Ralstonia solanacearum
ବ୍ୟାକ୍ଟେରିଆ
ଦିନର ସବୁଠାରୁ ଗରମ ସମୟରେ ସବୁଠୁ କଅଁଳ ପତ୍ର ଝାଉଁଳି ଯାଏ ଓ ତାପମାନ କମିଲେ ପୁଣି ପୂର୍ବବସ୍ଥା କୁ ଆସିଥାଏ. ଅନୁକୂଳ ପରିବେଶରେ ପୁରା ଗଛ ଝାଉଁଳିଯାଇପାରେ ଓ ସେମିତି ହିଁ ସବୁବେଳେ ରହିଥାଏ. ଝାଉଁଳିଯାଇଥିବା ପତ୍ର ସବୁଜ ଥାଏ ଓ ଗଛରେ ଲାଗି ରହିଥାଏ. ମୂଳ ଓ ଗଛର ତଳ ପଟକୁ ଥିବା କାଣ୍ଡ ଗାଢ଼ ବାଦାମୀ ରଙ୍ଗ ହୋଇଯାଏ. ଆକ୍ରାନ୍ତ ହୋଇଥିବା ମୂଳ ଅନ୍ୟାନ୍ୟ ବ୍ୟାକ୍ଟେରିଆ ଦ୍ୱାରା ସଂକ୍ରମିତ ହୋଇ ପଚି ଯାଇପାରେ. କାଣ୍ଡ କୁ କାଟିଲେ ସେଥିରୁ ଢ଼ାଳରୁ ହଳଦିଆ ଦୁଧିଆ ରସ ବାହାରିଥାଏ.
କୃସିଫେରସ ଜାତିର ଗଛ ରୁ ନିର୍ମିତ ସବୁଜ ଖତ ମାଟିରେ ପ୍ରୟୋଗ କଲେ ଏହି ବ୍ୟାକ୍ଟେରିଆ ନିୟନ୍ତ୍ରଣରେ ସହାୟକ ହୋଇଥାଏ. ହୁଏତ ଯନ୍ତ୍ର ଦ୍ୱାରା କିମ୍ବା ହାତରେ ଗଛର ଅଂଶ ସବୁ ଛେଚିକି କିମ୍ବା କାଟିକି ମାଟି ଭିତରେ ପୋତି ଦିଅନ୍ତୁ. ଏଥିରୁ ବାହାର କରାଯାଇଥିବା ରସାୟନ ଥାଇମଲ (Thymol) ମଧ୍ୟ ସମାନ ପ୍ରଭାବ ପକାଇଥାଏ. ବାଇଗଣ ଜାତୀୟ ଗଛର ମୂଳରେ ରହୁଥିବା ବିରୋଧୀ ବ୍ୟାକ୍ଟେରିଆ ମଧ୍ୟ ଏହି ରୋଗ ନିୟନ୍ତ୍ରଣ ପାଇଁ ପ୍ରଭାବୀ ଅଟେ.
ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପଚାରକୁ ମଧ୍ୟ ଧ୍ୟାନ ଦେବା ଦରକାର. ଯେହେତୁ ଏହି ରୋଗ ମୃତିକା ଜନିତ ହୋଇଥାଏ ଏହି ରୋଗର ରାସାୟନିକ ନିୟନ୍ତ୍ରଣ ପଦ୍ଧତି ଲାଭପ୍ରଦ କିମ୍ବା ପ୍ରଭାବୀ ନୁହେଁ.
ଏହି ବ୍ୟାକ୍ଟେରିଆ ମାଟିରେ ବହୁତ ଦିନ ବଞ୍ଚିପାରେ. ଏହା ଗଛ ଅବଶେଷ କିମ୍ବା ଅନ୍ୟ ଫସଲ ରେ ମଧ୍ୟ ବଞ୍ଚିପାରେ. ପାର୍ଶ୍ଵ ମୂଳ ବାହାରିବା ସମୟରେ ମୂଳରେ କ୍ଷତ ସୃଷ୍ଟି ହୋଇଥାଏ ଏବଂ ଏହି କ୍ଷତ ଦେଇ ବ୍ୟାକ୍ଟେରିଆ ପ୍ରବେଶ କରିଥାଏ. ଅଧିକ ତାପମାନ (30°-35°C), ଅତ୍ୟଧିକ ଆର୍ଦ୍ରତା, ମାଟିରେ ଅଧିକ ଜଳୀୟ ଅଂଶ ଏବଂ କ୍ଷାରୀୟ ମାଟି ଏହି ରୋଗର ବିକାଶ ପାଇଁ ଅନୁକୂଳ ପରିବେଶ ଯୋଗାଇଥାଏ. ବିଶେଷ କରି ଚିକିଟା ମାଟିରେ ଯେଉଁଥିରେ ପାଣି ଅଧିକ ସମୟ ରହିପାରେ ଏହି ରୋଗକୁ ସୁହାଇଲା ପରି ପରିବେଶ ମିଳିଥାଏ. ଅନ୍ୟ ମୁଖ୍ୟ ଫସଲ ଏହି ବ୍ୟାକ୍ଟେରିଆ ରାଲଷ୍ଟୋନିଆ ସୋଲାନାସିଏରମ୍ ପାଇଁ ହେଲା ଟମାଟ, ଧୁଆଁପତ୍ର ଏବଂ କଦଳୀ.