RGSV
ଭୁତାଣୁ
ଧାନ ଫସଲର ଯେ କୌଣସି ଅବସ୍ଥାରେ ଏହା ପ୍ରଭାବିତ ହୋଇ ପାରେ, କିନ୍ତୁ ଗଛର ଅଙ୍ଗୀୟ ବୃଦ୍ଧି ବା ପିଲ ଅବସ୍ଥାରେ ଏହା ସବୁଠାରୁ ଅଧିକ ସମ୍ବେଦନଶୀଳ ଥାଏ । ସବୁଠାରୁ ସାଧାରଣ ଲକ୍ଷଣ ଗୁଡିକ ହେଲା: ଅତ୍ୟଧିକ ରୁଗୁଡିଆ ବୃଦ୍ଧି , ଅତ୍ୟଧିକ ସଂଖ୍ୟାରେ ପିଲ ସୃଷ୍ଟି ହେବା ଯୋଗୁଁ ବୁଦାଳିଆ ବା ଘାସୁଆ ଗଠନ ମିଳିବା, ଫସଲ ବୃଦ୍ଧି ସିଧାସଳଖ ହେବା ପତ୍ର ଗୁଡିକ ଛୋଟ, ସରୁଆ , ଫିକା ସବୁଜ କିମ୍ବା ହଳଦିଆ ରଙ୍ଗ ର ହେବା ସହ ଚିତ୍ରିତ ଦେଖାଯାଏ । ଭଲ ଭାବେ ଦେଖିଲେ ପତ୍ର ଉପରେ ବହୁ ସଂଖ୍ୟକ କଳା-ବାଦାମୀ କିମ୍ବା କଳଙ୍କି ରଙ୍ଗ ର ଦାଗ କିମ୍ବା ଚି଼ହ୍ନ ଦେଖା ଯାଇ ଥାଏ, ଯାହାକି ପ୍ରାୟ ସମୟରେ ସମଗ୍ର ପତ୍ରକୁ ଆଚ୍ଛାଦନ କରିଥାଏ । ଫସଲଟି ଚାରାରୁ ହି ସଂକ୍ରମିତ ହୋଇଥିଲେ , ଏମାନେ ବୟସ୍କ ଯାଏଁ ପହଂଚିବା ବିରଳ ହୋଇଥାଏ। ବିଳମ୍ବ ଅବସ୍ଥାରେ ସଂକ୍ରମିତ ହୋଇ ବୟସ୍କ ଯାଏଁ ପହଂଚି ଥାନ୍ତି ସତ କିନ୍ତୁ ପ୍ରାୟ ସମୟରେ କେଣ୍ଡା ଉତ୍ପାଦନ କରି ପାରନ୍ତିନି, ଯାହାଦ୍ୱାରା ଅମଳ ଉପରେ ପ୍ରଭାବ ପଡିଥାଏ ।
ଭୁତାଣୁଜନିତ ରୋଗ ର କୌଣସି ସିଧାସଳଖ ଉପଚାର ସମ୍ଭବପର ନୁହଁ । ବାଦାମୀ ଗଛଡିଆଁ ପୋକର ସଂଖ୍ୟାକୁ କମେଇବାରେ ନିମ ମଞ୍ଜିର ରସ ସାହାଯ୍ୟ କରି ପାରେ ଓ ଏଥି ସହ ଆରଜିଏସଭି ର ବ୍ୟାପିବାକୁ ମଧ୍ୟ ଦବେଇ ଦେଇ ଥାଏ । ଗଛଡିଆଁ ପୋକ ର ପ୍ରାକୃତିକ ଶତ୍ରୁ ମଧ୍ୟରୁ ପାଣି ବୁଢିଆଣୀ, ମିରିଡି ପୋକ, ବୁଢିଆଣୀ ଓ ବିଭିନ୍ନ ଅଣ୍ଡା ରୋଗବାହକ ବିରୁଡି ଓ ମାଛି ଅନ୍ୟତମ ଅଟେ । ବିହନବାଡକୁ ଗୋଟେ ଦିନ ପାଇଁ ଵନ୍ୟପ୍ଲାଵିତ କରି ଦେବା ଦ୍ୱାରା ବାଦାମୀ ଗଛଡିଆଁ ପୋକକୁ ନିୟନ୍ତ୍ରଣ ରେ ରଖା ଯାଇ ପାରେ, ଯେପରିକି ପୋକ ସବୁ ବୁଡ଼ିଯିବେ ।
