Spiroplasma kunkelii
ବ୍ୟାକ୍ଟେରିଆ
ସାଧାରଣତଃ ଏସ୍. କୁଂକେଳୀ ଦ୍ୱାରା ହୋଇଥିବା ସଂକ୍ରମଣର ପ୍ରଥମ ଦେଖାଯିବା ଭଳି ଲକ୍ଷଣ ହେଉଛି ପତ୍ର ଗୁଡିକ ଝାାଉଁଳି ଯିବା ଏବଂ ସେମାନଂକ ଧାର ହଳଦିଆ ହୋଇଯିବା । ଏହା ପରେ ପରେ ପୁରୁଣା ପତ୍ରଗୁଡିକ ନାଲିଆ ହେବା ଆରମ୍ଭ ହୋଇଯାଏ, ପତ୍ରର ଅଗ୍ର ଭାଗରୁ ଆରମ୍ଭ ହୋଇ ପରେ ଅନ୍ୟାନ୍ୟ କୋଷକୁ ବଢିଥାଏ । ଏହି ସବୁ ଲକ୍ଷଣ ଦେଖାଯିବାର 2-4 ଦିନ ପରେ , ଗଛର ନୂଆ ବାହାରୁଥିବା ପତ୍ର ଗୁଡିକର ମୂଳରେ ଛୋଟ ଛୋଟ ପାଣ୍ଡୁର ଦାଗ ଦେଖା ଯାଇଥାଏ । ଏଗୁଡିକ ବଢି ଚାଲିବା ସହିତ ଏହି ଦାଗଗୁଡିକ ପରସ୍ପର ସହ ଯୋଡି ହେଇଯାଆନ୍ତି ଓ ଲମ୍ବା ପଟ୍ଟୀରେ ପରିଣତ ହୋଇ ଶିରାର ଦିଗରେ ଯାଏ ଓ ବେଳେବେଳେ ଅଗ ପର୍ଯ୍ୟନ୍ତ ପହଂଚି ଯାଇଥାଏ । ଯେଉଁ ଗଛଗୁଡିକ ପ୍ରାରମ୍ଭିକ ଅବସ୍ଥାରେ ସଂକ୍ରମଣ ଦେଖାଦେଇଥାଏ, ତାହା ଅତିମାତ୍ରାରେ ରୁଗୁଡିଆ ,ପତ୍ରଗୁଡ଼ିକ ମୋଡି ହୋଇ ଖଣ୍ଡ ବିଖଣ୍ଡିତ ହୁଏ ଓ ଛୋଟ ପବ ଥାଏ । ଏକାଧିକ ଚଁଅର ଗଜା ଏବଂ ନୂଆ ପିଲ ବାହାରିପାରେ , ବେଳେବେଳେ ଗୋଟିଏ ଗଛରୁ 6 ରୁ 7 ଟି ବାହାରି ବୁଦାଳିଆ କରାଏ । ସାଧାରଣ ଚଁଅର ଠାରୁ ଏହା ଛୋଟ ହୁଏ ଓ ଦାନା ଭଲଭାବେ ପୂରଣ ହୁଏ ନାହି ଓ ବେଳେବେଳେ ହାଲୁକା ଦାନା ହୁଏ ।
ଏସ୍. କୁଂକେଳୀର ଉପଚାର ପାଇଁ କୌଣସି ସିଧାସଳଖ ଜୈବୀକ ଉପାୟ ନାହିଁ । ପତ୍ର ଡିଆଁ ପୋକର ଉତ୍କଟ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ପରଜୀବି କବକ ପ୍ରଜାତି ଥିବା କିଛି ଜୈବୀକ କୀଟନାଶକ ତଥା ମେଟାରିଃଯ଼ିୟମ୍ ଆନିସୋପ୍ଲିଏ, ବିଉଭେରିିଆ ବାସିଆନା, ପେସିଲୋମାଇସେସ୍ ଫୁମୋସୋରୋସିୟସ୍ ଓ ଭର୍ଟିିସିଲିୟମ୍ ଲେକାନୀ ଥିବା ଜୈବ କୀଟନାଶକର ଉପଯୋଗ କରିପାରନ୍ତି ।
ଯଦି ସମ୍ଭବ ତାହାଲେ ସର୍ବଦା ଏକ ସମନ୍ଵିତ ନିବାରଣ ଉପାୟ ସହ ଜୈବୀକ ଉପଚାରର ଏକୀକୃତ ଭାବେ ଯୋଜନା କରନ୍ତୁ । ଏହି ରୋଗର ନିୟନ୍ତ୍ରଣ କରିବା ପାଇଁ ପାଇଁ କୌଣସି ରସାୟନିକ ଉପାୟ ନାହିଁ । ପତ୍ର ଡିଆଁ ପୋକର ଚରମ ସଂଖ୍ୟା କୁ ନିୟନ୍ତ୍ରଣ କରିବା ପାଇଁ କୀଟନାଶକର ଉପଯୋଗ ଆଦୌ ସୁପାରିସ କରାଯାଏ ନାହି । ତେଣୁ, ନିବାରଣ ଉପାୟ ହିଁ ପତ୍ର ଡିଆଁ ପୋକ ଓ ମକାର ରୁଗୁଡିଆ ବୃଦ୍ଧି ରୋକିବାର ଚାବି କାଠି ଅଟେ.
ଲକ୍ଷଣ ଗୁଡିକ ମକାର ପ୍ରକାର ଓ ଜାଗାର ଉଚ୍ଚତା ଉପରେ ନୀର୍ଭର କରେ । ଏଗୁଡିକ ସ୍ପିରୋପ୍ଲାଜ୍ମା କୁଂକେଳୀ, ଯାହାକି ମକା ଗଛକୁ ସଂକ୍ରମଣ କରୁଥିବା ବୀଜାଣୁ ଭଳି ଏକ ଜୀବାଣୁ, ଯୋଗୁଁ ଦେଖା ଦେଇଥାଏ । ବିଭିର୍ନ୍ନ ପତ୍ର ଡିଆଁଳି ତଥା, ଡାଲ୍ବୁଲୁସ୍ ମେଇଡିସ୍, ଡି.ଏଲିମିନେଟସ୍, ଏକ୍ସିଟିଆନସ୍ ଏକ୍ସିଟିଓସସ୍, ଗ୍ରାମିନେଲ୍ଲା ନିଗ୍ରୀଫୋନ୍ସ ଓ ସ୍ଟିରେଲ୍ଲସ୍ ବାଇକଲର୍ ଆଦି ଏହି ଜୀବାଣୁକୁ ପରବର୍ତ୍ତୀ ଫସଲକୁ ପରିବହନ କରିଥାଏ । ଯେତେବେଳେ ଏମାନେ ବସନ୍ତ ଆରମ୍ଭ ହେଉ ହେଉ ଦେଖା ଯାଆନ୍ତି, ସେମାନେ ଗଛ ଖାଇବା ଆରମ୍ଭ କରିଦିଅନ୍ତି ଓ ଜୀବାଣୁ ଦ୍ୱାରା ସଂକ୍ରମିତ କରିଦିଅନ୍ତି । ମକା ଗଛ ସଂକ୍ରମିତ ହେବାର 3 ସପ୍ତାହ ପରେ ଯାଇ ରୋଗର ଲକ୍ଷଣ ସବୁ ଦେଖା ଯାଇଥାଏ । ଆଶ୍ଚର୍ଯ୍ୟ ନ କଲା ଭଳି, ଏହି ରୋଗଟି ଖରା ଦିନେ ବେଶ୍ ମାରାତ୍ମକ ହୋଇଥାଏ,ଯେତେବେଳେ କି ପତ୍ର ଡିଆଁଳି କୀଟର ସଂଖ୍ୟା ବହୁତ୍ ଅଧିକ ଥାଏ । ଯାହାହେଲେବି , ଏହା ବସନ୍ତରେ ଲଗାଯାଇଥିବା ମକା ଗଛକୁ ମଧ୍ୟ ଆକ୍ରାନ୍ତ କରିପାରେ.