ଲେମ୍ବୁଜାତୀୟ

ସିଟ୍ରସ ଚିତ୍ରବିଚିତ୍ର ରଙ୍ଗହୀନତା

Xylella fastidiosa subsp. pauca

ବ୍ୟାକ୍ଟେରିଆ

5 mins to read

ସଂକ୍ଷେପରେ

  • ଶିରା ପ୍ରଶିରା କୁ ଛାଡି ପତ୍ରର ଉପର ପାର୍ଶ୍ଵର ଅନ୍ୟ ସବୁ ଜାଗାରେ ହଳଦିଆ ହୋଇଯାଏ.
  • ଛୋଟ, ଅଳ୍ପ ଉଠିଥିବା ଦାଗ ଏହି ହଳଦିଆ ହୋଇଥିବା ଦାଗ ର ଠିକ ତଳେ, ପତ୍ରର ତଳ ପାର୍ଶ୍ଵରେ ଦେଖାଯାଏ.
  • ଗଛ ବାଙ୍ଗରା ହୋଇଯାଏ, ସଂକ୍ରମିତ ଶାଖାରୁ ପତ୍ର ଝଡ଼ିଯାଏ ଏବଂ ଫଳର ଆକାର ଛୋଟ ହୋଇଯାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଲେମ୍ବୁଜାତୀୟ

ଲକ୍ଷଣ

ସିଟ୍ରସ ଚିତ୍ରବିଚିତ୍ର ରଙ୍ଗହୀନତା ରୋଗ ଦ୍ୱାରା ସଂକ୍ରମିତ ଗଛ ରେ ଜିଙ୍କ ଅଭାବ ଜନିତ ଲକ୍ଷଣ ପରି ଲକ୍ଷଣ ଦେଖାଦେଇଥାଏ. ବୁଢା ହେଉଥିବା ପତ୍ରର ଉପର ପାର୍ଶ୍ୱରେ ଶିରା ରହିତ ରଙ୍ଗହୀନତା ଦେଖା ଦିଏ. ଛୋଟ ଫିକା ବାଦାମୀ ରଙ୍ଗର, ଅଳ୍ପ ଉଠିଥିବା ଦାଗ ଧୀରେ ଧୀରେ ରଙ୍ଗହୀନ ଡଗରା ଠିକ ତଳେ ପତ୍ରର ତଳ ପାର୍ଶ୍ୱରେ ଉଠିଥାଏ. ଏସବୁ ସଅଳ ଲକ୍ଷଣ କେବଳ ଗୋଟିଏ ଶାଖାରେ ଦେଖାଦେଇଥାଏ. ଏହି ରଙ୍ଗହୀନ ଜାଗା ଧୀରେ ଧୀରେ ବଢି ବଢି ପତ୍ରର ଧାର ଆଡକୁ ମାଡ଼ିଥାଏ ଏବଂ ତଳପଟେ ଥିବା ଦାଗ ସବୁ ଗାଢ଼ ବାଦାମୀ ରଙ୍ଗ ହୋଇ କିମ୍ବା ମଲା ପରି ଶୁଖିଯାଏ. ସଂକ୍ରମିତ ଗଛର ସତେଜତା କମି ଯାଏ ଏବଂ ଗଛ ବାଙ୍ଗରା ହୋଇଯାଏ, କିନ୍ତୁ ସାଧାରଣତଃ ଗଛ ମାରେ ନାହିଁ. ଆଗ ଡାଳ ରୁ ସାଧାରଣତଃ ନୁଆଁ ପତ୍ରରୁ ପତ୍ର ଝଡା ଆରମ୍ଭ ହୁଏ. ପତ୍ରଝଡ଼ା ଯୋଗୁଁ ଫଳ ଗୁଡିକରେ ଖରାରୁ ପଡିଗଲା ପରି ଲକ୍ଷଣ ଦେଖାଦିଏ. ସେମାନଙ୍କର ଚୋପା ମଦ୍ୟ ଟାଣ ହୋଇପାରେ, ରସ ରହେ ନାହିଁ ଏବଂ ଏହାର ମାଂସଳ ଅଂଶ ରେ ଅମ୍ଳୀୟ ସ୍ୱାଦ ରହିପାରେ.

