ଲେମ୍ବୁଜାତୀୟ

ଲେମ୍ବୁର ଘା

Xanthomonas axonopodis pv. citri

ବ୍ୟାକ୍ଟେରିଆ

ସଂକ୍ଷେପରେ

  • ପତ୍ରରେ କଳଙ୍କି ପରି ବାଦାମୀ ରଙ୍ଗର କଣା ଘା ଦେଖାଯାଏ ଯାହା ଚାରିପାଖରେ ହଳଦିଆ ରଙ୍ଗର ବଳୟ ହୋଇଥାଏ.
  • ପରେ ଏହା ଫାଟିଯାଏ ଓ ଦାଗ ସୃଷ୍ଟି କରିଥାଏ ଯାହାର ମଝି ଭାଗ ହାଲୁକା ବାଦାମୀ କିମ୍ବା ଧୂସର ରଙ୍ଗ ହୋଇଥାଏ ଏବଂ ଏହାର ଧାର ପାଣି ଭିଜା ବାଦାମୀ ରଙ୍ଗର ହୋଇଥାଏ.
  • ଫଳ ଓ ଡାଳରେ ମଧ୍ୟ ଏକା ପ୍ରକାର ଲକ୍ଷଣ ଦେଖାଦେଇଥାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଲେମ୍ବୁଜାତୀୟ

ଲକ୍ଷଣ

ଗଛ ବୃଦ୍ଧିର ଯେ କୌଣସି ସମୟରେ ଏହି ରୋଗ ବିକାଶ ହୋଇପାରେ ଓ ଲକ୍ଷଣ ପତ୍ର, ଫଳ ଓ ଡାଳ ରେ ଦେଖା ଯାଇଥାଏ. ଛୋଟ ଉଠିଥିବା ସ୍ପଞ୍ଜ ପରିକା ଦାଗ ପ୍ରଥମେ ନୁଆଁ ନୁଆଁ ସଂକ୍ରମିତ ହୋଇଥିବା ପତ୍ରର ଉଭୟ ପାର୍ଶ୍ୱରେ ଦେଖାଯାଏ. ଯେତେବେଳେ ଏମାନେ ବଢି଼ଥାନ୍ତି ଏହି ଦାଗ ସବୁ କଳଙ୍କି ପରି ବାଦାମୀ ରଙ୍ଗର କଣା ଘା ରେ ପରିଣତ ହୋଇଥାନ୍ତି. ଏହି ଘା ଏକ ସ୍ପଷ୍ଟ ଚମକିଲା ହଳଦିଆ ରଙ୍ଗର ବଳୟ ଥାଏ. ଶେଷରେ ଏହିଁ ଘା ସବୁ ଫାଟି ଭିତରେ ଥିବା ପଦାର୍ଥ ବାହାର କରିଥାନ୍ତି ଯାହା ଦ୍ୱାରା ଏକ ନିର୍ଦ୍ଧିଷ୍ଟ ପ୍ରକାରର ଦାଗ ଯାହାର ମଝି ଅଂଶ ବାଦାମୀ କିମ୍ବା ଧୂସର ରଙ୍ଗ ଓ ତେଲିଆ ହୋଇଥାଏ. ଏହାର ଧାର ପାଣି ଭିଜା ବାଦାମୀ ରଙ୍ଗର ହୋଇଥାଏ. ବେଳେବେଳେ ପୁରୁଣା ଘାର ମଝି ଅଂଶ ବାହାରି ପଡ଼ିଯାଏ ଯାହା ଫଳରେ ସେଠାରେ ଏକ ଗୁଳିବିନ୍ଧା କଣା ପରି ସୃଷ୍ଟି ହୋଇଥାଏ. ଫଳ ଓ ଡାଳ ରେ ମଧ୍ୟ ଏହି ପ୍ରକାର ଲକ୍ଷଣ ଦେଖାଯାଇଥାଏ ଯେଉଁଥିରେ ଘା ସବୁ ବଡ ଆକାରର ହୋଇପାରେ. ଏହି ଘର ମଝି ଅଂଶ ଏକ ବିଶିଷ୍ଟ ପ୍ରକାର ଉପରକୁ ଉଠିଥିବା ଯାଦୁରା କିମ୍ବା କର୍କ ପରି ଦେଖାଯାଏ. ପତ୍ରଝଡ଼ା ଏବଂ ଅପରିପକ୍ଵ ଭାବେ ଫଳ ଝଡ଼ିଯାଏ ଏବଂ ଭାସ୍କୁଲାର ଟିସୁ ଗୁଡେଇ ହୋଇଯିବ ଫଳରେ ଡାଳ ମଧ୍ୟ ନଷ୍ଟ ହୋଇଯାଇପାରେ. ପାଚିଥିବା ଫଳ ବଜାର ଉପଯୋଗୀ ହୋଇନଥାଏ.

