ଅନ୍ୟ

କାୖଣିକ ପତ୍ର ଦାଗ ରୋଗ

Pseudomonas syringae

ବ୍ୟାକ୍ଟେରିଆ

ସଂକ୍ଷେପରେ

  • ପତ୍ର ଉପରେ ଛୋଟ ଛୋଟ ଗୋଲାକୃତି ଦାଗ ଦେଖାଯାଏ.
  • ଏହା ପରେ ବଡ ବଡ କୋଣିଆ ରୁ ଅସମ ଆକାରର ଓଦା ଚକଡା ପରି ହୋଇଯାଏ.
  • ସଂକ୍ରମିତ ଜାଗା ପାଉଁଶିଆ ହୋଇ ଖସିଯାଏ ଯାହା ଦ୍ୱାରା ଅସମ ଆକାରର କଣା ସୃଷ୍ଟି ହୁଏ.
  • ଫଳ ଉପରେ ଗୋଲାକାର ଦାଗ ହୁଏ ଯାହା ପରେ ଧଳା ରଙ୍ଗରେ ପରିଣତ ହୋଇ ଫାଟି ଖୋଲିଯାଏ.

ମଧ୍ୟ ଦେଖା ଯାଇପାରେ

5 ଫସଲ ଗୁଡିକ
କଲରା
କାକୁଡି
ତରଭୁଜ
ବୋଇତି କଖାରୁ
More

ଅନ୍ୟ

ଲକ୍ଷଣ

ପ୍ରଥମେ ପତ୍ର ଉପରେ ଛୋଟ ଛୋଟ ଗୋଲାକୃତି ଦାଗ ଦେଖାଯାଏ. ଏହି ଦାଗ ପରେ ବଡ ବଡ କୋଣିଆ ରୁ ଅସମ ଆକାରର ଓଦା ଚକଡା଼ରେ ପରିଣତ ହୋଇଥାଏ. ଓଦା ପାଗରେ ଜୀବୁଣୁୁଜନିତ ପୁଜ ବୁନ୍ଦା ପତ୍ରର ତଳପଟେ ଥିବା ଦାଗରୁ ବାହାରିଥାଏ. ଏହି ବୁନ୍ଦାରୁ ଜଳୀୟ ଅଂଶ ଶୁଖିଲା ପାଗରେ ଶୁଖି ଏକ ଧଳା ଖୋଳପାରେ ପରିଣତ ହୋଇଯାଏ. ପରେ ସଂକ୍ରମିତ ଚକଡା ପଚି ଯାଏ ଓ ଧୂସର ରଙ୍ଗ ହୋଇ ଶୁକୁଡିଯାଏ. ବହୁତ ସମୟରେ ଏହି ସଂକ୍ରମିତ ଚକଡା ସୁସ୍ଥ ପତ୍ରରୁ ଅଲଗା ହୋଇ ଝଡ଼ିଯାଏ ଯାହା ଫଳରେ ପତ୍ରରେ ବଡ ବଡ଼ କଣା ସୃଷ୍ଟି ହୋଇଥାଏ ଏବଂ ଚିରାଫଟା ସଦୃଶ ଦେଖାଯାଏ. ଏହି ଚକଡା଼ରେ ହଳଦିଆ ରଙ୍ଗର ଧାର ସାଧାରଣତଃ ଥାଏ. କେତେକ ପ୍ରତିରୋଧି କିସମରେ ଏହି ଦାଗଗୁଡିକ ଛୋଟ ଛୋଟ ଥାଏ ଓ ଏଥିରେ ହଳଦିଆ ଧାର ନଥାଏ. ସଂକ୍ରମିତ ଫଳ ଉପରେ ଛୋଟ ପ୍ରାୟତଃ ଗୋଲାକାର ଦାଗ ଥାଏ. ଯେତେବେଳେ ସଂକ୍ରମିତ ଟିସୁ ନଷ୍ଟ ହୋଇଯାଏ ସେଗୁଡିକ ଧଳା ହୋଇ ଫାଟି ଖୋଲିଯାଏ ଯଦ୍ୱାରା ଅବସରଵାଦୀ କବକ ଏବଂ ବ୍ୟାକ୍ଟେରିଆ ଭିତରକୁ ଯାଇ ପୁରା ଫଳକୁ ସଢାଇ ଦିଅନ୍ତି. ନୁଆଁ ନୁଆଁ ହୋଇଥିବା ଫଳ ସଂକ୍ରମିତ ହେଲେ ବ୍ୟାପକ ଫଳ ଝଡି ନଷ୍ଟ ହୋଇଯାଏ.

