ଭେଣ୍ଡି

ଭେଣ୍ଡି ସାହେବୀ ରୋଗ

BYVMV

ଭୁତାଣୁ

ସଂକ୍ଷେପରେ

  • ଭେଣ୍ଡିର ଏହି ଭୂତାଣୁ ରୋଗ ଅଧିକ ଅମଳ କ୍ଷତି କରିଥାଏ। ଏହା ଫସଲର ସବୁ ଅବସ୍ଥାରେ ଦେଖାଯାଏ ଏବଂ ଧଳା ମାଛି (ବେମିସିଆ ଟାବାକି) ଦ୍ଵାରା ବିସ୍ତାର ଲାଭ କରିଥାଏ। ପତ୍ରରେ ହଳଦିଆ ଶିରା ଓ ମୋଜାଇକ ଦାଗ ଦେଖାଯାଏ। ଯଦି ଫସଲ ସହଳ ଅବସ୍ଥାରେ ସଂକ୍ରମିତ ହୋଇଥାଏ, ଫଳ ଅମଳ ସର୍ବାଧିକ 96% ପର୍ଯ୍ୟନ୍ତ କମିଯାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଭେଣ୍ଡି

ଲକ୍ଷଣ

ପାଣ୍ଡୁରତା, ଶିରା ଓ ପ୍ରଶିରାର ହଳଦିଆକରଣର ବିଭିନ୍ନ ମାତ୍ରା ସହିତ ସବୁଜ ଓ ହଳଦିଆର ଏକାନ୍ତର ମୋଜାଇକ ଦାଗ, ଛୋଟ ପତ୍ର, କମ ଓ ଛୋଟ ଫଳ ଏବଂ ଗଛର ରୁଗୁଡିଆ ବୃଦ୍ଧି ଦ୍ଵାରା ଏହି ରୋଗ ଚିହ୍ନିତ ହୋଇଥାଏ। ପ୍ରାରମ୍ଭିକ ଅବସ୍ଥାରେ, ସଂକ୍ରମିତ ପତ୍ର କେବଳ ଶିରାର ହଳଦିଆକରଣ ଦେଖାଇ ଥାଏ, କିନ୍ତୁ ପରବର୍ତ୍ତୀ ସମୟରେ ସଂପୂର୍ଣ୍ଣ ପତ୍ର ହଳଦିଆ ହୋଇଯାଏ। ଯେତେବେଳେ ଅଙ୍କୁରଣର 20 ଦିନ ପରେ ଗଛ ସଂକ୍ରମିତ ହୋଇଥାଏ, ତାହା ରୁଗୁଡିଆ ହୋଇଥାଏ। ଯଦି ସହଳ ଋତୁରେ ନୂଆ ପତ୍ର ସଂକ୍ରମିତ ହୋଇଥାଏ ତାହ ସଂପୂର୍ଣ୍ଣ ହଳଦିଆ, ମାଟିଆ ହୋଇ ପରେ ଶୁଖିଯାଇଥାଏ। ଫୁଲ ଫୁଟିବା ପରେ ଗଛ ସଂକ୍ରମିତ ହୋଇଥିଲେ, ଫୁଲ ଅଂଶ ଓ ଉପର ପତ୍ରର ଶିରା ହଳଦିଆ ହୋଇଯାଏ। ତଥାପି ଏହା କିଛି ଫଳ ଉତ୍ପାଦନ କରିଥାଏ, କିନ୍ତୁ ତାହା ହଳଦିଆ ଓ ଟାଣ ହୋଇଥାଏ। ଯେଉଁ ଗଛ ବିଳମ୍ବ ଅବସ୍ଥା ପର୍ଯ୍ୟନ୍ତ ସୁସ୍ଥ ଭାବରେ ବଢିଥାଏ ଓ ସାଧାରଣ ଫଳ ଅବସ୍ଥା ଧାରଣ କରିଥାଏ, ସେହି ଗଛ କାଣ୍ଡର ନିମ୍ନ ଅଂଶରେ କିଛି ଛୋଟ ଡାଳ ଦେଖା ଯାଇଥାଏ।

