ଧାନ

ଧାନର ଜୀବାଣୁଜନିତ ପତ୍ରପୋଡ଼ା ରୋଗ

Xanthomonas oryzae pv. oryzae

ବ୍ୟାକ୍ଟେରିଆ

ସଂକ୍ଷେପରେ

  • ପତ୍ର ଉପରେ ଧୂସର ସବୁଜ ରଙ୍ଗ ର ଗାର ଦେଖା ଯାଇଥାଏ। ପତ୍ର ଗୁଡିକ ହଳଦିଆ ହୋଇଯାଏ ଓ ଝାଉଁଳି ଯାଏ। ପତ୍ର ମଧ୍ୟ ରୁ କ୍ଷୀର ଭଳି ପୂଜ ବହି ଥାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଧାନ

ଲକ୍ଷଣ

ଚାରାରେ, ସଂକ୍ରମିତ ପତ୍ର ଗୁଡିକ ପ୍ରଥମେ ହଳଦିଆ ରୁ ନଡା ରଙ୍ଗ ରେ ପରିଣତ ହୋଇଯାଏ ଓ ପାରେ ଝାଉଁଳି ଯାଇ ଓ ମରି ଯାଏ। ବଡ଼ ଗଛରେ ରୋଗ ର ହେବା ସମୟ ମୁଖ୍ୟତଃ ପିଲ ବାହାରିବା ଅବସ୍ଥାରୁ ରୁ କେଣ୍ଡା ସୃଷ୍ଟି ହେବା ଅବସ୍ଥା ମଧ୍ୟ ରେ ହୋଇ ଥାଏ। ପ୍ରଥମେ ପତ୍ର ଉପରେ ହାଲୁକା ସବୁଜ ରୁ ଧୂସର ସବୁଜ ରଙ୍ଗ ର ଓଦା ଗାର ଦେଖା ଯିବା ଆରମ୍ଭ ହୁଏ। ଏହି ଗାର ଗୁଡିକ ପରସ୍ପର ସହ ମିଶି ବଡ ହଳଦିଆ ପୋଡାଦାଗରେ ପରିଣତ ହହୋଇଥାଏ, ଯାହାର ଧାର ଅସମ ହୋଇଥାଏ। ପତ୍ର ଗୁଡିକ ବର୍ଣ୍ଣହୀନ ହୋଇ ଯାଏ ଓ ପାରେ ଝାଉଁଳି ମରି ଯାଏ। ସଂକ୍ରମଣ ର ଶେଷ ଅବସ୍ଥାରେ, ପତ୍ର ଉପରୁ ଦୁଧିଆ ଜୀବାଣୁର ପୂଜ ବାହାରିବା ଦେଖା ଯାଇ ଥାଏ। ଏହି ପୂଜ ପରେ ଶୁଖି ଏକ ଧଳାଳିଆ ବକଳା ରେ ପରିଣତ ହୋଇପାରେ। ଏହି ଲକ୍ଷଣ କିଛି କାଣ୍ଡବିନ୍ଧା ପୋକ ଦ୍ୱାରା ହେଉଥିବା ସଂକ୍ରମଣ ଠାରୁ ଅଲଗା ବୋଲି ଜଣ ପଡିଥାଏ। ଜୀବାଣୁଜନିତ ପୋଡା ରୋଗ ଧାନ ରେ ହେଉଥିବା ସବୁଠାରୁ ମାରାତ୍ମକ ରୋଗ ଗୁଡିକ ମଧ୍ୟରେ ଅନ୍ୟତମ।

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ଚାଉଳ ରେ ଜୀବାଣୁଜନିତ ପୋଡା ରୋଗ କୁ ନିୟନ୍ତ୍ରଣ କରିବା ପାଇଁ ଆଜି ଯାଏଁ କୌଣସି ଜୈବିକ ଫର୍ମୁଲା ବଜାରରେ ଉପଲବ୍ଧ ନାହିଁ। କପର ଉପରେ ଆଧାରିତ ଫର୍ମୁଲା ପ୍ରୟୋଗ କରି ରୋଗ ର ଲକ୍ଷଣକୁ କମ କରିବାରେ ସାହାଯ୍ୟ ମିଳିଥାଏ କିନ୍ତୁ ରୋଗ କୁ ନିୟନ୍ତ୍ରଣ କରି ହୁଏ ନାହିଁ।

