  • ସଂକ୍ରମିତ ପତ୍ର କିମ୍ବା ଗଛକୁ ବାହାର କରି ଦିଅନ୍ତୁ.
  • ଅନାବନା ଘାସ କୁ ଜମିରୁ ବାହାର କରନ୍ତୁ.
  • ଯିବାଆସିବା ରାସ୍ତା ଏବଂ ଅନ୍ୟ ଧୂଳି ଉଡୁଥିବା ଜାଗାରେ ନିୟମିତ ଭାବେ ପାଣି ଦିଅନ୍ତୁ ଯଦ୍ୱାରା ଧୂଳି ଜମିବ ନାହିଁ.
  • ଦୁର୍ବଳ ଗଛ ର ଏହି ପୋକ ପ୍ରତି ଚାପ ତଳେ ଥିବା ଫସଲ ଓ ପ୍ରତିରୋଧକ ଶକ୍ତି କମ ଥାଏ, ସେଥିପାଇଁ ନିୟମିତ ଭାବେ ଜଳ ସେଚନ କରନ୍ତୁ.
  • କୀଟନାଶକ ପ୍ରୟୋଗ ମଧ୍ୟ କମ କରନ୍ତୁ ଯଦ୍ୱାରା ଉପକାରୀ କୀଟ ବଂଚି ରହି ପାରିବେ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