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ଯାନ୍ଥୋମୋନାସଆକ୍ସୋନୋପୋଡିସ୍ ପିଭି ସାଇଟ୍ରି ରୋଗ ନିୟନ୍ତ୍ରଣ ପାଇଁ ଆମେ କୌଣସି ଜୈବିକ ଉପଚାର ଜାଣି ନଥିବା ରୁ ଆମେ ଦୁଃଖିତ. ଯଦି ଆପଣ ଏହି ରୋଗ ନିୟନ୍ତ୍ରଣ ବିିଷୟରେ କିଛି ଜାଣିଥାନ୍ତି ତାହେଲେ ଆମ ସହ ସମ୍ପର୍କ କରନ୍ତୁ. ଆମେ ଆପଣଙ୍କ ଠାରୁ ଏହି ବିଷୟରେ ଶୁଣିବା ପାଇଁ ଅପେକ୍ଷାରତ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପଚାର କୁ ମଧ୍ୟ ଧ୍ୟାନ ଦେବା ଦରକାର. ଦୁର୍ଭାଗ୍ୟବଶତଃ ରୋଗ ହେଇସାରିଲା ପରେ ଲେମ୍ବୁର ଘାର କୌଣସି ପ୍ରଭାବୀ ନିୟନ୍ତ୍ରଣ ପଦ୍ଧତି ନାହିଁ. ସୁରକ୍ଷାତ୍ମକ ଉପାୟ ମଧ୍ୟରେ ତଳେ ପଡ଼ିଯାଇଥିବା ଗଛ ଓ ଗଛର ଅଂଶ କୁ ସଫା ଓ ନଷ୍ଟ କରିବା ଆବଶ୍ୟକ ଯଦ୍ୱାରା ରୋଗର ପ୍ରଭାବ କୁ କମ କରିହେବ. କ୍ଷୟକ୍ଷତି କମ କରିବା ପାଇଁ ଅନ୍ୟ ଏକ ଉପାୟ ହେଲା ଯେ ଲେମ୍ବୁ ସାଇଲିଡ଼ କୁ ନିୟନ୍ତ୍ରଣ କରିବା. କପର ଯୁକ୍ତ କବକ ନାଶକ କିମ୍ବା ବ୍ୟାକ୍ଟେରିଆ ନାଶକ ରୋଗ ବିରୁଦ୍ଧରେ କିଛି ବାଧା ଦେଇପାରନ୍ତି କିନ୍ତୁ ଏହା ସଂକ୍ରମିତ ହୋଇଯାଇଥିବା ରୋଗ କୁ ନିୟନ୍ତ୍ରଣ କରି ପାରିବ ନାହିଁ.