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ରସୁଣ ଦ୍ରବଣ ଏବଂ 50°C ର ଗରମ ପାଣି ରେ ସଂକ୍ରମିତ ଚାରା କୁ 30 ମିନିଟ ବୁଡ଼ାଇ ବ୍ୟବହାର କରାଯାଇପାରେ. କାୖଣିକ ପତ୍ର ଦାଗ ରୋଗକୁ ଦମନ କରିବା ପାଇଁ ଗ୍ରୀନହାଉସ ରେ ଜିହ୍ୟୁମିଡିିଫାୟର୍ ସହାୟକରେ ରାତିର ଆର୍ଦ୍ରତା କୁ ନିୟନ୍ତ୍ରଣ କରନ୍ତୁ (80-90%). ଜୈବିକ ନିୟନ୍ତ୍ରକ ପେନ୍ଟାଫେଜ ପି.ସିରିଂଜେ କୁ ପ୍ରଭାବୀ ରୂପରେ ନଷ୍ଟ କରିଥାଏ. ଜୈବିକ ତାମ୍ବ୍ୟ କବକ ନାଶକ ପ୍ରୟୋଗ ଦ୍ୱାରା ରୋଗର ବିସ୍ତାର କମ ହୋଇପାରେ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ନିୟନ୍ତ୍ରଣକୁ ମଧ୍ୟ ଧ୍ୟାନ ଦେବା ଦରକାର. କପର ହାଇଡ୍ରୋକ୍ସାଇଡ ଥିବା କୀଟନାଶକ ବ୍ୟବହାର କରି ହେବ. ଯେତେବେଳେ ତାପମାନ 24 °Cରୁ ଅଧିକ ଥିବ ଏବଂ ଡାଳପତ୍ର ଓଦା ଥିବ ସେତେବେଳେ କୀଟନାଶକ ପ୍ରୟୋଗ ସବୁଠୁ ଅଧିକ ପ୍ରଭାବଶାଳୀ ହୋଇଥାଏ. ଗରମ ଦିନରେ ଡାଳପତ୍ର ଶୁଖିଲା ଥିବା ସମୟରେ କୀଟନାଶକର ପ୍ରୟୋଗ ଗଛକୁ ହାନି ପହଞ୍ଚାଇ ପାରେ. ଏହି ରୋଗର ନିୟନ୍ତ୍ରଣ ପାଇଁ ସାପ୍ତାହିକ ଭାବେ ସ୍ପ୍ରେ କରିବା ଦରକାର ପଡିପାରେ.

