ମକା

ମକାର ବ୍ୟାକ୍ଟେରିଆଜନିତ ଧାରୁଆ ପତ୍ରଦାଗ

Xanthomonas vasicola pv. vasculorum

ବ୍ୟାକ୍ଟେରିଆ

5 mins to read

ସଂକ୍ଷେପରେ

  • ପତ୍ର ଉପରେ ବାଦାମୀ, ତମ୍ବାଳିଆ ଓ ହଳଦିଆ ରଙ୍ଗର ଧାରୁଆ ଦାଗ ଦେଖା ଯାଇଥାଏ.
  • ଧାରୁଆ ଦାଗର ସୀମା ଦାନ୍ତୁରା, ଦେଖିବାକୁ ଲହରି ଭଳି ହଳଦିଆ ରଂଗର ହୋଇଥାଏ.
  • ତଳ ପତ୍ରରୁ ଉପର ପତ୍ର ଆଡକୁ ମାଡ଼ିଥାଏ.

ମଧ୍ୟ ଦେଖା ଯାଇପାରେ

3 ଫସଲ ଗୁଡିକ

ମକା

ଲକ୍ଷଣ

ଅନୂକୁଳ ପାଣିପାଗରେ ସାଧାରଣତଃ ତଳ ପତ୍ରରୁ ଲକ୍ଷଣ ପ୍ରଥମେ ଦେଖାଦେଇଥାଏ ଓ ପରେ ଉପର ଆଡକୁ ବଢି ଥାଏ. ପତ୍ର ଉପରେ ପତଳା ନାରଂଗୀ-ବାଦାମୀ କିମ୍ବା ତମ୍ବା ରଂଗର ବିଭିନ୍ନ ଦୈର୍ଘ୍ୟର ଧାରୁଆ ଦାଗ ଦେଖା ଦେଇଥାଏ. ଏଗୁଡିକ ଦେଖିବାକୁ ଅର୍ଦ୍ଧସ୍ୱଚ୍ଛ ତଥା ଏହାର ଧାର ଲହରି ଭଳି ହୋଇଥାଏ. ସାଧାରଣତଃ ପତ୍ର ପଛପଟେ କିଛି ଆଲୋକ ଥିଲେ ଏହା ହଳଦିଆ ରଙ୍ଗ ର ଦେଖଃଯେ. କିଛି କ୍ଷେତ୍ରରେ ମଝି ବା ଉପର ପତ୍ର ସମୂହରେ ପ୍ରଥମେ ଘା ଦେଖା ଯାଇପାରେ. ଫସଲର ହାଇବ୍ରୀଡ୍ ଉପରେ ନୀର୍ଭର କରି ଲକ୍ଷଣ ଗୁଡିକ ଅଲଗା ହୋଇପାରେ ଓ ଛୋଟ ଛୋଟ ଦାଗରୁ ଆରମ୍ଭ କରି ସମ୍ପୁର୍ଣ ପତ୍ରର 50 ପ୍ରତିଶତକୁ ଆବୃତ କରିପାରେ. ଏହା ଦାନା ଭରିବା ଓ ଅମଳ ଉପରେ ପ୍ରଭାବ ପକାଇପାରେ. କଟି ଯାଇଥିବା ପତ୍ରରୁ ପୁଜ ଭଳି ଅଠାଳିଆ ପଦାର୍ଥ ବାହାରିବା ଏହି ରୋଗର ଅନ୍ୟ ଏକ ଲକ୍ଷଣ ଅଟେ.

Recommendations

ଜୈବିକ ନିୟନ୍ତ୍ରଣ

ଆଜି ଯାଏଁ ଏହି ରୋଗ ପାଇଁ କୌଣସି ଜୈବିକ ଉପଚାର ପଦ୍ଧତି ଉପଲବ୍ଧ ନାହିଁ. ଯଦି ଆପଣ କିଛି ଜୈବିକ ଉପାୟ ବିଷୟରେ ଜାଣିଛନ୍ତି ତେବେ ଦୟା କରି ଆମ ସହ ସଂପର୍କ କରନ୍ତୁ. ରୋଗରୁ ଦୁରେଇ ରହିବା ଓ ରୋଗ କମ ପାଇଁ ସୁରକ୍ଷାତ୍ମକ ଉପାୟ ପାଳନ କରିବାର ଆବଶ୍ୟକ ରହିଛି.

ରାସାୟନିକ ନିୟନ୍ତ୍ରଣ

ଯଦି ସମ୍ଭବ ତାହାଲେ ସର୍ବଦା ସୁରକ୍ଷାତ୍ମକ ଉପାୟକୁ ଜୈବିକ ଉପଚାର ସହ ଏକୀକୃତ ଭାବେ ପ୍ରୟୋଗ କରିବାର ଯୋଜନା କରନ୍ତୁ. ଆଜି ଯାଏଁ ଏହି ରୋଗ ହେବା ଓ ସଂକ୍ରମଣ ହେବାରୁ ରୋକିବା ପାଇଁ କୌଣସି ରସାୟନିକ ଉପଚାର ଉପଲବ୍ଧ ନାହିଁ.

ଏହାର କାରଣ କଣ

ଉକ୍ତ ଲକ୍ଷଣ ଗୁଡିକ ଯ଼ାନ୍ଥୋମୋନାସ୍ ଭାସିକୋଲା ପିଭି. ଭାସ୍କୁଲୋରମ୍ (Xanthomonas vasicola pv. vasculorum) ନାମକ ଏକ ବ୍ୟାକ୍ଟେରିଆ ଯୋଗୁଁ ହୋଇଥାଏ, ଯାହାକି ଶୀତ ଋତୁରେ ସଂକ୍ରମିତ ଫସଲର ଅବଶେଷରେ ବଞ୍ଚି ରହିଥାଏ. ଏହା ସୁସ୍ଥ ଗଛ ବୃଦ୍ଧିର ପ୍ରଥମ ଅବସ୍ଥାରେ ପବନ ଓ ପାଣି ଛାଟ ଦ୍ୱାରା ବ୍ୟାପିଥାଏ. ସଂକ୍ରମିତ ଗଛର ଅଂଶ ମଧ୍ୟ ଗୋଟିଏ ଜମିରୁ ଅନ୍ୟ ଜମିକୁ ଚାଷ ଉପକରଣ, ହାର୍ଭେଷ୍ଟର ବା ଚାରା ଖୁଆଇବା ବେଳେ ସଂକ୍ରମିତ ହୋଇ ପାରେ. ଏହା ଗଛର ଟିସୁ ମଧ୍ୟକୁ ବିନା କୌଣସି ପୁରୁଣା କ୍ଷତ ର ସହାୟତାରେ ପ୍ରବେଶ କରିପାରେ. ଯଦି କୌଣସି ନିବାରଣ ଉପଚାର ନ କରି ସଂବେଦନଶୀଳ ଫସଲ ଲଗା ଯାଉଥାଏ ତାହାଲେ ଗୋଟିଏ ଜମି ଉପରେ ବହୁତ୍ ବର୍ଷ ଧରି ସଂକ୍ରମଣ ହୋଇପାରେ. ଏହି ରୋଗ ପାଇଁ ଅନୂକୁଳ ପାଣିପାଗର ଅବସ୍ଥା ହେଉଛି ଆପେକ୍ଷିକ ଉଚ୍ଚ ଆର୍ଦ୍ରତା, ଜୋର୍ ରେ ବର୍ଷା ହେବା ଓ ଦୀର୍ଘ କାଳୀନ ପତ୍ରର ଆର୍ଦ୍ରତା. ଓଭରହେଡ଼ ଜଳସେଚନ ଓ ଖରା ପାଗରେ ଜଳସେଚନ କରିବା ଦ୍ୱାରା ରୋଗ ହେବାର ସମ୍ଭାବନା.


ସୁରକ୍ଷାତ୍ମକ ଉପାୟ

  • ଯଦି ଉପଲବ୍ଧ ଥାଏ ତାହାଲେ ପ୍ରତିରୋଧି ବା ସହନଶୀଳ କିସମର ଫସଲ ଲଗାନ୍ତୁ.
  • ରୋଗର ଲକ୍ଷଣ ଗୁଡିକ ପାଇଁ ନିୟମିତ ଭାବେ ଫସଲ ନିରୀକ୍ଷଣ କରନ୍ତୁ.
  • ଅନାବନା ଘାସ ଓ ବୁଦାକୁ ନିୟନ୍ତ୍ରଣରେ ରଖନ୍ତୁ.
  • ଗୋଟେ ଜମିରୁ ଅନ୍ୟ ଜମିରେ ଯାଇ କାମ କଲାବେଳେ କୃଷି ଉପକରଣରେ ଲାଗିଥିବା ଗଛର ଅଂଶ ସବୁ ବାହାର କରିଦିଅନ୍ତୁ.
  • ଅମଳ ପରେ ଫସଲ ଅବଶେଷକୁ କାଢି ନିଅନ୍ତୁ.
  • ନହେଲେ ସେସବୁକୁ ଚାଷ କରି ମାଟିରେ ପୋତି ଦିଅନ୍ତୁ.
  • ଅନ୍ୟ ଜମିରେ ସଂକ୍ରମଣ ହେବାରୁ ବଞ୍ଚିବା ପାଇଁ ସଂକ୍ରମିତ ଜମିକୁ ଶେଷରେ ଅମଳ କରନ୍ତୁ.
  • ଅସମ୍ବେଦନଶୀଳ ଫସଲ ଯେପରିକି ସୋୟାବିନ୍ ବା ଗହମ ସହ ଫସଲ ଚକ୍ର ପାଳନ କରନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