ଏହାର କାରଣ କଣ

ଲେମ୍ବୁର ଘା ଏକ ଗମ୍ଭୀର ଓ ଅଧିକ ସଂକ୍ରାମକ ରୋଗ ଯାହା ବ୍ୟବସାୟିକ ଲେମ୍ବୁ ଜାତୀୟ ଫସଲରେ ଦେଖାଦେଇଥାଏ. ଏହା ବ୍ୟାକ୍ଟେରିଆ ଯାନ୍ଥୋମୋନାସ ସାଇଟ୍ରି (Xanthomonas Citri) ଦ୍ୱାରା ହୋଇଥାଏ ଯାହା 10 ମାସରୁ ଅଧିକ ସମୟ ଫଳ, ପତ୍ର ଓ କାଣ୍ଡ ରେ ଥିବା ପୁରୁଣା ଦାଗରେ ରହିପାରେ. ଏହା ଗଛର ଟିସୁରେ କୌଣସି କ୍ଷତ ମାଧ୍ୟମରେ କିମ୍ବା ପତ୍ରରେ ଥିବା ପ୍ରାକୃତିକ ସୂକ୍ଷ୍ମ କଣା ଦ୍ୱାରା ପ୍ରବେଶ କରିଥାଏ ଏବଂ ଭିତରେ ବଢିଥାଏ. ପତ୍ର ଏବଂ ଅନ୍ୟ ଟିସୁରେ ହୋଇଥିବା କଣାରେ ଏହି ବ୍ୟାକ୍ଟେରିଆ ଥାଏ ଯାହା ଓଦା ହେଲେ ବାହାରିଥାଏ ଓ ବର୍ଷା ଛାଟ କିମ୍ବା ଓଭରହେଡ଼ ଜଳସେଚନ ଯୋଗୁ ଅଳ୍ପ ଦୂର ପର୍ଯ୍ୟନ୍ତ ବହି ଯାଇଥାଏ. ଅଧିକ ଆର୍ଦ୍ରତା, 20 - 30 °C ତାପମାନ ଏବଂ ବର୍ଷା ପାଗ ଏହି ରୋଗ ପାଇଁ ସୁହାଇଥାଏ. ଲେମୁ ସାଇଲିଡ଼, ପତ୍ର ସୁଡ଼ଙ୍ଗକାରୀ ପୋକ, ପକ୍ଷୀ ଏବଂ ସଂକ୍ରମିତ ଯନ୍ତ୍ରପାତି ଓ ଉପକରଣ ମଧ୍ୟ ଏହି ବ୍ୟାକ୍ଟେରିଆ କୁ ଗଛରୁ ଗଛକୁ କିମ୍ବା ତୋଟା ତୋଟାକୁ ବିସ୍ତାରିତ ହୋଇପାରେ. ଶେଷରେ ସଂକ୍ରମିତ ଗଛ କିମ୍ବା ଗଛର ଅଂଶ ଯେମିତିକି ନର୍ସରୀ ରୁ ଗଛ କିମ୍ବା ଗଛ ଲଗାଇବା ପାଇଁ ଦରକାରୀ ପଦାର୍ଥ ନେବା ଆଣିବା କରିବା ମଧ୍ୟ ସମସ୍ୟା ସୃଷ୍ଟି କରିପାରେ.


ସୁରକ୍ଷାତ୍ମକ ଉପାୟ

  • ନିଜ ଜାଗାରେ ପ୍ରଚଳିତ କ୍ୱାରାଣ୍ଟାଇନ ନିୟମ ସବୁ ଜାଣି ରଖନ୍ତୁ.
  • ଏହି ରୋଗ ପ୍ରତି ଅଧିକ ସହନଶୀଳ କିସମର ଲେମ୍ବୁ ଗଛ ଚୟନ କରନ୍ତୁ.
  • ପ୍ରାମାଣିକ ଜାଗାରୁ ସୁସ୍ଥ ବିହନ କିମ୍ବା ଚାରା ସଂଗ୍ରହ କରନ୍ତୁ.
  • ରୋଗର ଲକ୍ଷଣ ପାଇଁ ଫସଲ ନିରୀକ୍ଷଣ କରନ୍ତୁ.
  • ଶୁଖିଲା ସିଜନ ରେ ଗଛର ସଂକ୍ରମିତ ଅଂଶକୁ କାଟି ବାହାର କରିଦିଅନ୍ତୁ.
  • କୃଷି ଯନ୍ତ୍ରପାତି ଓ ଉପକରଣ ସଫା କରି ରୋଗମୁକ୍ତ ରଖନ୍ତୁ ଯାହା ଫଳରେ ଗୋଟିଏ ଜାଗାରୁ ଅନ୍ୟ ଜାଗାରେ ବ୍ୟବହାର ବେଳେ ରୋଗ ବିସ୍ତାରିତ ହେବ ନାହିଁ.
  • ଡାଳପତ୍ର ଓଦା ଥିବା ସମୟରେ ଜମିରେ କାମ କରନ୍ତୁ ନାହିଁ.
  • ଗୋଟେ ତଟରୁ ଅନ୍ୟ ତୋଟାକୁ କାମ କରିବା ପାଇଁ ଗଲାବେଳେ ଜୋତା, ପୋଷାକପତ୍ର ସବୁ ଭଲଭାବେ ସଫା କରନ୍ତୁ.
  • ଅତ୍ୟଧିକ ଭାବେ ସଂକ୍ରମିତ ହୋଇଥିବା ଗଛ ସବୁ ନଷ୍ଟ କରିଦିଅନ୍ତୁ ଯଦ୍ୱାରା ଆଖ ପାଖରେ ଥିବା ଗଛ ଏହି ରୋଗ ସଂକ୍ରମଣରୁ ସୁରକ୍ଷିତ ରହିବ.
  • ତଳେ ପଡିଥିବା ପତ୍ର, ଫଳ ଏବଂ ଡାଳ ବାହାର କରି ନଷ୍ଟ କରି ଦିଅନ୍ତୁ.
  • ଉଇଣ୍ଡବ୍ରେକ ବ୍ୟବହାର କରି ରୋଗର ବିସ୍ତାରକୁ ଦୁରେଇ ରଖନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