Phytoplasma asteris
ବ୍ୟାକ୍ଟେରିଆ
ରୋଗ ର ଲକ୍ଷଣ ଗୁଡିକ ର ମରାତ୍ମକତା ମକା ଫସଲ ର କିସମ ଓ ସଂକ୍ରମଣ ର ସ୍ତର ଉପରେ ନିର୍ଭରଶୀଳ ଅଟେ। ସାଧାରଣତଃ, ପତ୍ର ସମୂହ ର ଧାର ଗୁଡିକ ହଳଦିଆ ହୋଇ ଯିବା ଓ ପୁରୁଣା ପତ୍ର ଉପରେ ନାଲିଆ ବର୍ଣହୀନତା ଦେଖା ଯିବା ପି.ଆଷ୍ଟେରିଷ ଦ୍ବାରା ମକା ଫସଲ ରେ ହଉ ଥିବା ସକ୍ରମଣର ପ୍ରାରମ୍ଭୀକ ଲକ୍ଷଣ ମଧ୍ୟ ରେ ଅନ୍ୟତମ । ରୋଗ ର ବଢିବା ସହ ଲକ୍ଷଣ ଗୁଡିକ ମଧ୍ୟ ତୀବ୍ର ହେଇ ଚାଲେ, ପରେ ପରେ ପତ୍ରର ଧାର ଗୁଡିକ ସାଧାରଣତଃ ଚିରା କିମ୍ବା ଛିନ୍ନ ବିଛିନ୍ନ ହେବ ଭଳି ଦେଖା ଯାଇ ଥାଏ। ବହୁତ ଗୁଡାଏ ଚଁଅର ଡାଳ ଓ ପିଲ ଦେଖା ଯିବା ଆରମ୍ଭ ହେଇ ଯିବା ଯୋଗୁଁ ଗଛ ଏକ ପ୍ରକାର ର ବୁଦାଳିଆ ଦେଖା ଯାଇଥାଏ। ପବ ଛୋଟ ହୁଏ ଓ ରୁଗୁଡିଆ ବୃଦ୍ଧି ସ୍ପଷ୍ଟ ଜଣାପଡେ । ଅଣ୍ଡିରା ଫୁଲ ହୁଏ ନାହି କିମ୍ବା ବନ୍ଧ୍ୟା ହୁଏ । ଗଛ ଗୁଡିକର ଚଁଅର ନଥାଏ କିମ୍ବାଚଁଅର ବିକାଶ ହୋଇ ନଥାଏ, ଯାହା ଦ୍ବାରା ଅଳ୍ପ କିମ୍ବା ମୋଟେ ଉତ୍ପାଦନ ହୋଇ ପାରି ନଥାଏ।
ପରଜୀବୀ କବକ ମେଟାରୀଃଜୀୟମ ଆନୀସୋପଳିଏ, ବିଊଭେରିଆ ବାସିୟନା, ପେସିଲୋମାୟସେସ ଫୁମ୍ୟସୋରୋସେଯସ ଓ ଭେର୍ଟିସିଲିୟମ ଲେକାନ୍ନି ଉପାରେ ଅଧାରିତ ସାମଗ୍ରୀ ପତ୍ର ଡିଆଁ ପୋକର ସଂଖ୍ୟା କୁ ଫଳପ୍ରସୂ ଭାବେ ନିୟନ୍ତ୍ରଣ କରି ପାରେ। ଆଙ୍ଗରୁସ ଆତୋମୁଷ ପ୍ରଜାତିର ପରଜୀବୀ କୀଟ କୁ ମଧ୍ୟ ଏହି ଉଦ୍ଧେଶ୍ୟ ପାଇଁ ବ୍ୟବହାର କର ଯାଇ ପାରେ। ପାଟ ପୋକ ଓ ଝାଲର ଡେଣା ପୋକ ଭଳି ସାହାଜ୍ୟକାରୀ କୀଟ ଉଭୟ ଅଣ୍ଡା ଓ ଲାର୍ଭା ସ୍ତର ରେ ଏହାକୁ ବହୁ ଲାଳସା ର ସହ ଖାଇ ଦିଅନ୍ତି।
