ଲେମ୍ବୁଜାତୀୟ

ଲେମ୍ବୁର ସବୁଜ ହେବା ରୋଗ

Liberibacter asiaticus

ବ୍ୟାକ୍ଟେରିଆ

5 mins to read

ସଂକ୍ଷେପରେ

  • ପତ୍ରରେ ଫୁଲା ଫୁଲା ଦାଗ ଦେଖାଯାଏ.
  • ଶିରା ହଳଦିଆ ହେଇଯାଏ.
  • ଗଛର ବୃଦ୍ଧି ବାଙ୍ଗରା ହୁଏ.
  • ଅପରିପକ୍ଵ ପତ୍ରଝଡ଼ା ହୋଇଥାଏ.
  • ଫଳ ସବୁଜ ରଙ୍ଗ ଓ ଛୋଟ ଛୋଟ ହୋଇଥାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଲେମ୍ବୁଜାତୀୟ

ଲକ୍ଷଣ

ସାଧାରଣତଃ ଗଛରେ ଏକ ହଳଦିଆ ଶାଖା ଏହି ରୋଗର ପ୍ରଥମ ଲକ୍ଷଣ ହିସାବରେ ଦେଖାଦେଇଥାଏ. ସେଥିପାଇଁ ଏହି ରୋଗର ସାଧାରଣ ନାମ ହୁଆଙ୍ଗଲଙ୍ଗବିଙ୍ଗ ଅଛି. ଏହାର ଅର୍ଥ ହେଲା ହଳଦିଆ ଡ୍ରାଗନ ରୋଗ. ଧୀରେ ଧୀରେ ପତ୍ର ଅଳ୍ପ ହଳଦିଆ ରଙ୍ଗର ହୁଏ ଏବଂ ଫୁଲା ଫୁଲା ଦାଗ ସୃଷ୍ଟି ହୋଇଥାଏ ଯାହା ଜିଙ୍କ କିମ୍ବା ମାଙ୍ଗାନିଜ ଅଭାଵ ଜନିତ ଲକ୍ଷଣ ପରି ଦେଖାଯାଏ. କିନ୍ତୁ ରୋଗ ଦ୍ୱାରା ହେଉଥିବା ଲକ୍ଷଣରେ ଦାଗ ସବୁ ଏପଟେ ସେପଟେ ଦେଖାଯାଏ ଯଦିଓ ଖାଦ୍ୟସାର ଅଭାବ ଯୋଗୁଁ ଏହି ଦାଗ ପତ୍ରର ଶିରା ପାଖରେ ସମନ୍ବିତ ଭାବେ ଦେଖାଦେଇଥାଏ. ଅଧିକ ସମୟ ଧରି ସଂକ୍ରମିତ ହୋଇଥିବା ଗଛ ବାଙ୍ଗରା ହୋଇଯାଏ, ଅସମୟରେ ପତ୍ର ଝଡ଼ିଯାଏ ଏବଂ ଡାଳ ମରିଯାଏ. ଗଛ ରେ ଅଦିନିଆ ଫୁଲ ଫୁଟେ ଯାହା ପରେ ଝଡ଼ିଯାଏ. ଏଥିରେ, ଛୋଟ ଅସମ ଆକୃତିର ଫଳ ଯାହାର ମୋଟା ମଳିନ ଚୋପା ଯାହା ତଳ ପଟକୁ ସବୁଜ ରହିଥାଏ. ଏଥିପାଇଁ ଏହାକୁ ଲେମ୍ବୁର ସବୁଜ ହେବା ରୋଗ ମଧ୍ୟ କୁହାଯାଏ.

Recommendations

ଜୈବିକ ନିୟନ୍ତ୍ରଣ

ଆମେ ଏହି ରୋଗ ନିୟନ୍ତ୍ରଣ ପାଇଁ କୌଣସି ଜୈବିକ ଉପଚାର ଜାଣି ନଥିବାରୁ ଆମେ ଦୁଃଖିତ ଅଟୁ. ଯଦି ଆପଣ ଏହି ରୋଗକୁ ରୋକିବା ପାଇଁ କିଛି ଜାଣିଥାନ୍ତି ତାହେଲେ ଆମ ସହ ସମ୍ପର୍କ କରନ୍ତୁ. ଆମେ ଆପଣଙ୍କ ଠାରୁ ଏହି ବିଶୟରେ ଶୁଣିବା ପାଇଁ ଅପେକ୍ଷାରତ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପଚାରକୁ ମଧ୍ୟ ଧ୍ୟାନ ଦେବା ଦରକାର. କୀଟନାଶକର ଉପଯୁକ୍ତ ପ୍ରୟୋଗ ଦ୍ୱାରା ଉକୁଣିଆ ପୋକର ଉତ୍ତମ ନିୟନ୍ତ୍ରଣ ହୋଇପାରିଥାଏ ଯଦ୍ୱାରା ରୋଗର ବିସ୍ତାର କମ ହୁଏ. ଆଣ୍ଟିବାୟୋଟିକ ଟେଟ୍ରାସାଇକ୍ଲିନ୍ ଗଛର ଗଣ୍ଡିରେ ଇଞ୍ଜେକ୍ସନ ଦ୍ୱାରା ପ୍ରୟୋଗ କଲେ ଗଛ କିଛି ମାତ୍ରାରେ ଭଲ ହୋଇପାରେ କିନ୍ତୁ ପ୍ରଭାବୀ ନିୟନ୍ତ୍ରଣ ପାଇଁ ଏହାକୁ ବାରମ୍ବାର ପ୍ରୟୋଗ କରିବା ଦରକାର. ଟେଟ୍ରାସାଇକ୍ଲିନ୍ ଗଛ ପାଇଁ ବିଷାକ୍ତ ଏବଂ ପରିବେଶରେ ଖରାପ ପ୍ରଭାବ ପକାଇଥାଏ. ଏହି ସବୁ କାରଣ ପାଇଁ ଗତ କିଛି ବର୍ଷ ଧରି ଏହାର ବ୍ୟବହାର ଏବେ ପ୍ରାୟ କମି ଯାଇଛି.

