Clavibacter michiganensis subs. michiganensis
ବ୍ୟାକ୍ଟେରିଆ
ସଂକ୍ରମିତ ଚାରା ପତ୍ର ଶିରା ଓ ଡେମ୍ଫରେ ଛୋଟ ଧଳାଳିଆ ଚିହ୍ନ ସହିତ ଦୁର୍ବଳ, ରୁଗୁଡିଆ ଗଛ ଉତ୍ପର୍ଣ କରେ । ପରିପକ୍ଵ ଗଛରେ ଲକ୍ଷଣ ପ୍ରାଥମିକ ସଂକ୍ରମଣର ନୂଆ ଟିସୁକୁ ( ଶରୀର ଚର ) ବିସ୍ତାର କିମ୍ବା ଦ୍ଵିତୀୟକ ସଂକ୍ରମଣରୁ ହୋଇଥାଏ । ଅନ୍ତଃ ଶିରା ପାଣ୍ଡୁରତା , ପୁରୁଣା ପତ୍ରର କୁଞ୍ଚନ ଓ ଝାଉଂଲା ( ବେଳେବେଳେ କେବଳ ଗୋଟିଏ ପଟେ ) ଏହି ଶରୀର ଚର ବିସ୍ତାରକୁ ରୂପ ଦିଏ । ପରେ, ଘଟଣାକ୍ରମେ , ପତ୍ର ବାଦାମି ରଙ୍ଗରେ ପରିଣତ ହୁଏ ଓ ମରିଯାଏ , କିନ୍ତୁ ଡେମ୍ଫ ସାଧାରଣତଃ ସବୁଜ ରହେ ଏବଂ କାଣ୍ଡ ସହିତ ଦୃଢ ଭାବେ ଲାଗି ରହେ । ନୂଆ ସଂକ୍ରମଣ ପତ୍ର ଉପରେ ଉଜ୍ଜଳ ବଳୟ ସହିତ ଗୋଲ ଚିହ୍ନ ଏବଂ ପତ୍ର ଧାରରେ ଗାଢ ବାଦାମି କ୍ଷତ ଚିହ୍ନ ଦ୍ଵାରା ଚରିତାର୍ଥ ହୁଏ ।ବୃନ୍ତ ଡେମ୍ଫର ମୂଳପଚିଯାଏ ଏବଂ ଗାଢ ବାଦାମି ଓ ବାଦାମି ଭୁଲମ୍ବ ଗାର ଉପର ଅଂଶରେ ଦେଖାଯାଏ । ପରେ କାଣ୍ଡ ଭାଗ ହୋଇ ଲାମ୍ବା ବାଦାମି ଯାଦୁରା ଚିହ୍ନ ସୃଷ୍ଟି କରେ । ଫଳ ଉପରେ , ଉଜ୍ଜଳ ବଳୟ ସହିତ ବାଦାମି ଚିହ୍ନ ଦେଖାଯାଏ । ରୋଗ ବଢିବା ସମୟରେ ସମ୍ପୂର୍ଣ ଗଛ ସୁଖିବା ଆରମ୍ଭ କରେ ।
ବିହନକୁ 8 % ଏସିଟିକ ଏସିଡ କିମ୍ବା 5 % ହାଇଡ୍ରୋକ୍ଲୋରିକ ଏସିଡରେ ବତୁରାନ୍ତୁ । ମିଥାଇଲ ବ୍ରୋମାଇଡ କିମ୍ବା ଜଳ ଉପଚାର ବ୍ୟବହାର କରିପାରନ୍ତି ।
ଯଦି ମିଳେ , ଜୈବିକ ଉପଚାର ସହ , ସର୍ବଦା , ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ବାରମ୍ବାର ବର୍ଷା ଓ ଅଧିକ କାଳ ଓଦା ରହିବା ପରିସ୍ଥିତିରେ ବୀଜାଣୁନାଶକ ସିଂଚନ ଯଥାର୍ଥ ଅଟେ । ଏହା ପତ୍ରପୋଡା ଓ ଫଳ ଦାଗ ରୋଗ କମାଇପାରେ । ଯଦି ପ୍ରତିଷେଧକ ବ୍ୟବସ୍ଥା ନିଆଯାଏ , ତମ୍ବା ଥିବା ପଦାର୍ଥ ଅଳ୍ପ ଲାଭ ଯୋଗାଏ , କାରଣ ସ୍ଥାନୀୟ ସଂକ୍ରମଣ ଅଳ୍ପ ଅର୍ଥନୈତିକ ବିପଦ ସୃଷ୍ଟି କରନ୍ତି ।
ଏହି ବୀଜାଣୁ ବିହନରେ, ଗଛ ଅବଶେଷରେ , କିମ୍ବା ମାଟିରେ ବଞ୍ଚିପାରେ । ସଂକ୍ରମିତ ବିହନ ,ମାଟିରେ ରୋଗକାରୀ ବୀଜାଣୁ , କିମ୍ବା ତୋଳିବା ସମୟରେ ଏହା ପରିବହନ ହୁଏ । ଏହି ବୀଜାଣୁ ପତ୍ର ଶିରା ଭିତରେ ବଢେ ଓ ଜଳ ଓ ପୋଷଣ ପରିବାହନରେ ବାଧା ସୃଷ୍ଟି କରେ । ଫଳରେ, ଗଛ ଝାଉଁଳିବା ଓ ଶୁଖିବା ଆରମ୍ଭ କରେ । ମାଟିର ଉଚ୍ଚ ଆର୍ଦ୍ରତା କିମ୍ବା ଆପେକ୍ଷିକ ଆର୍ଦ୍ରତା ଏବଂ ଉଷ୍ମ ତାପମାତ୍ରା ( 24 ରୁ 32 ଡିଗ୍ରୀ C ) ଏହି ରୋଗର ବିକାଶକୁ ଅନୁକୂଳ କରେ ।