ଯଦି ସମ୍ଭବ ହୁଏ ତାହାଲେ ସର୍ବଦା ଜୈବୀକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଭୁତାଣୁଜନିତ ରୋଗର କୌଣସି ସିଧାସଳଖ ଉପଚାର ସମ୍ଭବପର ନୁହଁ, କିନ୍ତୁ ଯେତେ ବେଳେ ବହୁତ ସଂଖ୍ୟାରେ ଗଛଡ଼ିଆଁ ପୋକ ଦେଖା ଦେଇ ଥାଆନ୍ତି ସେତେବେଳେ କୀଟନାଶକ କୁ ବ୍ୟବହାର କରା ଯାଇପାରିବ । ଆବମେକଟିଂ, ବ୍ୟୁପ୍ରୋଫେଂଜ଼ୀନ ଓ ଏତୋଫେନପ୍ରୋକ୍ସ ଉପରେ ଆଧାରିତ ସାମଗ୍ରୀ ପ୍ରୟୋଗ କରନ୍ତୁ । ରୋଗବାହକ ମାନଙ୍କ ସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ କୀଟନାଶକ ଗୁଡିକର ପ୍ରୟୋଗ ସର୍ବଦା ସଫଳ ଦାୟକ ହୋଇ ନଥାଏ, ମୁଖ୍ୟତଃ ଯେଉଁ ଅଂଚଳ ରେ ପୁରା ବର୍ଷ ଧରି କେବଳ ଧାନ ଚାଷ କରା ଯାଉଥାଏ.
ଏହି ଭୁତାଣୁ ଟି ବାଦାମୀ ଗଛଡିଆଁ ପୋକର କିଛି ପ୍ରଜାତି ଯେପରିକି ନୀଳପର୍ବତ(ଏନ.ଲୁଂଜେନ୍ସ, ଏନ.ବାକେରୀ ଓ ଏନ. ମୁଈରୀ) ଦ୍ୱାରା ପରିବାହିତ ହୋଇ ଥାଏ । ଉଭୟ ଛୁଆ ଓ ବୟସ୍କ ପୋକ ପାଖରେ ଏହି ଭୁତାଣୁ କୁ ସମ୍ଭବପର ଭାବେ ଲମ୍ବା ସମୟ ଧରି ରଖିବାର କ୍ଷମତା ରଖି ଥାଆନ୍ତି , ଯାହା ଦ୍ୱାରା ନୂଆ ଫସଲ ଗୁଡିକୁ ଏମାନେ ନିରନ୍ତର ଓ ବ୍ୟାପକ ଭାବେ ସଂକ୍ରମଣ କରିଥାନ୍ତି । କିନ୍ତୁ ଗଛଡିଆଁ ପୋକକୁ ଫସଲ ଉପରେ କିଛି ନହେଲେ 30 ମିନିଟ ଯାଏଁ ପୋଷଣ କରିବାକୁ ପଡିବ ଯାହା ଦ୍ୱାରା କି ଏହା ଭୁତାଣୁ କୁ ଗ୍ରହଣ କରିନେବ । ଏହି ରୋଗ ଟି ମୁଖ୍ୟତଃ ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସିଆ, ଚୀନ, ଜାପାନ, ତାଇୱାନ, ଇଣ୍ଡୋନେସିଆ, ଫିଲିପାଇନ୍ସ ଓ ଭାରତ ରେ ଦେଖା ଯାଇ ଥାଏ ଓ ପ୍ରାୟ ସମୟରେ ଯେଉଁ ଅଂଚଳ ରେ ସବୁ ବାରମ୍ବାର ଧାନ ଚାଷ କରାଯାଏ ସେଠାରେ ଦେଖା ଯାଇଥାଏ । ଅନୁକୂଳ ପରିବେଶରେ, ଏହି ଭୁତାଣୁ ଟି ଧାନ ଛିଣ୍ଡା ରୁଗୁଡିଆ ଭୁତାଣୁ ଓ ଏନ.ଲୁଜେନ୍ସ ସହ ମିଳିତ ଭାବେ ଫସଲକୁ ସଂକ୍ରମିତ କରି ପାରନ୍ତି ଓ ଅମଳରେ ମାରାତ୍ମକ କ୍ଷତି କରି ପାରନ୍ତି ।