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ଜୀବାଣୁଜନିତ ପୋଡ଼ା ରୋଗ ସହ ଲଢିବା ପାଇଁ, ବିହନ ଗୁଡିକୁ ଏକ ପ୍ରାମାଣିକ ଆଣ୍ଟିବାଇଓଟିକ ସହିତ କପର ଅକ୍ସୀକ୍ଲୋରାଇଡ କିମ୍ବା କପର ସଲଫେଟ ଦ୍ବାରା ଉପଚାର କରିବା ପାଇଁ ପରମର୍ଶ ଦିଆଯାଇଥାଏ। ଆଣ୍ଟିବାଇଓଟିକର ପ୍ରୟୋଗ କିଛି ଦେଶରେ କଠୋର ଭାବେ ପ୍ରତିବନ୍ଧ କରାଯାଇଛି, ତେଣୁ ଦୟା କରି ନିଜ ଦେଶରେ ଲାଗୁ ଥିବା ନିୟନ୍ତ୍ରଣ ପଦ୍ଧତ୍ତି କୁ ଜାଣି ରଖନ୍ତୁ।

ଏହାର କାରଣ କଣ

ଯାନ୍ଥୋମୋନାସ ଓରାଇଜା ପିଭି. ଓରାଇଜା (Xanthomonas oryzae pv. oryzae) ନାମକ ଜୀବାଣୁ ଦ୍ବାରା ଏହି ରୋଗ ହୋଇଥାଏ, ଯାହାକି ଅନାବନା ଘାସ ଓ ସଂକ୍ରମିତ ଗଛର ଅବଶେଷ ରେ ବଞ୍ଚି ରହିପାରେ। ଏହି ଜୀବାଣୁ ଗୁଡିକ ପବନ ଓ ବର୍ଷା ଛାଟ କିମ୍ବା ଜଳସେଚିତ ପାଣି ଦ୍ବାରା ପରିବାହିତ ହୋଇ ଥାନ୍ତି । ତେଣୁ ରୋଗ ସଂକ୍ରମଣ ହେବା ଓ ଏହାର ତୀବ୍ରତା ଖରାପ ପାଣିପାଗ (ଲଗାତାର ବର୍ଷା, ପବନ), ଉଚ୍ଚ ଆର୍ଦ୍ରତା (70% ଉପରେ) ଓ ଉଚ୍ଚ ତାପମାତ୍ରା (25°C ରୁ 34°C) ଯୋଗୁଁ ବଢି ଯାଇଥାଏ। ବିଶେଷକରି ସମ୍ବେଦନଶୀଳ କିସମ ରେ ଅଧିକ ଯବକ୍ଷାରଯାନ ସାର ବ୍ୟବହାର ଓ ପକ୍ଷପାଖି ଗଛ ଲାଗିବା ମଧ୍ୟ ରୋଗ ପାଇଁ ଅନୁକୂଳ ପରିବେଶ ଯୋଗାଇ ଥାଏ। ଯେତେ ଶୀଘ୍ର ଏହି ରୋଗ ହୋଇଥାଏ, ଅମଳ ରେ ସେତେ ଅଧିକ କ୍ଷତି ହୋଇଥାଏ। ଧାନ କେଣ୍ଡା ର ସୃଷ୍ଟି ସମୟରେ ସଂକ୍ରମିତ ହେଲେ ଅମଳରେ କିଛି ଫରକ ପଡି ନଥାଏ କିନ୍ତୁ ଅଧିକାଂଶ ମାତ୍ରାରେ ଧାନ ଭାଙ୍ଗି ଯାଇ ଥାଏ। ଏହି ରୋଗ ଟି ଉଭୟ ଉଷ୍ଣ ଓ ନାତିଶୀତୋଷ୍ନ ପରିବେଶ ରେ ହୋଇ ଥାଏ, ମୁଖ୍ୟତଃ ଜଳସେଚିତ ଓ ବର୍ଷା ଆଧାରିତ ଢାଲୁ ଅଞ୍ଚଳରେ ହୋଇଥାଏ।