ଯଦି ସମ୍ଭବ ତାହାଲେ ସର୍ବଦା ଏକ ସମନ୍ଵିତ ନିବାରଣ ଉପାୟକୁ ଜୈବୀକ ଉପଚାର ସହ ଏକୀକୃତ ଭାବେ ପ୍ରୟୋଗ କରିବାର ଯୋଜନା କରନ୍ତୁ । କାରବାରିଲ କୀଟନାଶକ ଉପରେ ଆଧାରିତ ସାମଗ୍ରୀ ବ୍ୟବହାର କରିବା ଦ୍ବାରା ପତ୍ର ଡିଆଁ ପୋକର ସଂଖ୍ୟାକୁ ଫଳପ୍ରସୂ ଭାବେ ନିୟନ୍ତ୍ରଣ କର ଯାଇ ପାରିବ । ମକା ଫସଲ ଗୁଡିକ ଛୋଟ ଥିବା ବେଳେ ଏହା ରୋଗ କମାଇଦେଇପାରେ । କିନ୍ତୁ, ଅଧିକାଂଶ ମକା ଅଞ୍ଚଳରେ, ଏହି ଉପଚାର ଅର୍ଥନୈତିକ ଭାବେ ଲାଭଦାୟକ ହୋଇ ନ ଥାଏ ।
ଫାଇଟୋପ୍ଲାସମା ଆଷ୍ଟେରିଷ ନାମକ ଏକ ବ୍ୟାକ୍ଟେରିଆ ଯୋଗୁଁ ଲକ୍ଷଣ ଗୁଡିକ ସୃଷ୍ଟି ହୋଇ ଥାଏ। ଏହା ମକା ଫସଲ ରେ ଏକ ରୋଗ କାରକ ଯାହା କି ସାଧାରଣତଃ ମାକ୍ରୋଷ୍ଟେଲେଶ କ୍ଵାଡ୍ରିଲିନେଆଟରୁଶ ଭଳି ପତ୍ର ଡିଆଁ ପୋକ ଦ୍ବାରାବ୍ୟାପୀ ଥାଏ। ଏହା ସଂକ୍ରମିତ ଫସଲ ସାମଗ୍ରୀ (ଅଙ୍କୁର କିମ୍ବା ଚାରା) ଦ୍ବାରା ବ୍ୟାପି ଥାଏ, କିନ୍ତୁ ବିହନ ଦ୍ବାରା ନୁହଁ। ଏହି ପତ୍ର ଡିଆଁ ପୋକ ଗୁଡିକ ବିଭିନ୍ନ ପ୍ରକାର ର ପୋଷକ ଫସଲକୁ ରୋଗବହନ କରିଥାନ୍ତି , ଯେପରିକି "ଡୋଡ଼ର" (କୁସ୍କୁଟା spp)। ଉଚ୍ଚ ତାପମାତ୍ରା ରୋଗ ର ଲକ୍ଷଣ ଗୁଡିକୁ ଆହୁରି ମାରାତ୍ମକ କରିବା ରେ ସାହାଜ୍ୟ କରିଥାନ୍ତି। ଏଥି ସହ ଥଣ୍ଡା ପାଣିପାଗ ସାଧାରଣତଃ ଟିକିଏ ପ୍ରଭାବ କିମ୍ବା କୌଣସି ପ୍ରଭାବ ପକେଇ ନଥାଏ। ପ୍ରାରମ୍ଭିକ ସଂକ୍ରମଣ ଗୁଡିକ ରୋଗର ଲକ୍ଷଣ ଓ ଫସଲ ର ଅମଳ ଉପରେ ବେଶ ପ୍ରଭାବ ପକେଇ ଥାଏ।