ବିନ

ସୋୟାବିନର ବୀଜାଣୁ ପୋଡା

Pseudomonas savastanoi pv. glycinea

ବ୍ୟାକ୍ଟେରିଆ

5 mins to read

ସଂକ୍ଷେପରେ

  • ପତ୍ର ଉପରେ ହଳଦିଆ ଠାରୁ ବାଦାମୀ ରଙ୍ଗର ଛୋଟ ଚିହ୍ନ ଥାଏ । ପରେ ଅନିୟମିତ କିମ୍ବା କୋଣୀୟ ଗାଢ ବାଦାମୀ ରଙ୍ଗରେ ପରିଣତ ହୁଏ । ହଳଦିଆ ସବୁଜ ବଳୟ ଥାଏ । ଛୁଇଁ ଉପରେ ମଧ୍ୟ ଚିହ୍ନ ଥାଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ବିନ

ଲକ୍ଷଣ

ଭ୍ରୁଣ ପତ୍ରର ଧାରରେ ବାଦାମୀ ଚିହ୍ନ ଦ୍ଵାରା ଋତୁର ସହଳ ଅବସ୍ଥାରେ ସଂକ୍ରମଣ ଜାଣି ହୁଏ । ଯଦି ବଢୁଥିବା ଅଗ ପ୍ରଭାବିତ ହୁଏ , ନୂଆଁ ଗଛ ରୁଗୁଡିଆ ହୋଇ ମରିଯାଇପାରେ । ଋତୁର ବିଳମ୍ବରେ ସଂକ୍ରମିତ ହେଉଥିବା ଗଛରେ ପତ୍ର ଉପରେ ଛୋଟ ହଳଦିଆ ଠାରୁ ବାଦାମୀ ରଙ୍ଗର ଚିହ୍ନ ହୁଏ । ପୁରୁଣା ଗଛ ଅପେକ୍ଷା ନୂଆଁ ଗଛ ଅଧିକ ରୋଗ ପ୍ରବଣ ଏବଂ ଲକ୍ଷଣଗୁଡିକ ମୁଖ୍ୟତଃ ପତ୍ର ସମୂହର ଉପରାର୍ଦ୍ଧରେ ଦେଖାଯାଏ । ପରେ , ଯେତେବେଳେ ଚିହ୍ନଗୁଡିକ ପରସ୍ପର ମିଶନ୍ତି , ସେମାନେ ବିଭିନ୍ନ ଆକାରର ଅନିୟମିତ କିମ୍ବା କୋଣୀୟ ଗାଢ ବାଦାମୀ ରଙ୍ଗରେ ପରିଣତ ହୁଅନ୍ତି । ଏହି କ୍ଷତ ଚିହ୍ନକୁ ଘେରିଥିବା ପାଣିଭିଜା ଟିସୂ ଧାରରେ ଏକ ହଳଦିଆ ବଳୟ ଦେଖାଯାଏ । ଚିହ୍ନର କେନ୍ଦ୍ର ଧୀରେ ଧୀରେ ଶୁଖିଯାଏ ଓ ଘଟଣାକ୍ରମରେ ପଡିଯାଏ ଯାହାକି ପତ୍ରକୁ ଜୀର୍ଣ୍ଣ ରୂପ ଦିଏ । ଯଦି ଛୁଇଁ ଅବସ୍ଥାରେ ସଂକ୍ରମଣ ହୁଏ , ଏହି ଚିହ୍ନ ଛୁଇଁ ଉପରେ ମଧ୍ୟ ଦେଖାଦେଇପାରେ ଓ ଶୁକୁଟା ଓ ବିବର୍ଣ୍ଣତା ସୃଷ୍ଟି କରେ । ଯାହାହେଲେବି , ସାଧାରଣତଃ , ମଞ୍ଜି ଲକ୍ଷଣ ଦେଖାଏ ନାହି ।

