ଲେମ୍ବୁ ଜାତୀୟ ଫସଲର ହଳଦିଆ ମୋଜାଇକ ଭୂତାଣୁ

ଲେମ୍ବୁଜାତୀୟ

ଲେମ୍ବୁ ଜାତୀୟ ଫସଲର ହଳଦିଆ ମୋଜାଇକ ଭୂତାଣୁ

CiYMV

ଭୁତାଣୁ

ସଂକ୍ଷେପରେ

  • ପତ୍ରରେ ହଳଦିଆ ଢାଞ୍ଚା ଦେଖାଯାଏ। ଫଳର ପୃଷ୍ଠ ଓ ରଙ୍ଗ ଅସ୍ଵାଭାବିକ ଅଟେ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଲେମ୍ବୁ ଜାତୀୟ ଫସଲର ହଳଦିଆ ମୋଜାଇକ ଭୂତାଣୁ

ଲେମ୍ବୁଜାତୀୟ

ଲକ୍ଷଣ

ନୂଆ ପତ୍ରରେ ଛୋଟ ହଳଦିଆ ଦାଗ ଭାବରେ ଲକ୍ଷଣ ଆରମ୍ଭ ହୋଇଥାଏ, ଯାହାକି ପରେ ବଡ ହୋଇଥାଏ ଏବଂ ପତ୍ର ଶିରା ଧାରେ ଧାରେ ଉଜ୍ଜଳ ହଳଦିଆ ବର୍ଣ୍ଣ ସୃଷ୍ଟି କରିଥାଏ। ପରିପକ୍ଵ ପତ୍ରରେ ଏକ ଚମଡା ଭଳି ପୃଷ୍ଠ ଥାଏ ଏବଂ ନୂଆ ପତ୍ର ଛୋଟ ରହିଥାଏ। ଫଳରେ ହଳଦିଆ ଦାଗ ଏବଂ ବହଳିଆ ସବୁଜ ସ୍ଥାନ ଦେଖାଯାଏ। ଗଛର ବୃଦ୍ଧି ଏବଂ ଫଳ ଉତ୍ପାଦନ ପ୍ରଭାବିତ ହୋଇଥାଏ।

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ଏହି ସମସ୍ୟା ପାଇଁ ଜୈବିକ ନିୟନ୍ତ୍ରଣ ସମ୍ଭବ ନୁହେଁ।

ରାସାୟନିକ ନିୟନ୍ତ୍ରଣ

ଏହି ଭୂତାଣୁ ନିୟନ୍ତ୍ରଣ ପାଇଁ ବାହକର ରାସାୟନିକ ନିୟନ୍ତ୍ରଣ ଯଥେଷ୍ଟ ନୁହେଁ। ସର୍ବଦା ଭୂତାଣୁ ମୁକ୍ତ ରୋପଣ ସାମଗ୍ରୀ ସୁନିଶ୍ଚିତ କରନ୍ତୁ।

ଏହାର କାରଣ କଣ

ଲେମ୍ବୁ ଜାତୀୟ ଫସଲର ହଳଦିଆ ମୋଜାଇକ ଭୂତାଣୁ (CYMV) ପ୍ରଥମେ ଭାରତରେ ଦେଖା ଯାଇଥିଲା ଏବଂ ବର୍ତ୍ତମାନ ଭାରତର ଆନ୍ଧ୍ର ପ୍ରଦେଶରେ ଯେଉଁଠାରେ ଲେମ୍ବୁ, କମଳା ଅଧିକ ପରିମାଣରେ ଲଗା ଯାଇଥାଏ, ଏହା ସାଧାରଣ ଅଟେ। ଏହି ରୋଗ ସଂକ୍ରମିତ ରୋପଣ ସାମଗ୍ରୀ ଦ୍ଵାରା ବିସ୍ତାରିତ ହୋଇପାରେ ଏବଂ ଅନେକ ବ୍ୟବସାୟିକ ନର୍ସରୀରେ ଏହା ଥିବା ଜଣା ଯାଉଛି। ଲେମ୍ବୁ ଦହିଆ ପୋକ ଏବଂ ସଂକ୍ରମିତ ଉପକରଣ ଦ୍ଵାରା ମଧ୍ୟ ଏହି ରୋଗ ବିସ୍ତାରିତ ହୋଇପାରେ। ଏକ ସାଧାରଣ ବାଳୁଙ୍ଗା, ନିର୍ମୂଳୀ, ଦ୍ଵାରା ମଧ୍ୟ ଏହି ଭୂତାଣୁ ଗୋଟିଏ ଗଛରୁ ଆଉ ଗୋଟିଏ ଗଛକୁ ବିସ୍ତାରିତ ହୋଇପାରେ।


ସୁରକ୍ଷାତ୍ମକ ଉପାୟ

  • ଗଛ ଲଗାଇବା ପାଇଁ ଭୂତାଣୁ ମୁକ୍ତ, ପ୍ରାମାଣିକ ରୋପଣ ସାମଗ୍ରୀ ବ୍ୟବହାର କରନ୍ତୁ। ଲେମ୍ବୁ ଫସଲର ଦହିଆ ପୋକ (ପ୍ଲାନୋକୋକ୍ସସ ସାଇଟ୍ରି) ଭୂତାଣୁ ବାହକ ଭାବରେ ଜଣା ଯାଇଛି। ତେଣୁ ଏହି କୀଟର ନିୟନ୍ତ୍ରଣ ମଧ୍ୟ ସହାୟକ ଅଟେ। ଜମିକୁ ବାଳୁଙ୍ଗା, ମୁଖ୍ୟତଃ ନିର୍ମୂଳୀ ଠାରୁ ମୁକ୍ତ ରଖନ୍ତୁ। ସର୍ବଦା ଗୋଟିଏ ଗଛରେ କାମ ସାରି ଅନ୍ୟ ଗଛରେ କାମ କରିବା ପାଇଁ ଉପକରଣଗୁଡିକୁ ସଫା କରନ୍ତୁ। ପ୍ରତିରୋଧକତା ପାଇଁ ପ୍ରଜନନ ପଦ୍ଧତି ବର୍ତ୍ତମାନ ପର୍ଯ୍ୟନ୍ତ ଉପଲବ୍ଧ ନାହିଁ। ତଥାପି ରୋଗର ସହଳ ଚିହ୍ନଟ ପାଇଁ ସମ୍ବେଦନଶୀଳ ନିଦାନ ଉପକରଣ ବିକାଶର ଆବଶ୍ୟକତା ଅଛି।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