ସୁରକ୍ଷାତ୍ମକ ଉପାୟ

  • କେବଳ ସୁସ୍ଥ ବିହନ ବ୍ୟବହାର କରନ୍ତୁ, ଯଦି ସମ୍ଭବ ତାହେଲେ ପ୍ରମାଣିତ ସୂତ୍ର ରୁ ବ୍ୟବହାର କରନ୍ତୁ। ପ୍ରତିରୋଧି କିସମ ର ଧାନ ଫସଲ ଲଗାନ୍ତୁ, ଏହା ରୋଗ କୁ ନିୟନ୍ତ୍ରଣ କରିବା ପାଇଁ ଏହା ସବୁଠାରୁ ସର୍ବୋତ୍ତମ ଓ ବିଶ୍ଵସ୍ତ ପ୍ରଣାଳୀ ଅଟେ। (ଓ ଏହା ସବୁଠାରୁ ଶସ୍ତା ଅଟେ)। ତଳି ରୋପିବ ବେଳେ ତଳିର ଯତ୍ନ ନିଅନ୍ତୁ। ମୁଖ୍ୟ ଜମି ଓ ନର୍ସରୀ ମଧ୍ୟରେ ସଂକ୍ରମଣ ରୁ ରଖାୟା ପାଇବା ପାଇଁ ଉପଯୁକ୍ତ ଜଳ ନିଷ୍କାସନର ବ୍ୟବସ୍ଥା କରନ୍ତୁ। ଯବକ୍ଷାରଜାନ ସାର ର ଅଧିକ ପ୍ରୟୋଗ ନହେବା ପାଇଁ ଭାଗ ଭାଗ କରି ସିଜନରେ ପ୍ରୟୋଗ କରନ୍ତୁ। ଯେତେବେଳେ ପାଣିପାଗ ଅବସ୍ଥା ଅନୁକୂଳ ହୋଇଥାଏ ଯବକ୍ଷାରଜାନର ଶେଷ ମାତ୍ରା ସହିତ ପୋଟାସ ର ଏକ ଅତିରିକ୍ତ ମାତ୍ରା ବ୍ୟବହାର କରନ୍ତୁ। ଯବକ୍ଷାରଜାନ ସାର ୟୁରିୟା ରୂପେ ପ୍ରୟୋଗ କରନ୍ତୁ ନାହିଁ । ନାଳ ଓ ଚାରିପାଖରୁ ଅନାବନା ଘାସ ଓ ଅସମ୍ବେଦନଶୀଳ ପୋଷକ ଗଛ କୁ ବାହାର କରି ନଷ୍ଟ କରି ଦିଅନ୍ତୁ। କୁଣ୍ଡା, ନଡା, ଅମଳ ପରେ ଥିବା ଦାନ ମୂଳ ଓ ନିଜେ ବଢୁଥିବା ଗଛ ଯାହାକି ଜୀବାଣୁ ପାଇଁ ପୋଷକ ସାଜି ଥାଏ ତାହାକୁ ହଳ କରି ପୋତି ଦିଅନ୍ତୁ। ମାଟି ଓ ଫସଲ ଅବଶେଷରେ ଥିବା ଜୀବାଣୁ କୁ ଦବେଇବା ପାଇଁ ଦୁଇ ସିଜନ ମଧ୍ୟରେ ଜମି ଶୁଖିବା ପାଇଁ କିଛି ଦିନ ଖାଲି ଛାଡ଼ନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