ଏହାର କାରଣ କଣ

ସିଉଡୋମୋନାସ୍ ସିରିଂଜେ ନାମକ ଏକ ବ୍ୟାକ୍ଟେରିଆ ଦ୍ୱାରା ଏହି ରୋଗ ହୋଇଥାଏ ଯାହା ସମସ୍ତ କୁକୁରବିଟ ଫସଲକୁ ସଂକ୍ରମଣ କରିପାରେ. ଏହା ସଂକ୍ରମିତ ବିହନ କିମ୍ବା ଫସଲ ଅବଶେଷରେ 2 ବର୍ଷରୁ ଅଧିକ ସମୟ ଯାଏଁ ବଞ୍ଚିପାରେ. ଯେତେବେଳେ ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ଥାଏ, ସଂକ୍ରମିତ ଜାଗାରୁ ରଙ୍ଗହୀନ ରୁ ଧଳା ଅଠାଳିଆ ଜୀବୁଣୁୁଜନିତ ପୁଜ ବୁନ୍ଦା ବାହାରିଥାଏ. ଏହି ବ୍ୟାକ୍ଟେରିଆ ଗୋଟିଏ ଗଛରୁ ଅନ୍ୟ ଗଛକୁ କୃଷି କାର୍ଯ୍ୟରତ ଶ୍ରମିକଙ୍କ ହାତ ଏବଂ ସେମାନେ ବ୍ୟବହାର କରୁଥିବା ଉପକରଣ ମାଧ୍ୟମରେ, ପୋକ ଦ୍ୱାରା, କିମ୍ବା ପାଣି ବୁୁନ୍ଦା ଓ ପବନ ଦ୍ୱାରା ବିସ୍ତାରିତ ହୋଇଥାଏ. ଶେଷରେ ବ୍ୟାକ୍ଟେରିଆ ପତ୍ର ପୃଷ୍ଠ ଉପରେ ଥିବା କଣା ( ସ୍ଟୋମାଟା) ଦେଇ ପ୍ରବେଶ କରିଥାଏ. ଯେତେବେଳେ ଫଳ ସଂକ୍ରମିତ ହୋଇଥାଏ ଏହି ବ୍ୟାକ୍ଟେରିଆ ଫଳର ପୁରା ଭିତରକୁ ଯାଇ ରସ ତଥା ମଞ୍ଜିକୁ ସଂକ୍ରମିତ କରିଥାଏ. ଆଶ୍ଚର୍ଯ୍ୟର କଥା ଯେଉଁ ପତ୍ରରେ ଧୁଆଁପତ୍ର ପରିିଗଳନ ଭୁତାଣୁ ଲାଗିଥାଏ ତାହା ଏହି ବ୍ୟାକ୍ଟେରିଆ ଯାହା କୋଣାକାର ପତ୍ର ଦାଗ ସୃଷ୍ଟି କରେ, ତାହା ବିରୁଦ୍ଧରେ କିଛି ମାତ୍ରାରେ ପ୍ରତିରୋଧକ ଶକ୍ତି ପ୍ରଦାନ କରିଥାଏ.


ସୁରକ୍ଷାତ୍ମକ ଉପାୟ

  • ସୁସ୍ଥ ଗଛର ବିହନ କିମ୍ବା ନିର୍ଭରଯୋଗ୍ୟ ସ୍ରୋତରୁ ବିହନ ବ୍ୟବହାର କରନ୍ତୁ.
  • ଯଦି ମିଳେ ତେବେ ପ୍ରତିରୋଧି କିସମର ବିହନ ଚୟନ କରନ୍ତୁ.
  • ସ୍ପ୍ରିଙ୍କଲର ଦ୍ୱାରା ଜଳସେଚନ ନ କରି ଜମି ରେ ସିଆର ଦେଇ ଜଳସେଚନ କରନ୍ତୁ.
  • ଅଧିକ ଜଳସେଚନ କରନ୍ତୁ ନାହିଁ.
  • ଉତ୍ତମ ଜଳ ନିଷ୍କାସିତ ଜମିରେ ଫସଲ ଲଗାନ୍ତୁ.
  • ଗତ ଦୁଇ ବର୍ଷ ଭିତରେ ଯେଉଁ ଜମିରେ କୁକୁରବିଟ ଜାତୀୟ ଫସଲ ଲଗା ହୋଇ ନଥାଏ, ସେଥିରେ ଉଭୟ ବିହନ ଓ ଫଳ ଉତ୍ପାଦନ ପାଇଁ ଫସଲ ବୁଣନ୍ତୁ.
  • ସଂକ୍ରମିତ ଜମିରେ ଅତି କମରେ 3 ବର୍ଷ ପର୍ଯ୍ୟନ୍ତ କୁକୁରବିଟ ଜାତୀୟ ଫସଲ ଲଗାନ୍ତୁ ନାହିଁ.
  • ସଂକ୍ରମିତ ତଥା ସନ୍ଦେହଜନକ ଗଛକୁ ବାହାର କରି ଧ୍ୱଂସ କରିଦିଅନ୍ତୁ(ଉଦାହରଣ- ଜଳାଇଦିଅନ୍ତୁ).
  • ନିୟମିତ ଭାବେ ରୋଗର ଲକ୍ଷଣ ପାଇଁ ଜମି ନିରୀକ୍ଷଣ କରନ୍ତୁ.
  • କୃଷି କାର୍ଯ୍ୟ ପରେ ସମସ୍ତ ଉପକରଣ ଭଲ ଭାବେ ସଫା କରନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