Xanthomonas campestris pv. campestris
ବ୍ୟାକ୍ଟେରିଆ
ଅଧିକାଂଶ କ୍ଷେତ୍ରରେ, କେବଳ ବିଳମ୍ବ ଗ୍ରୀଷ୍ମରେ ବନ୍ଧା କୋବି ପତ୍ରରେ କ୍ଷତି ଦେଖାଯାଏ। ମୁଖ୍ୟ ଲକ୍ଷଣ ଭାବରେ ପତ୍ର ଧାରରେ ହଳଦିଆ, କୀଳକ-ଆକୃତିର ପ୍ୟାଚ ଦେଖାଯାଏ, ପରବର୍ତ୍ତୀ ସମୟରେ ପତ୍ର ମଧ୍ୟକୁ ଓ କାଣ୍ଡର ତଳ ଅଂଶକୁ ଏହା ଆସିଥାଏ। ଏହି ଲକ୍ଷଣ ଫ୍ୟୁଜାରିଆମ ଝାଉଁଳା ରୋଗରୁ କଳା ସଢା ରୋଗକୁ ଅଲଗା କରିଥାଏ, ଫ୍ୟୁଜାରିଆମ ଝାଉଁଳା କ୍ଷେତ୍ରରେ ଏହି ଲକ୍ଷଣ ଭୂମି ସ୍ତରରୁ କାଣ୍ଡର ଉପର ଆଡକୁ ଯାଇଥାଏ। ରୋଗ ବଢିବା ସମୟରେ ପତ୍ରର ହଳଦିଆ ଅଂଶ ବୃଦ୍ଧି ପାଇ ମାଟିଆରେ ପରିଣତ ହୁଏ ଓ ମୃତ ଟିସୂ ଦ୍ଵାରା ମାଟିଆ ରଙ୍ଗରେ ପରିଣତ ହୋଇଯାଏ। ରୋଗର ଶେଷ ପର୍ଯ୍ୟାୟରେ ପତ୍ର ଶିରା କଳା ପଡିଯାଏ, ସେଥିପାଇଁ ଏହି ରୋଗକୁ କଳା ସଢା ଭାବେ ନାମିତ କରାଯାଇଛି। ଘଟଣାକ୍ରମେ, ପତ୍ର ମରିଯାଏ। ଜୀବାଣୁ କାଣ୍ଡ ମଧ୍ୟରେ ପ୍ରବେଶ କରିପାରେ ଏବଂ ଖାଦ୍ୟ ପ୍ରଣାଳୀ ଦେଇ ବିସ୍ତାର ଲାଭ କରିଥାଏ, ଯାହାକି ଭୂମି ସ୍ତରରେ ଗଛକୁ କାଟିଲେ କଳା ବର୍ଣ୍ଣହୀନତାର ଏକ ବଳୟ ଦେଖାଯାଏ।
ବିହନ ସାମଗ୍ରୀକୁ ବିଶୋଧନ କରିବା ପାଇଁ 50 °C ଥିବା ଗରମ ପାଣିରେ 30 ମିନିଟ ପାଇଁ ବୁଡାଇ ରଖିବାକୁ ମଧ୍ୟ ସୁପାରିସ କରାଯାଏ। ଏହା କଳା ସଢା ପାଇଁ ଶତ ପ୍ରତିଶତ ଫଳପ୍ରସୂ ନୁହେଁ, କିନ୍ତୁ ଏହି ରୋଗକୁ ଯଥେଷ୍ଟ ପରିମାଣରେ କମାଇ ଦେଇପାରେ।କିନ୍ତୁ, ଏହା ଦ୍ଵାରା ବିହନ ଅଙ୍କୁରଣରେ ହ୍ରାସ ପାଇଥାଏ।
ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଜମିରେ ସଂକ୍ରମଣ ବନ୍ଦ କରିବା ପାଇଁ ଗରମ ପାଣିରେ ବିହନ ଉପଚାର ଅଧିକ ଫଳପ୍ରସୂ ହୋଇଥାଏ। ରୋଗ ବିସ୍ତାର ହ୍ରାସ କରିବା ପାଇ ପ୍ରତି ସାତ ରୁ ଦଶ ଦିନରେ କପର ଥିବା କବକନାଶୀ ପତ୍ରରେ ସିଞ୍ଚନ କରାଯାଇ ଥାଏ। ଦୁର୍ଭାଗ୍ୟବଶତଃ, ଏହି ଉପଚାର ଗୁଡିକ ବନ୍ଧାକୋବିର ବାହାର ପତ୍ରରେ କଳା ଚିହ୍ନ ସୃଷ୍ଟି କରିପାରେ।
ଜାନ୍ଥୋମୋନାସ କେମ୍ପେଷ୍ଟ୍ରିସ ନାମକ ମୃତ୍ତିକା ବାହିତ ବ୍ୟାକ୍ଟେରିଆ ଦ୍ଵାରା ଏହି ଲକ୍ଷଣ ସୃଷ୍ଟି ହୁଏ, ଯାହାକି ସଂକ୍ରମିତ ଫସଲ ଅବଶେଷ କିମ୍ବା ବିହନରେ 2 ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହି ପାରେ, କିମ୍ବା ବ୍ରାସିକା ପରିବାରର ବାଳୁଙ୍ଗାରେ ଦୀର୍ଘ ସମୟ ବଞ୍ଚି ରହିପାରେ। ବନ୍ଧାକୋବି ପରିବାର (ବ୍ରକୋଲି, ଫୁଲକୋବି, ସାଲଗମ, ମୂଳା, ଗଣ୍ଠି କୋବି ସହିତ) ଅନେକ ପନି ପରିବାକୁ ଏହା ପ୍ରଭାବିତ କରିଥାଏ। ଏହି ବାକ୍ଟେରିଆ ସୁସ୍ଥ ଗଛକୁ ଜଳ ଛିଟ ଦେଇ ବିସ୍ତାର କରିଥାଏ ଏବଂ ଅନ୍ୟ କ୍ଷତ ସହିତ ବିଭିନ୍ନ ମାର୍ଗ ଦେଇ ଟିସୁରେ ପ୍ରବେଶ କରିଥାଏ। ଗୋଟିଏ ଗଛ ଥରେ ସଂକ୍ରମିତ ହେଲେ ଅନ୍ୟ ବନ୍ଧାକୋବି ଗଛକୁ ଏହା ଦ୍ରୁତ ବେଗରେ ବିସ୍ତାର କରିଥାଏ। ଯଦି ମାଟି କିମ୍ବା ବିହନ ଦୂଷିତ ଥାଏ, ତାହାହେଲେ ନର୍ସରୀ ବେଡରେ ପ୍ରାଥମିକ ଲକ୍ଷଣ ଦେଖାଯାଏ। ଉଚ୍ଚ ଆର୍ଦ୍ରତା ଏବଂ 25-30 °C ମଧ୍ୟରେ ତାପମାତ୍ରା ଭଳି ଅନୁକୂଳ ପରିବେଶ ସଂକ୍ରମଣ ପ୍ରକ୍ରିୟା ତ୍ୱରାନ୍ୱିତ କରିଥାଏ। ଘଞ୍ଚ ଭାବରେ ଲଗା ଯାଇଥିବା ଫସଲ ଗଛକୁ ବାକ୍ଟେରିଆ ବିସ୍ତାର କରିବା ପାଇଁ ଅନୁକୂଳ ଅଟେ। ସେହି କ୍ଷେତ୍ରରେ, ଫସଲ ଅମଳ ପ୍ରାୟ 75-90% ପର୍ଯ୍ୟନ୍ତ କମିଯାଇ ପାରେ।