Xanthomonas sp.
ବ୍ୟାକ୍ଟେରିଆ
ପ୍ରଥମ ଲକ୍ଷଣ ଭାବେ ଛୋଟ, ହଳଦିଆ ସବୁଜ ରଙ୍ଗର ଦାଗ ନୁଆଁ ପତ୍ରରେ ଦେଖାଯାଏ ଯାହା ସାଧାରଣତଃ ବିକୃତ ଏବଂ ମୋଡି ହୋଇଗଲା ପରି ଦେଖାଯାଏ. ପୁରୁଣା ପତ୍ରରେ ଦାଗଗୁଡିକ କୋଣିଆ, ଗାଢ଼ ସବୁଜ ଏବଂ ତେଲିଆ ଦେଖାଦେଇଥାଏ ଯାହାର ଚାରିପାଖରେ ବହୁତ ସମୟରେ ହଳଦିଆ ବୃତ୍ତ ଦେଖାଦେଇଥାଏ. ସେଗୁଡିକ ବହୁତ ସମୟରେ ପତ୍ର ଧାର ଓ ଟିପ ରେ ଅନେକ ସଂଖ୍ୟାରେ ରହି ଥାଆନ୍ତି. ଶେଷରେ ଏହି ଦାଗ ଗୁଡିକ ଗୁଳିବିନ୍ଧା କଣା ପରି ଦେଖାଯାଆନ୍ତି କାରଣ ଏହାର ମଝି ଭାଗ ଶୁଖି ବିଛିନ୍ନ ହୋଇଯାଏ. ଫଳରେ ଦାଗ (0.5 ସେମି ପର୍ଯ୍ୟନ୍ତ) ଦେଖାଯାଏ ଯାହା ମଳିନ ସବୁଜ ରଙ୍ଗର, ପାଣି ଭିଜା ଜାଗା ଭାବେ ଆରମ୍ଭ ହୋଇଥାଏ ଶେଷରେ ରୁକ୍ଷ ହୋଇଯାଇ ବାଦାମୀ ରଙ୍ଗର ଏବଂ ଯାଦୁରା ହୋଇଯାଏ.
ଜୀବାଣୁ ଜନିତ ଦାଗ ର ଉପଚାର କରିବା କଷ୍ଟସାଧ୍ୟ ଓ ମହଙ୍ଗା ହୋଇଥାଏ. ଯଦି ଏହି ରୋଗ ସିଜନ ର ଆରମ୍ଭରେ ଦେଖାଦିଏ ତାହେଲେ ପୁରା ଫସଲକୁ ନଷ୍ଟ କରିବା ପାଇଁ ଚିନ୍ତା କରନ୍ତୁ. କପର ଥିବା ଜୀବାଣୁନାଶକ ପତ୍ର ଓ ଫଳ ରେ ସୁରକ୍ଷା ଯୋଗାଇ ଥାଏ. ଜୀବାଣୁର ସଂକ୍ରମିତ ହେଉଥିବା ଭୁତାଣୁ (ବ୍ୟାକ୍ଟେରୋଫେଜସ - bacteriophages) ଯାହା ନିର୍ଦ୍ଧିଷ୍ଟ ଜୀବାଣୁକୁ ମାରିଦେଇଥାଏ ମିଳେ. ବିହନକୁ 1.3% ସୋଡ଼ିଅମ ହାଇପୋକ୍ଲୋରାଇଟ୍ ଦ୍ରବଣ ରେ ଏକ ମିନିଟ କିମ୍ବା ଗରମ ପାଣି (50°C) ରେ 25 ମିନିଟ ବୁଡାଇ ରଖନ୍ତୁ.
ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. କପର ଥିବା ଜୀବଣୁନାଶକ ସୁରକ୍ଷାତ୍ମକ ଉପଚାର ଭାବେ ବ୍ୟବହାର କରାଯାଇପାରେ ଯାହା ଏହି ରୋଗକୁ ଆଂଶିକ ଭାବେ ନିୟନ୍ତ୍ରଣ କରିଥାଏ. ରୋଗର ପ୍ରଥମ ସଙ୍କେତ ଦୃଶ୍ୟ ହେବା ମାତ୍ରେ ପ୍ରୟୋଗ କରନ୍ତୁ ଏବଂ ପରେ ଯଦି ଗରମ ଓ ଆର୍ଦ୍ର ପରିସ୍ଥିତି ଲଗାତାର ରହେ ତେବେଳ 10-14 ଦିନ ଅନ୍ତରରେ ପୁଣି ପ୍ରୟୋଗ କରନ୍ତୁ. କପର ଓ ମାଙ୍କୋଜେବ୍ ର ସକ୍ରିୟ ଉପାଦାନ ଭଲ ସୁରକ୍ଷା ଦେଇଥାଏ.
ଜୀବାଣୁଜନିତ ଦାଗ ବିଶ୍ବ ସାରା ହୋଇଥାଏ ଏବଂ ଏହା ଗରମ ଓ ଆର୍ଦ୍ର ପରିବେଶରେ ହେଉଥିବା ଲଙ୍କା ଓ ଟମାଟ ଫସଲ ରେ ହେଉଥିବା ସର୍ବ ପ୍ରଳୟଙ୍କରୀ ରୋଗ ମଧ୍ୟରେ ଅନ୍ୟତମ. ଏହି ଜୀବାଣୁ ବିହନ ବାହାରେ କିମ୍ବା ଭିତରେ ଏବଂ ନିର୍ଦ୍ଧିଷ୍ଟ ବାଳୁଙ୍ଗାରେ ବଞ୍ଚି ରହିଥାଏ ଏବଂ ପରେ ବର୍ଷା କିମ୍ବା ଓଭରହେଡ଼ ଜଳସେଚନ ଦ୍ୱାରା ବିସ୍ତାରିତ ହୋଇଥାଏ. ଏହା ପତ୍ର ର ଛିଦ୍ର ଏବଂ କ୍ଷତ ଦେଇ ଗଛରେ ପ୍ରବେଶ କରି ଥାଏ. ଅନୁକୂଳତମ ତାପମାତ୍ରା 25 ରୁ 30°C ମଧ୍ୟରେ ଥାଏ. ଥରେ ଫସଲ ସଂକ୍ରମିତ ହେଲା ପରେ, ଏହି ରୋଗ ର ନିୟନ୍ତ୍ରଣ କଷ୍ଟସାଧ୍ୟ ହୋଇଥାଏ ଏବଂ ସମ୍ପୂର୍ଣ୍ଣ ଫସଲ କ୍ଷତିଗ୍ରସ୍ତ ହୋଇପାରେ.