CLCuV
ଭୁତାଣୁ
ଏହି ଭୁତାଣୁଜନିତ ପତ୍ର ମୋଡା ରୋଗର ପ୍ରାଥମିକ ଲକ୍ଷଣ ହେଲା ପତ୍ର ଗୁଡିକ ଉପର ଆଡକୁ ମୋଡି ହୋଇଯିବା. ଏହାଛଡା, ପତ୍ରର ଶିରା ମୋଟା ହୋଇ ଗାଢ଼ ହୋଇଯାଏ ଏବଂ ସଂକ୍ରମିତ ପତ୍ରର ତଳପଟେ ପତ୍ର ପରିକା ଆକୃତି ବୃଦ୍ଧି ହେବା ଦେଖାଯାଏ. ଫୁଲ ବନ୍ଦ ହୋଇ ରହିଥାଏ ଏବଂ ବକରା ସହିତ ଝଡ଼ିଯାଏ. ଯଦି ଋତୁ ଆରମ୍ଭରୁ ସଂକ୍ରମଣ ଆରମ୍ଭ ହୋଇଥାଏ ତା ହେଲେ ବିକାଶ ଅବରୁଦ୍ଧ ହୁଏ ଓ ଏହାର ବୃଦ୍ଧି କମ ହୋଇଥାଏ ଏବଂ ଏହାର ଅମଳ ମଧ୍ୟ ବହୁତ କମିଯାଏ.
ପ୍ରାକୃତିକ ଶତ୍ରୁ ଯେମିତିକି ଲେସଉଇଙ୍ଗ, ବିଗଆଇଡ ଓଡ଼ଶ, ମିନିଟ ପାଇରେଟ ଓଡ଼ଶ ଦ୍ୱାରା ଧଳାମାଛିର ଜନସଂଖ୍ୟା ନିୟନ୍ତ୍ରଣ ହୋଇପାରେ. ସେଥପାଇଁ ଏହି ପ୍ରଜାତିର ପୋକ ଯେମିତି ନ ମରନ୍ତି ତାପାଇଁ ସାବଧାନ ରହିଵା ଦରକାର ଓ ଅତ୍ୟଧିକ ରାସାୟନକିଆ କୀଟନାଶକ ବ୍ୟବହାର କରନ୍ତୁ ନାହିଁ. ନିମ ତେଲ କିମ୍ବା ପେଟ୍ରୋଲିଅମ ତେଲ କୁ ପୁରା ଗଛକୁ, ବିଶେଷ କରି ପତ୍ରର ତଳପଟରେ ସ୍ପ୍ରେ କରନ୍ତୁ. ନୂଆ ଗବେଷଣା ରୁ ଜଣାପଡିଛି ଯେ କେତେକ ଜୈବନିୟନ୍ତ୍ରିକ ଘାତକ ଯେମିତିକି ବ୍ୟାସିଲସ୍, ସୁଡୋମୋନାସ୍ ଏବଂ ବୁର୍ଖୋଲଡେରିଆ ବୀଜାଣୁ ଭୁତାଣୁର ବିକାଶ କୁ କମ କରିଥାଏ ତଥା ରୋଗକୁ କମ୍ କରିବା ରେ ସହାୟକ ହୋଇଥାଏ.
ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପଚାରକୁ ମଧ୍ୟ ଧ୍ୟାନ ଦେବା ଦରକାର. କପାରେ ଭୁତାଣୁଜନିତ ପତ୍ର ମୋଡ଼ା ରୋଗର ପ୍ରତିକାର ବା କମେଇବା ପାଇଁ କୌଣସି ପଦ୍ଧତି ଉପଲବ୍ଧ ନାହିଁ. ରାସାୟନିକ କୀଟନାଶକ ଯଥା ଇମାଦାକ୍ଲୋପ୍ରିଡ୍ କିମ୍ବା ଡିନୋଟେଫ୍ୟୁରାନ୍ ଦ୍ୱାରା ଧଳାମାଛିର ନିୟନ୍ତ୍ରଣ କରାଯାଇପାରେ. ରାସାୟନିକ କୀଟନାଶକର ପ୍ରୟୋଗ ସତର୍କତା ସହକାରେ କରିବା ଦରକାର କାରଣ ଅଧିକ ପରିମାଣରେ ପ୍ରୟୋଗ ଦ୍ୱାରା ବହୁତ ଧଳାମାଛିର ପ୍ରଜାତି ବିଭିନ୍ନ କୀଟନାଶକ ପ୍ରତି ପ୍ରତିରୋଧି ହୋଇ ସାରିଛନ୍ତି. ଏଥିରୁ ରକ୍ଷା ପାଇବା ପାଇଁ କୀଟନାଶକର ଫର୍ମୁଲା କୁ ପରିବର୍ତନ କରିବା ସହ ଚକ୍ରୀକରଣ କରିବା ଦରକାର.
ପତ୍ର ମୋଡା ଭୁତାଣୁ ଯୋଗୁଁ ଲକ୍ଷଣ ଗୁଡିକ ଦେଖା ଯାଇଥାଏ ଯାହା ମୁଖ୍ୟତଃ ଧଳା ମାଛି ଦ୍ୱାରା ସଂକ୍ରମିତ ହୋଇଥାଏ ଓ ଏହି ରୋଗର କାରଣ. ଏହି ରୋଗର ବିସ୍ତାର କେତେ ଦୂର ହୋଇପାରେ ଏହା ସେହି ସମୟରେ ହେଉଥିବା ପବନର ଗତି ଉପରେ ନିର୍ଭର କରେ ଯାହା ଧଳା ମାଛି କେତେ ଦୂରକୁ ଉଡି ଯାଇ ପାରିବ ତାହା ନିର୍ଣୟ କରିଥାଏ . ସିଜନ ର ମଝି ସମୟରୁ ଶେଷ ସମୟ ରେ ଧଳା ମାଛିର ପ୍ରାଦୁର୍ଭାବ ସର୍ବାଧିକ ଓ ବିପଦମୂଳକ ହୋଇଥାଏ. ଏହି ରୋଗ ଆଶ୍ରୟ ସହ ମଧ୍ୟ ସହଯୋଗୀ ହୋଇଥାଏ ଯେପରିକି ବଡ ବଡ଼ ଗଛ. ଯେହେତୁ ଏହି ରୋଗ ବିହନରୁ ହୋଇ ନଥାଏ ଏହି ଭୁତାଣୁ ଅନ୍ୟାନ୍ୟ ଫସଲ ଯଥା ଧୁଆଁପତ୍ର ଓ ଟମାଟ ଏବଂ ଅନାବନା ଘାସରେ ରହିଥାଏ. ଏବେ ଏବେ ହେଇଥିବା ବର୍ଷା, ସଂକ୍ରମିତ ଚାରା ଏବଂ ଅନାବନା ଘାସର ଉପସ୍ଥିତି ଏହି ରୋଗର ବିକାଶ ପାଇଁ ସୁହାଇବାରେ ଅତିରିକ୍ତ କାରଣ ଅଟେ. ଏହି ଭୁତାଣୁ ର ବିସ୍ତାର ପାଇଁ 25-30ºC ତାପମାନ ସୁହାଇଥାଏ. ତାଲିଘରା ରେ ଛୋଟ କପା ଗଛ ବୃଦ୍ଧି ଓ ପ୍ରଷ୍ଫୁଟନ ସମୟରେ ଏହି ଭୁତାଣୁ ସଂକ୍ରମଣର ସବୁଠାରୁ ଅଧିକ ସମ୍ଭାବନା ଥାଏ.