Pseudomonas syringae pv. tabaci
ବ୍ୟାକ୍ଟେରିଆ
ଏହି ଲକ୍ଷଣ ଖୁବ୍ ଶୀଘ୍ର ବିକଶିତ ହୋଇପାରେ। ଦାଗ ମୁଖ୍ୟତଃ ପତ୍ରରେ ଦେଖାଯାଏ, କିନ୍ତୁ କାଣ୍ଡ, ଫୁଲ ଏବଂ ତମାଖୁ/ଧୂଆଁ ପତ୍ର ଫଳରେ ମଧ୍ୟ ଏହା ଦେଖା ଦେଇପାରେ। ଦାଗଗୁଡିକ ସାଧାରଣତଃ ହଳଦିଆ ବଳୟ ଦ୍ଵାରା ଘେରି ରହିଥାଏ। ଏହି ଦାଗ ଛୋଟ, ଫିକା ସବୁଜ ଗୋଲାକାର ଦାଗ ଭାବରେ ପ୍ରଥମେ ଆରମ୍ଭ ହୁଏ, ଯାହାକି ଟିସୂ ମରିବା ପରେ କେନ୍ଦ୍ରରେ ବାଦାମୀ ରଙ୍ଗରେ ପରିଣତ ହୋଇଥାଏ। ଗୁରୁତର କ୍ଷେତ୍ରରେ, ପତ୍ରର କ୍ଷତ ଅଂଶ ଝଡି ପଡିଯାଏ ଏବଂ କେବଳ ପତ୍ର ଶିରା ଲାଗି ରହିଥାଏ। ଜଙ୍ଗଲି ନିଆଁ ରୋଗ ନର୍ସରୀରେ ଚାରା ଅବସ୍ଥା ସହିତ ଫସଲର ଯେ କୌଣସି ଅବସ୍ଥାରେ ପ୍ରଭାବିତ କରିପାରେ।
ଜଙ୍ଗଲି ନିଆଁ ରୋଗର ନିୟନ୍ତ୍ରଣ ପାଇଁ ବିଭିନ୍ନ ବିକଳ୍ପଗୁଡିକ ବିଭିନ୍ନ ନିରାକରଣ ପଦ୍ଧତିର ଏବଂ ଉତ୍ତମ ଜମି ଚାଷ ପଦ୍ଧତିର ବ୍ୟବହାର ମଧ୍ୟରେ ସୀମିତ ଅଟେ।
ଗଛ ବୃଦ୍ଧିର ସହଳ ଅବସ୍ଥାରେ, ବୋର୍ଡକ୍ସ ମିଶ୍ରଣ ଭଳି କପର ଭିତ୍ତିକ ରାସାୟନିକ ପଦାର୍ଥ ପ୍ରୟୋଗ କରି ଏହି ଜୀବାଣୁକୁ ନିୟନ୍ତ୍ରଣ କରାଯାଇ ପାରେ। ଯେଉଁଠି କୃଷି ଉଦ୍ଦେଶ୍ୟରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥାଏ, ବିକଳ୍ପ ଭାବରେ ଷ୍ଟ୍ରେପ୍ଟୋମାଇସିନ ଆଣ୍ଟିବାୟୋଟିକ ବିଚାର କରାଯାଇ ପାରେ। ଯାହା ହେଲେ ମଧ୍ୟ, ଯେହେତୁ ବ୍ୟାକ୍ଟେରିଆ ଷ୍ଟ୍ରେପ୍ଟୋମାଇସିନ ବିରୁଦ୍ଧରେ ଦ୍ରୁତ ପ୍ରତିରୋଧକତା ହାସଲ କରିଥାଏ, ଏହାର ଫଳପ୍ରଦତା କମିଯାଇପାରେ। କୀଟନାଶକ କିମ୍ବା ଯେ କୌଣସି ରାସାୟନିକ ପଦାର୍ଥ ବ୍ୟବହାର କରାଯାଏ, ସୁରକ୍ଷାତ୍ମକ ପୋଷାକ ପିନ୍ଧିବା ଏବଂ ଲେବେଲର ନିର୍ଦ୍ଦେଶ ଯତ୍ନର ସହିତ ପଢିବା ଗୁରୁତ୍ୱପୂର୍ଣ୍ଣ ଅଟେ। ଦେଶ ଅନୁସାରେ ନିୟମାବଳୀ ଭିନ୍ନ ହୋଇଥାଏ, ତେଣୁ ଏହା ସୁନିଶ୍ଚିତ କରନ୍ତୁ ଯେ ଆପଣ ଆପଣଙ୍କ ଅଞ୍ଚଳ ପାଇଁ ନିର୍ଦ୍ଦିଷ୍ଟ ମାର୍ଗଦର୍ଶିକା ପାଳନ କରୁଛନ୍ତି। ଏହା ନିରାପତ୍ତା ସୁନିଶ୍ଚିତ କରିଥାଏ ଏବଂ ଫଳପ୍ରଦ ପ୍ରୟୋଗର ସମ୍ଭାବନା ବଢାଇ ଥାଏ।
ରୋଗ ସୃଷ୍ଟି କରୁଥିବା ବ୍ୟାକ୍ଟେରିଆ ଉଷୁମ ଏବଂ ଆର୍ଦ୍ର ପରିସ୍ଥିତିରେ ବଞ୍ଚି ରହିଥାଏ ଏବଂ ଅନେକ ସମୟରେ ବର୍ଷାଝଡ ପରେ ବିସ୍ତାର କରିଥାଏ। ରୋଗ କିପରି ଏବଂ କେଉଁ ଆଡେ ବିସ୍ତାର କରିବ, ପବନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ। ସିଞ୍ଚନ ପ୍ରଣାଳୀରେ ଜଳସେଚନ କରିବା ଦ୍ଵାରା ମଧ୍ୟ ବ୍ୟାକ୍ଟେରିଆ ବିସ୍ତାର କରିପାରେ। କୀଟ ଦ୍ଵାରା ହୋଇଥିବା କଟା ଦାଗ କିମ୍ବା ପ୍ରାକୃତିକ ଛିଦ୍ର ଦ୍ଵାରା ଏହି ବ୍ୟାକ୍ଟେରିଆ ପ୍ରବେଶ କରିପାରେ। ଥରେ ଭିତରକୁ ପ୍ରବେଶ କରିବା ପରେ, ଗଛ ମଧ୍ୟରେ ବ୍ୟାକ୍ଟେରିଆ ବଢିଥାଏ ଏବଂ ବିସ୍ତାର କରିଥାଏ। ଗଛ ପଚିବା ଏବଂ ମରିବା ଆରମ୍ଭ ହେବା ସମୟରେ ବ୍ୟାକ୍ଟେରିଆ ବାହାର ପରିବେଶକୁ ଆସିଯାଏ, ଯେଉଁଠି ତାହା ଅନ୍ୟ ଗଛକୁ ସଂକ୍ରମିତ କରିପାରେ କିମ୍ବା ମାଟିରେ ଦୁଇ ବର୍ଷ ପାଇଁ ରହିପାରେ। ବ୍ୟାକ୍ଟେରିଆ ସଂକ୍ରମିତ ଗଛ ଅବଶେଷ, ମାଟି କିମ୍ବା କୃଷି ଯନ୍ତ୍ରପାତି ମାଧ୍ୟମରେ ନୂଆ ସ୍ଥାନକୁ ବିସ୍ତାର କରିପାରେ।