ଅନ୍ୟ

ବ୍ୟାକ୍ଟେରିଆ ଫଳ ସଢା

Acidovorax citrulli

ବ୍ୟାକ୍ଟେରିଆ

5 mins to read

ସଂକ୍ଷେପରେ

  • ମଂଜି ପତ୍ରର ତଳପଟେ ପାଣିଭିଜା ଚକଡା ଦେଖାଯାଏ.
  • କଳା କିମ୍ବା ଲାଲ-ବାଦାମୀ ରଙ୍ଗର କୋଣିଆ ଦାଗ ପତ୍ରର ଶିରା ଉପରେ ଦେଖାଦିଏ.
  • ଅଲିଭ ରଙ୍ଗର, ଅସମ ଦାଗ ଫଳ ଉପରେ ଦେଖାଦିଏ ଯାହା ମିଶି ଯାଇ ଗାଢ଼ ସବୁଜ ରଙ୍ଗର ସଢା ଦାଗ ହୋଇଯାଏ.
  • ଏହି ଟିସୁରୁ ଅମ୍ବର ରଙ୍ଗର ତରଳ ପଦାର୍ଥ ବାହାରୁଥାଏ.

ମଧ୍ୟ ଦେଖା ଯାଇପାରେ

5 ଫସଲ ଗୁଡିକ
କଲରା
କାକୁଡି
ତରଭୁଜ
ବୋଇତି କଖାରୁ
More

ଅନ୍ୟ

ଲକ୍ଷଣ

ବିହନ ବୁଣିବାର 5-8 ଦିନ ମଧ୍ୟରେ ଏହି ରୋଗର ଲକ୍ଷଣ ଅଙ୍କୁରରେ ଦେଖାଦେଇଥାଏ. ବୀଜପତ୍ରର ତଳ ପଟେ ପାଣିଭିଜା ଚକଡା ଏବଂ ବେଳେବେଳେ ତଳି ପଚା ମଧ୍ୟ ହୋଇଥାଏ. ପୁରୁଣା ଗଛରେ କଳା କିମ୍ୱା ଲାଲ-ବାଦାମୀ କୋଣିଆ ଦାଗ ପତ୍ର ଶିରା କଡେ କଡେ ଦେଖାଦିଏ. ଠିକ ପାଚିବା ପୂର୍ବରୁ ଫଳରେ ଏହାର ଲକ୍ଷଣ ଦେଖାଦେଇଥାଏ. ପ୍ରଥମେ ଛୋଟ ଅଲିଭ ରଙ୍ଗର ଅସମ ଦାଗ ଫଳ ଉପରେ ଦେଖାଦିଏ. ପରେ ଏହି ଦାଗ ସବୁ ଅତି ଶୀଘ୍ର ବଡ ହୁଏ ଏବଂ ମିଶିଯାଇ ଏକ ବଡ ଗାଢ଼ ସବୁଜ ରଙ୍ଗର ସଢା ଚକଡା ରେ ପରିଣତ ହୋଇଯାଏ. ଏହି ରୋଗ ବଢି ଚାଲିଲେ ଏହି ଚକଡା଼ରେ ଫାଟ ସୃଷ୍ଟି ହୁଏ ଏବଂ ଅମ୍ବର ରଙ୍ଗର ତରଳ ପଦାର୍ଥ ନିର୍ଗତ ହୋଇଥାଏ. ଅବସରଵାଦୀ ଜୀବାଣୁ ଖରାପ ହୋଇଥିବା ଟିସୁରେ ସଂକ୍ରମଣ କରନ୍ତି ଏବଂ ଫଳ ଭିତରୁ ସଢ଼ି ଯାଏ.

Recommendations

ଜୈବିକ ନିୟନ୍ତ୍ରଣ

ଶୁଖିଲା ଉତ୍ତାପରେ ବିହନ ଉପଚାର କରି ଏହି ଜୀବାଣୁ କୁ କିଛି ସଫଳତା ସହ କିଛି ମାତ୍ରାରେ ବାହାର କରାଯାଇପାରେ. ଏହି ବ୍ୟାକ୍ଟେରିଆ ବାହାର କରିବା ପାଇଁ 85° C ରେ 3-5 ଦିନ ଉପଚାର ପ୍ରଭାବୀ ହୋଇଥାଏ. ତମ୍ବା ଉପରେ ଆଧାରିତ ଜୈବିକ ବ୍ୟାକ୍ଟେରିଆନାଶକ ଉପଲବ୍ଧ ଅଛି ଯାହା ଏହି ରୋଗର ବିସ୍ତାରକୁ ଧୀମା କରି ଫଳକୁ ରକ୍ଷା କରିଥାଏ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପଚାର କୁ ମଧ୍ୟ ଧ୍ୟାନ ଦେବା ଦରକାର. ଫସଲରେ ରୋଗ ଦେଖାଗଲେ କପର ଫର୍ମୁଲା ର ବ୍ୟାକ୍ଟେରିଆନାଶକ ଯଥା କ୍ୟୁପରିକ ହାଇଡ୍ରୋକ୍ସାଇଡ, କପର ହାଇଡ୍ରୋକ୍ସସଲଫେଟ କିମ୍ବା କପର ଅକ୍ସିକ୍ଲୋରାଇଡ ବ୍ୟବହାର କଲେ ଏହି ରୋଗର ବିସ୍ତାରକୁ ଧୀମା କରିଥାଏ ଏବଂ ଫଳକୁ ସଂକ୍ରମଣରୁ ବଞ୍ଚାଇ ପରେ. ଫୁଲ ଧରିବା ପୂର୍ବରୁ ସ୍ପ୍ରେ ଆରମ୍ଭ କରି ଫଳ ପରିପକ୍ଵ ହେଲା ପର୍ଯ୍ୟନ୍ତ ସ୍ପ୍ରେ କରିବା ଦରକାର.

ଏହାର କାରଣ କଣ

ବ୍ୟାକ୍ଟେରିଆ ଏସିଡୋଭୋରାକ୍ସ ସିଟ୍ରୁଲ୍ଲି, ଦ୍ୱାରା ଏହି ରୋଗର ଲକ୍ଷଣ ସୃଷ୍ଟି ହୋଇଥାଏ. ଏହି ବ୍ୟାକ୍ଟେରିଆ ସଂକ୍ରମିତ ଫଳରୁ ଉତ୍ପାଦିତ ବିହନ, ଗଛ ଅବଶେଷ ଏବଂ ଅନ୍ୟାନ୍ୟ ଫସଲ ଯଥା କୁକୁରବିଟ ଜାତୀୟ ଅନାବନା ଗଛ ଏବଂ ନିଜେ ନିଜେ ଉଠିଥିବା ଗଛ ରେ ବଞ୍ଚିପାରେ. ସମସ୍ତ କୁକୁରବିଟ ଜାତୀୟ ଫସଲ ଏହି ରୋଗ ପ୍ରତି କିଛି ମାତ୍ରାରେ ସଂବେଦନଶୀଳ ଅଟନ୍ତି କିନ୍ତୁ ଲକ୍ଷଣର ତୀବ୍ରତା ଅଲଗା ହୋଇଥାଏ. ଏହି ରୋଗର ପ୍ରାଥମିକ ବିସ୍ତାର ପାଇଁ ସଂକ୍ରମିତ ବିହନ ର ଭୂମିକା ସବୁଠାରୁ ମହତ୍ୱପୂର୍ଣ୍ଣ. ପରବର୍ତ୍ତୀ ସମୟରେ ଗଛରୁ ଗଛକୁ ସଂକ୍ରମଣ ପାଣି ଛାଟ (ବର୍ଷା କିମ୍ବା ଓଭରହେଡ଼ ଜଳସେଚନ), କୃଷି ଶ୍ରମିକ ମାନଙ୍କ ପୋଷାକ ଏବଂ ହାତ ଦ୍ୱାରା ତଥା କୃଷି ଉପକରଣ ମାଧ୍ୟମରେ ହୋଇଥାଏ. ଅଧିକ ତାପମାନ ( 32°C ରୁ ଅଧିକ) ଏବଂ ଅଧିକ ଆର୍ଦ୍ରତା(70%ରୁ ଅଧିକ) ଏହି ରୋଗର ସଂକ୍ରମଣ ଓ ବିସ୍ତାର ପାଇଁ ଅନୁକୂଳ ହୋଇଥାଏ. ଫୁଲର ପରାଗଣ ସମୟରୁ ଆରମ୍ଭ କରି 2-3 ସପ୍ତାହ ପର୍ଯ୍ୟନ୍ତ ଫଳ ରେ ବ୍ୟକେରିଆ ସଂକ୍ରମଣ ହୋଇଥାଏ. କିନ୍ତୁ ଯେତେବେଳେ ଫଳ ପରିପକ୍ୱ ହୁଏ ଏହା ଉପରେ ଏକ ମହମ ସଦୃଶ ପରସ୍ତ ସୃଷ୍ଟି ହୁଏ ଯାହା ପରବର୍ତ୍ତୀ ସଂକ୍ରମଣକୁ ବନ୍ଦ କରିଥାଏ.


