Xanthomonas alfalfae subsp. citrumelonis
ବ୍ୟାକ୍ଟେରିଆ
ଏହି ରୋଗ ମୁଖ୍ୟତଃ ତ୍ରିପର୍ଣ୍ଣି କମଳା ଓ ଏହାର ସଙ୍କର କିସମରେ ଦେଖାଦେଇଥାଏ. ଉଦାହରଣ ସ୍ୱରୂପ ନର୍ସରୀ ଅବସ୍ଥାରେ ସ୍ଵିଙ୍ଗଲ ସିଟ୍ରୁମେଲୋ (Swingle citrumelo) ରେ. ଏହାର ଦାଗ ଗୁଡିକ ଅନ୍ୟ କିସମର କମଳା ରେ ଲାଗୁଥିବା ଲେମ୍ବୁ କାଙ୍କର ରୋଗର ଦାଗ ସହ ପ୍ରାୟ ସମାନ ଅଟେ କିନ୍ତୁ ଏଗୁଡିକ ସପାଟ କିମ୍ବା ଶୁକୁଡ଼ି ଯାଇଥାଏ ଏବଂ ଉପରକୁ ଉଠି ନଥାଏ. ପତ୍ରରେ ଏହି ଦାଗ ଗୁଡିକ ଗୋଲିଆ, ବାଦାମୀ ରଙ୍ଗର ଦେଖାଯାଏ ଯାହାର ମଝି ଅଂଶ ସଢ଼ିଯାଇଥାଏ ଏବଂ ବହୁତ ସମୟରେ ଝଡି ଯାଇଥାଏ. ଏହା ଏକ ଗୁଳିବିନ୍ଧା କଣା ପରି ଦେଖାଯାଏ. ଏଗୁଡିକର ଚାରିପାଖରେ ପାଣି ଭିଜା ଧାର ଥାଏ ଏବଂ ଏଥିରେ ଏକ ହଳଦିଆ ବଳୟ ଦେଖାଯାଏ. ଅତି ଆକ୍ରାମକ ଚାପ ଦ୍ୱାରା ହେଉଥିବା ଦାଗ ରେ ପାଣି ଭିଜା ଧାର ଲେମ୍ବୁ କାଙ୍କର ରୋଗରେ ଦେଖାଯାଉଥିବା ଧାର ଅପେକ୍ଷା ଅଧିକ ସ୍ପଷ୍ଟ ହୋଇଥାଏ. ସମୟାନୁକ୍ରମେ ଏଗୁଡିକ ବଡ଼ ହୋଇ ମିଶି କୋଣାକାର ରୁ ଅସମ ଆକାରର ଫିକା ବାଦାମୀ ଚକଡା଼ରେ ପରିଣତ ହୋଇଥାନ୍ତି. ଅତ୍ୟଧିକ ସଂକ୍ରମିତ ପତ୍ର ଗୁଡିକ ରଙ୍ଗହୀନ ହୋଇଯାଆନ୍ତି କିମ୍ବା ପୋଡିଯାଆନ୍ତି ଏବଂ ଶୀଘ୍ର ଝଡ଼ିଯାଇ ପତ୍ରଝଡ଼ା କରାଇଥାଏ.
ଜାନ୍ଥୋମୋନାସ ଆଲ୍ଫାଲ୍ଫା (Xanthomonas alfalfae) ର କୌଣସି ଜୈବିକ ବିକଳ୍ପ ଉପଚାର ବିଷୟରେ ଜାଣିନଥିବାରୁ ଆମେ ଦୁଃଖିତ. ଆପଣ ଯଦି କିଛି ଜାଣିଛନ୍ତି ଯାହା ଏହି ରୋଗ ନିୟନ୍ତ୍ରଣରେ ସାହାଯ୍ୟ କରିପାରେ, ତାହେଲେ ଆମ ସହ ସମ୍ପର୍କ କରନ୍ତୁ. ଆପଣଙ୍କ ଠାରୁ ଶୁଣିବା ପାଇଁ ଆମେ ଅପେକ୍ଷାରତ.
