CMV
ଭୁତାଣୁ
5 mins to read
ଫସଲର କିସମ ତଥା ପରିବେଶ ଉପରେ ନିର୍ଭର କରି ଲକ୍ଷଣଗୁଡିକ ବ୍ୟାପକ ଭାବେ ବିଭିନ୍ନ ପ୍ରକାର ହୋଇଥାଏ. କେତେକ କ୍ଷେତ୍ରରେ ଏହି ଭୁତାଣୁ ଥାଏ କିନ୍ତୁ ଲକ୍ଷଣ ଲୁଚି ରହିଥାଏ କିମ୍ବା ଘୋଡାଇ ହୋଇଯାଇଥାଏ. ସମ୍ବେଦନଶୀଳ କିସମରେ ହଳଦିଆ ଚକଡା କିମ୍ୱା ଇସତ ସବୁଜ ଏବଂ ହଳଦିଆ ଦାଗ ପତ୍ର ଓ ଫଳରେ ଦେଖାଦେଇଥାଏ. କେତେକ କିସମରେ ସ୍ପଷ୍ଟ ବଳୟାକୃତି ଦାଗ ର ପ୍ୟାଟର୍ନ କିମ୍ବା ଶୁଖିଲା ଗାର ଦେଖା ଯାଇପାରେ. ନୁଆଁ ପତ୍ରଗୁଡ଼ିକ ମୋଚାମୋଚି ହୋଇ ଏବଂ ସରୁ ହୋଇଯାଏ ଏବଂ ଡାଳପତ୍ର ମଳିନ ଇସତ ସବୁଜ ରଙ୍ଗ ହୋଇଯାଏ ଓ ଏହା ଚମଡା ପରି ଦେଖାଯାଏ. ପୁରା ଗଛ ବିକୃତ ତଥା ବାଙ୍ଗରା ହୋଇଯାଏ ଯାହା ବୁଦା ପରି ଦେଖାଯାଏ ଏବଂ ଅଧିକାଂଶ ସମୟରେ ଫଳ ଧରେ ନାହିଁ. ଯଦି ଫଳ ହୁଏ, ତାହେଲେ ଏଥିରେ ଅଂସଖ୍ୟ ବାଦାମୀ ଦାଗ ଯେଉଁଥିରେ ବେଳେବେଳେ ହଳଦିଆ ବଳୟ ଦେଖାଯାଏ.
ଖଣିଜ ତେଲର ସ୍ପ୍ରେ କରି ଆଫିଡ଼ ମାନଙ୍କୁ ଗଛରେ ଖାଇବାରୁ ଦୂର କରାଇ ହେବ ଏବଂ ଆଫିଡ଼ ସଂଖ୍ୟା ନିୟନ୍ତ୍ରଣ କରିହେବ.
ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. CMV ନିୟନ୍ତ୍ରଣ ପାଇଁ କିମ୍ବା ଏହାକୁ ସଂକ୍ରମଣରୁ ବଞ୍ଚାଇବା ପାଇଁ କୌଣସି ପ୍ରଭାବୀ ରାସାୟନିକ ଉପାୟ ନାହିଁ. ଏହି ଭୁତାଣୁର ବାହକ ଆଫିଡ଼ ନିୟନ୍ତ୍ରଣ କରିବା ପାଇଁ ସାଇପରମେଥ୍ରୀନ କିମ୍ବା କ୍ଲୋରୋପାଇରିଫସ ଥିବା କୀଟନାଶକ ସ୍ପ୍ରେ କରାଯାଇପାରେ.
କାକୁଡ଼ିର ମୋଜାଇକ ଭୁତାଣୁ (CMV) ଦ୍ୱାରା ଏହି ରୋଗର ଲକ୍ଷଣ ଦେଖାଯାଇଥାଏ ଯାହା ବିଭିନ୍ନ ପ୍ରକାର ଫସଲ (ଫସଲ ଏବଂ ଅନେକ ପ୍ରକାରର ଫୁଲ ଗଛ ଯେମିତିକି କଇଁ, ଡେଲଫିନିଅମ, ପ୍ରିମୁଲା ଓ ଡ଼ାଫନେ) ରେ ସଂକ୍ରମିତ ହୋଇଥାଏ. ଏହି ଭୁତାଣୁ 60-80 ଜାତିର ଆଫିଡ଼ ଦ୍ୱାରା ସଂକ୍ରମିତ ହୋଇଥାଏ. ସଂକ୍ରମିତ ବିହନ, ଚାରା କିମ୍ବା କଲମୀ ଏବଂ କୃଷି କାର୍ଯ୍ୟ କରୁଥିବା ଲୋକମାନଙ୍କ ହାତ ତଥା ଉପକରଣ ଦ୍ୱାରା ମଧ୍ୟ ଏହି ରୋଗ ବ୍ୟାପିଥାଏ. CMV ଚିରସ୍ଥାୟୀ ବାଳୁଙ୍ଗା ଫୁଲ ଗଛ ଏବଂ ସଂକ୍ରମଣ କରୁଥିବା ଫସଲରେ ମଧ୍ୟ ଯେମିତିକି ମୂଳ, ମଞ୍ଜି କିମ୍ବା ଫୁଲରେ ସୁପ୍ତ ଅବସ୍ଥାରେ ଶୀତଦିନରେ ବଞ୍ଚିପାରେ. ପ୍ରାଥମିକ ସଂକ୍ରମଣ ହିସାବରେ ଏହି ଭୁତାଣୁ ନୁଆଁ ଗଜା ହୋଇଥିବା ଗଛରେ ସର୍ବାଙ୍ଗ ଭେଦି ଭାବେ ବଢିଥାଏ ଏବଂ ଶେଷରେ ଟିପର ପତ୍ରରେ ପହଞ୍ଚି ଥାଏ. ଏହି ସବୁ ଗଛରେ ଖାଉଥିବା ଆଫିଡ଼ ଏହି ଭୁତାଣୁକୁ ଅନ୍ୟ ପୋଷକ ଗଛକୁ ଆଣିଥାନ୍ତି (ଦ୍ଵିତୀୟକ ସଂକ୍ରମଣ). ଏହି ଭୁତାଣୁ ଗଛର ପ୍ରବାହକ ଟିସୁ ଦେଇ ଦୂର ଦୂରରେ ଥିବା ଗଛର ବିଭିନ୍ନ ଅଂଶକୁ ବ୍ୟାପିଥାଏ.