Recommendations

ଜୈବିକ ନିୟନ୍ତ୍ରଣ

ଗୋନାଟୋସେରସ (Gonatocerus) ଜାତିର କିଛି ପରଜୀବୀ ବିରୁଡି ସ୍ପେସିସ ସାର୍ପସୁଟର ପୋକ ସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ବ୍ୟବହାର କରାଯାଇଛି. ଏହି ଛୋଟ ବିରୁଡି ମାନଙ୍କର ଶୁକ ସାର୍ପସୁଟର ପୋକର ଅଣ୍ଡା ଭିତରେ ରହି ବଢୁଥିବା ଭୃଣ କୁ ମାରିଦିଏ. ଟୁଇଷ୍ଟେଡ଼ ଉଇଙ୍ଗ (Twisted-wing)ବା ବଳାଡେଣା ପରଜୀବୀ (ସ୍ଟ୍ରେପସିଟେରାନ୍ସ - Strepsipterans) ମଧ୍ୟ ସାର୍ପସୁଟର ସହ ବିଭିନ୍ନ ପ୍ରକାର ପୋକ ଉପରେ ପ୍ରଭାବ ପକାଇଥାଏ. ସାର୍ପସୁଟର ର ଅନ୍ୟ ପ୍ରାକୃତିକ ଶତ୍ରୁ ମଧ୍ୟରେ ପରଭକ୍ଷୀ ପୋକ ଯଥା ମାଣ୍ତିଡ଼, ଖୋଲାରେ ରହୁଥିବା କିଛି ବୁଢିଆଣୀ ଏବଂ ଏଣ୍ଡୁଅ ଅନ୍ୟତମ. ହିର୍ଶୁଟେଲା (Hirsutella) ଜାତିର କିଛି ଫିମ୍ପି ମଧ୍ୟ ଏହି ପୋକଙ୍କୁ ଆକ୍ରମଣ କରନ୍ତି ଏବଂ ସେମାନଙ୍କୁ ଥଣ୍ଡା ଓ ଆର୍ଦ୍ର ପରିବେଶରେ ମମି ପରି (mummified)ବା ପରିକୁଂଚିତ କରିଦେଇଥାନ୍ତି.

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ତୋଟାରେ ନିରୀକ୍ଷଣ କରି କିମ୍ବା ହଳଦିଆ ଅଠାଳିଆ କାର୍ଡ କୁ ଝୁଲାଇ ପରିବାହକ ପୋକ ସଂଖ୍ୟା କୁ ଯାଞ୍ଚ କରିବ ଦରକାର. ଏସିଟାମିପ୍ରିଡ଼ (acetamiprid) ଥିବା ଅନ୍ତର୍ଭେଦି ଏବଂ ବାହ୍ୟ କୀଟନାଶକ ଫର୍ମୁଲା ବ୍ୟବହାର କରି ସାର୍ପସୁଟର ପୋକ ନିୟନ୍ତ୍ରଣ କର ଯାଇପାରେ.