ଯଦି ଉପଲବ୍ଧ ଥାଏ ତାହେଲେ ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଜୈବିକ ନିୟନ୍ତ୍ରଣ ସହିତ ନିବାରଣ ଉପାୟ ଉପଯୋଗ କରିବା ଦରକାର. ଲେମ୍ବୁର ଏହି ବ୍ୟାକ୍ଟେରିଆ ଜନିତ ଦାଗ ର ନିୟନ୍ତ୍ରଣ ପାଇଁ ସଂପୂର୍ଣ୍ଣ ଭାବେ କୌଣସି ସଫଳ ସ୍ପ୍ରେ ବ୍ୟବସ୍ଥା ନାହିଁ. ସୁରକ୍ଷାତ୍ମକ ଓ ରାସାୟନିକ ପଦ୍ଧତିର ସମିଶ୍ରଣ ଦ୍ୱାରା ଏହି ରୋଗ ସଂକ୍ରମଙ୍କୁ କମ କରିବା ଦରକାର ପଡିଥାଏ. କେବଳ କପର ଉପରେ ଆଧାରିତ ଫର୍ମୁଲା କିମ୍ବା ଏହା ସହ କୌଣସି ଆଣ୍ଟିବାୟୋଟିକ କିମ୍ବା ମାଙ୍କୋଜେବ ବ୍ୟବହାର କରି ମଧ୍ୟମ ଧରଣର ନିୟନ୍ତ୍ରଣ ହୋଇପାରିବ. ରାସାୟନର ମାତ୍ରା ଧୀରେ ଧୀରେ କମ କରି ପତ୍ର ର କ୍ଷୟକ୍ଷତିରୁ ବଞ୍ଚି ହେବ ତଥା ବ୍ୟାକ୍ଟେରିଆର ପ୍ରତିରୋଧ ଶକ୍ତି ବିକାଶ ହେବାରୁ ବଞ୍ଚି ହେବ.
ଏହି ରୋଗ ଜାନ୍ଥୋମୋନାସ ଆଲ୍ଫାଲ୍ଫା (Xanthomonas alfalfae) ନାମକ ବ୍ୟାକ୍ଟେରିଆ ଦ୍ୱାରା ହୋଇଥାଏ. ଏହି ବ୍ୟାକ୍ଟେରିଆର ତିନୋଟି ଉପଜାତି ଅଛନ୍ତି ଯେଉଁମାନଙ୍କର ସଂକ୍ରମଣ ଦ୍ୱାରା ରୋଗ ଦେଖାଯିବାର ମାତ୍ରା ଅଲଗା ଅଲଗା ହୋଇଥାଏ. ଏଗୁଡିକ ପ୍ରାକୃତିକ ଉପାୟରେ ନର୍ସରୀ ରୁ ନର୍ସରୀ ମଧ୍ୟରେ ପବନ ଦ୍ୱାରା ବହୁଥିବା ବର୍ଷା, କାକର, କିମ୍ବା ଓଭରହେଡ଼ ଜଳସେଚନ ଦ୍ୱାରା ବ୍ୟାପି ଥାଏ. ମୁଖ୍ୟତଃ ଯେତେବେଳ ଡାଳପତ୍ର ଓଦା ଥାଏ ଯାନ୍ତ୍ରିକ ଉପାୟ ଯେପରିକି ଜମି କିମ୍ବା ନର୍ସରୀରେ ସାଧାରଣ କାମ କଲାବେଳେ ଏହି ରୋଗ ଗଛରୁ ଗଛକୁ ବ୍ୟାପି ପାରେ. ଏହି ରୋଗର ଜୀବାଣୁ ପାଇଁ ପ୍ରବେଶ ଦ୍ୱାର ହେଉଛି ପତ୍ର ଉପରେ ଥିବା ପ୍ରାକୃତିକ କଣା କିମ୍ବା ବକଳା ଉପରର ଲେଣ୍ଟିସେଲ. କିନ୍ତୁ ଯେତେବେଳେ ଚାରା ଗୁଡିକ ତୋଟାକୁ ନିଆଯାଇଥାଏ ଏହି ବ୍ୟାକ୍ଟେରିଆ ମରିଯାଇଥାଏ ଓ ଲକ୍ଷଣ ସବୁ ଧୀରେ ଧୀରେ ଅଦୃଶ୍ୟ ହୋଇଯାଏ. ଗରମ ତାପମାନ (14 to 38 °C) ସହିତ ଅଳ୍ପ ବର୍ଷା, ଅଧିକ କାକର ଓ ଜୋରରେ ପବନ ପାଣିପାଗ ଏହି ରୋଗ ବିକାଶ ଓ ବିସ୍ତାର ପାଇଁ ସବୁଠାରୁ ଅଧିକ ପରିବହନ କରିଥାଏ. ଅପରପକ୍ଷରେ ଯେତେବେଳେ ପାଗ ବହୁତ ଗରମ ଓ ଶୁଖିଲା ଥାଏ ଏହି ବ୍ୟାକ୍ଟେରିଆର ବୃଦ୍ଧି ଓ ସଂକ୍ରମଣ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ.