Xanthomonas campestris pv. musacearum
ବ୍ୟାକ୍ଟେରିଆ
ସଂକ୍ରମଣର 3 ସପ୍ତାହ ପରେ ସାଧାରଣତଃ ଲକ୍ଷଣ ଦେଖାଯାଏ । କିସମ, ବୃଦ୍ଧି ଅବସ୍ଥା ,ଏବଂ ପରିବେଶ ଅବସ୍ଥା ଉପରେ ରୋଗ ବିସ୍ତାରର ମାତ୍ରା ନିର୍ଭର କରେ । ସଂକ୍ରମିତ ଗଛ ଗୋଟିଏ ହଳଦିଆ ହେଉଥିବା ଓ ଝାଉଂଳୁଥିବା ପତ୍ର ଦେଖାଏ । ଏଥିରେ ଫଳର ଅସମାନତା ଓ ଅକାଳ ପାଚିବା ଦେଖାଯାଏ । ଯାହାହେଲେବି ,ସବୁଠାରୁ ଗୁରୁତ୍ବପୂର୍ଣ ଲକ୍ଷଣ ହେଲା , ଗଛରୁ ହଳଦିଆ ବୀଜାଣୁ କ୍ଷର ନିର୍ଗତ ହେବା ।ସଂକ୍ରମିତ ଫଳର ଅନୁପ୍ରସ୍ଥ କାଟ ଉର୍ଦ୍ଧ୍ବବାହୀ ବିଡକ( vascular bundle) ହଳଦିଆ କମଳା ରଙ୍ଗର ବିବର୍ଣତା ଓ ତିସୁର ଘନ ବାଦାମୀ କ୍ଷତ ଚିହ୍ନ ଦେଖାଏ । ଫୁଲ ପେନ୍ଥାର ଲକ୍ଷଣ ହେଲା bract ବା ଉପକର୍ଣ ଆସ୍ତେ ଆସ୍ତେ ଝାଉଁଳିବା ଓ ଅଣ୍ଡିରା କଢ ଶୁକୁଟିବା ।
ଆଜି ପର୍ଯ୍ୟନ୍ତ ,ଏହି ବୀଜାଣୁ ବିସ୍ତାର ବନ୍ଦ କରିବା ପାଇଁ ଜୈବିକ ଉପଚାର ଜଣାନାହି । ଦୟାକରି, ଯଦି ଆପଣ ଜାଣିଛନ୍ତି ଆମକୁ ସୂଚାନ୍ତୁ ।
ଯଦି ମିଳେ , ସର୍ବଦା ,ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଏହି ବୀଜାଣୁ ପାଇଁ ପାରମ୍ପରିକ ବୀଜାଣୁ ନାଶକ ହୋଇଅଛି କିନ୍ତୁ ଏହା ଖର୍ଚ୍ଚ ବହୁଳ ଅଟେ । ସଂକ୍ରମିତ କଦଳୀ ଫସଲ ନଷ୍ଟ କରିବା ପାଇଁ କେତେକ କ୍ଷେତ୍ରରେ କେତେକ ତୃଣନାଶକ ଅର୍ଥନୈତିକ ଓ ଫଳପ୍ରସୂ ଭାବେ ରୋଗ ବ୍ୟାପିବା ବନ୍ଦ କରିବା ପାଇଁ ବ୍ୟବହାର ହେଉଛି।
ଜାନ୍ଥୋମୋନାସ କେମପେଷ୍ଟରିସ କିସମ ମୁଜାସିରମ ନାମକ ଏକ ଦୃଢ ପ୍ରତିଜ୍ଞ ବୀଜାଣୁ ଗଛରେ ବହୁତ କ୍ଷତି ଓ ଲକ୍ଷଣ କରାଏ । ଏହାର ବିସତରସଙ୍କରମିତ ଗଛ ଅଂଶ ,ଯନ୍ତ୍ରପାତି, ଦେଖାଯାଉଥିବା ପବନ ବାହିତ ବାହକ ଆଦି ଦ୍ଵାରା ହୁଏ। ଏହି ବୀଜାଣୁ ମାଟିରେ ପ୍ରାୟ 4 ମାସ ପର୍ଯ୍ୟନ୍ତ ରହିପାରେ ଓ ଏହା ରୋଗର ମୁଖ୍ୟ ମାଧ୍ୟମ ଅଟେ । ଏହାର ବଞ୍ଚିବା ଆର୍ଦ୍ରତା ଉପରେ ନିର୍ଭର କରେ ଏବଂ ଶୁଖିଲା ମାଟିରେ ଏହା ନିମ୍ନତମ ହୁଏ । ନାହୁଡ ବିହୀନ ମହୁମାଛି ( ଅଫିଡେ ), ଫଳ ମ୍ଛି ( ଦ୍ରୋସୋଫିଲ୍ଡେ ) ଏବଂ ଘାସ ମାଛି ( କ୍ଳୋରୋପିଦେ) ଆଦି ପରିବାର ବାହକ ଅଟନ୍ତି। ସଂକ୍ରମିତ ଅଣ୍ଡିରା ଫୁଲରୁ ମକରନ୍ଦ ବା ମହୁ ନେଇ ଅନ୍ୟ ଗଛର ଫୁଲକୁ ଯିବା ଦ୍ଵାରା ଏହି ରୋଗ ବ୍ୟାପେ ।