ସୁରକ୍ଷାତ୍ମକ ଉପାୟ

  • ନିଜ ଦେଶରେ ଥିବା କ୍ଵାରାଣ୍ଟାଇନ ନିୟମ ବିଷୟରେ ଅବଗତ ରୁହନ୍ତୁ.
  • କେବଳ ପ୍ରାମାଣିକ ସ୍ରୋତରୁ ଅଣା ଯାଇଥିବା ବିହନ ବ୍ୟବହାର କରନ୍ତୁ.
  • ସମ୍ପୂର୍ଣ ଫସଲ ବିକାଶ ଚକ୍ରରେ ଉତ୍ତମ ଧରଣର ସ୍ୱଚ୍ଛତା ବଜାୟ ରଖିବା ଉପରେ ଧ୍ୟାନ ଦିଅନ୍ତୁ.
  • ନିୟମିତ ଭାବେ ରୋଗର ଲକ୍ଷଣ ପାଇଁ ଫସଲ ନିରୀକ୍ଷଣ କରନ୍ତୁ ଏବଂ ସଂକ୍ରମିତ ଗଛ ଗୁଡିକ ଅତି ଶୀଘ୍ର ନଷ୍ଟ କରିଦିଅନ୍ତୁ.
  • କୁକୁରବିଟ ଜାତୀୟ ସମସ୍ତ ଅନାବନା ଗଛ ବାହାର କରିଦିଅନ୍ତୁ ଏବଂ ଅନ୍ୟାନ୍ୟ ଫସଲ ଯେଉଁଥିରେ ଏହି ବ୍ୟାକ୍ଟେରିଆ ସଂକ୍ରମଣ ହୋଇପାରେ ଲଗାନ୍ତୁ ନାହିଁ.
  • ଗଛର ଅବଶେଷ ସବୁ ଗଭୀର ମାଟିରେ ପୋତି ନଷ୍ଟ କରିଦିଅନ୍ତୁ.
  • ଏହି ବ୍ୟାକ୍ଟେରିଆ କୁ ଦୁରେଇ ରଖିବା ପାଇଁ 3 ବର୍ଷିଆ ଫସଲ ଚକ୍ର ଅବଲମ୍ବନ କରନ୍ତୁ.
  • ସଂକ୍ରମିତ ଜମିରେ ବ୍ୟବହୃତ ହୋଇଥିବ କୌଣସି କୃଷି ଉପକରଣ ପୁଣି ବ୍ୟବହାର କରିବା ପୂର୍ବରୁ ଭଲ ଭାବେ ସଫା କରି ନିଅନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