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ଅଦା, ରସୁଣ ଓ ମରୀଚ ନିର୍ଯ୍ୟାସ ଓ 5% ନିମ୍ବ ନିର୍ଯ୍ୟାସ ସିଂଚନ ଦ୍ଵାରା ବାହକ ସୀମିତ କରନ୍ତୁ। କାକଟସ କିମ୍ବା କ୍ଷୀର ବୁଦା ଖଣ୍ଡ ଖଣ୍ଡ କାଟି ପାଣିରେ ବୁଡାନ୍ତୁ (ଖଣ୍ଡ ଗୁଡିକ ଭାସିବା ଉଚିତ ହେବ), ଏହାକୁ ସଢିବା ପାଇଁ 15 ଦିନ ଛାଡନ୍ତୁ। ଏହାକୁ ଛାଣି ପ୍ରଭାବିତ ଗଛରେ ସିଂଚନ କରନ୍ତୁ। ନିମ୍ବ ଓ ସୋରିଷ ତେଲ, ରାଇଜୋବାକ୍ଟେରିଆ, କ୍ରୋଜୋଫେରା ତେଲ ଓ ତା'ପରେ ପାମାରୋଜା ତେଲ ପ୍ରୟୋଗ କରନ୍ତୁ। ତେଲ (0.5%) ଓ ସାବୁନ (0.5%) ମିଶ୍ରଣ ମଧ୍ୟ ସହାୟକ ହୋଇଥିବାର ଦେଖା ଯାଇଛି।

ରାସାୟନିକ ନିୟନ୍ତ୍ରଣ

ଏହି ଭୂତାଣୁ ବ୍ରାସାୟନିକ ଉପାୟରେ ସଂପୂର୍ଣ୍ଣ ଭାବରେ ନିୟନ୍ତ୍ରିତ ହୋଇ ପାରିବ ନାହିଁ। ତେଣୁ, ଯଦି ଉପଲବ୍ଧ ହୁଏ, ସର୍ବଦା ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରିବାକୁ ସୁପାରିସ କରାଯାଏ। କେତେକ ନିର୍ଦ୍ଧିଷ୍ଟ ଧଳା ମାଛି ଓ ରୋଗ ପାଇଁ ମାଟିରେ କୀଟନାଶକ ର ସହଳ ପ୍ରୟୋଗ କରିବା ହିଁ ସବୁଠାରୁ ଅଧିକ ଫଳପ୍ରସୂ ଅଟେ। ଧଳା ମାଛି ସବୁ କୀଟନାଶକ ପ୍ରତି ପ୍ରତିରୋଧକତା ତୁରନ୍ତ ଲାଭ କରିଥାଏ, ତେଣୁ ବିଭିନ୍ନ ମିଶ୍ରଣର ପର୍ଯ୍ୟାୟ ସୁପାରିସ କରାଯାଏ। ଏସିତାମିପ୍ରିଡ 20 ଏସପି (40 ଗ୍ରାମ ସକ୍ରିୟ ଉପାଦାନ/ ହେକ୍ଟର) ର ଦୁଇଟି ସିଞ୍ଚନ ମୋଜାଇକ ଭୁତାଣୁର ଆବିର୍ଭାବ ହ୍ରାସ କରିବାରେ ଏବଂ ପରବର୍ତ୍ତୀ ସମୟରେ ଭେଣ୍ଡିର ଅମଳ ବଢାଇବାରେ ଫଳପ୍ରସୂ ହୋଇଥିବାର ପ୍ରମାଣିତ ହୋଇଛି। ଇମିଡାକ୍ଳୋପ୍ରିଡର ଦୁଇଥର ପ୍ରୟୋଗ ଓ ଗୋଟିଏ ବିହନ ଉପଚାର ( ଇମିଡାକ୍ଳୋପ୍ରିଡ @ 5 ଗ୍ରାମ/କେଜି ବିହନ) ପୋକ ସଂଖ୍ୟା 90.2% ପର୍ଯ୍ୟନ୍ତ ହ୍ରାସ କରିପାରେ।

