ମକା

ମକାରେ ଜୀବାଣୁଜନିତ କାଣ୍ଡ ପଚା ରୋଗ

Dickeya zeae

ବ୍ୟାକ୍ଟେରିଆ

ସଂକ୍ଷେପରେ

  • ପତ୍ର ଓ ପତ୍ର ଧାର ବର୍ଣ୍ଣହୀନ ହୋଇ ଯାଏ, ପରେ କାଣ୍ଡ ମଧ୍ୟ ବର୍ଣ୍ଣହୀନ ହୋଇ ଯାଏ.
  • ଦୁର୍ଗନ୍ଧ ହୁଏ ଓ ଗଛର ଉପର ଅଂଶ ବହୁତ ସହଜରେ ଅନ୍ୟ ଅଂଶରୁ କଢା ଯାଇପାରେ.
  • କାଣ୍ଡର ଭିତର ଅଂଶ ବର୍ଣହୀନ ହୋଇ ଯାଏ ଓ ସଢା ଲାଳ ବାହାରି ଥାଏ.

ମଧ୍ୟ ଦେଖା ଯାଇପାରେ

2 ଫସଲ ଗୁଡିକ

ମକା

ଲକ୍ଷଣ

ମକାରେ ଜୀବାଣୁଜନିତ କାଣ୍ଡ ପଚା ରୋଗର ଲକ୍ଷଣ ହେଲା ପତ୍ର, ପତ୍ର ମୂଳ ଓ କାଣ୍ଡର ଗଣ୍ଠି ଗୁଡିକ ବର୍ଣ୍ଣହୀନ ହୋଇଯିବା. ଏହି ରୋଗ ପରେ କାଣ୍ଡ କଡେ କଡେ ମାରାତ୍ମକ ଭାବେ ବଢିଚାଲେ ଓ ଅନ୍ୟ ପତ୍ର ଉପରକୁ ବ୍ୟାପି ଯାଇଥାଏ. ଯେମିତି କୋଷ ଗୁଡିକ ନଷ୍ଟ ହୋଇ ଚାଲେ,ଦୁର୍ଗନ୍ଧ ବାହାରିବା ଜଣା ପଡି ଥାଏ. ଗଛର ଉପର ଅଂଶକୁ ଫସଲର ଅନ୍ୟ ଅଂଶରୁ ବହୁତ ସହଜରେ କଢା ଯାଇପାରେ. କାଣ୍ଡଟି ସମ୍ପୂର୍ଣ ପଚି ଯାଏ ଓ ବେଳେବେଳେ ଉପର ଅଂଶ ଭାଂଗି ଯାଇପାରେ. କାଣ୍ଡକୁ ଲମ୍ବାରେ କାଟିଲେ ଜଣା ପଡେ ଯେ କାଣ୍ଡର ଭିତର ଅଂଶ ବର୍ଣ୍ଣହୀନ ହୋଇ ଯାଏ ଓ ସଢା ଲାଳ ବାହାରି ଥାଏ ଯାହାକି ଗଣ୍ଠି ପାଖରେ ଅଧିକ ଘନ ଲାଳ ଦେଖା ଯାଇଥାଏ. ଯେହେତୁ ଜୀବାଣୁ ଗୁଡିକ ସାଧାରଣତଃ ଗଛରୁ ଗଛକୁ ବ୍ୟାପି ନଥାଏ, ସଂକ୍ରମିତ ଗଛ ଗୁଡିକ ପୁରା ଜମିରେ ସାଧାରଣତଃ ବିଭିନ୍ନ ଜାଗାରେ ବିଛେଇ ହୋଇ ରହିଥାଏ. କିନ୍ତୁ କିଛି ରୋଗବାହକ ଦ୍ୱାରା ଗଛରୁ ଗଛକୁ ବ୍ୟାପିବାର ଘଟଣା ସାମନାକୁ ଆସିଅଛି. ଅନିୟମିତ ଭାବେ ଅଧିକ ବର୍ଷା ହେବା ପରେ ଉଚ୍ଚ ତାପମାନ ଏବଂ ଆର୍ଦ୍ର ପାଣିପାଗ ହେଲେ ଏହି ରୋଗ ମକା ଫସଲରେ ଦେଖିବାକୁ ମିଳିଥାଏ.

