Spiroplasma citri
ବ୍ୟାକ୍ଟେରିଆ
ରୋଗର ତୀବ୍ରତା, ପରିବେଶ , ଗଛର ବୟସ ଏବଂ ବର୍ଷର ସମୟ ଉପରେ ଏହି ରୋଗର ଲକ୍ଷଣ କଣ ହେବ ତାହା ନିର୍ଭର କରେ. ପ୍ରବଳ ଗରମ ଖରା ଦିନରେ ଏହି ରୋଗର ଲକ୍ଷଣ ଅଧିକ ଦେଖାଦେଇଥାଏ କିନ୍ତୁ ସଂକ୍ରମିତ ଗଛ ବହୁତ ବର୍ଷ ଧରି ଅଦୃଶ୍ୟ ହୋଇ ରହିପାରେ. ଏହି ରୋଗର ବିଶିଷ୍ଟ ଲକ୍ଷ ସବୁ ହେଲା: କମ ବୃଦ୍ଧି (ବାଙ୍ଗରା), ସିଧା ଗଛ ଓ କମ ଡାଳପତ୍ର, ପକ୍ଷୀର ପର ପରି ପତ୍ର, ଗଣ୍ଠିରୁ ଗଣ୍ଠି ମଧ୍ୟରେ କମ ଦୂରତା ଯୋଗୁଁ ଗୁଚ୍ଛା ପରି ବୃଦ୍ଧି, ଯୁବା ଗଛ ସବୁ ଛୋଟ ଓ ନିଷ୍ଫଳ ରହିପାରେ ଯେତେବେଳେ କି ବୟସ୍କ ଗଛ ରେ କେବଳ ଗୋଟିଏ ହିଁ ଶାଖା ଦେଖାଦେଇପାରେ. ଅନିୟମିତ ଭାବେ ଫୁଲ ଧରିବା ଯୋଗୁଁ ଫଳର ବିକାଶ ଓ ଆକାର ଠିକଠାକ ହୋଇ ନଥାଏ. ପତ୍ର ରେ ଦାଗ ଦେଖାଯାଏ ଯାହା ଜିଙ୍କର ଅଭାବ ଜନିତ ଲକ୍ଷଣ ପରି ହୋଇଥାଏ.
ଏସ. ସାଇଟ୍ରି (S. citri) ର ସଂକ୍ରମଣ ଓ ବିସ୍ତାର କୁ ନିୟନ୍ତ୍ରଣ କରିବା ପାଇଁ ଆଜି ପର୍ଯ୍ୟନ୍ତ କୌଣସି ଜୈବିକ ପଦ୍ଧତି ଉପଲବ୍ଧ ନାହିଁ. ଯଦି ଆପଣ କିଛି ଜାଣିଛନ୍ତି ତାହେଲେ ଆମ ସହ ସଂପର୍କ କରନ୍ତୁ.
ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ସ୍ଟବର୍ନ ରୋଗର କୌଣସି ରାସାୟନିକ ନିୟନ୍ତ୍ରଣ ଉପାୟ ନାହିଁ. କୀଟନାଶକ ଦ୍ୱାରା ଏହାର ପରିବାହକ ପୋକ ନିୟନ୍ତ୍ରଣ ପ୍ରଭାବୀ ରୂପେ କାମ କରି ନଥାଏ କାରଣ ଏସ. ସାଇଟ୍ରି (S. citri) ତୋଟା ରେ ପହଞ୍ଚିଲା ପରେ ଅତି ଶୀଘ୍ର ବ୍ୟାପି ଥାଏ.
ସ୍ଟିରୋପ୍ଲାଜମା ସାଇଟ୍ରି ନାମକ ଏକ ବ୍ୟାକ୍ଟେରିଆ ଦ୍ୱାରା ଏହି ରୋଗ ହୋଇଥାଏ ଯାହା ଗଛର ପରିବାହକ ଟିସୁ ଫ୍ଲୋଏମ ରେ ରହିଯାଏ ଓ ଶର୍କରାର ପରିବହନ ବନ୍ଦ କରିଦେଇଥାଏ. ଏହା ଲଗାତାର ଭାବେ ଅନେକ ଜାତିର ପତ୍ର ଡିଆଁ ପୋକ ଦ୍ୱାରା ସଂକ୍ରମିତ ହୋଇଥାଏ. ଏହି ବ୍ୟାକ୍ଟେରିଆ ପରିବାହକ ପୋକରେ ବଢି ଥାଏ କିନ୍ତୁ ନିଜର ଛୁଆ ମାନଙ୍କୁ ବ୍ୟାପେ ନାହିଁ. ଏହି ବ୍ୟାକ୍ଟେରିଆର ସଂକ୍ରମଣ ମୁଖ୍ୟତଃ ପ୍ରାଥମିକ ଉପାୟରେ ହୋଇଥାଏ ମାନେ, ସିଧା ପତ୍ର ଡିଆଁ ପୋକରୁ ଗଛକୁ. ଦ୍ଵିତୀୟକ ସଂକ୍ରମଣ ଯାହାକି ଗଛରୁ ଗଛକୁ ହୋଇଥାଏ ତାହା କେବଳ ସଂକ୍ରମିତ ଗଛରୁ କଲମୀକରଣ ସମୟରେ ଆସେ. ସ୍ଟବର୍ନ ରୋଗ ପାଇଁ ଗରମ ଓ ଅନ୍ତର୍ଦେଶୀୟ ଜାଗାରେ ହୋଇଥାଏ. ଏହା ମୁଖ୍ୟତଃ ମିଠା କମଳା, ଗ୍ରେପଫ୍ରୁଟ ଓ ଟାଞ୍ଜେଲୋ ଫସଲରେ ସଂକ୍ରମଣ ହୋଇଥାଏ. ରୋଗର ତୀବ୍ରତା ଭିଭିନ୍ନ ଫସଲ ଉପରେ ନିର୍ଭର କରିଥାଏ. ପୁରୁଣା ତୋଟା ଅପେକ୍ଷା ନୁଆଁ ତୋଟା ରେ ଏହି ରୋଗ ର ସମସ୍ୟା ଅଧିକ ଥାଏ. ଅଧିକତର ଏହିଁ ରୋଗର ଯାଞ୍ଚ କଷ୍ଟକର ହୋଇଥାଏ, ବିଶେଷକରି ରୋଗ ବିକାଶ ର ପ୍ରାଥମିକ ଅବସ୍ଥାରେ ଯେତେବେଳେ ଲକ୍ଷଣ ଅଳ୍ପ ଅଳ୍ପ ଦେଖଃଯେ କିମ୍ବା ଅନ୍ୟ ଅବ୍ୟବସ୍ଥାସବୁ ରହିଥାଏ.