ସିମଳା ଏବଂ ଲଙ୍କା

ଲଙ୍କା ର ପତ୍ର ମୋଚା ଭୁତାଣୁ

CLCV

ଭୁତାଣୁ

5 mins to read

ସଂକ୍ଷେପରେ

  • ପତ୍ର ଧାରରୁ ଉପର ଆଡକୁ ମୋଚି ହୋଇଯାଏ.
  • ଶିରା ଗୁଡିକ ହଳଦିଆ ହୋଇଯାଏ.
  • ପତ୍ରର ଆକାର ଛୋଟ ହୋଇଯାଏ.
  • ପୁରୁଣା ପତ୍ର ଚମଡା ପରି ଓ ଭଙ୍ଗୁର ହୋଇଯାଏ.
  • ଗଛ ବାଙ୍ଗରା ହୋଇଯାଏ.
  • ଛୋଟ ଆକାର ଫଳଗୁଚ୍ଛ ହୁଏ.

ମଧ୍ୟ ଦେଖା ଯାଇପାରେ


ସିମଳା ଏବଂ ଲଙ୍କା

ଲକ୍ଷଣ

ଲଙ୍କା ର ପତ୍ର ମୋଚା ଭୁତାଣୁ ସଂକ୍ରମଣ ର ଲକ୍ଷଣ ହେଲା ପତ୍ରର ଧାର ଉପର ଆଡକୁ ମୋଚି ହୋଇଯିବା, ଶିରା ହଳଦିଆ ହୋଇଯିବା ଓ ପତ୍ରର ଆକାର ଛୋଟ ହୋଇଯିବା. ଅତିରିକ୍ତ ଭାବେ ପତ୍ରର ଶିରା ଫୁଲିଯାଏ ଏବଂ ଗଣ୍ଠି ରୁ ଗଣ୍ଠି ବ୍ୟବଧାନ କମ ହୋଇଯାଏ ଏବଂ ଡେମ୍ଫ ବି ଛୋଟ ହୋଇଯାଏ. ପୁରୁଣା ପତ୍ରଗୁଡ଼ିକ ଚମଡା ପରି ଓ ଭଙ୍ଗୁର ହୋଇଯାଏ. ଯଦି ସିଜନ ର ସଅଳ ଅବସ୍ଥାରେ ଗଛ ସଂକ୍ରମିତ ହୁଏ ତାହେଲେ ଏହା ବାଙ୍ଗରା ହୋଇଯାଏ ଏବଂ ଉତ୍ପାଦକତାରେ ଯଥେଷ୍ଟ ହ୍ରାସ ହୋଇଥାଏ. ସମ୍ବେଦନଶୀଳ କିସମରେ ଫଳ ପ୍ରସ୍ତୁତି ଅବିକଶିତ ହୋଇଥାଏ କିମ୍ବା ବିକୃତ ହୋଇଥାଏ. ଥ୍ରିପ୍ ଓ ମାଇଟ ଖାଇବା ଯୋଗୁଁ ହେଉଥିବା ଲକ୍ଷଣ ପରି ଏହି ଭୁତାଣୁ ସମାନ ପ୍ରକାରର ଲକ୍ଷଣ ସୃଷ୍ଟି କରିଥାଏ.

Recommendations

ଜୈବିକ ନିୟନ୍ତ୍ରଣ

ଧଳାମାଛି ସଂଖ୍ୟା ନିୟନ୍ତ୍ରଣ କରି ଭୁତାଣୁ ସଂକ୍ରମଣକୁ ହ୍ରାସ କରନ୍ତୁ. ନିମ ତେଲ କିମ୍ବା ଉଦ୍ଭିଦକ ତେଲ (ପେଟ୍ରୋଲିଅମ ତେଲ ମିଶ୍ରିତ) ବ୍ୟବହାର କର ଯାଇପାରେ. ତେଲ ପୁରାପୁରି ଗଛକୁ କଭର କରିବା ସୁନିଶ୍ଚିତ କରନ୍ତୁ, ବିଶେଷ କରି ପତ୍ରର ତଳ ପଟେ ଯେଉଁଠି ଧଳା ମାଛି ଗୁଡିକ ମିଳିବାର ଅଧିକ ସମ୍ଭାବନା ଥାଏ. କେତେକ ପ୍ରାକୃତିକ ଶତ୍ରୁ ଯଥା ଲେସଉଇଙ୍ଗ, ବିଗ-ଆଇଡ୍ ବଗ୍ (big-eyed bugs) ଏବଂ ମିନିଟ ପାଇରେଟ ବଗ୍ (minute pirate bugs), ଧଳାମାଛି ସଂଖ୍ୟାକୁ ନିୟନ୍ତ୍ରଣ କରିପାରନ୍ତି.

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ଲଙ୍କା ର ପତ୍ର ମୋଚା ଭୁତାଣୁ ସଂକ୍ରମଣ କୁ ବନ୍ଦ କରିଆବ ପାଇଁ କିମ୍ବା ହ୍ରାସ କରିବା ପାଇଁ କୌଣସି ପ୍ରଭାବଶାଳୀ ନିୟନ୍ତ୍ରଣ ପଦ୍ଧତି ନାହିଁ. ଇମିଡାକ୍ଲୋପ୍ରିଡ (imidacloprid) କିମ୍ବା ଡିନୋଟେଫ୍ୟୁରାନ (dinotefuran) ର ରାସାୟନିକ ପଦ୍ଧତି ପ୍ରୟୋଗ କରନ୍ତୁ. ବାହକ ନିୟନ୍ତ୍ରଣ ପାଇଁ ରୋପଣ ପୂର୍ବରୁ ଚାରା ଗୁଡିକ ଉପରେ ଇମିଡାକ୍ଲୋପ୍ରିଡ (imidacloprid) କିମ୍ବା ଲାମ୍ବଡା ସିହାଲୋଥ୍ରୀନ (lambda-cyhalothrin) ସ୍ପ୍ରେ କରନ୍ତୁ. କୀଟନାଶକର ଅତ୍ୟଧିକ ବ୍ୟବହାର ଉପକାରୀ କୀଟ ମାନଙ୍କୁ କ୍ଷତି ପହଞ୍ଚାଇବ ଏବଂ ଧଳାମାଛି କୀଟନାଶକ ପ୍ରତି ପ୍ରତିରୋଧି ହୋଇଯିବେ. ଏଥିପାଇଁ ଉପଯୁକ୍ତ ଭାବେ କୀଟନାଶକ ଅଦଳ ବଦଳ କରନ୍ତୁ ଏବଂ ନିର୍ଦ୍ଧିଷ୍ଟ କୀଟନାଶକ ହିଁ ବ୍ୟବହାର କରନ୍ତୁ.

ଏହାର କାରଣ କଣ

ମୁଖ୍ୟତଃ ଧଳା ମାଛି ଦ୍ୱାରା ନିରନ୍ତର ପରିବାହିତ ହେଉଥିବା ଭୁତାଣୁ, ବେଗୋମୋଭାଇରସର ସଂକ୍ରମଣ ଦ୍ୱାରା ଏହି ଲକ୍ଷଣ ଗୁଡିକ ଦେଖାଦେଇଥାଏ. ସେଗୁଡିକ 1.5 ମିମି ଲମ୍ବା, ମହମ ପରି ଧଳା ଡେଣା, ମଳିନ ହଳଦିଆ ଶରୀର ଏବଂ ବାରମ୍ବାର ପତ୍ରର ତଳ ପଟେ ଦେଖାଦେଇଥାଏ. ଏହି ରୋଗର ବିସ୍ତାର ପବନ ର ଗତି ଉପରେ ନିର୍ଭର କରେ, ଯଦ୍ୱାରା ଏହା ଜଣା ପଡେ ଯେ ଧଳା ମାଛି କେତେଦୂର ଯାଇ ପାରିବ. ଧଳାମାଛି ଗୁଡିକ ମଧ୍ୟମ ରୁ ବିଳମ୍ବ ସିଜନ ରେ ସବୁଠାରୁ ଅଧିକ ସମସ୍ୟଜନକ. ଯେହେତୁ ଏହି ରୋଗ ବିହନ ଜନିତ ନୁହେଁ, ଭୁତାଣୁ ପରିବେଶରେ ଅନ୍ୟ ବୈକଳ୍ପିକ ପୋଷକ ଫସଲ (ଯଥା ଧୁଆଁପତ୍ର ଏବଂ ଟମାଟ) ଏବଂ ବାଳୁଙ୍ଗା ରେ ରହିଥାଏ. କିଛି ଅତିରିକ୍ତ କାରଣ ଯାହା ଏହି ରୋଗର ବିକାଶକୁ ସୁହାଇଥାଏ ତାହା ହେଲା ସାମ୍ପ୍ରତିକ ବୃଷ୍ଟିପାତ, ସଂକ୍ରମିତ ଚାରା ଏବଂ ବାଳୁଙ୍ଗା ର ଉପସ୍ଥିତି. ନର୍ସରୀ ଗୁଡିକରେ ଲଙ୍କା ଫସଲ ଚାରା ଅବସ୍ଥା ଓ ଅଙ୍ଗିୟ ବିକାଶ ଅବସ୍ଥାରେ ଏହି ରୋଗ ସଂକ୍ରମଣର ସବୁଠାରୁ ଅଧିକ ଆଶଙ୍କା ଥାଏ.


ସୁରକ୍ଷାତ୍ମକ ଉପାୟ

  • ମିଳୁଥିବା ପ୍ରତିରୋଧି କିସମର ବିହନ ବ୍ୟବହାର କରନ୍ତୁ.
  • ଭୁତାଣୁ ମୁକ୍ତ ଗଛରୁ ହିଁ ବିହନ ଉତ୍ପାଦନ କରନ୍ତୁ.
  • ଅତି କମରେ ଦୁଇ ଧାଡି ପ୍ରତିବନ୍ଧକ ଫସଲ ଯଥା ମକା, ଜୋଆର କିମ୍ବା ବାଜରା ଆପଣଙ୍କ ଜମି ଚାରି ପାଖରେ ଲଗାନ୍ତୁ.
  • ଧଳା ମାଛି ସଂଖ୍ୟା ନିୟନ୍ତ୍ରଣ କରନ୍ତୁ ଏବଂ ବିଶେଷ କରି ନର୍ସରୀ ଉପରେ ନାଇଲନ ଜାଲ ପକାଇ କରି ଚାରାଗୁଡିକୁ ସୁରକ୍ଷିତ ରଖନ୍ତୁ.
  • ନିୟମିତ ଭାବେ ଫସଲ ନିରୀକ୍ଷଣ କରନ୍ତୁ ଏବଂ ପ୍ରଥମେ ପ୍ରଥେମେ ହେଉଥିବା ସଂକ୍ରମଣକୁ ଚିହ୍ନଟ କରିବା ପାଇଁ, କୁଞ୍ଚିତ ପତ୍ର ଓ ବାଙ୍ଗରା ବୃଦ୍ଧି ପରି ଲକ୍ଷଣ ଦେଖନ୍ତୁ.
  • କେତେକ ହଳଦିଆ ଅଠାଳିଆ ଟ୍ରାପ୍ କିମ୍ବା ଶୀଟ୍ ଫସଲର ବିଭିନ୍ନ ଜାଗାରେ ରଖନ୍ତୁ ଯାହା ଧଳା ମାଛିକୁ ଆକର୍ଷଣ କରିଥାଏ.
  • ଜାଲ ତଳେ ଚାରା ଲଗାଇ ଭୁତାଣୁର ବାହକ କୁ ନିୟନ୍ତ୍ରଣ କରନ୍ତୁ ଏବଂ ଧଳା ମାଛି ଆକ୍ରମଣରୁ ଚାରା ଗୁଡ଼କୁ ମଧ୍ୟ ସୁରକ୍ଷିତ ରଖନ୍ତୁ.
  • ଶୀଘ୍ର ସଂକ୍ରମିତ ହୋଇଥିବା ଗଛଗୁଡ଼ିକୁ ସଂଗ୍ରହ କରି ଜଳାଇ ଦିଅନ୍ତୁ.
  • ଅମଳ ପରେ ଫସଲ ଅବଶେଷକୁ ଚାଷ କରି ଗଭୀର ଜମିରେ ପୋତି ଦିଅନ୍ତୁ କିମ୍ବା ଜଳାଇଦିଅନ୍ତୁ.
  • ମିଶ୍ର ଫସଲ ଚାଷ କରି ଉପକାରୀ କୀଟ ମାନଙ୍କୁ ଉତ୍ସାହିତ କରନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