ଏହାର କାରଣ କଣ

ଏହି କ୍ଷତି ବେଗେମୋ ଭୂତାଣୁ ଦ୍ଵାରା ହୋଇଥାଏ, ଯାହାକି ଧଳା ମାଛି ଦ୍ଵାରା ପରିବାହିତ ହୋଇଥାଏ। ବାହକ ଉପରେ ଭୂତାଣୁ ବଂଶ ବୃଦ୍ଧି କରେ ନାହିଁ, କିନ୍ତୁ ବୟସ୍କ ଧଳା ମାଛି ଦ୍ଵାରା ବିଭିନ୍ନ ଉପାୟରେ ଗଛରୁ ଗଛକୁ ଏହା ଗତି କରିଥାଏ। ଭୂତାଣୁ ପରିବହନ କରିବାରେ ପୁରୁଷ ଧଳା ମାଛି ଅପେକ୍ଷା ମାଈ ଧଳା ମାଛି ଅଧିକ ଦକ୍ଷ ଅଟେ। ସବୁ ଅବସ୍ଥାରେ ଏହି ଭୂତାଣୁ ରୋଗ ସଂକ୍ରମଣ କରିଥାଏ, କିନ୍ତୁ, 35 ରୁ 50 ଦିନ ଅଧିକ ସଂକ୍ରମଣ ପ୍ରବଣ ଅଟେ। ତାପମାତ୍ରା, ଆର୍ଦ୍ରତା ଓ ସର୍ବନିମ ତାପମାତ୍ରା 20-30°C ଦ୍ଵାରା ଧଳା ମାଛି ସଂଖ୍ୟା ଓ ମାତ୍ରା ପ୍ରଭାବିତ ହୋଇଥାଏ। ଆଊ ଏକ ଗୁରୁତ୍ୱପୂର୍ଣ୍ଣ ପରିବାହକ ହେଉଛି ଭେଣ୍ଡି ପତ୍ର ଡିଆଁ ପୋକ (ଆମ୍ରାସ୍କା ଡେଭାଷ୍ଟାନ୍ସ)।


ସୁରକ୍ଷାତ୍ମକ ଉପାୟ

  • ପରଭଣି କ୍ରାନ୍ତି (ଆର୍କ ଅଭୟ, ବର୍ଷା, ଉପହାର) ଏବଂ ଆର୍କ ଅନାମିକା ଭଳି ପ୍ରତିରୋଧୀ କିସମ ଲଗାନ୍ତୁ। ଗଛ ରୁ ଗଛ ମଧ୍ୟରେ ଉପଯୁକ୍ତ ବ୍ୟବଧାନ ରକ୍ଷା କରନ୍ତୁ। ବାହାକ କୀଟକୁ ଧରିବା ପାଇଁ ଗେଣ୍ଡୁ କିମ୍ବା ମକା ପ୍ରାନ୍ତ ଫସଲ ଭାବରେ ଲଗାନ୍ତୁ। ଗ୍ରୀଷ୍ମ ଋତୁରେ ଲଗାଇବା ଏଡାନ୍ତୁ, ଯେହେତୁ ଏହା ଧଳା ମାଛିର ଅନୁକୂଳ ସମୟ ଥାଏ। ଧଳା ମାଛି ସକ୍ରିୟ ଥିବା ସମୟରେ, ଗ୍ରୀଷ୍ମ ଋତୁରେ, ଏହି ରୋଗ ପ୍ରତି ସଂବେଦନଶୀଳ କିସମ ଲଗାଇବା ଏଡାନ୍ତୁ। ବାହକ କୀଟ ନିରୀକ୍ଷଣ କରିବା ଓ ଧରିବା ପାଇଁ ହଳଦିଆ ଅଠାଳିଆ ଜନ୍ତା (12/ଏକର) ଗଛର ଉଚ୍ଚତାରୁ ଉର୍ଦ୍ଧ୍ଵରେ ରଖନ୍ତୁ। ବାଳୁଙ୍ଗା ଓ ଅନ୍ୟ ଜଙ୍ଗଲି ପୋଷକ ଗଛ, ମୁଖ୍ୟତଃ କ୍ରୋଟୋନ ସ୍ପାର୍ସିଫ୍ଲୋରା ଏବଂ ଆଗେରାଲିଆମ ଜାତି ଯେଉଁଠି ସମ୍ଭବ ନଷ୍ଟ କରନ୍ତୁ। ଜମିରୁ ପ୍ରଭାବିତ ଗଛ କାଢନ୍ତୁ ଓ ଜାଳି ଦିଅନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