Xanthomonas fragariae
ବ୍ୟାକ୍ଟେରିଆ
ଗଛର କିସମ, ପାଣିପାଗ ଅବସ୍ଥା ଏବଂ ବର୍ଷର ସମୟ ଅନୁସାରେ ଲକ୍ଷଣ ବଦଳି ଥାଏ। ପ୍ରାଥମିକ ଅବସ୍ଥାରେ ପାଣିଭିଜା, ଗାଢ-ସବୁଜ କୋଣିୟ ଦାଗ ପତ୍ରର ତଳ ପଟେ ଦେଖାଯାଏ। ସୂର୍ଯ୍ୟାଲୋକରେ ଦେଖିଲେ ଏହା ଅର୍ଦ୍ଧସ୍ବଚ୍ଛ ଦେଖାଯାଏ ଓ ପତ୍ରର ଛୋଟ ଶିରା ମଧ୍ୟରେ ଫ୍ରେମରେ ଥିବା ଭଳି ରହିଥାଏ। ଯେତେବେଳେ ଆର୍ଦ୍ରତା ଅଧିକ ଥାଏ ବ୍ୟାକ୍ଟେରିଆ ରସର ଅଠାଳିଆ ବିନ୍ଦୁ ଏହି କ୍ଷତ ଦାଗରୁ ବାହାରିଥାଏ। ରୋଗ ବଢିବା ସମୟରେ, ଏହି ଦାଗ ଘଟଣାକ୍ରମେ ଅନିୟମିତ, ମାଟିଆ କିମ୍ବା ଲାଲ ଦାଗ ଭାବେ ପତ୍ରର ଉପର ପଟେ ଦେଖାଯାଏ। ସେମାନେ ପରେ ପରସ୍ପର ମିଶି ଏକ ବଡ ବିଗଳିତ ପ୍ୟାଚ ସୃଷ୍ଟି କରିଥାନ୍ତି ଓ ପତ୍ରକୁ ଏକ ଜୀର୍ଣ୍ଣ ଦୃଶ୍ୟ ଦେଇଥାନ୍ତି। ଫଳ ଡେମ୍ଫ ମାଟିଆ-କଳାରେ ପରିଣତ ହୋଇପାରେ ଏବଂ ଫଳ ମଉଳି ଯାଇପାରେ, ଯେହେତୁ ଜଳ ପରିବହନ ବାଧାପ୍ରାପ୍ତ ହୋଇଥାଏ। ଏହା ଫଳର ଗୁଣବତ୍ତା ଓ ବାହ୍ୟ ରୂପରେ ପ୍ରଭାବ ପକାଇ ଥାଏ। ଫଳ ଅଧିକ ଶର୍କରା ଧାରଣ କରିପାରେ ନାହିଁ, କିନ୍ତୁ ଗାଢତା ସଂପୂର୍ଣ୍ଣ ସାଧାରଣ ରହିଥାଏ।
ପ୍ରାମାଣିକ ଜୈବ କପର ପଦାର୍ଥ ଏହି ରୋଗ ହ୍ରାସ କରିବାରେ ସାହାଯ୍ୟ କରିପାରେ। ସାଇଟ୍ରିକ ଏସିଡ ଏବଂ ଲାକଟିକ ଏସିଡ ସହଳ ଋତୁରେ ବଢୁଥିବା ପତ୍ର ଓ ଫଳକୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ସାହାଯ୍ୟ କରିପାରେ।
ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ବ୍ୟାକ୍ଟେରିଆ ରସ ଦ୍ଵାରା ଗଛରୁ ଗଛକୁ ସଂକ୍ରମଣ ହ୍ରାସ କରିବା ପାଇଁ ନିମ୍ନ ତାପମାତ୍ରାରେ କପର ପ୍ରୟୋଗ କରାଯାଇ ପାରେ। ଯାହା ହେଲେ ମଧ୍ୟ, ପ୍ରୟୋଗ ର ବାରମ୍ବାରତା ଓ ମାତ୍ରା ଯତ୍ନର ସହିତ ଯୋଜନା କରିବା ଆବଶ୍ୟକ, ଯେପରି ଗଛ କ୍ଷତିଗ୍ରସ୍ତ ହେବ ନାହିଁ। ଶୁଷ୍କ ଅବସ୍ଥା ଓ ଫୁଲ ଆସିବା ପରେ କପର ବ୍ୟବହାର କରନ୍ତୁ ନାହିଁ। କପର ସଲଫେଟ ଅପେକ୍ଷା କପର ହାଇଡ୍ରୋକ୍ସାଇଡ ଅଧିକ ଫଳପ୍ରସୂ ଅଟେ। ନର୍ସରୀ ଅବସ୍ଥାରେ ଅକ୍ଜୋଲିନିକ ଏସିଡ ପ୍ରୟୋଗ ଉତ୍ତମ ଫଳ ଦେଖାଇଛି। ଫସଲ ଅବସ୍ଥାରେ, ଭାଲିଡାମାଇସିନ-ଏ ଏକ ଫଳପ୍ରସୂ ପଦାର୍ଥ ଅଟେ।
ଜାନ୍ଥୋମୋନାସ ଫ୍ରାଗାରିଏ ନାମକ ବ୍ୟାକ୍ଟେରିଆ ଦ୍ଵାରା ଏହି ଲକ୍ଷଣ ସୃଷ୍ଟି ହୋଇଥାଏ, ଯାହାକି ଭୂମିରେ ଥିବା ଶୁଖିଲା ପତ୍ର ଅବଶେଷ କିମ୍ବା ମାଟିରେ ପୋତି ହୋଇ ରହିଥିବା ପତ୍ରରେ ଶୀତସୁପ୍ତି କରିଥାଏ। ଶୁଷ୍କତା ଭଳି ପ୍ରତିକୂଳ ପରିସ୍ଥିତିରେ ଏହା ଅତ୍ୟନ୍ତ ପ୍ରତିରୋଧୀ ଅଟେ। ବସନ୍ତରେ, ଜୀବାଣୁ ବୃଦ୍ଧି ପାଇଥାଏ ଓ ବର୍ଷାପାଣି ଛିଟ କିମ୍ବା ସିଞ୍ଚନ ଜଳ ଛିଟ ଦ୍ଵାରା ପରିବାହିତ ହୋଇ ନୂତନ ଗଛକୁ ସଂକ୍ରମିତ କରିଥାଏ। ପତ୍ର ତଳପଟୁ ବାହାରୁଥିବା ରସ ସଂକ୍ରମଣର ଦ୍ଵିତୀୟକ ଉତ୍ସ ଅଟେ। ଉଭୟ କ୍ଷେତ୍ରରେ, ପ୍ରାକୃତିକ ଛିଦ୍ର କିମ୍ବା ଜମିରେ କାମ କରିବା ବେଳେ ହୋଇଥିବା ଆଘାତ ଦେଇ ବ୍ୟାକ୍ଟେରିଆ ଗଛ ମଧ୍ୟରେ ପ୍ରବେଶ କରିଥାଏ। ବିକଳ୍ପ ଭାବରେ, ସଂକ୍ରମିତ ଚାରା ନୂଆ ଜମିକୁ ଏହି ରୋଗ ଆଣିପାରେ। ଏହି ରୋଗ ଥଣ୍ଡା ଓ ଆର୍ଦ୍ର ଅବସ୍ଥା, ଉଦାହରଣ ସ୍ୱରୂପ ଥଣ୍ଡା ଦିନଗୁଡିକରେ ଯେତେବେଳେ ବରଫ ଜମିଲା ପରି ତାପମାତ୍ରା ରାତିରେ ହୋଇଥାଏ ସେତେବେଳେ ଅନୁକୂଳିତ ହୋଇଥାଏ।