Burkholderia glumae
ବ୍ୟାକ୍ଟେରିଆ
5 mins to read
ଜମି ମଧ୍ୟରେ, ଏହା ଗୋଲାକାର ଭାବେ ପ୍ରପୀଡନ କରେ ।ଦାନାପୂରଣ ସମୟରେ ଛୋଟ କେଣ୍ଡା ଗୁଚ୍ଛ ଗୁଡିକ ଉଚିତ ଭାବେ ବିକଶିତ ହୋଇ ପାରନ୍ତି ନାହିଁ ଓ କେଣ୍ଡା ଗୁଡିକ ଦାନାର ଓଜନ ଯୋଗୁଁ ତଳ ଆଡକୁ ନଇଁ ରହିବା ପରିବର୍ତ୍ତେ ସିଧା ରହି ଥାଆନ୍ତି । ସଂକ୍ରମିତ ଦାନାଗୁଡିକ କେଣ୍ଡା ମଧ୍ୟରେ ଅସମ ଭାବେ ବାଣ୍ଟି ହୋଇ ରହିପାରେ । ସଂକ୍ରମିତ କେଣ୍ଡା ତଳେ ଥିବା କାଣ୍ଡ ସବୁଜ ରଙ୍ଗ ର ହିଁ ରହିଥାଏ ।ବୀଜାଣୁମାନେ ବଢୁଥିବା ଦାନାଗୁଡିକୁ ପ୍ରସ୍ଫୁଟନ ଅବସ୍ଥାରେ ଥିବା ବେଳେ ସଂକ୍ରମଣ କରନ୍ତି ଏବଂ ପରାଗ ସଂଗମ ପରେ ଦାନା ପୂରଣ ସମୟରେ ଗର୍ଭପାତ କରନ୍ତି କିମ୍ବା ପଚେଇ ଦିଅନ୍ତି ।ଏହି ଦାନାରେ ତୁଷର ନିମ୍ନ ଏକ ତୃତୀୟ ଅଂଶରୁ ଅଧା ପର୍ଯ୍ୟନ୍ତ ଫିକା ଠାରୁ ମଧ୍ୟମ ବାଦାମୀ ବିବର୍ଣ୍ଣତା ହୁଏ । ଏହି ଦାନାଗୁଡିକ ପରେ( ଅନ୍ୟ ବୀଜାଣୁ କିମ୍ବା କବକ ମାନେ ତୁଷ ମଧ୍ୟରେ ରହିବା ଦ୍ୱାରା) ଧୂସର, କଳା କିମ୍ବା ଗୋଲାପୀ ରଙ୍ଗରେ ପରିଣତ ହୁଅନ୍ତି ।
ଆମେ ବୁରଖୋଲାଡେରିଆ ଜାତି ପାଇଁ କୌଣସି ବିକଳ୍ପ ଉପଚାର ଜାଣି ନାହୁଁ । ଯଦି ଆପଣ ଏହି ରୋଗକୁ ରୋକିବାରେ ସହାୟକ ହେଉଥିବା କିଛି ଉପାୟ ବିଷୟରେ ଜାଣିଛନ୍ତି ତେବେ ଦୟା କରି ଆମ ସହ ସଂପର୍କ କରନ୍ତୁ । ଆପଣଂକ ଠାରୁ ଶୁଣିବା ପାଇଁ ଆମେ ଉତ୍ସାହିତ.
ଯଦି ମିଳେ , ସର୍ବଦା,ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ ।
ବୀଜାଣୁ ଜନିତ କେଣ୍ଡା ପୋଡା ରୋଗ ବିହନ ଦ୍ୱାରା ପରିବାହିତ ହୋଇଥାଏ । ଯଦି ସଂକ୍ରମିତ ଧାନ ଲଗାଯାଇ ଥାଏ , ତାହେଲେ କୌଣସି ପ୍ରୟୋଗାତ୍ମକ ବିକଳ୍ପ ନିୟନ୍ତ୍ରଣ ପଦ୍ଧତି ଉପଲବ୍ଧ ହୋଇ ନଥାଏ । ଏହି ରୋଗର ବିସ୍ତାର ତାପମାତ୍ରା ଉପରେ ନିର୍ଭରଶୀଳ ହୋଇଥାଏ ।ଗଛର ବିଳମ୍ବ ବୃଦ୍ଧି ସମୟରେ ବୀଜାଣୁ ଜନିତ କେଣ୍ଡା ପୋଡା ରୋଗ ଗରମ, ଶୁଷ୍କ ପାଣିପାଗ ଯୋଗୁଁ ସୃଷ୍ଟି ହୋଇଥାଏ। ଯେତେବେଳେ ଦିନ ବେଳ ର ତାପମାତ୍ରା 32°c ରୁ ଅଧିକ ଥାଏ ଓ ରାତି ବେଳ ର ତାପମାତ୍ରା 25°c ଆଖପାଖ ରେ ଥାଏ କିମ୍ବା ଏହାଠାରୁ ଉପରେ ଥାଏ ତାହେଲେ ରୋଗ ସମ୍ଭାବନା ବଢିଯାଏ । ଅଧିକ ଯବକ୍ଷାରଜାନ ସାର ପ୍ରୟୋଗ ମଧ୍ୟ ରୋଗ ର ବିକାଶ ପାଇଁ ଅନୁକୂଳ ହୋଇ ଥାଏ । ବସନ୍ତ ଋତୁରେ ଶୀଘ୍ର ଲଗା ଯାଇ ଥିବା ଧାନ ଫସଲରେ ବୀଜାଣୁ ଜନିତ କେଣ୍ଡା ପୋଡା ରୋଗ ଯୋଗୁଁ ଆପେକ୍ଷିକ କମ ହାନି ହୋଇଥାଏ କାରଣ କେଣ୍ଡା ବାହାରିବା ଓ ଦାନା ପୂରଣ ସମୟରେ ତାପମାତ୍ରା ଥଣ୍ଡା ରହିଥାଏ ।