Xanthomonas citri subsp. malvacearum
ବ୍ୟାକ୍ଟେରିଆ
ବୀଜାଣୁ ଜନିତ ପତ୍ରପୋଡ଼ା କୋଣିଆ, ମହମ ପରି ପାଣି ଭିଜା ପତ୍ର ଦାଗ ରୁ ଆରମ୍ଭ ହୋଇଥାଏ ଯାହାର ଧାର ଲାଲ ରୁ ବାଦାମୀ ରଙ୍ଗର ହୋଇଥାଏ. ଏହି ଦାଗ ପତ୍ର, କାଣ୍ଡ ଏବଂ ବକରା ରେ ଦେଖାଦେଇଥାଏ. କପା ପତ୍ରର ଶିରା ପ୍ରଶିରା ଦ୍ୱାରା ସୀମିତ ଥିବାଯୋଗୁଁ ଏହା କୋଣିଆ ଆକାର ହୋଇଥାଏ. କେତେକ କ୍ଷେତ୍ରରେ ଏହି ଦାଗ ମୁଖ୍ୟ ଶିରା ସହ ପତ୍ର ଧାରରୁ ମଧ୍ୟ ଲମ୍ବି ଥାଏ. ରୋଗ ବଢି ବଢି ଏହି ଜାଗା ଧୀରେ ଧୀରେ ବାଦାମୀ ପଚା ଚକଡା ରେ ପରିଣତ ହୋଇଥାଏ. କାଣ୍ଡ ରେ ଏହି ରୋଗ ହେଲେ କଳା ଘା ସବୁ ପ୍ରବାହକ ଟିସୁରେ ଉଠି ଗୁଡେଇ ହୋଇଥାଏ ଯାହାଦ୍ୱାରା ଘା ଉପର ଅଂଶ ମରିଯାଏ ତଥା ଅସମୟରେ ପତ୍ର ଝଡି ଯାଇଥାଏ. ପୁରୁଣା ଦାରୋଗାର ଦାଗ କିମ୍ବା ଘା ରେ ଏକ ଧଳା ମହମ ପରି ବିଜାଣୁର ବକଳ ଦେଖା ଦେଇପାରେ. ବକରା ରେ ଏହି ରୋଗ ହେଲେ ଏହା ପଚି ଯାଏ ଯଦ୍ୱାରା ମଞ୍ଜି ମଧ୍ୟ ପଚି ଯାଏ ଏବଂ ତୁଳା ବେରଂଗ ହୋଇଯାଏ. ସଂକ୍ରମିତ ବକରାରେ କୋଣିଆ ଜାଗାରେ ଗୋଲ ପାଣି ଭିଜା ଘା ପରି ପ୍ରଥମେ ଦେଖାଯାଏ. ରୋଗ ବଢି ଚାଲିଲେ ପରବର୍ତୀ ସମୟରେ ପାଣିବୁଡା ଏବଂ ଗାଢ଼ ବାଦାମୀ କିମ୍ବା କଳା ରଙ୍ଗର ହୋଇଥାଏ.
ସୁଡୋମୋନାସ୍ ଫ୍ଲୋରେସେନ୍ସ ଏବଂ ବ୍ୟାସିଲସ୍ ସବ୍ଟିଲିସ୍ ଉପରେ ଆଧାରିତ ପାଉଡର ଫର୍ମୁଲା ବ୍ୟବହାର କଲେ ଏହି ରୋଗ ବିରୋଧରେ କାମ କରିପାରେ. ନିମ ରସ ପ୍ରୟୋଗ ଦ୍ୱାରା ମଧ୍ୟ ସନ୍ତୋଷଜନକ ପରିଣାମ ମିଳିଥାଏ. କେତେକ ବିକାଶ ନିୟନ୍ତ୍ରକ ଫର୍ମୁଲା କପା ଗଛର ଉଚ୍ଚତା ବଢିବା ନିୟନ୍ତ୍ରଣ କରିଥାନ୍ତି ଏବଂ ଏହି ବୃଦ୍ଧି କମ ଯୋଗୁଁ ଜୀବାଣୁ ସଂକ୍ରମଣରୁ କିଛି ପରିମାଣରେ ବଞ୍ଚି ହେବ.
ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପଚାରକୁ ମଧ୍ୟ ଧ୍ୟାନ ଦେବା ଦରକାର. ଅଧିକୃତ ଆଣ୍ଟିବାୟୋଟିକ ଦ୍ୱାରା ବିହନ ଉପଚାର ଏବଂ ପତ୍ର ଉପରେ କ୍ୟୁପରାଭିଟ୍ (0.2%) ସ୍ପ୍ରେ ଏକ୍ସ.ମାଲଭାସିଏରମ୍ ବିରୁଦ୍ଧରେ କାମ କରିଥାଏ. ଏସିଡ ଉପଚାର ବ୍ୟବହାର କରି ବିହନ ସଫା କରିବା ଏବଂ ତା ପରେ କପର ଅକ୍ସିକ୍ଲୋରାଇଡ ଦ୍ୱାରା ଉପଚାର କଲେ ଭଲ ପରିଣାମ ମିଳିଥାଏ. ଫେରୋମୋନ ଜାଲକୁ ମଧ୍ୟ ବ୍ୟବହାର କରାଯାଇପାରେ ଓ ଏହାକୁ ପ୍ରତି 21 ଦିନ ବ୍ୟବଧାନରେ ବଦଳିବାକୁ ପଡିବ.
କପା ର ବିଜାଣୁଜନିତ ପତ୍ରପୋଡା ଏକ ବୀଜାଣୁ ଯ଼ାନ୍ଥୋମୋନାସ୍ ସିଟ୍ରି ସବ୍ଏସ୍ପି. ମାଲଭାସିଏରମ୍ ଦ୍ବାରା ହୋଇଥାଏ. ଏହା ବୀଜାଣୁ ସଂକ୍ରମିତ ଗଛ ଅବଶେଷ ରେ ବା ମଂଜିରେ ବଞ୍ଚି ଥାଏ. ଏହା କପା ର ଏକ ପ୍ରବଳ ଅନିଷ୍ଟକାରୀ ରୋଗ ମଧ୍ୟରେ ଅନ୍ୟତମ. ଅତ୍ୟଧିକ ବର୍ଷା ଏବଂ ଆର୍ଦ୍ରତା ସହିତ ଗରମ ପାଗ ଏହି ରୋଗର ବିକାଶ ପାଇଁ ଅନୂକୁଳ ହୋଇଥାଏ. ଏହି ବୀଜାଣୁ ପତ୍ର ରେ ପ୍ରାକୃତିକ ରଂଧ୍ର (stomata) କିମ୍ବା ଆଘାତ ଦେଇ ପ୍ରବେଶ କରିଥାଏ. ଏହା ଦ୍ୱାରା ସ୍ପଷ୍ଟ ହୋଇଯାଏ ଯେ ବାତ୍ୟା ପରେ କୁଆପଥର ମାଡ଼ ଏବଂ ପ୍ରବଳ ବର୍ଷା ଯୋଗୁ ପାତ୍ରରେ ଆଘାତ ହୋଇଥେ ଯାହା ଫଳରେ ଏହି ବୀଜାଣୁ ପ୍ରବେଶ ସହଜରେ କରିଥାଏ ଏବଂ ବାତ୍ୟା ପରେ ଏହି ରୋଗର ମାତ୍ରା ତୀବ୍ର ହୋଇଥାଏ. ଯେହେତୁ ଏହି ରୋଗ ବିହନ ଦ୍ୱାରା ହୋଇଥାଏ, ଏସିଡ ଉପଚାର ଦ୍ୱାରା ବାହାର କର ଯାଇଥିବା ମଞ୍ଜି ବ୍ୟବହାର କଲେ ଏହି ରୋଗ ର ସଂକ୍ରମଣ କମ କରାଯାଇପାରେ. ପୂର୍ଵ ଫସଲର ମଞ୍ଜି ରୁ ହୋଇଥିବା ଗଛ ମଧ୍ୟ ଏହି ବୀଜାଣୁ ସଂକ୍ରମଣ ଆରମ୍ଭ କରି ପାରେ.