CiYMV
ଭୁତାଣୁ
ନୂଆ ପତ୍ରରେ ଛୋଟ ହଳଦିଆ ଦାଗ ଭାବରେ ଲକ୍ଷଣ ଆରମ୍ଭ ହୋଇଥାଏ, ଯାହାକି ପରେ ବଡ ହୋଇଥାଏ ଏବଂ ପତ୍ର ଶିରା ଧାରେ ଧାରେ ଉଜ୍ଜଳ ହଳଦିଆ ବର୍ଣ୍ଣ ସୃଷ୍ଟି କରିଥାଏ। ପରିପକ୍ଵ ପତ୍ରରେ ଏକ ଚମଡା ଭଳି ପୃଷ୍ଠ ଥାଏ ଏବଂ ନୂଆ ପତ୍ର ଛୋଟ ରହିଥାଏ। ଫଳରେ ହଳଦିଆ ଦାଗ ଏବଂ ବହଳିଆ ସବୁଜ ସ୍ଥାନ ଦେଖାଯାଏ। ଗଛର ବୃଦ୍ଧି ଏବଂ ଫଳ ଉତ୍ପାଦନ ପ୍ରଭାବିତ ହୋଇଥାଏ।
ଏହି ସମସ୍ୟା ପାଇଁ ଜୈବିକ ନିୟନ୍ତ୍ରଣ ସମ୍ଭବ ନୁହେଁ।
ଏହି ଭୂତାଣୁ ନିୟନ୍ତ୍ରଣ ପାଇଁ ବାହକର ରାସାୟନିକ ନିୟନ୍ତ୍ରଣ ଯଥେଷ୍ଟ ନୁହେଁ। ସର୍ବଦା ଭୂତାଣୁ ମୁକ୍ତ ରୋପଣ ସାମଗ୍ରୀ ସୁନିଶ୍ଚିତ କରନ୍ତୁ।
ଲେମ୍ବୁ ଜାତୀୟ ଫସଲର ହଳଦିଆ ମୋଜାଇକ ଭୂତାଣୁ (CYMV) ପ୍ରଥମେ ଭାରତରେ ଦେଖା ଯାଇଥିଲା ଏବଂ ବର୍ତ୍ତମାନ ଭାରତର ଆନ୍ଧ୍ର ପ୍ରଦେଶରେ ଯେଉଁଠାରେ ଲେମ୍ବୁ, କମଳା ଅଧିକ ପରିମାଣରେ ଲଗା ଯାଇଥାଏ, ଏହା ସାଧାରଣ ଅଟେ। ଏହି ରୋଗ ସଂକ୍ରମିତ ରୋପଣ ସାମଗ୍ରୀ ଦ୍ଵାରା ବିସ୍ତାରିତ ହୋଇପାରେ ଏବଂ ଅନେକ ବ୍ୟବସାୟିକ ନର୍ସରୀରେ ଏହା ଥିବା ଜଣା ଯାଉଛି। ଲେମ୍ବୁ ଦହିଆ ପୋକ ଏବଂ ସଂକ୍ରମିତ ଉପକରଣ ଦ୍ଵାରା ମଧ୍ୟ ଏହି ରୋଗ ବିସ୍ତାରିତ ହୋଇପାରେ। ଏକ ସାଧାରଣ ବାଳୁଙ୍ଗା, ନିର୍ମୂଳୀ, ଦ୍ଵାରା ମଧ୍ୟ ଏହି ଭୂତାଣୁ ଗୋଟିଏ ଗଛରୁ ଆଉ ଗୋଟିଏ ଗଛକୁ ବିସ୍ତାରିତ ହୋଇପାରେ।