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ବର୍ତ୍ତମାନ ଇ.କ୍ରାୟେସାନ୍ଥେମି (E. chrysanthemi) ବିରୋଧରେ କୌଣସି ଜୈବିକ ନିୟନ୍ତ୍ରଣ ଉପଚାର ଉପଲବ୍ଧ ନାହିଁ. ଆପଣ କିଛି ଜାଣିଥିଲେ ଆମ ସହ ଦୟା କରି ସମ୍ପର୍କ କରନ୍ତୁ.

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ଜଳସେଚିତ ପାଣିକୁ କ୍ଲୋରିନ୍ ଦ୍ୱାରା ଉପଚାର କରିବା କିମ୍ବା ମାଟିକୁ ବ୍ଲିଚିଂ ପାଉଡର୍ (33% କ୍ଲୋରିନ୍ @ 10 କିଲୋ/ହେ) ସାହାଯ୍ୟରେ ଫୁଲ ଫୁଟିବା ପୂର୍ବରୁ ପ୍ରୟୋଗ କରିବା ପାଇଁ ପରାମର୍ଶ ଦିଆଯାଇଥାଏ. ଏହି ରୋଗ ବିରୋଧରେ କପର୍ ଅକ୍ସିକ୍ଲୋରାଇଡ୍ର ଫର୍ମୁଲା ପ୍ରୟୋଗ କରିବା ଦ୍ୱାରା ଏହି ରୋଗର ପ୍ରଭାବଶାଳୀ ନିୟନ୍ତ୍ରଣ ହୋଇଥାଏ. ଶେଷରେ 80 କିଲୋ/ହେ ଏମ.ଓ.ପି (MOP) ଦୁଇ ଭାଗରେ ପ୍ରୟୋଗ କଲେ ରୋଗର ତୀବ୍ରତା କମ ହୋଇପାରେ.

ଏହାର କାରଣ କଣ

ରୋଗର ଲକ୍ଷଣ ଗୁଡିକ ଏରଉଇନିୟା କ୍ରାୟେସାନ୍ଥେମି (Erwinia Chrysanthemi) ନାମକ ଏକ ବ୍ୟାକ୍ଟେରିଆ ଦ୍ୱାରା ସୃଷ୍ଟି ହୋଇଥାଏ, ଯାହାକି ଶୀତ ଋତୁରେ ମାଟି ଉପରେ ନଡା ଅବଶେଷରେ ବଞ୍ଚି ରହିଥାଏ, କିନ୍ତୁ ଏହା ସେଠାରେ ଗୋଟିଏ ବର୍ଷରୁ ଅଧିକ ବଞ୍ଚି ପାରେ ନାହିଁ. ବ୍ୟାକ୍ଟେରିଆ ବିହନ ମାଧ୍ୟମରେ ସଂକ୍ରମିତ ହୁଏ ବୋଲି କୌଣସି ପ୍ରମାଣ ନାହିଁ. ରୋଗ ପାଇଁ 32-35°C ତାପମାତ୍ରା ଓ ଉଚ୍ଚ ଆପେକ୍ଷିକ ଆର୍ଦ୍ରତା ଅନୂକୁଳ ହୋଇଥାଏ. ଲଗାତାର ବର୍ଷା, ସ୍ପ୍ରିଂକଲର୍ ସହାୟତାରେ ଓଭରହେଡ଼ ଜଳସେଚନ କରିବା ଦ୍ୱାରା ପତ୍ର ଅଧିକ ସମୟ ଧରି ଓଦା ରହିଥାଏ ଓ ଗଛର ପତ୍ରବର୍ତ୍ତ ଉପରେ ପାଣି ଜମି ଯାଇ ପାରେ. ଯେମିତି ଯେମିତି ପାଣି ଗରମ ହେଇ ଚାଲେ, ଏହା ପତ୍ର କୋଷର କ୍ଷତି କରି ପାରେ, ଏବଂ ଏହି କ୍ଷତ ସଂକ୍ରମଣ ପାଇଁ ସାହାଯ୍ୟ କରିଥାଏ. ଯେଉଁ ଫସଲ ଗୁଡିକ ଉଚ୍ଚ ତାପମାତ୍ରା ଓ ବନ୍ୟା ପ୍ଲାବିତ ଅଞ୍ଚଳରେ ରହିଥାଏ, ଲକ୍ଷଣ ଗୁଡିକ ଗଛର ମୂଳ ଚାରି ପାଖେ ଦେଖା ଦେଇଥାଏ. ଜଳସେଚିତ ପାଣି କୁ ସଂକ୍ରମଣର ପ୍ରାଥମିକ ସୁତ୍ର ବୋଲି ବିଶ୍ୱାସ କରାଯାଏ. ଗଛ ର ଏକାଧିକ ଗଣ୍ଠି କୁ ସଂକ୍ରମଣ କରି ପାରୁଥିଲେ ସୁଦ୍ଧା, ଏହି ବ୍ୟାକ୍ଟେରିଆ ରୋଗବାହକ ପୋକ ମାନଙ୍କ ଦ୍ୱାରା ପରିବାହିତ ହେଲା ପର୍ଯ୍ୟନ୍ତ ସାଧାରଣତଃ ଅନ୍ୟ ପଡୋଷୀ ଗଛକୁ ବ୍ୟାପି ନଥାଏ.