Recommendations

ଜୈବିକ ନିୟନ୍ତ୍ରଣ

ସୋୟାବିନର ବୀଜାଣୁ ପୋଡା ନିୟନ୍ତ୍ରଣ ପାଇଁ କପର କବକନାଶୀ ସୁପାରିସ କରାଯାଏ । ଲକ୍ଷଣକୁ ପ୍ରଥମେ ଚିହ୍ନିବା ପରେ ରୋଗ ଚକ୍ରର ସହଳ ଅବସ୍ଥାରେ ଉପଯୁକ୍ତ ଉପଚାର କଲେ ଏହା ଫଳପ୍ରସୂ ଅଟେ ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ଥାଏ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ବୀଜାଣୁ ପୋଡା ରୋଗ ନିୟନ୍ତ୍ରଣ ପାଇଁ କବକନାଶୀ ବ୍ୟବହାର କରାଯାଇପାରେ କିନ୍ତୁ ଫଳପ୍ରସୂ ହେବା ପାଇଁ ରୋଗ ଚକ୍ରର ସହଳ ଅବସ୍ଥାରେ ପ୍ରୟୋଗ କରିବା ଆବଶ୍ୟକ ଅଟେ । ଯାହାହେଲେବି , ସମନ୍ଵିତ ରୋଗ ପୋକ ପରିଚାଳନାର ମୁଖ୍ୟ ନିୟମ ଗୁଡିକ ମାନିବା ସୁପାରିସ କରାଯାଏ , କାରଣ ବେଳେବେଳେ କବକନାଶୀ ଏହା ପାଇଁ ଫଳପ୍ରସୂ ହୁଏ ନାହି ।

ଏହାର କାରଣ କଣ

ସୁଡୋମୋନାଶ ସାଭାଷ୍ଟୋନି ବୀଜାଣୁ ବା ବେକ୍ଟେରିଆ ଯୋଗୁଁ ଏହି ପୋଡା ରୋଗ ହୁଏ । ଏହା ଏକ ବିହନ ବାହିତ ରୋଗ ଯାହାକି ଜମିରେ ଥିବା ଗଛ ଅବଶେଷରେ ଶୀତ ସୁପ୍ତି କରେ । ଚାରା ଅବସ୍ଥାରେ ସହଳ ସଂକ୍ରମଣ ହେବା ଏକ ସଂକ୍ରମିତ ବିହନର ଲକ୍ଷଣ । ପୁରୁଣା ଗଛରେ , ଯେତେବେଳେ ସୁପ୍ତ ବେକ୍ଟେରିଆ ପବନ କିମ୍ବା ବର୍ଷା ଛିଟ ଦ୍ଵାରା ଗଛ ଅବଶେଷରୁ ତଳ ପତ୍ରକୁ ବିସ୍ତାର ହୁଏ , ଏହି ରୋଗ ସଂକ୍ରମଣ ହୁଏ । ଓଦା ପତ୍ର ରୋଗର ବିକାଶକୁ ଅନୁକୂଳ କରେ ଯାହାକି ପତ୍ର ରନ୍ଧ୍ର କିମ୍ବା ଘା' ଦେଇ ଗଛ ମଧ୍ୟରେ ପ୍ରବେଶ କରେ । ଗଛ କିମ୍ବା ଗଛ ଗଛ ମଧ୍ୟରେ ବର୍ଷା ଓ ପବନ ଦ୍ଵିତୀୟକ ବିସ୍ତାର ପାଇଁ ଅନୁକୂଳ କରନ୍ତି । ଥଣ୍ଡା ( 20 - 25 ଡିଗ୍ରୀ C ) ,ଓଦା ଓ ପବନ ବହୁଥିବା ପାଣି ପାଗ ( ଝଡବର୍ଷା ) ଏହି ରୋଗକୁ ଅନୁକୂଳ କରାଏ ଏବଂ ଗରମ ଓ ଶୁଖିଲା ପାଣିପାଗ ଏହାକୁ ସୀମିତ କରାଏ ।


ସୁରକ୍ଷାତ୍ମକ ଉପାୟ

  • ଏହି ରୋଗ ପାଇଁ ପ୍ରତିରୋଧି କିସମ ବାଛନ୍ତୁ । ରୋଗ ବିସ୍ତାର କମାଇବା ପାଇଁ ଗଛ ଓଦା ଥିବା ସମୟରେ କାମ କରନ୍ତୁ ନାହି । ପରବର୍ତ୍ତୀ ଋତୁକୁ ରୋଗ ନ ଯିବା ପାଇଁ ଅମଳ ପରେ ହଳ କରି ଫସଲ ଅବଶେଷ ପୋତନ୍ତୁ । ପୋଷକ ନଥିବା ଗଛ ଯଥା ମକା, ଗହମ ଏବଂ ଅନ୍ୟ ଅଣ ଶିମ୍ବ ଜାତୀୟ ସହିତ ଫସଲ ପର୍ଯ୍ୟାୟ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