ଏହାର କାରଣ କଣ

କ୍ୟାଣ୍ଡିଡାଟୁସ୍ ଲିବେରିବ୍ୟାକ୍ଟର୍ ଆସିିଆଟିକସ୍ ନାମକ ଏକ ବ୍ୟାକ୍ଟେରିଆ ଦ୍ୱାରା ହୁଆଙ୍ଗଲଙ୍ଗବିଙ୍ଗ (HLB) ରୋଗ ସୃଷ୍ଟି ହୋଇଥାଏ. ଦୁଇଟି ଉକୁଣିଆ ପୋକ ଏହି ବ୍ୟାକ୍ଟେରିଆ ର ବାହକ ରୂପେ କାମ କରିଥାନ୍ତି. ଏହି ଦୁଇଟି ପୋକ ପୋକ ଡାଇଆଫୋରିନା ସିଟ୍ରି ଏବଂ ଟ୍ରାଇଓଯ଼ା ଏରିଟ୍ରିଏ ଲେମ୍ବୁ ତୋଟାରେ ବ୍ୟାପକ ଭାବରେ ରହିଥାନ୍ତି. ଉଭୟ ଶୁକ ଏବଂ ବୟସ୍କ ପୋକ ଦ୍ୱାରା HLB ସଂକ୍ରମଣ ହୋଇପାରେ ଯାହା ଏହାର 3 ର 4 ମାସ ଜୀବନ କାଳ ମଧ୍ୟରେ ହୋଇପାରେ. HLB ଏକ ଅନ୍ତର୍ଭେଦି ରୋଗ ଏବଂ 3 ମାସରୁ ବହୁତ ବର୍ଷ ପର୍ଯ୍ୟନ୍ତ ଉଷ୍ମାୟନ ସମୟ ପରେ ଏହାର ଲକ୍ଷଣ ଦେଖାଯାଇଥାଏ. କଲମୀକରଣ ଦ୍ୱାରା ମଧ୍ୟ ଏହି ରୋଗ ବ୍ୟାପିଥାଏ ଯଦିଓ ରୋଗ ର ଵିସ୍ତାର ର ମାତ୍ରା କମ ବେଶୀ ହୋଇଥାଏ. ବିହନ ଦ୍ୱାରା ମଧ୍ୟ ରୋଗର ବିସ୍ତାର ହୋଇପାରେ. ଅନ୍ୟ ରୋଗ କିମ୍ବା ଅବ୍ୟବସ୍ଥା ଦ୍ୱାରା ମଧ୍ୟ ଏକା ପ୍ରକାରର ପତ୍ର ଦାଗ ଦେଖାଦେଇଥାଏ. ତେଣୁ ସଂକ୍ରମିତ ଟିସୁକୁ ପରୀକ୍ଷାଗାର କୁ ପଠାଇ ପ୍ରକୃତ କାରଣ ଜାଣିବା ପରାମର୍ଶନୀୟ ଅଟେ.


ସୁରକ୍ଷାତ୍ମକ ଉପାୟ

  • ନିଜ ଦେଶରେ ଲାଗୁ ଥିବା କ୍ଵାରାଣ୍ଟାଇନ ନିୟମ ବିିଷୟରେ ଅବଗତ ରୁହନ୍ତୁ.
  • ଲେମ୍ବୁ ତୋଟା ର ରୋଗର ଲକ୍ଷଣ ଦେଖିବା ପାଇଁ ଜମିକୁ ନିୟମିତ ଭାବରେ ନିରୀକ୍ଷଣ କରନ୍ତୁ.
  • ସଂକ୍ରମିତ ଗଛକୁ ତୁରନ୍ତ ବାହାର କରିଦିଅନ୍ତୁ.
  • ଲେମ୍ବୁ ଚାଷ କରିବା ସମୟରେ କୃଷି ଶ୍ରମିକ ତଥା କୃଷି ଉପକରଣ ଗୁଡିକର ସ୍ୱଚ୍ଛତା ଭଲ ଭାବେ ରଖନ୍ତୁ.
  • ଅନ୍ୟ ଗଛ ଯେଉଁଥିରେ ଏହି ରୋଗ ଲାଗିଥାଏ, ସେ ସବୁକୁ ତଟରୁ ବାହାର କରିଦିଅନ୍ତୁ.
  • ଉଦାହରଣ ସ୍ୱରୂପ ମୁରାୟା ପାନିକୁଲାଟା, ସେଭେରିନିୟା ବ୍ୟୁକ୍ସିଫୋଲିଆ ଏବଂ ଅନ୍ୟ ଲେମ୍ବୁ ଜାତୀୟ ରୁଟାସିଏ ପରିବାରର ଫସଲ ଅନ୍ୟତମ ଅଟେ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