ସୁରକ୍ଷାତ୍ମକ ଉପାୟ

  • ବନ୍ୟାବସ୍ଥା ରୁ ବଂଚିବା ପାଇଁ ଉତ୍ତମ ଜଳ ନିଷ୍କାସନ ପ୍ରଣାଳି ଯୋଜନା କରିବା ସୁନିଶ୍ଚିତ କରନ୍ତୁ.
  • ଆପଣଙ୍କ ଜାଗାରେ ଉପଲବ୍ଧ ଥିଲେ ପ୍ରତିରୋଧୀ କିସମର ଫସଲ ଲଗାନ୍ତୁ.
  • ରୋଗର ଲକ୍ଷଣ ଦେଖିବା ପାଇଁ ଜମିକୁ ନିୟମିତ ଭାବେ ନୀରିକ୍ଷଣ କରନ୍ତୁ.
  • ଅତ୍ୟଧିକ ଯବକ୍ଷାରଯାନ ପ୍ରୟୋଗ କରନ୍ତୁ ନାହିଁ ଓ ସାର ଭାଗ ଭାଗ କରି ପ୍ରୟୋଗ କରନ୍ତୁ.
  • ଅଧିକ ମାତ୍ରାରେ ଫସଫରସ୍ ଓ ପୋଟାସିୟମ୍ ପ୍ରୟୋଗ କରି ରୋଗ ସଂକ୍ରମଣ କମ୍ କରା ଯାଇପାରେ.
  • ଦିନର ବହୁତ ଗରମ ସମୟରେ ଜଳସେଚନ କରନ୍ତୁ ନାହିଁ ଯାହା ଦ୍ୱାରା କି ଫସଲ ପତ୍ରବର୍ତ୍ତ ଉପରେ ପାଣି ଜମି ଯାଇ ପାରେ.
  • ସବୁବେଳେ ରୋଗ ହେଉଥିବା ଅଞ୍ଚଳରେ, ମକା ବିହନ ବୁଣିବା ପୂର୍ବରୁ ସବୁଜ ଖତକୁ ମାଟିରେ ମିଶାଇବା ପାଇଁ ଚାଷୀ ମାନଙ୍କୁ ପରାମର୍ଶ ଦିଆ ଯାଇଥାଏ.
  • ଅମଳ ପରେ ବ୍ୟାକ୍ଟେରିଆର ଜୀବନ ଚକ୍ରକୁ ବନ୍ଦ କରିବା ପାଇଁ ଫସଲ ଅବଶେଷକୁ ମାଟିରେ ମିଶାଇ ଦିଅନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