ଏହାର କାରଣ କଣ

ଯାଇଲେଲା ଫାଷ୍ଟିଡିଓସା (Xylella fastidiosa) ନାମକ ଏକ ବ୍ୟାକ୍ଟେରିଆ ଯୋଗୁଁ ସିଟ୍ରସ ଚିତ୍ରବିଚିତ୍ର ରଙ୍ଗହୀନତା ରୋଗ ହୋଇଥାଏ. ଏହା ଏକ ଅନ୍ତଃ ପ୍ରକ୍ରିୟାଗତ ରୋଗ ଯାହା ଗଛର ପରିବାହକ ନଳୀ ଜାଇଲେମ (xylem) ମଧ୍ୟରେ ଥାଏ. ଏହାଦ୍ୱାରା ସମ୍ପୂର୍ଣ ଡାଳପତ୍ର ଓ ଫଳ ଭାତରକୁ ଏହି ବ୍ୟାକ୍ଟେରିଆ ବ୍ୟାପିଥାଏ. ଗଛରୁ ଗଛକୁ ଏହି ବ୍ୟାକ୍ଟେରିଆ ଲଗାତାର ଭାବେ ସିକାଡେଲିଡା (Cicadellidae) ପରିବାରର ସାର୍ପସୁଟର ପୋକ ଦ୍ୱାରା ବ୍ୟାପି ଥାଏ. ସାର୍ପସୁଟର ପତ୍ର ଡିଆଁ ପୋକ ଜାଇଲେମରେ ଥିବା ରସ ଖାଇଥାଏ ଏବଂ ଖାଇବାର ଦୁଇ ଘଣ୍ଟା ମଧ୍ୟରେ ଗଛରେ ବ୍ୟାକ୍ଟେରିଆ ପ୍ରବେଶ କରିପାରେ. ଏମାନଙ୍କର ଉଚ୍ଚ ହାରରେ ରସ ଖାଇଥାନ୍ତି ଓ ଏମାନେ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ନାହିଁ. ଏଥିପାଇଁ ଏହି ପୋକ ଏହି ରୋଗର ଏକ ଉତ୍ତମ ପରିବାହକ (vector). ପ୍ରଥମ ଲକ୍ଷଣ ଦେଖାଯିବା ପାଇଁ ରୋଗ ସଂକ୍ରମଣ ହେବାର ଏକ ବର୍ଷ ପର୍ଯ୍ୟନ୍ତ ଯାଇପାରେ. ଏଥିପାଇଁ ଏହାର ଚିହ୍ନଟ ଓ ଉପଚାର କଷ୍ଟକର ହୋଇଥାଏ.


ସୁରକ୍ଷାତ୍ମକ ଉପାୟ

  • ନିଜ ଦେଶର ରୋଗ ସଂସର୍ଗ ନିରୋଧି ନିୟମ ବିଷୟରେ ଅବଗତ ରୁହନ୍ତୁ.
  • ବିହନ ଓ ଚାରା ପ୍ରାମାଣିକ ସୂତ୍ରରୁ ଆଣିବା ସୁନିଶ୍ଚିତ କରନ୍ତୁ.
  • ଲେମ୍ବୁ ତୋଟାରେ ବାରମ୍ବାର ସାର୍ପସୁଟର ପୋକ କିମ୍ବା ରୋଗର ସଙ୍କେତ ଥିବା ଯାଞ୍ଚ କରିବା ଆବଶ୍ୟକ.
  • ସବୁ କର୍ମଚାରୀ ଏବଂ ପରିଦର୍ଶକ ସ୍ୱଚ୍ଛତା ନିୟମ ପାଳନ କରିବା ଆବଶ୍ୟକ.
  • ସଂକ୍ରମିତ ଗଛ ତୋଟାରୁ ବାହାର କରିଦିଅନ୍ତୁ.
  • ତୋଟା ଏବଂ ତୋଟା ଚାରିପାଖରେ ଥିବା ସାର୍ପସୁଟର ପୋକଙ୍କର ବିକଳ୍ପ ପୋଷକ ଗଛ ଚିହ୍ନଟ କରନ୍ତୁ.
  • ବିସ୍ତୃତ ଅନାବନା ଘାସ ପରିଚାଳନା ବ୍ୟବସ୍ଥା କରନ୍ତୁ.
  • ହଳଦିଆ ବାଡ଼ି ର ଟ୍ରାପ ବ୍ୟବହାର କରି ପୋକ ନିରୀକ୍ଷଣ କରନ୍ତୁ ଓ ଧରନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