ଟମାଟ

ବୀଜାଣୁ ଜନିତ ଚିହ୍ନ ବା ଯାଦୁରା ରୋଗ

Xanthomonas spp. & Pseudomonas syringae pv. tomato

ବ୍ୟାକ୍ଟେରିଆ

5 mins to read

ସଂକ୍ଷେପରେ

  • ନୂଆ ପତ୍ରରେ ଛୋଟ, ହଳଦିଆ- ସବୁଜ କ୍ଷତ ଚିହ୍ନ ଥାଏ । ପତ୍ର ବିକୃତ ଓ ମୋଡି ହୋଇଯାଏ । ପୁରୁଣା ପତ୍ର ଓ ଫଳରେ ହଳଦିଆ ଉଜ୍ଜଳ ବଳୟ ସହିତ ପାଣିଭିଜା କ୍ଷତ ଚିହ୍ନ ଥାଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଟମାଟ

ଲକ୍ଷଣ

ଏହି ବୀଜାଣୁ ଟମାଟୋର ପତ୍ର , କାଣ୍ଡ ଓ ଫଳକୁ ଆକ୍ରମଣ କରେ। ନୂଆ ପତ୍ରରେ ଯେଉଁଟା ବିକୃତ ଓ ମୋଡି ହୋଇଥାଏ ଛୋଟ , ହଳଦିଆ - ସବୁଜ କ୍ଷତ ଚିହ୍ନ ପ୍ରାରମ୍ଭିକ ଲକ୍ଷଣ ରୂପେ ଦେଖାଯାଏ । ପୁରୁଣା ପତ୍ରରେ , ଶିରା ଦ୍ଵାରା ଚିହ୍ନ ଗୁଡିକ ସୀମିତ ହୋଇ କୌଣିକ ଆକାର ଧାରଣ କରିଥାନ୍ତି । ସେମାନେ ପ୍ରଥମେ ଗାଢ ସବୁଜ , ତେଲିଆ ଦେଖାଯାନ୍ତି ଏବଂ ଏକ ଉଜ୍ଜଳ ହଳଦିଆ ବଳୟ ଦ୍ଵାରା ଘେରିହୋଇରହିଥାନ୍ତି । ପତ୍ର ଅଗରେ ଓ ଧାରରେ ଏହା ଅନେକ ପରିମାଣରେ ଦେଖାଯାନ୍ତି । ଯଦି ସୁବିଧା ମିଳେ , ଏମାନେ 0.25 ରୁ 0.5 ସେମି ଆକାର ପର୍ଯ୍ୟନ୍ତ ବଡ ହୁଅନ୍ତି ଏବଂ ତମ୍ବା ଠାରୁ ବାଦାମି ଲାଲ ବର୍ଣର ହୋଇଥାନ୍ତି । ଘଟଣାକ୍ରମେ, ଗୁଳି ମରାଯିବା କଣା ପରି ହୋଇଥାଏ କାରଣ ଏହାର କେନ୍ଦ୍ର ଶୁଖିଯାଏ ଓ ଖଣ୍ଡବିଖଣ୍ଡିତ ହୁଏ । ଫଳ ଚିହ୍ନ ( 0.5 ସେମି ପର୍ଯ୍ୟନ୍ତ ) ଫିକା ସବୁଜ ର୍ଙ୍ଗାରୁ ଆରମ୍ଭ ହୁଏ , ଉଜ୍ଜଳ ହଳଦିଆ ବଳୟ ସହିତ ପାଣିଭିଜା ଚିହ୍ନ ଏବଂ ଘଟଣାକ୍ରମେ ଖଦଡା ଓ ବାଦାମି ଯାଦୁରା ହୋଇଯାଏ ।

Recommendations

ଜୈବିକ ନିୟନ୍ତ୍ରଣ

ବୀଜାଣୁ ଯାଦୁରା ରୋଗ ନିୟନ୍ତ୍ରଣ କରିବା ପାଇଁ ଅତି କଷ୍ଟକର ଓ ଖର୍ଚ୍ଚ ବହୁଳ ଅଟେ । ଯଦି ଏହି ରୋଗ ଋତୁର ପ୍ରଥମରେ ହୁଏ , ପୁରା ଫସଲ ନଷ୍ଟ କରିବାକୁ ବିବେଚନା କରନ୍ତୁ । ,ତମ୍ବାଥିବା ବୀଜାଣୁନାଶୀ ପତ୍ର ଓ ଫଳ ଉପରେ ଏକ ସୁରକ୍ଷାତ୍ମକ ଆବରଣ ଯୋଗାଏ । ବୀଜାଣୁ ଜନିତ ଭୁତାଣୁମାନେ (ବାକ୍ଟେରିୟଫାଗେଶ) ଯାହାକି ନିର୍ଦ୍ଦିଷ୍ଟ ଭାବରେ ଏହି ବୀଜାଣୁକୁ ମାରେ , ବଜାରରେ ମିଳେ । 1.3 % ସୋଡିଅମ ହାଇପୋକ୍ଲୋରାଇଡ 1 ମିନଟ କିମ୍ବା 50 ଡିଗ୍ରୀ C ରେ 25 ମିନଟ ବୁଡାଇ ଉପଚାର କଲେ , ଏହି ରୋଗ ମାତ୍ରା କମେ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ତମ୍ବା ଥିବା ବୀଜାଣୁନାଶୀ ସୁରକ୍ଷାତ୍ମକ ଭାବେ ବ୍ୟବହାର କରାଯାଇପାରେ ଏବଂ ରୋଗ ଆଂଶିକ ନିୟନ୍ତ୍ରଣ କରିପରେ । ରୋଗର ପ୍ରଥମ ଲକ୍ଷଣରେ ପ୍ରୟୋଗ ଏବଂ ତାପରେ ଯେତେବେଳେ ଉଷ୍ମ , ଆର୍ଦ୍ର ପରିସ୍ଥିତି ଥାଏ , 10 ରୁ 14 ଦିନ ବ୍ଯବଧାନରେ ପ୍ରୟୋଗ କରାଯାଇପାରେ । ଯେହେତୁ ତମ୍ବା ପ୍ରତି ପ୍ରତିରୋଧ ସୃଷ୍ଟି ହୁଏ ,ତମ୍ବାଥିବା ବୀଜାଣୁନାଶୀ ସହ ମାଙ୍କୋଜେବ ସୁପାରିସ କରାଯାଏ ।

ଏହାର କାରଣ କଣ

ଜାନ୍ଥୋମୋନାସ ପ୍ରଜାତିର କେତେକ ବୀଜାଣୁ ଏହି ଯାଦୁର ରୋଗର ଲକ୍ଷଣ ସୃଷ୍ଟି କରିଥାନ୍ତି । ଏହା ପୃଥିବୀ ସାରା ହୁଏ ଏବଂ ଉଷ୍ମ ,ଆର୍ଦ୍ର ପରିବେଶରେ ଏହା ଅଧିକ ମାରାତ୍ମକ ହୁଏ । ବିହନ, ଗଛ ଅବଶେଷ ଓ ନିର୍ଦ୍ଦିଷ୍ଟ ଘାସରେ ଏହି ବୀଜାଣୁ ବଞ୍ଚିପାରେ । ଏହା ମାଟିରେ କିଛି ଦିନ ବା ସପ୍ତାହ ପର୍ଯ୍ୟନ୍ତ ସୀମିତ ସମୟ ବଞ୍ଚିପାରେ । ପରିସ୍ଥିତି ଅନୁକୂଳ ହେଲେ ଏହା ବର୍ଷା ବା ସିଂଚନ ଜଳସେଚନ ଦ୍ଵାରା ସୁସ୍ଥ ଗଛକୁ ବିସ୍ତାର ଲାଭ କରେ । ପତ୍ରର ରନ୍ଧ୍ର ବା ଘା' ଦେଇ ଏହା ଗଛ ଟିସୁରେ ପ୍ରବେଶ କରେ । 25 ରୁ 30 ଡିଗ୍ରୀ C ହେଉଛି ଏହାର ଅନୁକୂଳ ତାପମାତ୍ରା । ଥରେ ଫସଲ ସଂକ୍ରମିତ ହେଲେ , ଏହା ନିୟନ୍ତ୍ରଣ କରିବା କଷ୍ଟକର ହୁଏ ଓ ଫସଲର ସମ୍ପୂର୍ଣ କ୍ଷତି ହୋଇପାରେ ।


ସୁରକ୍ଷାତ୍ମକ ଉପାୟ

  • ପ୍ରାମାଣିକ ସୁତରୁ , ଯଦି ସମ୍ଭବ , ରୋଗମୁକ୍ତ ବିହନ ଲଗାନ୍ତୁ । ଯଦି ମିଳେ ପ୍ରତିରୋଧି କିସମ ଲଗାନ୍ତୁ । ନିୟମିତ ଜମି ନିରୀକ୍ଷଣ କରନ୍ତୁ , ନିର୍ଦ୍ଦିଷ୍ଟ ଭାବରେ ମେଘୁଆ ପାଗରେ । ପତ୍ର ଚିହ୍ନ ଥିବା ଯେ କୌଣସି ଚାରା ବା ଗଛ ଅଂଶ କାଢି ଜାଳି ଦିଅନ୍ତୁ । ଜମିରେ ଓ ଆଖପାଖରେ ଘାସ କାଢନ୍ତୁ । ମାଟିରୁ ଗଛକୁ ସଂକ୍ରମଣ ବାଧା ଦେବା ପାଇଁ ଛାଦିକରଣ କରନ୍ତୁ । ଯନ୍ତ୍ରପାତି ସଫା କରନ୍ତୁ । ସିଂଚନ ଜଳସେଚନ ଦିଅନ୍ତୁ ନାହି ଓ ପତ୍ର ଓଦା ଥିବା ବେଳେ ଜମିରେ କମ କରନ୍ତୁ ନାହି । ଅମଳ ପରେ ଗଭୀର ଚାଷ କରି ଅବଶେଷ ପୋତନ୍ତୁ । ବିକଳ୍ପ ଭାବରେ, ଗଛ ଅବଶେଷ କାଢନ୍ତୁ ଓ ଜମି କିଛି ସପ୍ତାହ ବା ମାସ ପାଇଁ ପଡିଆ( ସୌରିକରଣ ) ପକାନ୍ତୁ । ପୋଷକ ନଥିବା ଗଛ ସହ 2-3 ବର୍ଷ ପାଇଁ ଫସଲ ପର୍ଯ୍ୟାୟ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